ଭାଦ୍ରବ ମାସରେ ବୁଧେଇ ଓଷା ବା ବୁଧି ବାମନ ଓଷା

ଭାଦ୍ରବ ମାସରେ ବୁଧେଇ ଓଷା ବା ବୁଧି ବାମନ ଓଷା

ବୁଧେଇ ଓଷା ଓଡ଼ିଶାରେ ପାଳିତ ଏକ ଓଷା । ଭାଦ୍ରବ ମାସରେ ବୁଧି ବାମନ ଓଷା ପଡ଼ୁଥିବାରୁ ଓଡ଼ିଶାର ପୁରପଲ୍ଲୀରେ ସମସ୍ତ ସଧବା ମହିଳାଙ୍କ ନାହିଁ ନ ଥିବା ଆନନ୍ଦ,,କାରଣ ଏହି ମାସ ଟା,, ଯାକରେ ପଡୁଥିବା ସମସ୍ତ ବୁଧବାର ରେ ଏହି ଓଷା ଅତ୍ୟନ୍ତ ନିଷ୍ଠାର ସହ କରାଯାଇଥାଏ |

ଏହା ଭାଦ୍ରବ ମାସର ୪ଟି କିମ୍ବା ପାଞ୍ଚଟି ବୁଧବାରରେ ପାଳିତ ହୁଏ । କେତେକ ସ୍ଥାନରେ ୫ଟି ବୁଧବାରରେ ପାଳିତ ହୁଏ । ଅନେକ ଗହ୍ମାପୂର୍ଣ୍ଣିମାଠାରୁ ଇନ୍ଦୁପୂର୍ଣ୍ଣିମା ଆଉ କେତେକ ସଂକ୍ରାନ୍ତି ଅନୁଯାୟୀ ଭାଦ୍ର ସଂକ୍ରାନ୍ତିରୁ ଆଶ୍ଵିନ ସଂକ୍ରାନ୍ତିକୁ ହିସାବକୁ ନେଇଥାନ୍ତି । 

ଗ୍ରାମରେ ଅବସ୍ତିତ ଭାଗବତ ଟୁଙ୍ଗୀ ଠାରେ ବହୁ ମହିଳା ଙ୍କ ଦ୍ଵାରା ଏହିପୂଜା କରା ଯାଇଥିଲା,ଏହି ଭାଗବତ ଘରେ ପୂଜା ପାଉଥିବା, ଶ୍ରୀ ରାଧାକୃଷ୍ଣ ଓ ଶ୍ରୀ ଆଣ୍ଠୁଆ ଗୋପାଳ ଏବଂ ଶ୍ରୀମଦ ଭାଗବତ ପୋଥି ସମ୍ମୁ ଖରେ  , ମାଆ ମାନେ ନିଜର ସନ୍ତାନମାନଙ୍କ ସୁସ୍ଥ,, ନିରାମୟ ତଥା ଆୟୁ କାମନା ପୁର୍ବକ ଏହା କରିଥିଲେ |

ମହତ୍ତ୍ୱ

  1. ସାଧାରଣତଃ ସଧବା ନାରୀମାନେ ସନ୍ତାନ କାମନା କରିବା ଓ ତାର ଶୁଭ ମନାସିବା ଉଦ୍ଦେଶ୍ୟ ନେଇ ଏହି ଓଷା କରିଥାନ୍ତି । ଏହି ଓଷାଟି ନିର୍ଜଳ ଭାବେ ନିଷ୍ଠାର ସହ ପାଳନ କରାଯାଏ । ଏହି ଓଷାରେ ବୁଦ୍ଧିବାମନଙ୍କୁ ପୂଜା କରାଯାଏ ।
  2. ଏଠାରେ ବୁଦ୍ଧ ବା ବୁଧେଇ ହେଉଛନ୍ତି ଭୈରବୀ ବା ବିମଳା । ବାମନ କହିଲେ ଭୈରବ, ଯିଏ ସ୍ଵୟଂ ଜଗନ୍ନାଥ । ଅତଏବ ଏହି ଓଷାରେ ଆରାଧ୍ୟ ଦେବଦେବୀ ହେଲେ ଶ୍ରୀଜଗନ୍ନାଥ ଓ ବିମଳା; 
  3. କିନ୍ତୁ ଜ୍ୟୋତିଷଶାସ୍ତ୍ର ଅନୁସାରେ ଏହି ଓଷାରେ ନାରୀରୂପୀ ବୁଧ ଓ ମଙ୍ଗଳାଙ୍କୁ ପୂଜା କରାଯାଏ । କାରଣ ଏମାନେ ସୃଷ୍ଟିକର୍ତ୍ତା । 

ବୁଧି ବାମନ ଓଷା

  1. ପ୍ରତ୍ୟେକ ବୁଧବାର ଦିନଯାକ ଉପବାସ କରି ରାତିରେ ପୂଜାପରେ ଭୋଗ ଖିଆଯାଏ । 
  2. ବୁଦ୍ଧିବାମନ ଓଷାର ପରମ୍ପରା ମତେ ପୂଜାସ୍ଥଳୀଟିକୁ ଗୋବରଲିପି ସୂଚି କରାଯାଏ । 
  3. ଶିଳ ଏବଂ ଶିଳପୁଆ ଏହାର ଦେବଦେବୀ ଅଟନ୍ତି । 
  4. କଉଡ଼ି ରେ ଅତ୍ୟନ୍ତ ମନୋରମ ବିଗ୍ରହ ନିର୍ମାଣ କରି |
  5. ପ୍ରଥମେ ଏହି ଶିଳ ଏବଂ ଶିଳପୁଆକୁ ବଟା ଅଁଳା ପାଣି ସହ ଗଙ୍ଗାଜଳରେ ସ୍ନାନ କରାଯାଇ, ହଳଦୀକନା ଓ ସୂତା ଗୁଡ଼ାଇ ନାରୀବେଶ କରାଯାଏ । 
  6. ମଥାରେ ସିନ୍ଦୂର ଓ ଆଖିରେ କଜ୍ଵଳ ଦିଆଯାଏ । 
  7. ଏହି ପୂଜା ନିମନ୍ତେ ପାଞ୍ଚଟି ରଙ୍ଗର ଫୁଲ, ପାଞ୍ଚପ୍ରକାର ଫୁଲ, ପାଞ୍ଚପ୍ରକାର ଫଳ, ପାଞ୍ଚଟି ଧୂପ, ପାଞ୍ଚଟି ଦୁବ ଓ ପାଞ୍ଚଟି ଅକ୍ଷତ ଦରକାର ହୁଏ ।
  8.  ଏଥିରେ ବେଲପତ୍ର, ଫୁଲମାଳ ଏବଂ ଖଇମାଳରେ ଠାକୁରଙ୍କୁ ଲାଗି କରାଯାଏ । 
  9. ଏଠାରେ ସମସ୍ତେ ଗୋଟିଏ ନାରିକେଳ ଆଣି ସିନ୍ଦୁର ଲଗାଇ ରଖିଥିଲେ, ଯାହାକୁ ଶେଷ ପାଳିରେ ମା’ଙ୍କୁ ସମର୍ପଣ କରାଯିବ !
  10. ଏହି ପୂଜାରେ  ତଥା ଝୁଣା ଅର୍ପଣ କରାଯାଇଥିଲା, ଏହାପରେ ଆଳତି ଓ ପରେ ପରେ ପୁଷ୍ପାଞ୍ଜଳି ପ୍ରଦାନ କରା ଯାଇ ପୂଜା ସମାପ୍ତ କରାଯାଇଥିଲା,ପୂଜାସ୍ଥଳ ରେ ମାଆ ମାନଙ୍କ ଦ୍ଵାରା ହୁଳ ହୁଳି ପକାଯାଇଥିଲା, ମାସର ଶେଷ ପାଳି ରେ ବିଭିନ୍ନ ପ୍ରକାର ସୁସ୍ୱାଦୁ ପିଠା କରାଯାଇ ମା ଙ୍କ ନିକଟରେ ପୁଜାର୍ଚନା କରାଯିବା ସହିତ, ଏହି ଓଷା କୁ ଉଦଯାପିତ କରାଯିବ !
  11. ପ୍ରଥମ ପାଳିରୁ ଏଥିରେ ଗୋଟିଏ ନଡ଼ିଆ ବସାଯାଇ, ଶେଷ ପାଳିଦିନ ଏହାକୁ ଭାଙ୍ଗି ଠାକୁରଙ୍କୁ ସମର୍ପଣ କରାଯାଏ । ମଝିପାଳି ଗୁଡ଼ିକରେ ପିଠାପଣା ଭୋଗରାଗ ହୁଏ । 
  12. ତେବେ ଶେଷ ପାଳି ଦିନ ଅନ୍ତତଃ ପାଞ୍ଚପ୍ରକାର ପିଠାପଣା କରାଯାଏ । 
  13. ବୁଦ୍ଧିବାମନଙ୍କ ଓଷା ପାଇଁ ସ୍ଵତନ୍ତ୍ର ବହି ଅଛି । ଏହା ପାଞ୍ଚଟି କାହାଣୀକୁ ନେଇ ରଚିତ, କାହାଣିଗୁଡ଼ିକ ହେଲା: ମଗଧର ସାଧବ ସାଧବାଣୀ, ଯଯାତିନଗରର ଶୁଣ୍ଢି-ଶୁଣ୍ଢିଆଣୀ, ଯାଜପୁରର ବନ୍ଧୁ ମହାନ୍ତି, ଗର୍ଭଶୂନ୍ୟା ବ୍ରାହ୍ମଣୀ ଓ ହରିପୁରର ଜଣେ ସାଧାରଣ ନାରୀ । 
  14. ବିଶ୍ଵାସ କରାଯାଏ ନିଃସନ୍ତାନ ମହିଳା ପ୍ରଥମ ପାଳିରୁ ଗୋଟେ ଶାଢି, ପୂଜାଘର ଦୁଆର ମୁହଁରେ ପକାଇଲେ, ସମସ୍ତଙ୍କ ପବିତ୍ର ପଦସ୍ପର୍ଶ ଯୋଗୁଁ ସେ କୃତାର୍ଥ ହୁଏ ଏବଂ ସନ୍ତାନ ପ୍ରସବା ହୁଏ । ଏହି ଲୁଗାକୁ ପାହାଡା କୁହାଯାଏ ।

Post a Comment

0 Comments