ଭାଦ୍ରବ ମାସର ସପ୍ତପୁରୀ ଅମାବାସ୍ୟାରେ କିପରି କରିବେ ପୂଜା ବିଧି
ଭାଦ୍ରବ ମାସର ଅମାବାସ୍ୟାକୁ ସପ୍ତପୁରୀ ଅମାବାସ୍ୟା ଭାବେ ପାଳନ କରାଯାଏ । ଏହା ଶ୍ରୀ ମନ୍ଦିରର ଏକ ସ୍ୱତନ୍ତ୍ର ଉତ୍ସବ । ଏହି ଅମାବାସ୍ୟାକୁ କେହି କେହି କୁଶଗ୍ରହଣୀ ଅମାବାସ୍ୟା ବୋଲି କହନ୍ତି । ଆଜି ଶ୍ରୀ ମନ୍ଦିରରେ ସପ୍ତପୁରୀ ( ସାତ ପୁରୀ ) ଭୋଗ ହୁଏ ।
ଅଠରନଳା ନିକଟରେ ଅଲାମ ଚଣ୍ଡୀ ମନ୍ଦିରରୁ ଭୋଗ ପାଇଁ ଆବଶ୍ୟକୀୟ ସପ୍ତପୁରୀ ତାଡ ଶ୍ରୀ ମନ୍ଦିରକୁ ଯାଏ । ଭାଦ୍ରବ କୃଷ୍ଣ ଚତୁର୍ଦଶୀ ଦିନ କୁମ୍ଭାର ବିଶୋଇ ମାନେ ମୁହଁରେ ବାଘମୁହାଁ ବାନ୍ଧି, ସାତପୁରୀ ତାଡକୁ ମୁଣ୍ଡରେ ମୁଣ୍ଡାଇ ଅଲାମ ଚଣ୍ଡୀ ମନ୍ଦିରରୁ ଶ୍ରୀ ମନ୍ଦିରକୁ ନିଅନ୍ତି ।
ପୂଜାବିଧି
- ଏହି ଅମାବାସ୍ୟା ଦିନ ପ୍ରତ୍ୟେକ ଗୃହସ୍ତ କୁଶ ସଂଗ୍ରହ କରନ୍ତି । କୁଶ (ଏକ ବିଶେଷ ପ୍ରକାରର ଘାସ, ଯାହାର ଉପଯୋଗ କେବଳ ଧାର୍ମିକ କାର୍ଯ୍ୟରେ କରାଯାଇଥାଏ) |
- ସୂର୍ଯ୍ୟଦୋୟ ସମୟରେ ଉତ୍ତର କିମ୍ବା ପୂର୍ବାଭିମୁଖ ହୋଇ କୁଶକୁ ସଂଗ୍ରହ କରାଯାଏ । ତେଣୁ ଏହି ଅମାବାସ୍ୟାର ନାମ କୁଶ ଗ୍ରହଣ ( କୁଶକୁ ଗ୍ରହଣ କରୁଥିବାରୁ ) ଅମାବାସ୍ୟା ବୋଲି କହନ୍ତି ।
- ବର୍ଷତମାମ କରାଯାଇଥିବା ପୂଜା ଏବଂ ଧାର୍ମିକ କାର୍ଯ୍ୟରେ ଉପଯୋଗ ହୋଇଥିବା ଶାସ୍ତ୍ରରେ ଦଶ ପ୍ରକାରର କୁଶ ବିଷୟରେ ବର୍ଣ୍ଣନା କରାଯାଇଛି ।
- ଅମାବାସ୍ୟା ତିଥିର ସ୍ୱାମୀ ବା ଉପାସିତା ଦେବତା ହେଉଛନ୍ତି ପିତୃଦେବ । ତେଣୁ ପିତୃ ଦେବର ତୃପ୍ତି ନିମନ୍ତେ ଦାନପୂଣ୍ୟ, ତର୍ପଣାଦି କରାଯାଏ ।
- ଅମାବାସ୍ୟା ଦିନ ସୋମ, ମଙ୍ଗଳ ଅଥବା ଗୁରୁବାର ହୋଇ ଅନୁରାଧା, ବିଶାଖା,ସ୍ୱାତୀ ନକ୍ଷତ୍ର ଯୋଗରେ ଅମାବାସ୍ୟା ପଡିଲେ ବହୁତ ଶୁଭପ୍ରଦ ଏବଂ ମଙ୍ଗଳ ବୋଲି ଶାସ୍ତ୍ରରେ ଉଲ୍ଲେଖ ।
- ଏହାକୁ ଦୃଷ୍ଟିରେ ରଖି କୁଶାଗ୍ରହଣୀ ଅମାବାସ୍ୟା ଦିନ ତୀର୍ଥ ସ୍ନାନ,ଜପ, ତପ ଏବଂ ବ୍ରତ କରିବାଦ୍ୱାରା ପାପ ଦୂର ହୋଇଥାଏ |
- ପୂଣ୍ୟ ବଳରେ ଋଣ ଆଦି ପୀଡ଼ାରୁ ମୁକ୍ତି ପ୍ରାପ୍ତ ହୁଏ ।
- ସଂଯମ, ସାଧନା ଏବଂ ତପ ନିମନ୍ତେ ଏହା ଶ୍ରେଷ୍ଠ ଦିନ ବୋଲି ବିଶ୍ୱାସ କରାଯାଏ ।
- ଏହି ବ୍ରତ ବର୍ଷକୁ ଥରେ ଏହିଦିନ କରାଯାଇଥାଏ । ଯଦ୍ୱାରା ମାନସିକ ଶାନ୍ତି ପ୍ରାପ୍ତ ହୁଏ ।

.jpg)
0 Comments
Do you have any doubts or suggestions? Ask them here in the comments!