ପୁରୀର ଶ୍ମଶାନକୁ କାହିଁକି ସ୍ଵର୍ଗଦ୍ଵାର ବୋଲି କୁହାଯାଏ ?

ପୁରୀର ଶ୍ମଶାନକୁ କାହିଁକି ସ୍ଵର୍ଗଦ୍ଵାର ବୋଲି କୁହାଯାଏ ?


ହିନ୍ଦୁମାନଙ୍କ ଭାବାବେଗ ସହ ଜଡ଼ିତ ରହିଛି ସ୍ୱର୍ଗଦ୍ୱାର। ବିଶ୍ୱାସ ରହିଛି ଶ୍ରୀକ୍ଷେତ୍ରର ସ୍ୱର୍ଗଦ୍ୱାରରେ ଶବଦାହ କଲେ ତାହା ସ୍ୱର୍ଗଲୋକ ଗମନ କରନ୍ତି । କହିବାକୁ ଗଲେ ଶ୍ମଶାନ ନାମ ଶୁଣିଲେ ସମସ୍ତଙ୍କ ମନରେ ଭୟ ଆସିବା ସହିତ ଛୁଆଁ ଅଛୁଆଁ ଭାବନା ମଧ୍ୟ ଆସିଥାଏ । କିନ୍ତୁ ଶ୍ରୀକ୍ଷେତ୍ରର ଶ୍ମଶାନକୁ ସ୍ଵର୍ଗଦ୍ଵାର ବୋଲି କୁହାଯାଇଥାଏ । ଏଠାରେ କୌଣସି ଜାତିଭେଦ ନଥାଏ । ଏହି ଧାମ ପ୍ରଭୁ ଶ୍ରୀଜଗନ୍ନାଥଙ୍କର ନଗରୀ ଅଟେ । ତାଙ୍କଠାରେ କୌଣସି ମଣିଷ ଛୁଆଁ ଅଛୁଆଁରେ ଗଣା ଯାଏ ନାହିଁ। ତେଣୁ ଏହି ସ୍ଥାନକୁ ସ୍ଵର୍ଗଦ୍ଵାର କୁହାଯାଏ ।

ସ୍ଵର୍ଗଦ୍ଵାର କୁହାଯାଏ କାହିଁକି ଜାଣନ୍ତୁ ଏହାର କାରଣ

କିମ୍ବଦନ୍ତୀ କହେ

କୁହାଯାଏ କି ଯେଉଁ ଭଳି ଭାବେ ଯୁଗ ବଦଳିବାରେ ଲାଗିଛି ସେହି ଭଳି ଭାବେ ଭଗବାନ ମଧ୍ୟ ନିଜ ଅବତାର ବଦଳାଇ ଭକ୍ତଙ୍କୁ ବଞ୍ଚାଇବା ପାଇଁ ଏହି ଧାରାକୁ ଅବତରଣ କରିଛନ୍ତି । ଅନେକ ଥର ଏହି ଭଳି ଭଗବାନ ଧାରାକୁ ଆସିଛନ୍ତି । କିନ୍ତୁ ଆପଣ କ'ଣ ଜାଣିଛନ୍ତି କି ଭଗବାନ କୃଷ୍ଣ ଯେତେବେଳେ ନିଜ ଦେହ ତ୍ୟାଗ କରିଥିଲେ ତାଙ୍କ ଦେହକୁ ପାଣିରେ ଭସା ଯାଇଥିଲା । ଏହା ପରେ ତାଙ୍କ ଦେହ ଏକ କାଠରେ ପରିଣତ ହୋଇ ଯାଇଥିଲା । ଯାହାକୁ ଓଡିଶାରେ ଆସିକି ଜଗନ୍ନାଥ ଭାବେ ସ୍ଥାପନା ହୋଇଛନ୍ତି ।

କିମ୍ବଦନ୍ତୀ- 1

ଭାରତରେ ଚାରୋଟି ଧାମ ମଧ୍ୟରୁ ପୁରୀ ଧାମ ପ୍ରମୁଖ ଓ ଅନନ୍ୟ ଅଟେ । ଶ୍ରୀକ୍ଷେତ୍ରର ଶ୍ମଶାନକୁ ସ୍ଵର୍ଗଦ୍ଵାର କରିବାର ଅନେକ ତାତ୍ପର୍ଯ୍ୟ ରହିଛି । ପୂର୍ବକାଳରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ସ୍ଵର୍ଗରୁ ଦେବାଦେବୀ ମାନେ ଆସୁଥିଲେ । ଆପଣ ମାନେ ନିଜ ଜେଜେବାପାଙ୍କ ଠାରୁ ଶୁଣିଥିବେ କି “କଳା ମଲ୍ଲି” ବୋଲି ଏକ ସୁନ୍ଦର ପୁଷ୍ପ ରହିଛି । ଯାହା ଶ୍ରୀଲଙ୍କା ଦେଶରେ ଫୁଟି ଥାଏ । କିନ୍ତୁ ଆମ ଭାରତରେ ଏହି ଫୁଲ ଫୁଟେ ନାହିଁ।

ତେବେ ପୂର୍ବକାଳରେ ଏହି ପୁଷ୍ପକୁ ଦଇତାପତି ମାନେ ପ୍ରତ୍ୟେକଦିନ ଆସି ରତ୍ନ ସିଂହାସନ ପାଖରେ ଦେଖନ୍ତି । ତାପରେ ସେମାନଙ୍କୁ ସନ୍ଦେହ ହୋଇଥିଲା କି ଶ୍ରୀଲଙ୍କାରୁ ହୁଏତ ବିଭୀଷଣ ଆସି ଶ୍ରୀଜୀଉଙ୍କୁ ପୁଷ୍ପ ପ୍ରଦାନ କରୁଛନ୍ତି । ଏହି ସନ୍ଦେହ ମୋଚନ ପାଇଁ ଦଇତାପତି ମାନେ ୪ ଦ୍ଵାର ବନ୍ଦ କରି ଥରେ ଦୁଆର ମୁହଁରେ ଜଗି ବସିଲେ । ସେହି ସମୟରେ ବିଭୀଷଣ ଦକ୍ଷିଣ ଦ୍ଵାର ବାଟ ଦେଇ ଆସିଥିଲେ ।

ଶ୍ରୀଜୀଉଙ୍କୁ ଦର୍ଶନ କରି ସେ ଯେତେବେଳେ ପ୍ରସ୍ଥାନ କରୁଥିଲେ, ସେହି ସମୟରେ ଜଗି ବସିଥିବା ଦଇତାପତି ମାନେ ବିଭୀଷଣଙ୍କୁ ଧରି ପକାଇ ଥିଲେ । ତାପରେ ବିଭୀଷଣ ତାଙ୍କୁ ଏକ କଙ୍କଣ ପ୍ରଦାନ କରି ସମୁଦ୍ରକୂଳ ନିକଟରେ ଏକ ସ୍ଥାନରୁ ସେ ସ୍ୱର୍ଗକୁ ଯାଇଥିଲେ । ସମୁଦ୍ର ନିକଟରୁ ସେହି ସ୍ଥାନକୁ ସ୍ଵର୍ଗଦ୍ଵାର ବୋଲି କୁହାଯାଏ ।

କିମ୍ବଦନ୍ତୀ- 2

ଆଉ ଏକ ଆଖ୍ୟା ରହିଛି କି ଥରେ ଦେବରାଜ ଇନ୍ଦ୍ର ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଆସିଥିଲେ । ସେ ଦର୍ଶନ କରି ଯେତେବେଳେ ଫେରି ଯାଇଥିଲେ, ସେହି ସ୍ଥାନକୁ ଗୋଟେ ଛୋଟ ପିଲାଟିଏ ଯାଇ କାଠି ପୋତି ଦେଇଥିଲା ଏବଂ ରାଜାଙ୍କୁ ଯାଇ ଖବର ଦେଇଥିଲା ଯେ ଏହି ସ୍ଥାନରୁ ଜଣେ ଆକାଶ ମାର୍ଗକୁ ଉଡ଼ିକି ଯାଇଥିଲେ । ତେଣୁ ସେହି ସ୍ଥାନକୁ ରାଜା ପରବର୍ତ୍ତୀ ସମୟରେ ସ୍ୱର୍ଗଦ୍ୱାର ନାମରେ ଘୋଷଣା କରିଥିଲେ ।ପ୍ରତ୍ୟେକ ଲୋକଙ୍କୁ ସ୍ଵର୍ଗ ପ୍ରାପ୍ତି ପାଇଁ ସେହିଠାରେ ଦାହ ସଂସ୍କାର କରାଯାଉଥିଲା ।

Post a Comment

0 Comments