ଶ୍ରାବଣମାସ କୃଷ୍ଣପକ୍ଷ କାମିକା ଏକାଦଶୀର ମହିମା ଏବଂ ପୂଜା ବିଧି

ଶ୍ରାବଣ ମାସ କୃଷ୍ଣପକ୍ଷ କାମିକା ଏକାଦଶୀର ମହିମା ଏବଂ ପୂଜା ବିଧି

ଶ୍ରାବଣ କୃଷ୍ଣ ପକ୍ଷର ଏକାଦଶୀକୁ କାମିକା ଏକାଦଶୀ କୁହାଯାଏ । ଏହି ଦିନ ଭଗବାନ ବିଷ୍ଣୁଙ୍କୁ ପୂଜା କରାଯାଏ । ଶ୍ରାବଣ ମାସରେ ଶ୍ରୀ ହରିଙ୍କ ଉପାସନା ଅତ୍ୟନ୍ତ ଫଳପ୍ରଦ ଅଟେ । ଏହାକୁ ପାଳନ କଲେ ବ୍ୟକ୍ତିର ପାପ ନଷ୍ଟ ହୋଇଥାଏ । ଆହୁରି ମଧ୍ୟ ବ୍ୟକ୍ତିର କୌଣସି ଅଧୋଗତି ହୁଏ ନାହିଁ । ଯେଉଁ ବ୍ୟକ୍ତି ଏହି ଏକାଦଶୀକୁ ସଂପୂର୍ଣ୍ଣ ବିଧିବିଧାନ ଏବଂ ନିଷ୍ଠାପର ଭାବେ ପୂଜା କରିଥାନ୍ତି ତାହାର ସମସ୍ତ ଚିନ୍ତା ଏବଂ ଜନ୍ମ ମୃତ୍ୟୁ ବନ୍ଧନରୁ ମୁକ୍ତ ହୋଇଯାଆନ୍ତି ।

ମହତ୍ତ୍ୱ

  1. ଦେବର୍ଷି ନାରଦଙ୍କର ଏକ ପ୍ରଶ୍ନର ଉତ୍ତର ଦେଇ ସ୍ୱୟଂ ପ୍ରଜାପିତା ବ୍ରହ୍ମା କହିଥିଲେ- ବର୍ଷ ମଧ୍ୟରେ ପାଳିତ ହେଉଥିବା ଏକାଦଶୀମାନଙ୍କ ମଧ୍ୟରେ ଶ୍ରାବଣ ମାସ କୃଷ୍ଣପକ୍ଷ ଏକାଦଶୀ ସ୍ୱତନ୍ତ୍ର । ଏହାର ନାମ କାମିକା ଏକାଦଶୀ । ଏପରିକି, ଏହି ଏକାଦଶୀର ନାମ ସ୍ମରଣ ମାତ୍ରକେ ବାଜପେୟ ଯଜ୍ଞର ଫଳ ମିଳିଥାଏ । 
  2. ଏହିଦିନ ଶ୍ରୀଧର, ହରି, ବିଷ୍ଣୁ   , ମାଧବ ଓ ମଧୁସୂଦନ ଆଦି ନାମରେ ଶଙ୍ଖଚକ୍ରଧାରୀ ଶ୍ରୀବିଷ୍ଣୁଙ୍କୁ ପୂଜା କରାଯାଏ ।
  3. ଏହି ପୂଜାର ଯେଉଁ ଫଳ ମିଳେ, ତାହା ଗଙ୍ଗା, କାଶୀ, ନୈମିଷ୍ୟାରଣ୍ୟ ବା ପୁଷ୍କର କ୍ଷେତ୍ରରେ ତପ କଲେ ମିଳି ନଥାଏ । 
  4. ଏପରିକି ଏହିଦିନ ମଧୁସୂଦନ ଶ୍ରୀହରିଙ୍କୁ ପୂଜା କଲେ ଯେଉଁ ଫଳ ମିଳିଥାଏ, ତାହା ସମୁଦ୍ର ଓ ବନଭୂମି ସହିତ ସମଗ୍ର ପୃଥିବୀକୁ ଦାନ କରିବାର ପୁଣ୍ୟଫଳ ସହିତ ସମାନ ।
  5. ଏହିଦିନ ବ୍ରତ ରଖି ଭଗବାନ ଶ୍ରୀଧରଙ୍କୁ ସ୍ତବ କଲେ ତାଙ୍କ ସହିତ ଗନ୍ଧର୍ବ ଓ ନାଗଙ୍କ ସମେତ ସମସ୍ତ ଦେବତାଙ୍କର ପୂଜା ହୋଇଥାଏ । 

କିମ୍ବଦନ୍ତୀ

  1. ଏ ସଂପର୍କରେ ଏକ କାହାଣୀ ପ୍ରଚଳିତ। ଗୋଟିଏ ଗ୍ରାମରେ ଜଣେ ଶ୍ରେଷ୍ଠୀ ଓ ଜଣେ ବ୍ରାହ୍ମଣ ପଡ଼ୋଶୀ ଭାବରେ ରହୁଥିଲେ । କିନ୍ତୁ ଦୁଇଜଣଙ୍କ ଭିତରେ ଆଦୌ ସୁସଂପର୍କ ନଥିଲା । କୌଣସି ନା କୌଣସି କାରଣକୁ ନେଇ ପ୍ରତ୍ୟହ ସେମାନେ ପରସ୍ପର ସହିତ କଳହ କରୁଥିଲେ । 
  2. ଏକଦା ଏହି କଳହ ଏତେ ଭୟଙ୍କର ହେଲା ଯେ ଶ୍ରେଷ୍ଠୀଜଣକ ଉତ୍‌କ୍ଷିପ୍ତ ହୋଇ ବ୍ରାହ୍ମଣଙ୍କୁ ହତ୍ୟା କରିଦେଲେ । 
  3. ବ୍ରାହ୍ମଣଙ୍କୁ ମାରି ସାରିବା ପରେ କିନ୍ତୁ ଶ୍ରେଷ୍ଠୀଙ୍କ ମନରେ ଅନୁତାପ ଜାତ ହେଲା । 
  4. ପ୍ରାୟଶ୍ଚିତ କରିବା ନିମିତ୍ତ ଅନ୍ୟ ବ୍ରାହ୍ମଣମାନଙ୍କୁ ନିମନ୍ତ୍ରଣ କରି ସେ ବ୍ରାହ୍ମଣଙ୍କ କ୍ରିୟାକର୍ମ କରିବାକୁ ନିଷ୍ପତ୍ତି ନେଲେ । 
  5. କିନ୍ତୁ ବ୍ରାହ୍ମଣ-ମୃତ୍ୟୁରେ କ୍ରୋଧିତ ହୋଇ କୌଣସି ବ୍ରାହ୍ମଣ ଶ୍ରେଷ୍ଠୀଙ୍କର ନିମନ୍ତ୍ରଣ ସ୍ୱୀକାର କଲେ ନାହିଁ। 
  6. ଶ୍ରେଷ୍ଠୀ ଏଥିରେ ଆହୁରି ଦୁଃଖିତ ହୋଇ, ପାପର ପ୍ରାୟଶ୍ଚିତ କରିବାପାଇଁ ଚତୁର୍ଦ୍ଦିଗ ଭ୍ରମଣ କଲେ ।
  7. ଏହି ସମୟରେ ସେ ଜଣେ ମୁନିଙ୍କୁ ଭେଟି ତାଙ୍କୁ ନିଜ ପାପକର୍ମ ସଂପର୍କରେ କହି ପ୍ରାୟଶ୍ଚିତ କରିବାର ଉପାୟ ବତାଇବାକୁ ଅନୁରୋଧ କଲେ। ଋଷି ତାଙ୍କୁ ‘କାମିକା ଏକାଦଶୀ’ ବ୍ରତପାଳନ କରିବାକୁ ନିର୍ଦ୍ଦେଶ ଦେଲେ । 
  8. ଶ୍ରେଷ୍ଠୀ ନିଷ୍ଠାର ସହିତ ଏହି ବ୍ରତ ପାଳନ କରିବାରୁ ପାପମୁକ୍ତ ହୋଇ ସ୍ୱର୍ଗଲୋକ ଗମନ କଲେ । 
  9. ତେଣୁ କୁହାଯାଇଛି, ଏହି ବ୍ରତ କଲେ ନରହତ୍ୟା ପରି ଭୟଙ୍କର ପାପରୁ ମଧ୍ୟ ମୁକ୍ତି ମିଳେ । ତା’ ସହିତ ଏତେ ଅଧିକ ପୁଣ୍ୟ ହୁଏ ଯେ ତାର ସଂଖ୍ୟା ଚିତ୍ରଗୁପ୍ତ ମଧ୍ୟ ଗଣିପାରନ୍ତି ନାହିଁ।

ପୂଜା ବିଧି

  1. କାମିକା ଏକାଦଶୀ ବ୍ରତ ରଖୁଥିବା ଲୋକ ଦଶମୀରୁ ଏହାର ପୂଜାର୍ଚ୍ଚନା କରିବା ଆବଶ୍ୟକ । 
  2. କାମିକା ଏକାଦଶୀ ଦିନ ସକାଳୁ ନିତ୍ୟକର୍ମ ସାରି ଭଗବାନ ବିଷ୍ଣୁଙ୍କୁ ପୂଜା ଆରାଧନା କରନ୍ତୁ   । 
  3. ତାଙ୍କୁ ହଳଦିଆ ଫୁଲ, ଧୂପ, ଦୀପ, ପଞ୍ଚାମୃତ ଏବଂ ତୁଳସୀ ଦଳ ଅର୍ପଣ କରିବା ସହ  ଫଳ ଏବଂ ନୈବେଦ ଅର୍ପଣ କରିବା ଆବଶ୍ୟକ । 
  4. ଭଗବାନ ଶ୍ରୀବିଷ୍ଣୁଙ୍କର ତୁଳସୀ ଦଳ ଅତ୍ୟନ୍ତ ପ୍ରିୟ । କିନ୍ତୁ ଏହିଦିନ, ସମଗ୍ର ରାତି ଉଜାଗର ରହି ଶ୍ରୀବିଷ୍ଣୁଙ୍କୁ ଦୀପଦାନ ସହିତ ତୁଳସୀ ମଞ୍ଜରୀ ଅର୍ପଣ କଲେ ଶ୍ରୀହରି ମନୁଷ୍ୟକୁ ସମସ୍ତ ପାପରୁ ମୁକ୍ତ କରିଥାନ୍ତି ।
  5. ଶ୍ରୀମଦଭଗବତ ଗୀତରେ ଭଗବାନ ଶ୍ରୀକୃଷ୍ଣ କାମିକଳ ଏକାଦଶୀ ବିଷୟରେ କହିଛନ୍ତି, ଯେଉଁ ବ୍ୟକ୍ତି ଏହି ଦିନ ନାରାୟଣଙ୍କ ପ୍ରତିମା ସମୁଖରେ ଘିଅ କିମ୍ବା ତେଲରେ ଦୀପ ଲଗାଇବ ତାକୁ ପୂଣ୍ୟ ମିଳିବ ।
  6. କାମିକ ଏକାଦଶୀ ଦିନ ଭଗବାନ ବିଷ୍ଣୁଙ୍କ ସମସ୍ତ ନାମକୁ ଜପ କରିବା ଆବଶ୍ୟକ ।
  7. ଏହି ଦିନ ଶିବଙ୍କୁ ମଧ୍ୟ ଜଳ ଅର୍ପଣ କରନ୍ତୁ    । 
  8. ସନ୍ଧ୍ୟାରେ ପିପଲ ଗଛ ତଳେ ସୋରିଷ ତେଲ ଦୀପ ଜଳାଇବା ମଧ୍ୟ ଉତ୍ତମ ହେବ ।
  9. ଏହି ଦିନ ଯଦି ଆପଣ ସଂପୂର୍ଣ୍ଣ ଜଳୀୟ ଆହାର ଗ୍ରହଣ କରନ୍ତି କିମ୍ବା ଫଳ ଆହାର ନିଅନ୍ତି, ତେବେ ଏହା ସର୍ବୋତ୍ତମ ଫଳାଫଳ ପାଇପାରିବେ । 
  10. ଯଦି ଖାଦ୍ୟ ଗ୍ରହଣ କରିବାକୁ ପଡିବ, ତେବେ କେବଳ ସାତ୍ତ୍ଵିକ  ଆହାର କରନ୍ତୁ  ।
  11. ଏହି ଦିନ ମନକୁ ଈଶ୍ୱରଙ୍କ ସାଥିରେ ମିଳାନ୍ତୁ । 
  12.  ପୁରାଦିନ ଭଗବାନ ବିଷ୍ଣୁଙ୍କ ସ୍ମରଣ କରିବା ଉଚିତ । କାହା ଉପରେ ମଧ୍ୟ ରାଗ, କ୍ରୋଧ ନ କରି ମନରେ ସ୍ଵାତ୍ତ୍ୱିକ ବିଚାର ହିଁ ଆଣିବା ଦରକାର । ଏବଂ ଅସତ୍ୟ କୁହନ୍ତୁ ନାହିଁ ।
  13. ସନ୍ଧ୍ୟା ସମୟରେ ଜ୍ଞାନୀ ପଣ୍ଡିତଙ୍କ ସହିତ କାମିକ ଏକାଦଶୀ ବ୍ରତ କଥା ଶୁଣିବା ଦରକାର ।
  14.  ଏହାସହିତ ବିଷ୍ଣୁଙ୍କ ମନ୍ତ୍ର ‘ଓଁ ନମୋଃ ଭଗବତେ ବାସୁଦେବାୟ’ ଯଥାସମ୍ଭବ ଜପ କରିବା ଆବଶ୍ୟକ ।
  15. ଏହାଛଡା ଏହିଦିନ ବିଷ୍ଣୁସହସ୍ରନାମ ପାଠ କରିବା ମଧ୍ୟ ଦରକାର ।

କାମିକା ଏକାଦଶୀର ବିଶେଷ ପ୍ରୟୋଗ ବା ଗୁରୁତ୍ୱପୂର୍ଣ୍ଣ

  1. କାମିକା ଏକାଦାଶି କଲେ ଉଭୟ ଭଗବାନ ଶିବ ଏବଂ ଶ୍ରୀ ବିଷ୍ଣୁଙ୍କ ଆଶୀର୍ବାଦ ମିଳିଥାଏ । 
  2. ଏହି ଦିନ ମଧ୍ୟରାତ୍ରିରେ ଭଗବଦ୍ ଗୀତା ପାଠ କରନ୍ତୁ କିମ୍ବା ଶିବ ପୁରାଣକୁ ଯଥାସମ୍ଭବ ପାଠ କରନ୍ତୁ   । 
  3. ଏହା ପରେ ତୁମର ସମସ୍ୟାର ସମାଧାନ ପାଇଁ ପ୍ରାର୍ଥନା କରନ୍ତୁ   । ଆପଣଙ୍କର ସବୁ ପ୍ରକାରର ସମସ୍ୟା ନିବାରଣ ହେବ ।
  4.  ଏହି ଦିନ ଆପଣ ସ୍ନାନ ଦାନ ଏବଂ ଧ୍ୟାନର ଅସୀମ ପ୍ରାପ୍ତ ପାଇପାରିବେ ।

Post a Comment

0 Comments