ଗୁରୁପୂର୍ଣ୍ଣିମା, ଜାଣନ୍ତୁ କ’ଣ ରହିଛି ମହତ୍ତ୍ୱ ଏବଂ ରାଶି ଅନୁସାରେ କ'ଣ କରିବେ ଦାନ

ଗୁରୁପୂର୍ଣ୍ଣିମା, ଜାଣନ୍ତୁ କ’ଣ ରହିଛି ମହତ୍ତ୍ୱ ଏବଂ ରାଶି ଅନୁସାରେ କ'ଣ କରିବେ ଦାନ

ହିନ୍ଦୁ ଧର୍ମରେ ଗୁରୁପୂର୍ଣ୍ଣିମାର ଅନେକ ଖାସ୍ ମହତ୍ତ୍ୱ ରହିଛି । ଆମ ସଂସ୍କୃତିରେ ଗୁରୁଙ୍କୁ ଗୋବିନ୍ଦଙ୍କ ଠାରୁ ବି ବଡ଼ ବୋଲି ଧରାଯାଏ । ଗୁରୁ ପୂର୍ଣ୍ଣିମା ପ୍ରତିବର୍ଷ ଆଷାଢ଼ ମାସର ପୂର୍ଣ୍ଣିମା ଦିନ ପାଳନ କରାଯାଏ । ପୌରାଣିକ ଗ୍ରନ୍ଥ ଅନୁଯାୟୀ, ଏହି ଦିନ ମହର୍ଷି ବେଦବ୍ୟାସ ଜନ୍ମ ନେଇଥିଲେ । 

ଗୁରୁଙ୍କର ଯୋଗଦାନ ଆମ ମାନଙ୍କ ଜୀବନରେ ଅନେକ ରହିଛି । କାରଣ ଗୁରୁ ହିଁ ଦୁନିଆ ସହିତ ସାମନା କରିବାର ଶକ୍ତି ତଥା ସତମାର୍ଗ ଦେଖାଇଥାନ୍ତି । ଆଉ ଗୁରୁଙ୍କ ବିନା ଆମ ଜୀବନ ଅର୍ଥହୀନ ହୋଇଯାଏ । ମହର୍ଷି ବେଦବ୍ୟାସଙ୍କୁ ସମଗ୍ର ସୃଷ୍ଟିର ପ୍ରଥମ ଗୁରୁ ବୋଲି ମନାଯାଇଥାଏ ।  ସେ ଚରୋଟି ବେଦ ଏବଂ ପୁରାଣ ସବୁର ରଚନା କରିଥିଲେ । ଏହି କାରଣରୁ ପ୍ରତିବର୍ଷ ଆଷାଢ଼ ମାସ ପୂର୍ଣ୍ଣିମା ତିଥିକୁ ଆଷାଢ଼ ପୂର୍ଣ୍ଣିମା, ବ୍ୟାସ ପୁର୍ଣ୍ଣିମା ଓ ଗୁରୁ ପୂର୍ଣ୍ଣିମା ଭାବରେ ପାଳନ କରାଯାଏ ।

ବେଦ ପରି ବୃହତ୍ ଗ୍ରନ୍ଥକୁ ସେ ଋକବେଦ, ଯଜୁର୍ବେଦ, ସାମବେଦ ଓ ଅଥର୍ବ ବେଦ ଏହିପରି ଚାରୋଟି ଭାଗ (ବ୍ୟାସ) କରିଥିବାରୁ ତାଙ୍କୁ ବେଦବ୍ୟାସ ରୂପେ ନାମିତ କରାଯାଇଛି ।  ବେଦ, ବେଦାନ୍ତ, ଗୀତା ଓ ଉପନିଷଦର ଭାଷ୍ୟକାର ତଥା ମହାକାବ୍ୟ ଯୁଗର ମହାଭାରତ, ଅଷ୍ଟାଦଶ ପୁରାଣ, ଶ୍ରୀମଦ୍ ଭାଗବତ, ବ୍ରହ୍ମସୂତ୍ର, ମୀମାଂସା ପ୍ରଭୃତିର ପ୍ରଣେତା ମହର୍ଷି ବ୍ୟାସଦେବଙ୍କ ଜନ୍ମତିଥି । ସେ ମଧ୍ୟ ବେଦାନ୍ତ ଦର୍ଶନ ଏବଂ ଅଦ୍ୱୈତବାଦର ସଂସ୍ଥାପକ ।  ଏମାନେ ବ୍ରହ୍ମା ବା ବିଷ୍ଣୁଙ୍କର ଅବତାର ବୋଲି ବିଶ୍ୱାସ ରହିଛି ।

"ଗୃଳାରୋଦ୍ଧନ୍ଦରାରସ୍ତୁ ରୁ କାରସ୍ତ ନିବର୍ତ୍ତକଃ।

               ଅନ୍ଧକାର ନିବୃତ୍ୟାତୁ ଗୁରୁତିତ୍ୟରି ଧୀୟତେ"।।

'ଗୁ' କହିଲେ ଅନ୍ଧାର ଏବଂ 'ରୁ' ର ଅର୍ଥ ଅଜ୍ଞାନ । ଅର୍ଥାତ୍ ଗୁରୁ ଅଜ୍ଞାନ ରୂପକ ଅନ୍ଧକାରରୁ ମୁକ୍ତ କରି ଆଲୋକ ପ୍ରଦର୍ଶନ କରନ୍ତି । ଗୁରୁ କଦାପି ଜଣେ ସାଧାରଣ ବ୍ୟକ୍ତି ନୁହଁନ୍ତି । ଗୁରୁ ଅର୍ଥରେ ସେ ମହାମହିମ। ଏଣୁ ଯଥାର୍ଥରେ ଗୁରୁଙ୍କୁ ବ୍ରହ୍ମା, ବିଷ୍ଣୁ ଏବଂ ମହେଶ୍ୱରଙ୍କ ସହିତ ତୁଳନା କରାଯାଇଛି ।

ଗୁରୁ ପୂର୍ଣ୍ଣିମାର ମହତ୍ତ୍ୱ

ଗୁରୁ ପୂର୍ଣ୍ଣିମା ଦିନ ପବିତ୍ର ନଦୀରେ ସ୍ନାନ କରିବାର ବିଶେଷ ମହତ୍ତ୍ୱ ରହିଛି । ଏହିଦିନ ମହାଭାରତ ରଚୟିତା ମହର୍ଷି ବ୍ୟାସଙ୍କ ଜନ୍ମଦିନ ମଧ୍ୟ ପାଳନ କରାଯାଏ । ଏହି ଦିନ ଗୁରୁଙ୍କୁ ପ୍ରଶନ୍ନ କରିବା ପାଇଁ ତାଙ୍କର ପୂଜାର୍ଚ୍ଚନା, ଧ୍ୟାନ ଓ ମନ୍ତ୍ର ଜପ କରାଯାଏ ।

ବିଧି 

  1. ଶାସ୍ତ୍ରରେ ଏକ କଥା ଅଛି ଯେ ‘ଗୁରୁ ବ୍ରହ୍ମା,ଗୁରୁ ବିଷ୍ଣୁ,ଗୁରୁ ଦେବ ମହେଶ୍ୱର ,ଗୁରୁ ସାକ୍ଷାତ ପରମ ବ୍ରହ୍ମ, ତସ୍ମୟେ ଶ୍ରୀ ଗୁରୁବେ ନମଃ । 
  2. ଅର୍ଥାତ ସମାଜରେ ଗୁରୁଙ୍କ ସ୍ଥାନ ସବୁଠାରୁ ଶ୍ରେଷ୍ଠ ଅଟେ । ଗୁରୁଙ୍କୁ ପୂଜା କଲେ ବହୁ ପୁଣ୍ୟ ମିଳିଥାଏ ।
  3. ଗୁରୁପୂର୍ଣ୍ଣିମା ଦିନ ସକାଳୁ ଉଠି ସର୍ବ ପ୍ରଥମେ ସ୍ନାନ କାର୍ଯ୍ୟ ସାରି ସଫା କପଡା ପିନ୍ଧି ଘରର ପୂଜା ସ୍ଥାନରେ ଥିବା ଦେବୀ-ଦେବତାଙ୍କୁ ଯଥା ପୂର୍ବକ ପୂଜା କରନ୍ତୁ  । 
  4. ଏଥିସହ ଏହି ଦିନ ପୂଜା କାର୍ଯ୍ୟ ସାରିବା ପରେ ଗୁରୁଙ୍କ ଘରକୁ ଯାଇ ଗୁରୁଙ୍କୁ ପୂଜା କରିବା ସହ ଆଶୀର୍ବାଦ ନିଅନ୍ତୁ  ।

ଗୁରୁପୁର୍ଣ୍ଣିମାରେ ରାଶି ଅନୁସାରେ କରନ୍ତୁ ଦାନ 

ପୂର୍ଣ୍ଣିମାରେ କରାଯାଇଥିବା ଦାନ ଓ ସ୍ନାନର ବହୁତ ମହତ୍ୱ ରହିଛି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯଦି ଆପଣ ନିଜ ରାଶି ଅନୁସାରେ ଦାନ କଲେ ଆପଣଙ୍କୁ ଅକ୍ଷୟ ପୁଣ୍ୟ ମିଳିବା ସହିତ ଗୁରୁଙ୍କର ଆଶୀର୍ବାଦ ମିଳିବ। ଏହା କରିବା ଦ୍ୱାରା ଆପଣଙ୍କ ମନୋସ୍କାମନା ପୁରଣ ହୋଇଥାଏ ।

  1. ମେଷ:~ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ମେଷ ରାଶିର ଲୋକମାନେ ଗୁରୁ ପୂର୍ଣ୍ଣିମାରେ ଲାଲ ରଙ୍ଗର                    ପୋଷାକ ଦାନ କରନ୍ତୁ  । ଏହା ଦ୍ୱାରା ଆର୍ଥିକ ସମସ୍ୟାରୁ ମୁକ୍ତି ମିଳିଥାଏ ।
  2. ବୃଷ:~ ଏହି ଦିନ ବୃଷ ରାଶିର ବ୍ୟକ୍ତିମାନେ ମିଶ୍ରି ଦାନ କରିବା ଉଚିତ୍ ।
  3. ମିଥୁନ:~ ଗୁରୁ ପୂର୍ଣ୍ଣିମା ଦିନ ମିଥୁନ ରାଶିର ବ୍ୟକ୍ତିମାନେ ଗାଈକୁ ସବୁଜ ଘାସ ଖାଇବାକୁ ଦିଅନ୍ତୁ   । ଏହା  ସହିତ, ମୁଗର ସବୁଜ ଦାନା ଦେବା ମଧ୍ୟ ଶୁଭ ହେବ । ଏହା ଦାମ୍ପତ୍ୟ ଜୀବନରେ ସୁଖ ଆଣିଥାଏ ।
  4. କର୍କଟ:~ କର୍କଟ ରାଶିର ବ୍ୟକ୍ତିମାନେ ଗରିବ ଏବଂ ଅସହାୟ ଲୋକଙ୍କୁ ଚାଉଳ ଦିଅନ୍ତୁ । ଏହା ଦ୍ୱାରା ମାନସିକ ଚିନ୍ତାରୁ ମୁକ୍ତି ମିଳେ ।
  5. ସିଂହ:~ ଏହି ଦିନ ଗହମ ଦାନ କରିବା ଦ୍ୱାରା ସମ୍ମାନ ବୃଦ୍ଧି ହୋଇଥାଏ।
  6. କନ୍ୟା:~ ଗୁରୁପୁର୍ଣ୍ଣିମା ଦିନ କନ୍ୟା ରାଶିର ବ୍ୟ କ୍ତିମାନେ ବ୍ରାହ୍ମଣଙ୍କୁ ଖାଇବାକୁ ଦିଅନ୍ତୁ ଓ ସାମର୍ଥ୍ୟ ଅନୁସାରେ ଦକ୍ଷିଣା ଦିଅନ୍ତୁ ।
  7. ତୁଳା:~ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ତୁଳା ରାଶିର ବ୍ୟକ୍ତିମାନେ ଏହି ଦିନ ଝିଅମାନଙ୍କୁ ଖୀର ଖାଇବାକୁ ଦେବା ଉଚିତ୍ । ଏହାଦ୍ୱାରା ଯଶ ଏବଂ ଐଶ୍ୱର୍ଯ୍ୟ ପ୍ରାପ୍ତି ହୋଇଥାଏ । ଏହି ରାଶିର ଲୋକମାନେ ମନ୍ଦିରରେ ଘିଅର ଏକ ଅଖଣ୍ଡ ଦୀପ ଜଳାନ୍ତୁ   ।
  8. ବିଛା:~ ବିଛା ରାଶିର ବ୍ୟକ୍ତିମାନେ ଏହି ଦିନ ମାଙ୍କଡ଼ମାନଙ୍କୁ ଚଣା ଓ ଗୁଡ଼,ଚିନି ଖାଇବାକୁ ଦିଅନ୍ତୁ । ଏହା ସହିତ ଗରିବ ଛାତ୍ରମାନଙ୍କୁ ବହି ଏବଂ ପାଠପଢ଼ା ସାମଗ୍ରୀ ଦିଅନ୍ତୁ ।
  9. ଧନୁ ରାଶି:~ ଗୁରୁ ପୂର୍ଣ୍ଣିମା ଦିନ ଧନୁ ରାଶିର ବ୍ୟକ୍ତିମାନେ ମନ୍ଦିରରେ ଚଣା ଦାନ କରନ୍ତୁ  । ଏହା ଦ୍ୱାରା ସୁଖ ସମୃଦ୍ଧି ମିଳିଥାଏ ।
  10. ମକର ରାଶି:~ ଏହି ରାଶିର ବ୍ୟକ୍ତିମାନେ ଗୁରୁ ପୂର୍ଣ୍ଣିମାରେ କମ୍ବଳ ବାଣ୍ଟନ୍ତୁ  । ଏହା ଚାକିରି ଓ ବ୍ୟବସାୟରେ ଆସୁଥିବା ସମସ୍ୟାକୁ ଦୂରକରେ ।
  11. କୁମ୍ଭ:~ ବୃଦ୍ଧାଶ୍ରମରେ ବୃଦ୍ଧ ଲୋକଙ୍କୁ ପୋଷାକ ଏବଂ ଖାଦ୍ୟ ଦିଅନ୍ତୁ ଏହା ସହିତ କଳା ମୁଗଡାଲି ଦାନ କରନ୍ତୁ  ।
  12. ମୀନ:~ ମୀନ ରାଶିର ବ୍ୟକ୍ତିମାନେ ଏହି ଦିନ ହଳଦି ଓ ବେସନରେ ତିଆରି ହୋଇଥିବା ମିଠା ଗରିବମାନଙ୍କୁ ଦିଅନ୍ତୁ   ।ଏହାଦ୍ୱାରା ମନୋସ୍କାମନା ପୁରଣ ହୋଇଥାଏ  ।

Post a Comment

0 Comments