ବାର ଅନୁଯାୟୀ ଏହି ଜିନିଷ ଦାନ ଦେଲେ ହୋଇଥାଏ ମଙ୍ଗଳ
ଆମ ଓଡିଶା ସଂସ୍କୃତି ଅନୁସାରେ ଲୋକମାନେ ପର୍ବ ପର୍ବାଣି ରେ ଦାନ କରିବାକୁ ପସନ୍ଦ କରିଥାନ୍ତି , କିନ୍ତୁ କଣ ଆପଣ ଜାଣିଛନ୍ତି କିଛି ବାର ଅନୁଯାୟୀ ଜିନିଷ ଦାନ ଦେଲେ ହୋଇଥାଏ ମଙ୍ଗଳ | ବାସ୍ତୁ ଶାସ୍ତ୍ରରେ ଏପରି କିଛି ଜିନିଷ ରହିଛି ଯେଉଁ ଜିନିଷକୁ ଦାନ କରିବା ଦ୍ୱାରା ରିଷ୍ଟ ଖଣ୍ଡନ ହୋଇଥାଏ ।
ସୋମବାର
- ସୋମବାର ଦିନ ତିଳର ଦାନ କରିଲେ ବ୍ୟକ୍ତିର ଆତ୍ମବିଶ୍ୱାସ ବିଚଳିତ ହେଉଥିଲେ ତାହା ଠିକ ହୋଇଯିବ ।
- ଘରେ କଳହ ଲାଗି ରାହୁଥାଏ ତେବେ ନୀତିଦିନ ଗୁଡ ଦାନ କରିଲେ ଏହାର ଶୁଭଫଳ ମିଳିଥାଏ ।
- ସୋମବାର ଦିନ କ୍ଷୀର, ଚାଉଳ ବା ଚିନି ଦାନ କରାଯାଏ ତେବେ ଘରକୁ ସୁଖଶାନ୍ତିର ଆଗମନ ହୋଇଥାଏ ।
ମଙ୍ଗଳବାର
- ମଙ୍ଗଳବାର ଦିନ ନାଲି ଫଳ ବା ନାଲି ବସ୍ତ୍ର ଦାନ କରିଲେ ରୋଗ, ବୈରାଗ,ଶତ୍ରୁ ମାନଙ୍କ ଠାରୁ ମୁକ୍ତି ମିଳିଥାଏ ।
- ମଙ୍ଗଳବାର ଦିନ ଲାଲ ମସୁର ଡାଲି ଏବଂ ଗୁଡ଼ର ଦାନ କରିବା ଉଚିତ। ଏହା ଦ୍ଵାରା ଘରୁ ଦୁଃଖ ଦାରିଦ୍ର୍ୟ ଏବଂ କ୍ଳେଶ ଦୂରେଇ ଯାଇଥାଏ ।
- ମଙ୍ଗଳବାର ଦିନ ମାଙ୍କଡକୁ ଚଣା ଖୁଆଇଲେ କିମ୍ବା ଦାନ କରିଲେ ଭଲ ମାନାଯାଏ । ମଙ୍ଗଳ ଶୁଭ ପରିଣାମ ଦେଇଥାନ୍ତି ।
ବୁଧବାର
ବୁଧବାର ଦିନ ସବୁଜ ରଙ୍ଗର ମୁଗ ଡାଲିର ଦାନ କରିଲେ କ୍ୟାରିୟରରେ ଉନ୍ନତି ହୋଇଥାଏ ।
ଗୁରୁବାର
- ଗୁରୁବାର ଦିନ ହଳଦିଆ ରଙ୍ଗର ଵସ୍ତୁ ଦାନ କରିଲେ ଭଗବାନ ବିଷ୍ଣୁ ଏବଂ ମା ଲକ୍ଷ୍ମୀଙ୍କର କୃପା ପ୍ରାପ୍ତ ହୋଇଥାଏ।
- ଯଦି ଆପଣ ଗୁରୁଗ୍ରହଙ୍କୁ ପ୍ରସନ୍ନ କରିବାକୁ ଚାହୁଁଛନ୍ତି ତେବେ ଆପଣ ପ୍ରତ୍ୟେକ ଗୁରୁବାର ଦିନ ଛୋଟପିଲା ମାନଙ୍କୁ ଛୋଟ କନ୍ୟାକୁ ହଳଦିଆ ଜିନିଷର ଦାନ କରନ୍ତୁ ।
- ଏହି ଦିନ କଦଳୀ, ଚଣା ଡାଲି କିମ୍ବା ହଳଦୀ ଆଦି ଦାନ କରନ୍ତୁ |
ଶୁକ୍ରବାର
- ଶୁକ୍ରବାର ଦିନ ଅଭାବୀ ଲୋକଙ୍କୁ ଧଳା ଜିନିଷର ଦାନ କରିବା ଭଲ ମାନାଯାଏ । ଏହା ଦ୍ୱାରା ଜୀବନରେ ଧନର ଅଭାବ ହୋଇନଥାଏ।
- ଶୁକ୍ରବାର ଦିନ ମା ଲକ୍ଷ୍ମୀଙ୍କ ପାଖରେ ଭୋଗ ଲଗା ଯାଇଥିବା ଫଳ ଆଦିକୁ ଗରିବ ଲୋକଙ୍କ ମଧ୍ୟରେ ବାଣ୍ଟି ଦେଲେ ଧନ ସମ୍ପତି ପ୍ରାପ୍ତ ହୋଇଥାଏ ।
ଶନିବାର
- ଶନିବାର ଦିନ ଘରେ ଖେଚେଡୀ କରି ବା ଚଣା ଦାନ କରିଲେ ଯେଉଁ କାମରେ ବାଧା ସୃଷ୍ଟି ହେଉଥିବା ତାହା ଦୂର ହେବ ।
- ଗୋଟିଏ ପାତ୍ରରେ ଦେଶୀ ଘିଅ ରଖି ଅନ୍ୟ କୌଣସି ବ୍ୟକ୍ତିକୁ ଦାନ କରିଲେ ଘରେ ଶାନ୍ତି ପ୍ରତିଷ୍ଠା ହୋଇଥାଏ ।
- ଶନିବାର ଦିନ କଳା ତିଳ ଏବଂ ସୋରିଷ ତେଲ ଭଗବାନ ଶନିଙ୍କୁ ଅର୍ପଣ କରନ୍ତୁ । ଶନିଦେବଙ୍କୁ ଅର୍ପଣ କରିଲେ ଶନିଦେବଙ୍କ ପୀଡ଼ାରୁ ମୁକ୍ତି ମିଳିଥାଏ ।
- ଏହି ଦିନ ଗରିବଙ୍କ ଚାଉଳ ଦାନ କରିବାକୁ ସର୍ବଶ୍ରେଷ୍ଠ ମାନାଯାଏ ।
- ଶନିବାର ଦିନ ସୋରିଷ ତେଲ ଭଗବାନ ଶନିଙ୍କୁ ଅର୍ପଣ କରନ୍ତୁ ।
ଶନିବାରେ ଦାନ ଦେବା ଅଶୁଭ
- କୌଣସି ବ୍ୟକ୍ତି ଉପରେ ଶନିଦଶା ପଡ଼ିଥିଲେ, ତାଙ୍କୁ ତେଲ ଦାନ କରିବାକୁ କୁହାଯାଏ । କିନ୍ତୁ ତେଲ ଖରାପ ହୋଇଥିଲେ, ବା ବ୍ୟବହାର କରା ଯାଇଥିବା ତେଲ ତାହାକୁ ଦାନ ଦେବା ଅଶୁଭ ହୋଇଥାଏ ।
- ଶନିବାର ଦିନ ଝାଡୁକୁ ଦାନ କରିବା ଦ୍ଵାରା ଦେବୀ ଲକ୍ଷ୍ମୀ ମଧ୍ୟ ଗୃହ ତ୍ୟାଗ କରିଥାନ୍ତି। ଏହାଦ୍ୱାରା ସର୍ବଦା ଆର୍ଥିକ ଅଭାବ ଦେଖାଦେଇଥାଏ । ଏଣୁ ଶନିବାର ଦିନ ଝାଡୁ କାହାକୁ ଦାନ ଦିଅନ୍ତୁ ନାହିଁ।
- ଯଦି ଆପଣ ପରିବାରର ମଙ୍ଗଳ ଚାହୁଁଛନ୍ତି, ତାହେଲେ ଶନିବାର ଦିନ ଧାରୁଆ ଜିନିଷ ଭୁଲରେ ମଧ୍ୟ ଦାନ ଦିଅନ୍ତୁ ନାହିଁ। ଏହାଦ୍ଵାରା ଘରେ ଅଶାନ୍ତି ଦେଖା ଦେଇଥାଏ ।
- ଶନିବାର ଦିନ ପ୍ଲାଷ୍ଟିକ ବାସନ ତଥା ଷ୍ଟିଲ ବାସନ କାହାକୁ ଦାନ ଦିଅନ୍ତୁ ନାହିଁ।ଏହା ଦ୍ଵାରା ଘରର ସୁଖଶାନ୍ତି ନଷ୍ଟ ହୋଇଥାଏ। ଏହାସହିତ ଆର୍ଥିକ ଅଭାବ ଦେଖା ଦେଇଥାଏ ।
- କେବେ ବି ପ୍ଲାଷ୍ଟିକ ଜିନିଷର ଦାନ କରିବା ଅନୁଚିତ କାରଣ ଏହା ଦ୍ଵାରା ଘରେ ଓ ବ୍ୟବସାୟରେ ଅବନତି ହୋଇଥାଏ ।
- ଶନିବାର ଦିନ ବାସି ଭୋଜନ ବା ଅଇଁଠା ଖାଦ୍ୟର ସେବନ କରିବା ଉଚିତ ନୁହେଁ । ଖାଦ୍ୟକୁ ଦାନ କରିବା ସବୁଠାରୁ ବଡ଼ ପୁଣ୍ୟ ଅଟେ ।କିନ୍ତୁ ବାସି ଖାଦ୍ୟ ବା ଅଇଁଠା ଖାଦ୍ୟ ଦାନ କରିବା ଘୋର ପାପ ଅଟେ ।ଏହାସହିତ ଘର ଲୋକଙ୍କ ଶରୀର ସର୍ବଦା ଅସୁସ୍ଥ ହୋଇଥାଏ। ଘରେ ଅଶାନ୍ତି ପରିବେଶ ସୃଷ୍ଟି ହୁଏ ।
ରବିବାର
ସୂର୍ଯ୍ୟ ଗ୍ରହଙ୍କୁ ମଜବୁତ କରିବା ପାଇଁ ରବିବାର ଦିନ କୌଣସି ଗରିବଙ୍କୁ ଗୁଡ଼ର ଦାନ କରିବା ଉତ୍ତମ ମାନାଯାଏ ।

.jpg)
0 Comments
Do you have any doubts or suggestions? Ask them here in the comments!