ଏହି ମନ୍ଦିରକୁ କୁହାଯାଏ ନର୍କର ଦ୍ଵାର
ବିଶ୍ୱରେ ଅନେକ ରହସ୍ୟମୟ ସ୍ଥାନ ଗୁଡ଼ିକ ରହିଛି । ସେଗୁଡିକ ବିଷୟରେ ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ସମସ୍ତେ ନିଜ ମନର ଶାନ୍ତି ପାଇଁ ଏବଂ ନିଜର ମନସ୍କାମନା ପୂରଣ କରିବା ପାଇଁ ମନ୍ଦିର ଯାଇଥାନ୍ତି । କିନ୍ତୁ କଣ ଆପଣ କେବେ ମନ୍ଦିର ଯାଇ କାହାର ମୃତ୍ୟୁ ହୋଇଥିବାର ଶୁଣିଛନ୍ତି କି ? କିନ୍ତୁ ଏହା ସତ୍ୟ ଅଟେ ।
ବିଶ୍ୱରେ ଏପରି ଏକ ମନ୍ଦିର ରହିଛି, ଯେଉଁ ସ୍ଥାନକୁ ଯିବା ଦ୍ୱାରା ନିଶ୍ଚିତ ଭାବରେ ମୃତ୍ୟୁ ହୋଇଥାଏ । ଏହି ମନ୍ଦିର ତୁର୍କୀର ଏକ ପ୍ରାଚୀନ ସହର ହିରାପୋଲିସରେ ରହିଛି । ଯଦି କୌଣସି ବ୍ୟକ୍ତି ଏହି ମନ୍ଦିର ଭିତରକୁ ଯାଇଥାନ୍ତି, ତାହେଲେ ସେ କେବେବି ଜୀବିତ ଫେରି ନଥାନ୍ତି । ସେଥିପାଇଁ ସେହି ମନ୍ଦିରକୁ “ଗେଟୱେ ଟୁ ହେଲ୍” ବା ନର୍କର ଦ୍ଵାର ବୋଲି କୁହାଯାଇଥାଏ ।
ତେଣୁ ଏହି ମନ୍ଦିରକୁ ଲୋକମାନେ ଯିବାକୁ ସାହାସ କରନ୍ତି ନାହିଁ। ତେବେ ଏହି ମନ୍ଦିରରେ ଏପରି କଣ ରହିଛି, ଯାହାଦ୍ଵାରା ଲୋକେ ଏହା ଭିତରକୁ ଯିବା ଦ୍ଵାରା ଜୀବିତ ଫେରୁ ନାହାଁନ୍ତି । ଆସନ୍ତୁ ଏହି ରହସ୍ୟମୟ ମନ୍ଦିର ବିଷୟରେ ଜାଣିବା ।
ପୌରାଣିକ ମତ
- ରିପୋର୍ଟ ଅନୁସାରେ, ଗତ କିଛି ବର୍ଷ ମଧ୍ୟରେ ଏହି ମନ୍ଦିର ଭିତରକୁ ଯାଉଥିବା ସମସ୍ତ ଲୋକଙ୍କର ରହସ୍ୟମୟ ଭାବରେ ମୃତ୍ୟୁ ଘଟିଥିଲା । ତେଣୁ ଏହି ସ୍ଥାନକୁ “ନର୍କର ଦ୍ଵାର” ବୋଲି କୁହାଗଲା ।
- ସ୍ଥାନୀୟ ଲୋକମାନଙ୍କ ମତରେ ଗ୍ରୀକୋ-ରୋମାନ୍ ସମୟରେ ମନ୍ଦିର ପରିଦର୍ଶନ କରୁଥିବା ଲୋକ ମାନଙ୍କର ମୁଣ୍ଡ କାଟି ଦିଆଯାଇଥିଲା । ଏହି ଘଟଣାର ରହସ୍ୟ ଜଣା ପଡିଲା ନାହିଁ। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଗ୍ରୀକ୍ ଇଶ୍ୱରଙ୍କ ଅଭିଶାପ ପଡ଼ିଥିବାରୁ ଏଭଳି ରହସ୍ୟମୟ ଘଟଣା ଘଟୁଛି ।
ବୈଜ୍ଞାନିକ ମତ
- କିନ୍ତୁ ବର୍ତ୍ତମାନ ବୈଜ୍ଞାନିକ ମାନଙ୍କର ଗବେଷଣା ଅନୁସାରେ ସେହି ମନ୍ଦିରରୁ କାର୍ବନ ଡାଇଅକ୍ସାଇଡ୍ ଭଳି ବିଷାକ୍ତ ଗ୍ୟାସ୍ ବାହାରିଥାଏ ବୋଲି ଜଣା ପଡିଛି ।
- ଯାହାଦ୍ଵାରା ମଣିଷ,ପଶୁ ଏବଂ ପକ୍ଷୀମାନେ ମନ୍ଦିର ଭିତରକୁ ପ୍ରବେଶ କରିବା ପରେ, ସେମାନଙ୍କର ମୃତ୍ୟୁ ହୋଇ ଯାଇଥାଏ ।
- ମନ୍ଦିର ତଳେ ଥିବା ଗୁମ୍ଫାରେ ପ୍ରଚୁର ପରିମାଣରେ କାର୍ବନ ଡାଇଅକ୍ସାଇଡ୍ ଗ୍ୟାସ ଭରି ରହିଛି ।
- ବିଷାକ୍ତ ଗ୍ୟାସ କାର୍ବନ ଡାଇଅକ୍ସାଇଡର ୧୦ ପ୍ରତିଶତ ଏକ୍ସପୋଜରରୁ ଜଣେ ବ୍ୟକ୍ତି ୩୦ ମିନିଟ ମଧ୍ୟରେ ମରିପାରେ ।
- ପୁଣି ଏହି ମନ୍ଦିରର ଗୁମ୍ଫା ଭିତରେ କାର୍ବନ ଡାଇଅକ୍ସାଇଡର ପରିମାଣ ୯୧ ପ୍ରତିଶତ ରହିଛି ।
- ତେଣୁ ଏଠାକୁ ଆସୁଥିବା ପ୍ରତ୍ୟେକ ଜୀବଜନ୍ତୁ ମରି ଯାଇଥାନ୍ତି ଏବଂ ଏହି ସ୍ଥାନକୁ “ନର୍କର ଦ୍ୱାର” ବୋଲି କୁହାଯାଏ |


0 Comments
Do you have any doubts or suggestions? Ask them here in the comments!