ଏହି ମନ୍ଦିରକୁ ଭୁତ ମାନେ ତିଆରି କରିଥିଲେ

ଏହି ମନ୍ଦିରକୁ ଭୁତ ମାନେ ତିଆରି କରିଥିଲେ

ବହୁ ବର୍ଷ ତଳେ ବୈଜ୍ଞାନିକଙ୍କୁ ଆଶ୍ଚର୍ଯ୍ୟ ଜନକ ଏକ ମନ୍ଦିର କଥା ଜଣା ପଡିଥିଲା । ସେତେବେଳେ ଇଣ୍ଟରନେଟର ଚାହିଦା ନଥିବାରୁ ଲୋକ ସେହି ମନ୍ଦିର ବିଷୟରେ ଜାଣିନଥିଲେ ବା ଏହି ମନ୍ଦିର ବିଷୟରେ କିଛି ବି କଥା ଇଣ୍ଟରନେଟରେ ନଥିଲା । ଏହି ମନ୍ଦିର ବିଷୟରେ କେହି କିଛି ଜାଣିଥିଲେ ତେବେ ସେମାନେ ହେଉଛନ୍ତି ସେହି ମନ୍ଦିର ପାଖର ବାସିନ୍ଦା ମାନେ । 

ମନ୍ଦିରର ନାମ ହେଉଛି କକନ ମଠ ମନ୍ଦିର

  1. ଭାରତର ମଧ୍ୟପ୍ରଦେଶର ମୁରେନାର ସିମୁନିଆ ଠାରେ ୧ ହଜାର ବର୍ଷର ପୁରୁଣା ଏକ ବହୁତ ଅଦ୍ଭୁତ ରହସ୍ୟ ପୂର୍ଣ୍ଣ ମନ୍ଦିର ଅବସ୍ଥିତ ଅଟେ । ଏହି ମନ୍ଦିର ପରି ଦୁନିଆରେ ଆଉ କେଉଁ ମନ୍ଦିର ନାହିଁ। ଏହି ମନ୍ଦିରର ନାମ ହେଉଛି କକନ ମଠ ମନ୍ଦିର ଯାହାକି ଏକ ଶୈବ ମନ୍ଦିର ଅଟେ ।
  2. ଏହି ମନ୍ଦିରଟି ପ୍ରାଚୀନ କଳା ଏବଂ ସ୍ଥାପତ୍ୟର ବହୁତ ଅଦ୍ଭୁତ ଉଦାହରଣ ଅଟେ । ଏହି ମନ୍ଦିରର ଦୃଶ୍ୟ ଅଧା ଗଢା ପରି ଲାଗେ ଯେପରି କାରିଗର ଏହାକୁ ଅଧା ଗଢି ଛାଡ଼ିଯାଇଛନ୍ତି । 
  3. କୁହାଯାଏ କି ବଡ଼ ବଡ଼ ପଥର ଖଣ୍ଡରେ ନିର୍ମିତ ଏହି ମନ୍ଦିରରେ କୌଣସି ବି ପ୍ରକାରରେ ଚୂନ ସିମେଣ୍ଟ କିମ୍ବା ମାଟିର ଲେପ ଦିଆଯାଇନାହିଁ। ସମସ୍ତ ପଥର ଗୋଟିଏ ଉପରେ ଗୋଟିଏ ସଜେଇକି ରଖା ଯାଇଛି । ଦେଖିଲେ ଲାଗିବ କି ସାମାନ୍ୟ ପବନରେ ଯେପରି ମନ୍ଦିରଟି ଭୁଶୁଡି ପଡିବ ।
  4. କିନ୍ତୁ ଏହି ମନ୍ଦିରଟି ଅନେକ ବର୍ଷରୁ ହିଁ ସେମିତି ଠିଆ ହୋଇଛି । ବଡ଼ ବଡ଼ ମହା ବାତ୍ୟା ଆସିଛି ଝଡ଼ ଆସିଛି କିନ୍ତୁ ଏହି ମନ୍ଦିରକୁ ଦହଲାଇ ପାରିନାହିଁ। 

କିମ୍ବଦନ୍ତୀ କହେ

  1. କୁହାଯାଏ କି ମୋଗଲ ବାଦସାହା ଏହି ମନ୍ଦିରକୁ ଭାଙ୍ଗିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ । ଖାଲି ମନ୍ଦିରର କିଛି ମୂର୍ତ୍ତି ଭାଙ୍ଗି ଦେଇଥିଲେ ହେଲେ ମନ୍ଦିରର କିଛି କ୍ଷତି ଘଟିନଥିଲା । 
  2. ଏହି ମନ୍ଦିରର ଖାସ କଥା ଏହାକି ଏହି ମନ୍ଦିରରେ ଯେତେବି ପଥର ସବୁ ଲାଗିଛି ଏହି ସିମୋନିଆ ଜାଗାରେ କେଉଁଠି ବି ଏମିତି ପଥର ନାହିଁ। କିନ୍ତୁ ଏହା କେମିତି ସମ୍ଭବ ଅଟେ । 
  3. ଏହା କୁହାଯାଏ କି ଏହି ମନ୍ଦିରକୁ କୌଣସି ମଣିଷ ମାନେ ନୁହଁନ୍ତି ବରଂ ଏହି ମନ୍ଦିରକୁ ଗୋଟିଏ ରାତିରେ ଭୁତ ମାନେ ନିର୍ମାଣ କରିଥିଲେ । ଲୋକମାନେ ଏହା ମଧ୍ୟ କୁହନ୍ତି କି ସନ୍ଧ୍ୟା ସମୟରେ ଏହି ଠାରେ ଖାଲି ପଡିଆ ଥିଲା ପର ଦିନ ସକାଳ ହେବା ମାତ୍ରେ ଏହି ମନ୍ଦିର ଦେଖାଯାଇଥିଲା । 
  4. ଏହାର ନିର୍ମାଣ କିଏ କରିଛି ଏହାର ଉଲ୍ଲେଖ ନାହିଁ। ଗାଁ ଲୋକଙ୍କ କଥା ଅନୁସାରେ ଭୁତ ପ୍ରେତ ମାନେ ଭଗବାନ ଶିବଙ୍କର ଭକ୍ତ ଅଟନ୍ତି ଏବଂ ଏଠାରେ ଆଖପାଖରେ କେଉଁଠି ବି ଶିବ ମନ୍ଦିରଟିଏ ନଥିଲା ଏଥିପାଇଁ ଭୁତ ମାନେ ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ଗୋଟିଏ ରାତିରେ ହିଁ ଏହି ମନ୍ଦିରର ନର୍ମାଣ କରିଛନ୍ତି । 
  5. ଏହି ମନ୍ଦିରକୁ ଦେଖିଲେ ଏହା ଅନୁଭବ ହୁଏ କି ଏହି ମନ୍ଦିରର ନିର୍ମାଣ ହଠାତ ଅଧାରୁ ଛାଡି ଦେଇଥିଲେ । ସ୍ଥାନୀୟ ଲୋକମାନେ କୁହନ୍ତି କି ମନ୍ଦିର ନିର୍ମାଣ ସମୟରେ ସକାଳ ହୋଇଯିବାରୁ କେହି ଜଣେ ନିଦରୁ ଉଠି ତେଲ ଘଣା ଚଲାଇଥିଲା ସେଥିପାଇଁ କାଠର ଏକ କିଳାଟିଏ ଜୋରରେ ପିଟି ଦେଇଥିଲା ଏହାର ଶବ୍ଦ ଶୁଣି ଭୁତ ପ୍ରେତ ମାନେ ମନ୍ଦିରର ନିର୍ମାଣ ରାତି ଅଧରୁ ହିଁ ବନ୍ଦ କରି ଦେଇଥିଲେ ଏବଂ ଅଧାରୁ ଛାଡି ଭୁତ ପ୍ରେତ ମାନେ ଚାଲି ଯାଇଥିଲେ । 
  6. ଆଉ ଏକ କିମ୍ବଦନ୍ତୀ ଅଛି କି ମଧ୍ୟ ଶତାବ୍ଦୀ ସମୟରେ କଛୁଆ ରାଜ ବଂଶୀ ରାଜା କୀର୍ତ୍ତିରାଜଙ୍କର ମହାରାଣୀ କଗ୍ନାବତୀଙ୍କର ଉଦ୍ଧେଶ୍ୟରେ ଏହି ଶିବ ମନ୍ଦିର ନିର୍ମିତ ହୋଇଥିଲା ।

ଏଠାକୁ କାହିଁକି ରାତିରେ ସମସ୍ତଙ୍କୁ ଆସିବାକୁ ମନା

  1. ଏହି ମନ୍ଦିରକୁ ଜଗୁଥିବା ଗାର୍ଡ ସନ୍ଧ୍ୟା ହେବା ମାତ୍ରେ ଘରକୁ ଚାଲିଯାଆନ୍ତି । ମନ୍ଦିରର ନିର୍ମାଣକୁ ନେଇ ଅବିଶ୍ୱାସ କରାଯାଇ ନପାରେ । 
  2. କୁହାଯାଏ କି ଏହି ମନ୍ଦିରରୁ ଗୋଟିଏ ପଥର ଉଠାଇ ଫିଙ୍ଗି ଦେଲେ ମଧ୍ୟ ତାପର ଦିନକୁ ସେହି ପଥର ସେପରି ରହିଥାଏ ଯେପରି ପୂର୍ବ ଅବସ୍ଥାରେ ଥିଲା । 
  3. ସେଥିପାଇଁ ଏହି ମନ୍ଦିରକୁ ସ୍ଥାନୀୟ ପ୍ରଶାସନ ରାତିରେ ଯିବା ପାଇଁ ବାରଣ କରନ୍ତି ।

ବୈଜ୍ଞାନିକମାନେ କାହିଁକି ମନ୍ଦିର ପାଖକୁ ଦ୍ୱିତୀୟ ଥର ଯାଇନଥିଲେ

  1. ଯେତେବେଳେ ପ୍ରତ୍ନତତ୍ତ୍ୱ ବିଭାଗ ଏହି ମନ୍ଦିରକୁ ଦେଖିଥିଲେ ସେତେବେଳେ ଏହାକୁ ଦେଖି ବହୁତ ଚକିତ ହୋଇଯାଇଥିଲେ କାହିଁକିନା ଏହିପରି ମନ୍ଦିର ସେମାନେ ଅନ୍ୟ କେଉଁଠି ବି ଦେଖିନଥିଲେ । 
  2. ସେମାନେ ଦେଖିଥଲେ ଏହି ମନ୍ଦିରରେ କୌଣସି ବି ଚୂନ ସିମେଣ୍ଟ କିମ୍ବା ମାଟିର ବ୍ୟବହାର ହୋଇନଥିଲା ।  ସମସ୍ତ ପଥର ଗୋଟିଏ ଉପରେ ଗୋଟିଏ ସଜେଇ ହୋଇ ରଖାଯାଇଅଛି । ସେମାନେ ଭାବିଲେ କି ଏହି ମନ୍ଦିର ଦେହରେ ହାତ ଦେଲେ ଭୁଷୁଡି ଯିବାର ଭୟ ଅଛି ବୋଲି ଭାବି ଏହାର ସଂରକ୍ଷଣ ଉପରେ ଗୁରୁତ୍ୱ  ଦେଲେ ନାହିଁ। 
  3. କିନ୍ତୁ କିପରି ଏହିପରି ହୋଇଛି ସେମାନେ ଏଠାକାର ଲୋକଙ୍କୁ ପଚାରିଥିଲେ ସେତେବେଳେ ଏଠାକାର ଲୋକମାନେ କହିଥିଲେ କି ଏହି ମନ୍ଦିରକୁ ଭୁତ ମାନେ ହିଁ ନିର୍ମାଣ କରିଛନ୍ତି କିନ୍ତୁ ଏହି କଥାକୁ ବୈଜ୍ଞାନିକ ମାନେ ବିଶ୍ୱାସ କରନ୍ତି ନାହିଁ। କିନ୍ତୁ ବିନା ସିମେଣ୍ଟ ଚୁନ ମାଟିର ମନ୍ଦିର ସେମିତି ହିଁ ରହିଛି ଏହାକୁ ଅଣଦେଖା କରିହେବ ନାହିଁ। 
  4. ଏହି ମନ୍ଦିରର ପ୍ରକୃତ ସତ କଥା କଣ ଏହି ମନ୍ଦିରର ନିର୍ମାଣକାରୀଙ୍କ ସହିତ ହଜି ଯାଇଅଛି ଯାହା ହଜିଯାଇଛି ତାହା ହେଉଛି କକନ ମଠ ମନ୍ଦିର । ଯିଏକି ପ୍ରାକୃତିକ ଦୁର୍ବିପାକକୁ ସହି ଠିଆ ହୋଇ ରହିଅଛି ।

Post a Comment

0 Comments