ଶ୍ରୀମନ୍ଦିର ମହାପ୍ରସାଦ ବା ଅବଢ଼ା / ଛପନ ନୁହେଁ; ତା'ଠୁ ବେଶି

ଶ୍ରୀମନ୍ଦିର ମହାପ୍ରସାଦ ବା ଅବଢ଼ା / ଛପନ ନୁହେଁ; ତା'ଠୁ ବେଶି

ବାସ୍ତବରେ ଭୋଗ ସାମଗ୍ରୀର ପରିମାଣ ଛପନ ନୁହେଁ ତା'ଠାରୁ ଅନେକ ବେଶି ମାଦଳାପାଞ୍ଜି ଅନୁସାରେ ୧୯୧୦ ମସିହା ବେଳକୁ ଏହା ମୋଟ ୪୩୫ ପ୍ରକାର ଥିଲା । ପରେ ତାହା କମି କମି ଆସି ବର୍ତ୍ତମାନ ପ୍ରାୟ ୧୫୦ରେ ପହଞ୍ଚିଛି । ମୋଟା, ସରୁ, ପତଳା, ସାନ, ବଡ଼ ଇତ୍ୟାଦି ଆକାର ପ୍ରକାର ଭୋଗକୁ ବାଦ୍‌ ଦେଲେ ବାସ୍ତବରେ ଭୋଗଦ୍ରବ୍ୟର ସଂଖ୍ୟା ୫୬ ହିଁ ରହିଛି । ସେଥିପାଇଁ ତ ଭାବ ବିନୋଦିଆଙ୍କୁ 'ଛପନ ପଉଟି ଭୋଗଖିଆ' ଠାକୁର ବୋଲି କୁହାଯାଏ । ଏହି ଛପନ ଭୋଗ ଶ୍ରୀଜଗନ୍ନାଥଙ୍କ ମାନବୀୟ ଜୀବନଧାରାର ପରିଚାୟକ କହିଲେ ଅତ୍ୟୁକ୍ତି ହେବନାହିଁ । ଷାଠିଏ ପଉଟି ହେଉଛି କୋଡିଏ ଗଉଣି । ୨୦ଗଉଣିରେ ଗୋଟିଏ ପଟ ।

ଶ୍ରୀମନ୍ଦିର  ଭୋଗ: ମହାପ୍ରସାଦ ବା ଅବଢ଼ା

ଶ୍ରୀମନ୍ଦିରରେ ବିରାଜିତ ଶ୍ରୀବିଗ୍ରହମାନଙ୍କ ଉଦ୍ଦେଶ୍ୟରେ ନାନାଦି ନୈବେଦ୍ୟ ଭୋଗ ଲାଗି କରାଯାଇଥାଏ । ସେଥି ମଧ୍ୟରୁ ଦୁଇଟି ପ୍ରମୁଖ ନୈବେଦ୍ୟ ହେଉଛି ବଲ୍ଲଭ ଭୋଗ ଓ ସକାଳ ଧୂପ ।

ବଲ୍ଲଭ ଭୋଗ : ଏଇ ଭୋଗରେ ପାଗ ଖଇ, ପାଚିଲା କଦଳୀ, ଦହି, ସର, ଖୁଆ, ମଣ୍ଡା, ସେଓ, ଚାଉଳିଆ, ନଡ଼ିଆ ପାତି, କମଳା, ସେପାଟା, କାକୁଡ଼ି ଆଦି ନୈବେଦ୍ୟ ହୋଇଥାଏ ।

ସକାଳ ଧୂପ : ସକାଳ ଧୂପରେ ସାଦା ଅନ୍ନ, ମୁଗ ଖେଚୁଡ଼ି, ଘିଅ ଅନ୍ନ, ଡାଲି, ଡାଲମା, ଶାଗ, ବେସର, ଭଜା, ମହୁର, ଖଟା, ବିଭିନ୍ନ ବିରି ଓ ଅଟା ଜାତୀୟ ପିଠା ଇତ୍ୟାଦି ଲାଗିଥାଏ । 

  1. ସ୍ଥଳ ବିଶେଷରେ ମାଟି କୁଡୁଆ, ପିତଳ ହାଣ୍ଡିରେ ରନ୍ଧନ କରାଯାଇ ଭୋଗ ବଢାଯାଏ । ପଞ୍ଚୋପଚାର/ଷୋଡ଼ଶପଚାର ମନ୍ତ୍ରରେ ପୂଜା କରାଯାଏ । 
  2. ଏହି ପୂଜା ଅଷ୍ଟାଦଶାକ୍ଷର ଗୋପାଳ ମନ୍ତ୍ର / ଏକାକ୍ଷରୀ ଭୁବନେଶ୍ଵରୀ ମନ୍ତ୍ର ଏବଂ “ଓଁ ନମୋ ଭଗବତେ ବାସୁଦେବାୟ” (ଦ୍ଵାଦଶାକ୍ଷର) ମନ୍ତ୍ରରେ ପୂଜା କରାଯାଏ ।

୫୬ ଭୋଗର ତାଲିକା

ଶ୍ରୀଜଗନ୍ନାଥଙ୍କୁ ଅର୍ପଣ କରାଯାଉଥିବା ୫୬ ପ୍ରକାର ଭୋଗ ହେଉଛି

୧-ଅଟକାଳି                   ୧୧-ଖଜା            ୨୧-ଚିତଉ             ୩୧-ପଣାସୁଆ                ୪୧-ଫେଣି        ୫୦-ରସାବଳି

୨-ଅମାଲୁ ( ମାଲପୁଆ)   ୧୨-ଖିରି             ୨୨-ଛୁଞ୍ଚିପତ୍ର           ୩୨-ପଣା                      ୪୨-ବଡ଼ା          ୫୧-ଲଡ଼ୁ 

୩-ଆରିସା                     ୧୩-ଖିରିସା         ୨୩-ଜଗନ୍ନାଥବଲ୍ଲଭ  ୩୩-ଛେନାତାଡ଼ିଆ       ୪୩-ବଳିବାମନ ୫୨-ଲକ୍ଷ୍ମୀ ବିଳାସ

୪-ଏଣ୍ଡୁ  ରି                    ୧୪-ଖୁରୁମା         ୨୪-ଜେନାମଣି         ୩୪-ଅଦାପାଚେଡି          ୪୪- ଭଜା    ୫୩-ରାଧାବଲ୍ଲଭ

୫-କଦମ୍ବ                      ୧୫-ଖେଚୁଡ଼ି        ୨୫-ଝିଲ୍ଲି                  ୩୫-ସରପାପୁଡ଼ି            ୪୫- ଖୁଆମଣ୍ଡା ୫୪-ଲହୁଣିଆ

୬-କାକରା                    ୧୬-ଗଇଁଠା         ୨୬-ଡାକୁଆ              ୩୬-ପାଳୁଅଖିରି           ୪୬-ମନୋହର ୫୫- ସରସ୍ୱତୀୟା

୭-କାନ୍ତି                        ୧୭-ଗଜା            ୨୭-ଡାଳିମ୍ବ               ୩୭-ପଖାଳ                ୪୭-ମହାଦେଇ ୫୬-ହଂସବଲ୍ଲଭ

୮-କୋରା                    ୧୮-ଗୋଟାଳି       ୨୮-ତ୍ରିପୁରି                ୩୮-ପିଠା (ପୋଡ଼ା, ସାତପୁରି, କାନ୍ତି, ସୁଆର, ମହାବୀର)

୯-ହଂସକେଳି               ୧୯-ଚକଟା          ୨୯ -ଧଉଳା              ୩୯-ପୁରି                    ୪୮-ଛେନାମାଣ୍ଡୁ   ଅ 

୧୦-ଖଇରଚୂଳ             ୨୦-ଚକୁଳି          ୩୦-ନାଡ଼ି                   ୪୦-ସରପୁରି              ୪୯ -ମୋହନଭୋଗ

ବ୍ୟବହୃତ ପରିବା ଓ ଶାଗ

  1. ଶ୍ରୀମନ୍ଦିରର ପରମ୍ପରା ଅନୁଯାୟୀ ଭୋଗରେ ଦେଶୀଆଳୁ, କଖାରୁ, କଞ୍ଚା କଦଳୀ, ପଣସ, ମୂଳା, ପୋଟଳ, ଶିମ୍ବ, କାଙ୍କଡ଼, ଜହ୍ନି, ବାଇଗଣ, ସାରୁ, କନ୍ଦମୂଳ, ଅଦା, ଧନିଆପତ୍ର, ନଡ଼ିଆ ପ୍ରଭୃତି ଡାଲମା ଓ ତରକାରୀ ଇତ୍ୟାଦିରେ ବ୍ୟବହୃତ ହୋଇଥାଏ । 
  2. କୋଶଳା, ଲେଉଟିଆ ଓ ଅଗସ୍ତି ଶାଗ ବ୍ୟତିତ ଅନ୍ୟ କୈଣସି ଶାଗ ଭୋଗରେ ବ୍ୟବହାର କରାଯାଏନାହିଁ । 

ତେଲ ଓ ମସଲା

  1. ଭୋଗ ପ୍ରସ୍ତୁତିରେ ତେଲ ବ୍ୟବହାର କରାଯାଏ ନାହିଁ, କେବଳ ଘିଅ ବ୍ୟବହୃତ ହୁଏ । 
  2. ଜିରା, ଗୋଲମରିଚ, ଡାଲଚିନି, ବଡ଼ ଅଳେଇଚ, ହେଙ୍ଗୁ, ପାନମଧୁରୀ, ସୋରିଷ ଇତ୍ୟାଦି ବିଭିନ୍ନ ଭୋଗ ଦ୍ରବ୍ୟ ପ୍ରସ୍ତୁତିରେ ବ୍ୟବହାର ହୋଇଥାଏ ।

ମନ୍ଦିରରେ ନିଷିଦ୍ଧ

  1. ପରିବା : ବିଲାତି ଆଳୁ, ଟମାଟୋ,ସଜନା ଛୁଇଁ, ଅମୃତଭଣ୍ଡା, ଲାଉ, ଭେଣ୍ଡି, ପିଆଜ ଷଣ୍ଢା, ଝୁଡ଼ଙ୍ଗ, କ୍ୟାପସିକମ, କଞ୍ଚାଲଙ୍କା, ଫୁଲ କୋବି, ପତ୍ର କୋବି, ବିମ୍, କଲରା, ବିଟ୍, ଗାଜର, ମଟର ଛୁଇଁ, ଇତ୍ୟାଦି ନିଷିଦ୍ଧ ।
  2. ମସଲା : ପିଆଜ, ରସୁଣ, ଲଙ୍କାଗୁଣ୍ଡ, ଗରମ ମସଲା, କଳାଜିରା, କାଜୁ, ଗୁଜୁରାତି ନିଷିଦ୍ଧ ।

ଆନନ୍ଦବଜାରଠାରେ ଜାତି-ଧର୍ମ-ବର୍ଣ୍ଣ ନିର୍ବିଶେଷରେ ଭକ୍ତମାନେ ଏକାଠି ବସି ମହାପ୍ରସାଦ ସେବନ କରିଥାଆନ୍ତି ।

                                                          ।। ଜୟ ଜଗନ୍ନାଥ ।।

Post a Comment

0 Comments