ଶ୍ରୀଜୀଉଙ୍କ ଅଣସର ବେଳେ ଯିଏ ଦର୍ଶନ କରେ ପାପ ହୋଇଥାଏ ! ଜାଣନ୍ତୁ ଏହାର କାରଣ

ଶ୍ରୀଜୀଉଙ୍କ ଅଣସର ବେଳେ ଯିଏ ଦର୍ଶନ କରେ ପାପ ହୋଇଥାଏ ! ଜାଣନ୍ତୁ  ଏହାର କାରଣ

ଅଣସର ସମୟରେ ନିୟମ ଓ କର୍ତ୍ତବ୍ୟ, ବହୁ ଲୋକ ଏହା ଅବଗତ ନୁହନ୍ତି, ଯେ ଅଣସର ସମୟରେ ଆମର ବି କିଛି କର୍ତ୍ତବ୍ୟ ରହିଛି ବୋଲି । ସ୍ନାନ ପୂର୍ଣ୍ଣିମା ଦିନ ସ୍ନାନବେଦୀରୁ ଠାକୁରମାନେ ବାହୁଡିବା ଠାରୁ ଆଷାଢ ଅମାବାସ୍ୟା ପର୍ଯ୍ୟନ୍ତ ପନ୍ଦର ଦିନ ଅନବସର ବା ଅଣସର ନାମରେ ଖ୍ୟାତ । ଏହି ପନ୍ଦର ଦିନ ମହାପ୍ରଭୁଙ୍କ ଦର୍ଶନ ନିଷେଧ ଅଟେ ।

ସ୍ୱୟଂ ମହାପ୍ରଭୁ ଏହି ଅନବସର ସମୟରେ ହେଉଥିବା ନିୟମ ବିଷୟରେ ମହାରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ ବୁଝେଇବା ପାଈଁ ଯାଇ କହିଛନ୍ତି ଯେ । ସ୍ନାନ ପରେ ପନ୍ଦର ଦିନ ମୋର ପ୍ରତିମାକୁ ତାହା ସ୍ୱରୂପରେ ଥାଉ ଅବା ବିରୂପରେ ଥାଉ ଯିଏ ଦର୍ଶନ କରେ ତାହାର ଆୟୁ, ଜ୍ଞାନ, ଯଶ ଏବଂ ବଳ ନଷ୍ଟ ହୋଇଯାଏ |

ଏଥିରୁ ଅନୁମିତ ହୁଏ ଯେ ସ୍ୱୟଂ ମହାପ୍ରଭୁ ତାଙ୍କ ଶ୍ରୀମୁଖରେ ଏହି ସମୟରେ ହେଉଥିବା ଦର୍ଶନକୁ ବାରଣ କରିଅଛନ୍ତି ।

ଅଣସର ସମୟରେ କ’ଣ କର୍ତ୍ତବ୍ୟ

  1. ଜଗନ୍ନାଥ ହେଉଛନ୍ତି ଓଡ଼ିଆ ଜାତିର ପ୍ରାଣ ଓ ପ୍ରତ୍ୟେକ ଘରର ମୁରବି । ଯେମିତି ଜଣେ ପରିବାରରେ ଜଣେ ବ୍ୟକ୍ତି ଅସୁସ୍ଥ ହେଲେ ସମସ୍ତ ପରିବାର ତାଙ୍କ ସେବା ସୁଶ୍ରୁଶାରେ ଲାଗି ପଡନ୍ତି । ଏହାସହ ତାଙ୍କୁ କୌଣସି ଦାୟିତ୍ୱ ଦିଆଯାଇ ନଥାଏ ଓ ତାଙ୍କ ଆଗରେ ଅଳି ମଧ୍ୟ କରାଯାଇ ନଥାଏ । ସେଇଭଳି ଆମ ପାଈଁ ଜଗନ୍ନାଥ ।
  2. କିଏ ତାକୁ ବାପା କହେ ତ କିଏ ତାକୁ ପୁତ୍ର, ପୁଣି କିଏ ତାକୁ ବନ୍ଧୁ କହେ ତ କିଏ ତାକୁ ଇଷ୍ଟ । ବର୍ଷସାର କିଛି ନା କିଛି ତାଙ୍କ ସହ ଦେବା ମାଗିବା ଚାଲିଥାଏ । ହଁ, ଦେବା ମାଗିବା ସ୍ଵାଭାବିକ କଥା, କାହିଁକି ନ ମାଗିବା ସେ ଯେହେତୁ ଆମ ଘର ଲୋକ । ତେଣୁ ଏହି ଦେବା ମାଗିବାରେ କିଛି ଭୁଲ ନ ଥାଏ ।
  3. ହେଲେ, ସେ ଯେତେବେଳେ ଅସୁସ୍ଥ ତାଙ୍କ ପ୍ରତି ଆମର ସେବା ନିଶ୍ଚୟ ରହିଅଛି । ଶ୍ରୀ ଅଙ୍ଗର ସେବା ତ ସମସ୍ତେ କରିପାରିବେ ନାହିଁ ହେଲେ ଆମେ ତାଙ୍କ ଆରୋଗ୍ୟ କାମନା ତ କରି ପାରିବା । ଏହା ସହ ଆହୁରି କିଛି ସାଧାରଣ ନିୟମ ରହିଅଛି । ନିୟମ ତ ନୁହେଁ ଏହା ତାଙ୍କ ପ୍ରତି ନିଷ୍କାମ ଭଲ ପାଇବାର ପରିଚୟ ।
  4. କୋଟି ବ୍ରହ୍ମାଣ୍ଡର ନାୟକ ଏବେ ଅସୁସ୍ଥ ହୋଇଛନ୍ତି, ତେଣୁ ଏହି ସମୟରେ ଦେଉଳରେ କେହି ବେଦପାଠ,ବଡ ପାଟିରେ ସ୍ତବପାଠ ଇତ୍ୟାଦି ଭଜନ ଜଣାଣ କରି ପ୍ରଭୁଙ୍କୁ ଡାକନ୍ତି ନାହିଁ । କାରଣ ପ୍ରଭୁ ବିଶ୍ରାମ ନେଉଛନ୍ତି । 
  5. କାଳେ ସେ କଷ୍ଟ ପାଇବେ । ମନ୍ଦିରରେ ଘଣ୍ଟ କି ଘଣ୍ଟି ବାଜି ନାହିଁ କାଳେ ସେ ଦୀର୍ଘ ଶବ୍ଦ ଆମ ଠାକୁରଙ୍କୁ କଷ୍ଟ ଦେବ। ତାଙ୍କର ଚିତ୍ର, ଫୋଟୋ ଇତ୍ୟାଦି ଦେଖିବା ବାରଣ ଥାଏ । 
  6. ବାରଣ ତ ନୁହେଁ କାଳେ ତାଙ୍କୁ ଦେଖି ମନ ବିକଳ ହୋଇ ଡାକିଲେ ସେ କାଳେ ଭକତ ବିକଳ ହୋଇ କଷ୍ଟ ପାଇବେ, ପୁଣି ତାଙ୍କୁ ଦେଖି କିଛି ମାଗିବାକୁ ଇଛା ହେବ ଓ ଏହା ଫଳରେ ପ୍ରଭୁ ମୋର ପୁଣି କଷ୍ଟ ପାଇବେ । 
  7. ଏଇଟା ଭାବର କଥା। ଯଦି ମହାପ୍ରଭୁଙ୍କ ପ୍ରତି ପ୍ରେମ ଭାବ ଥାଏ ତେବେ ନିଶ୍ଚୟ ମନରେ ଆସେ ମୁଁ ପଛେ କଷ୍ଟରେ ରହେ ହେଲେ ମହାପ୍ରଭୁ ଅସୁସ୍ଥ ଥିବା ସମୟରେ ତାଙ୍କୁ ବିକଳ ହୋଇ ଡାକିବିନି । ମନରେ ତାଙ୍କୁ ଭାବେ ପଛେ ହେଲେ ମୁଖରେ ନ ଆସୁ । ହୃଦରେ ଚିତ୍ର ଥାଉ ହେଲେ ବାହାରେ ଦେଖେଇ ନ ହୁଏ ।

ବର୍ତ୍ତମାନ ଆମେ କ'ଣ କରୁଛେ

  1. ଆମେ ବର୍ତ୍ତମାନ ଉନ୍ନତ ହୋଇଛେ । କିନ୍ତୁ, ଏବେ ଟିଭି ଆସିବାଠୁ ଏ ପରମ୍ପରା ନଷ୍ଟ ହୋଇଯାଇଛି । 
  2. ସେତେବେଳେ ପୁରୀର ଲୋକମାନେ ଯେଉଁଠି ଜଗନ୍ନାଥଙ୍କ ଫଟୋ ଥିଲା ତାକୁ ମଧ୍ୟ ଦେଖୁ ନଥିଲେ ଘୋଡାଈ ରଖୁଥିଲେ କାଳେ ମୋ ପ୍ରଭୁ ମୋ ପାଇଁ କଷ୍ଟ ପାଇବେ । 
  3. ସେତ ଦୟାମୟ । କାଳେ ମୁଁ ବିକଳ ହୋଇ ଡାକିଲେ ମୋ ପ୍ରଭୁ ବିକଳ ହେବେ ଏବେ ସେ ଭୟ ମଧ୍ୟ ନାହିଁ । ଟିଭିରେ ଦିନ ରାତି ଭଜନ ଓ ତାଙ୍କର ଫଟୋ ଦର୍ଶନ ହେଉଛି ।
  4. କେହିବି ବିରୋଧ କରିବାକୁ ନାହଁନ୍ତି । ଧନ୍ୟ ରେ ନିଜକୁ ବୋଲାଉ ଥିବା ଭକ୍ତ ମୋବାଇଲ କଥା କହିଲେ ନ ସରେ ।
  5. ଏ କଥା କେତେ ଲୋକ ମାନିବେ ଜଣା ନାହିଁ । ହେଲେ ଏ ଆଧୁନିକ ସମୟରେ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ମହାପ୍ରଭୁଙ୍କ ଚିତ୍ର ଓ ଚଳଚିତ୍ର ପ୍ରସାରଣ ହେଉଅଛି । ତାହା ହେବା ଉଚିତ ନୁହେଁ । 
  6. ଏତିକି ଅନୁରୋଧ, ଜାଣି ନଥିଲେ ଠିକ୍ ଅଛି ହେଲେ ଜାଣିଲା ପରେ ଏହି ଭୁଲ କରିବା ମହାପାପ ହେବ। ଆମେ ଶ୍ରୀ ଅଙ୍ଗ ଗୁପ୍ତ ସେବା ତ କରିପାରିବ ନାହିଁ କିନ୍ତୁ, ଏତିକି ତ କରି ପାରିବା କି ଏହି ପନ୍ଦର ଦିନ ଯାକ ମହାପ୍ରଭୁଙ୍କ ଚିତ୍ର,ଚଳଚିତ୍ର ପ୍ରଭୃତି ସେୟାର କରିବା ନାହିଁ । 
  7. ଘରେ ମଧ୍ୟ ତାଙ୍କ ଫୋଟ କିମ୍ବା ବିଗ୍ରହଙ୍କୁ ଗୁପ୍ତ କରି ରଖିବା । ଯଥା ସମ୍ଭବ ଏହାକୁ ବିରୋଧ କରିବା ।
  8. ଯଦି ଆବଶ୍ୟକ ହୁଏ ଅଣସର ପଟିଦିଅଁ ଓ ଅଲାରନାଥଙ୍କ ଚିତ୍ର ସେୟାର କରି ପାରିବା । 

 ।। ଜୟ ମହାପ୍ରଭୁ ଜଗନ୍ନାଥ ।।

Post a Comment

0 Comments