ରଜ ପର୍ବରେ ଭୁଲରେ ବି ଏହି କାମ କରନ୍ତୁ ନାହିଁ

ରଜ ପର୍ବରେ ଭୁଲରେ ବି ଏହି କାମ କରନ୍ତୁ   ନାହିଁ

ଜ୍ୟୋତିଷଶାସ୍ତ୍ର ଅନୁସାରେ ସୂର୍ଯ୍ୟ ବୃଷ ରାଶିକୁ ତ୍ୟାଗକରି ଯେଉଁଦିନ ମିଥୁନ ରାଶିକୁ ପ୍ରବେଶକରି ତା ପରଦିନକୁ ମିଶାଇ ମୋଟ ତିନିଦିନ ରଜପର୍ବ ପାଳନ କରାଯାଇଥାଏ । ସୂର୍ଯ୍ୟଙ୍କର ଉତାପ ଗ୍ରୀଷ୍ମର ତାଣ୍ଡବ ସହିବାପରେ ,ମିଥୁନ ସଂକ୍ରାନ୍ତି ଆରମ୍ଭରେ ବର୍ଷାରତୁ ଆରମ୍ଭ ହୋଇଥାଏ । ମିଥୁନ ସଂକ୍ରାନ୍ତିର ତିନିଦିନକୁ ଆମେ ରଜ ଆକାରରେ ପାଳନ କରିଥାଉ | ପ୍ରଥମ ଦିନକୁ ପହିଲିରଜ, ଦିତୀୟ ଦିନକୁ ରଜ ସଂକ୍ରାନ୍ତି ଓ ତୃତୀୟ ଦିନକୁ ଭୂମିଦାହ ବା ବାସି ରଜ ରୂପରେ କୁହାଯାଏ । ଧର୍ମଶାସ୍ତ୍ର ଅନୁସାରେ କୌଣସି ନାରୀର ଋତୁସ୍ରାବ ପ୍ରଥମ ଦିନ ଯଥାକ୍ରମେ ଚଣ୍ଡଳି, ବ୍ରହ୍ମଘାତୀନି ଏବଂ ରଜକି ହୋଇଥାଏ । ଚତୁର୍ଥ ଦିନରେ ସୁତ୍ରା ଏବଂ ପଞ୍ଚମ ଦିନରେ ଭ୍ରମଣ ଯୋଗୁଁ ହୋଇଥାଏ । ରଜର ତିନିଦିନରେ ବସୁମତୀ ମାତା ନିଜର ମାସିକ ଧର୍ମ ପାଳନ କରିଥାନ୍ତି । ଓ ଚତୁର୍ଥ ଦିନକୁ ଭୁଇଁ ନଅଣ ଭାବରେ ପାଳନ କରାଯାଏ । ରଜ ଶବ୍ଦଟି ରଜସୁଆଳ ଶବ୍ଦରୁ ଆସିଛି । ଯାହାକି ସାଧାରଣତଃ କୁଆଁରିମାନେ ଏହାକୁ ପାଳନ କରିଥାନ୍ତି ।

ଏହି ତିନିଦିନ ରଜକୁ କୁଆଁରିମାନେ ନିଜର ଭବିଷ୍ୟତ ଜୀବନର ବିବାହ ଉପଲକ୍ଷେ ବା ନିଜର ଭବିଷ୍ୟତ ଜୀବନକୁ ଭଲରେ କଟାଇବା ପାଇଁ ପାଳନ କରୁଥିବାବେଳେ ବିବାହିତ ନାରୀମାନେ ଏହାକୁ ନିଜର  ପୁତ୍ର କାମନାରେ ବା ସନ୍ତାନ ପ୍ରାପ୍ତି ପାଇଁ ପୂଜା କରିଥାନ୍ତି । କିନ୍ତୁ   କୁଆଁରିମାନେ କିମ୍ବା ମହିଳାମାନେ ଏହିଦିନରେ କିଛି ଭୁଲ କରିଥାନ୍ତି ଯାହାକି ତାଙ୍କୁ ଭବିଷ୍ୟତରେ କଷ୍ଟ ଦେଇଥାଏ ।

ଆସନ୍ତୁ ଜାଣିବା କେଉଁସବୁ ଭୁଲମାନ ରହିଛି ଯାହାକୁ ଝିଅ ଓ ମହିଳା ମାନଙ୍କୁ କରିବା ଅନୁଚିତ ।

ରଜପର୍ବରେ କ'ଣ ନ କରିବାର ପରମ୍ପରା ଅଛି :-

ଏହି ପର୍ବ ମୁଖ୍ୟତଃ ତିନିଦିନର (ପୂର୍ବ ଦିନ ସଜବାଜ ଏବଂ ଶେଷ ଦିନ ବସୁମତୀ ସ୍ନାନ) କୁ ମିଶାଇ ଏହା ପାଞ୍ଚଦିନ ଧରି ପାଳିତ ହୋଇଥାଏ | ଏହି ସମୟରେ ଧରିତ୍ରୀ ମାତାଙ୍କୁ କୌଣସି ପ୍ରକାର ଆଘାତ ଦିଆ ଯାଏ ନାହିଁ।  ବିଶେଷ କରି କୁଆଁରୀ ଝିଅ ଓ ନୂଆବୋହୁ ମାନଙ୍କୁ କାମ କରିବାକୁ ଦିଆ ଯାଇଥାଏ ନାହିଁ | 

1. ଖାଲିପାଦରେ ଚାଲିବା ମନା

  1. ପରମ୍ପରା ଅନୁସାରେ ଏହି ଦିନ ଭୂମି ଉପରେ ଖାଲିପାଦରେ ଚାଲିବାକୁ ମନା କରାଯାଇଥାଏ | କାରଣ ବସୁଧା ମାତା ଏହି ସମୟରେ ନିଜର ମାସିକ ଧର୍ମ ପାଳୁଥିବାରୁ ତାଙ୍କ ଉପରେ ଚାଲିଲେ ସେ କଷ୍ଟ ପାଇଥାନ୍ତି ।  ଏହି ଦିନ ଧରିତ୍ରୀ ମାଆକୁ ସମ୍ମାନ ଦେଇ କେହି ଭୂଇଁ ଉପରେ ଖାଲି ପାଦରେ ଚାଲିନଥାନ୍ତି |
  2. କୁଆରିଁମାନେ ଶାସ୍ତ୍ର ଅନୁସାରେ ଖାଲି ପାଦରେ ଚାଲିବାକୁ ମନା ଅଟେ ।  ସେଥିପାଇଁ ତାଙ୍କ ପାଇଁ ଦୋଳିର ବ୍ୟବସ୍ଥା କରାଯାଇଥାଏ ବା  ଅଧିକାଂଶ ସମୟ ଦୋଳିରେ ଝୁଲନ୍ତି |
  3. ଯଦି ସମ୍ଭବପର ନ ହୁଏ ତେବେ ସେମାନଙ୍କୁ ଜୋତା, ଚପଲ ଅଥବା କଦଳୀ ପତ୍ରର ଚପଲ ପିନ୍ଧି ଚାଲିବା ଉଚିତ । ଏବଂ ଗୁଆ ଖୋଳପା କିମ୍ବା  ପତ୍ର ଖୋଳପାରେ ତିଆରି କଠଉ ଲଗାଇ ଭୂଇଁ ଉପରେ ଚାଲିବାର ବିଧି ରହିଛି ।

2. ମନ୍ଦିର ଯିବାପାଇଁ ବାରଣ

  1. ରଜର ତିନିଦିନରେ ମହିଳା ବା ଝିଅ ମାନଙ୍କୁ ମନ୍ଦିର ଯିବାପାଇଁ ବାରଣ କରାଯାଇଥାଏ କାରଣ ଏହି ସମୟରେ ବସୁଧାମାତା ନିଜର ମାସିକଧର୍ମ ପାଳନ କରୁଥାନ୍ତି ,ଏହିସମୟରେ ଯେକୌଣସି ମହିଳା ବା ଝିଅ ମନ୍ଦିରକୁ ଯାଇଥାଏ  ଏହା ଅଶୁଭ ବୋଲି ଧରାଯାଇଥାଏ |
  2. ଏପରିକି ଗଛରୁ ଫୁଲଫଳ ବି ତୋଳା ଯାଏ ନାହିଁ ।

3. ଚୁଲି ଜଳାଇବା ନିଷେଧ

  1. ରଜ ସଂକ୍ରାନ୍ତି ଦିନ ମହିଳାମାନେ ଚୁଲି ଜଳାଇବା ନିଷେଧ ଅଟେ । ଯେହେତୁ ରଜରେ ଧରଣୀ ମାତାଙ୍କୁ ବିଶ୍ରାମ ଦିଆଯାଏ ।ଆପଣଙ୍କୁ ରଜ ପୂର୍ବ ଦିନ ସବୁ ପିଠା ପଣା କରିବା ଉଚିତ ଆଉ ସେଦିନ କିଛି ବି କାର୍ଯ୍ୟ କରିବା ଉଚିତ ନୁହଁ ।
  2. ତେଣୁ ରଜ ପର୍ବଦିନ ପହିଲି ରଜରେ ବହୁ ରକମର ପିଠାପଣା ବିଶେଷ କରି ପୋଡପିଠା ତିଆରି କରି ରଖନ୍ତୁ   । ଯାହା ସହଜରେ ନଷ୍ଟ ହୁଏ ନାହିଁ ଏବଂ ଅଧିକ ଦିନ ରହିଥାଏ । ତେଣୁ ଆପଣ ରଜ ସଂକ୍ରାନ୍ତିରେ ଚୁଲି ଲଗାଇବା ନିଷେଧ ବୋଲି ଶାସ୍ତ୍ରରେ ଉଲ୍ଲେଖ ଅଛି ।

3. ରନ୍ଧା ଖାଦ୍ୟ  ଖାଇବା ମନା

ରଜର ଏହି ତିନିଦିନରେ ଗାଧୋଇବା, ଲୁଣ ଖାଇବା, ରନ୍ଧା ହୋଇଥିବା ଖାଦ୍ୟ ମହିଳା ଓ ଝିଅ ମାନଙ୍କୁ ଖାଇବା ଅନାବଶ୍ୟକ କାରଣ ଶାସ୍ତ୍ର ଅନୁସାରେ ମହିଳା ବା ଝିଅମାନେ ରନ୍ଧା  ଖାଦ୍ୟ ଖାଇଲେ ପାପ ଲାଗିଥାଏ ତେଣୁ ସେମାନଙ୍କୁ ତିନିଦିନ ପର୍ଯ୍ୟନ୍ତ ଫଳମୂଳ ସହ ପିଠା ଓ ପଣା ଖାଇବା ଆବଶ୍ୟକ ।

4. ଧାରୁଆ ଜିନିଷର ବ୍ୟବହାର କରିବା ଅନୁଚିତ

  1. କୌଣସି କୁଆଁରି କିମ୍ଵା ମହିଳା ମାନଙ୍କୁ ଏହି ଦିନରେ ଧାରୁଆ ଜିନିଷର ବ୍ୟବହାର କରିବା ଅନୁଚିତ କାରଣ ରଜରେ ଯେଉଁ କୁଆଁରି ଧାରୁଆ ଜିନିଷର ବ୍ୟବହାର କରିଥାଏ । ବିବାହ ପରେ ତାର ସମ୍ପର୍କ ତା ସ୍ଵାମୀ ସହ ଖରାପ ହୋଇଥାଏ ।
  2. ସେଥିପାଇଁ ଛେଚା, କୁଟା, କଟା,ବଟା, ଘସା ଆଦି କାମ ବନ୍ଦ ରଖାଯାଏ  |
  3.  ରଜ ସମୟରେ ମସଲା ବାଟିବା ଚକିରେ ଚୁରିବା ବା ପନିକି ରେ ପାରିବା କାଟିବା ବାରଣ କରା ଯାଇଛି ।
  4. ଏଥିପାଇଁ ଏହି କିଛି ଭୁଲ ଯାହାକୁ ମହିଳା କିମ୍ବା କୁଆଁରିମାନଙ୍କୁ ରଜରେ କରିବା ଅନାବଶ୍ୟକ | 

5. କୃଷକ ମାନେ ଭୂମି ଉପରେ କିଛି ବି ଅତ୍ୟାଚାର କରିବା ଉଚିତ ନୁହଁ

  1. କୃଷକ ମାନେ ତିନି ଦିନ ପାଇଁ ଭୂମି ଉପରେ କିଛି ବି ଅତ୍ୟାଚାର କରିବା ଉଚିତ ନୁହଁ । ଏହି ତିନିଦିନ ସେମାନଙ୍କୁ ଭୂମିକୁ ଆରାମ ଦେବା ଉଚିତ କାରଣ ବସୁଧା ମା ଏହି ତିନି ଦିନ ରାଜଶ୍ୱାଳ ଅବସ୍ଥାରେ ଥାଆନ୍ତି ଏବଂ ତାଙ୍କୁ ବିଶ୍ରାମ ଦେବାପାଇଁ ଶାସ୍ତ୍ରରେ ଉଲ୍ଲେଖ ରହିଛି । ତେଣୁ ଭୂଖଣ୍ଡନ କରିବା ଅନୁଚିତ ଅଟେ ।
  2. ଚାଷୀ ମାନେ ବି ହଳ, ଲଙ୍ଗଳ ନ କରି ଆମୋଦ ପ୍ରମୋଦ ରେ ଲାଗନ୍ତି | ଏହିଦିନରେ ମାନଙ୍କରେ ପୁରୁଷମାନେ କବାଡି ଓ ତାସ ଖେଳି ରଜରେ ବର୍ଷଦିନକୁ ସ୍ଵାଗତ କରିଥାନ୍ତି । 

6. ପିଆଜ, ରସୁଣ ଅଥବା ଆମିଷ ଖାଇବା ଉଚିତ ନୁହଁ

ରଜରେ ଭୁଲ ରେ ବି ଆପଣ ପିଆଜ, ରସୁଣ ଅଥବା ଆମିଷ ଖାଇବା ଉଚିତ ନୁହଁ । ଏହି ସମସ୍ତ କାମସିକ ଖାଦ୍ୟ ହେଇଥାଏ | ଆଉ ତାହା ଆପଣଙ୍କୁ ଅପବିତ୍ର କରିଥାଏ । ତେଣୁ ଏହା ଆପଣ ବର୍ଜନ କରନ୍ତୁ    ।

7. ଏହି କାମ କରନ୍ତୁ   ନାହିଁ

  1. ରଜ ସଂକ୍ରାନ୍ତି ଦିନ ସଠିକ କଥା କୁହନ୍ତୁ   ନିଜର କଥା ଉପରେ ନିୟନ୍ତ୍ରଣ ରଖନ୍ତୁ   । 
  2. ଆପଣ କାହାରି ଉପରେ ରାଗନ୍ତୁ ନାହିଁ ଆଉ ଖରାପ ସମାଲୋଚନା କରନ୍ତୁ ନାହିଁ।
  3. ଏହା ସହିତ ଝଗଡା କରନ୍ତୁ ନାହିଁ |
  4. ଲୋକମାନଙ୍କ ସହ ଭଲ ବ୍ୟବହାର କରନ୍ତୁ | 
  5. ଏହି ଦିନ ଯଦି ଆପଣଙ୍କ ଘରକୁ ଭିକାରୀ  କିମ୍ବା ବୃଦ୍ଧ ଆସେ ତେବେ ତାକୁ କିଛି ନା କିଛି ଅବଶ୍ୟ ଦାନ କରନ୍ତୁ |  ଆପଣ ଆପଣଙ୍କ ସମର୍ଥ ଅନୁସାରେ କିଛି ବି ଦେଇପାରିବେ । ତାଙ୍କୁ ଖାଲି ହାତରେ କଦାପି ଫେରାନ୍ତୁ ନାହିଁ।

Post a Comment

0 Comments