ରଜ ପର୍ବରେ ଦୋଳି ଖେଳିବାର କାରଣ କ'ଣ

ରଜ ପର୍ବରେ ଦୋଳି ଖେଳିବାର କାରଣ କ'ଣ

ସାଧାରଣତଃ ନାରୀମାନେ ଗୃହକାର୍ଯ୍ୟରେ ବର୍ଷସାରା ବ୍ୟସ୍ତ ଥାଆନ୍ତି । ସଂସାର ଜଞାଳରେ ଆବଦ୍ଧ ହୋଇ ପଞ୍ଜୁରି ଭିତରେ ଶାରୀପରି ସେମାନେ ଜୀବନ ଅତିବାହିତ କରିଥାଆନ୍ତି | ତେଲ ଲୁଣ ସଂସାରରେ ସୁଖ ଦୁଃଖକୁ ନେଇ ସେମାନେ କାଳିପାତ କରୁଥିଲେ ସୁଦ୍ଧା ମୁକ୍ତ ଆକାଶ ମୁକ୍ତ ପବନ ସାଙ୍ଗକୁ ଗୋଷ୍ଠୀମୟ ସାମୂହିକତା ଓ ସରସତା ପୂର୍ଣ୍ଣ ଜୀବନ ବିତାଇବାକୁ ସେମାନେ ସଦାସର୍ବଦା ତତ୍ପର ହୋଇଉଠନ୍ତି ।

ଏହି ପର୍ବରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଦୋଳି । ବଡ଼ି ଭୋର୍‌ରୁ ଗାଧୋଇ ଚନ୍ଦନ ଟିପା, ନୂଆ ପୋଷାକରେ ସଜେଇ ହୋଇ ଛୋଟରୁ ବଡଯାଏ କୁଆଁରୀ ଝିଅ ମାନେ ବାହାରି ଯାଆନ୍ତି ଦୋଳି ଖେଳିବା ପାଇଁ । ଘରଛାତର ହୁକ, ବାରଣ୍ତା, ଆମ୍ବ ଗଛ ଠାରୁ ଆରମ୍ଭ କରି ନଡ଼ିଆଗଛ, ବରଗଛ ସବୁଠି ଦୋଳିର ଭିଡ଼ । ପଟାଦୋଳି, ବାଉଁଶଦୋଳି ଆଦି ବିଭିନ୍ନ କିସମର ଦୋଳି ଏହି ପର୍ବର ପରମ୍ପରାକୁ ଉଲ୍ଲସିତ କରି ଆସିଛି ।

ଦୋଳିର ଉପକାରିତା

  1. ଦୋଳି ଖାଲି ଆମୋଦ ପ୍ରମୋଦ ପାଇଁ ଉଦ୍ଦିଷ୍ଟ ନୁହେଁ । 
  2. ମଣିଷ ଜୀବନ ପାଇଁ ଏହାର ଉପକାରିତାକୁ ବିଜ୍ଞାନ ମଧ୍ୟ ସ୍ୱୀକୃତି ଦେଇଛି । 
  3. ବର୍ଷାରତୁରେ ସବୁଜ ଗଛଡାଳରେ ଦୋଳି ଝୁଲିବା ମାନସିକ ଏବଂ ଶାରିରୀକ ସ୍ବାସ୍ଥ୍ୟ ପାଇଁ ଖୁବ୍‌ ଉପକାରୀ | 
  4. ଦୋଳିରେ ଝୁଲିବା ଶରୀର ପାଇଁ ଏକ ଭଲ ବ୍ୟାୟାମ ହେବା ସହିତ ଫୁସ୍‌ଫୁସ୍‌, ହୃଦ୍‌ଯନ୍ତ୍ର ଏବଂ ଅନ୍ୟ ଅଙ୍ଗଗୁଡିକୁ ସୁସ୍ଥ ରଖେ । 
  5. ପାଦରେ ଚାପ ଦେଇ (ପେଙ୍ଗା ମାରିବା ବୋଲି କହନ୍ତି) ଦୋଳି ଝୁଲାଇବା ଦ୍ୱାରା ଗୋଡର ମାଂସପେଶୀର ବ୍ୟାୟାମ ହୋଇଥାଏ ଏବଂ ଏହା ସୁଦୃଢ ରହେ ।
  6. ଦୋଳିରେ ଝୁଲିବା ଶରୀର ପାଇଁ ଭଲ | ଦୋଳିଗୁଡ଼ିକ ନିମ, ଆମ୍ବ, ବର ଆଦି ଗଛରେ ଲଗାଯାଇ ଥିବାରୁ ଦୋଳି ଖେଳିବା ସମୟରେ ଶରୀରକୁ ପର୍ଯ୍ୟାପ୍ତ ଅମ୍ଳଜାନ ମିଳେ । 
  7. ଫଳରେ ଶରୀରର ନିଷ୍କ୍ରିୟ କୋଷଗୁଡିକ ସକ୍ରିୟ ହୋଇଉଠନ୍ତି ।
  8. ରଜପର୍ବ ବେଳେ ଆକାଶରୁ ବିନ୍ଦୁବିନ୍ଦୁ ବର୍ଷା ପଡୁଥିବାରୁ ବାୟୁମଣ୍ଡଳର ଧୂଳି ଓ ଅନ୍ୟ କ୍ଷତିକାରକ ତତ୍ତ୍ୱ ପରିଷ୍କାର ହୋଇଯାଇଥାନ୍ତି ।
  9. ବୟସ୍କମାନେ ମଧ୍ୟ ଏସବୁ ଗଛମୂଳରେ ଛୋଟ ପିଲାଙ୍କୁ ଦୋଳି ଖେଳାଇବା ଦ୍ୱାରା ମାନସିକ ଶାନ୍ତି ପାଇଥାନ୍ତି ।
  10. ଚାରିଆଡେ ସତେଜତାର ବାସ୍ନା ଖେଳିଯାଏ ଯାହା ମଣିଷର ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ପାଇଁ ଖୁବ୍‌ ଉପକାରୀ |
ଧନ୍ୟବାଦ

Post a Comment

0 Comments