ପୁରୀକୁ ଶଙ୍ଖକ୍ଷେତ୍ର କୁହାଯିବାର କାରଣ ?

ପୁରୀକୁ ଶଙ୍ଖକ୍ଷେତ୍ର କୁହାଯିବାର କାରଣ ?

ମହାପ୍ରଭୁ ଶ୍ରୀଜଗନ୍ନାଥ ଆମରି ଉତ୍କଳର ଧର୍ମ ଓ ବିଶ୍ୱାସର ପ୍ରାଣକେନ୍ଦ୍ର । ସମସ୍ତ ଓଡ଼ିଆଙ୍କ ଲାଗି ଶ୍ରୀକ୍ଷେତ୍ର ପୁରୀ ହିଁ ସ୍ୱର୍ଗ ତଥା ବୈକୁଣ୍ଠ ସମାନ । ପରମ ତୀର୍ଥକ୍ଷେତ୍ର ପୁରୀ ପୁରୁଷୋତ୍ତମ କ୍ଷେତ୍ର ନାମରେ ପ୍ରସିଦ୍ଧ । ଏହାର ଅନ୍ୟନାମ ଶଙ୍ଖକ୍ଷେତ୍ର । ସ୍କନ୍ଧ ପୁରାଣ ଅନ୍ତର୍ଗତ ଉତ୍କଳ ଖଣ୍ଡ ଅନୁଯାୟୀ ଏହି କ୍ଷେତ୍ରର ଆକାର ଶଙ୍ଖ ସଦୃଶ ଥିବାରୁ ଏହାକୁ ଶଙ୍କକ୍ଷେତ୍ର କୁହାଯାଏ । ଏହି କ୍ଷେତ୍ରର ଆୟତନ ପଞ୍ଚକୋଶ ଏବଂ ଆକାର ତ୍ରିକୋଣ। ପାଞ୍ଚକୋଶ ଆୟତନରୁ ପ୍ରାୟ ଅର୍ଦ୍ଧଭାଗ ସମୁଦ୍ର ଜଳରେ ନିମଗ୍ନ ଏବଂ ଉପରିଭାଗର ଆକୃତି ଶଙ୍ଖ ସଦୃଶ ।

ପୁରୀର ଅବସ୍ଥିତି

ପୁରୀ ବଙ୍ଗୋପସାଗରର ବେଳାଭୂମିରେ ଅବସ୍ଥିତ । ଏହାର ଉତ୍ତର ଓ ପୂର୍ବରେ ରାହାଙ୍ଗ ପ୍ରଗଣା, ଦକ୍ଷିଣରେ ଚିଲିକା ହ୍ରଦ, ପଶ୍ଚିମରେ ଚବିଶ କୁଦ ପ୍ରଗଣା ଏବଂ ପୂର୍ବରେ ବଙ୍ଗୋପସାଗର ଅଛି । 

ପୁରୀର ବିଭିନ୍ନ ନାମ

ଏହି ପୁରୀଧାମକୁ ଶ୍ରୀକ୍ଷେତ୍ର, ଶ୍ରୀଜଗନ୍ନାଥ ଧାମ, ନୀଳାଚଳ, ଶଙ୍ଖକ୍ଷେତ୍ର, ଭୌମକ୍ଷେତ୍ର, ପୁରୁଷୋତ୍ତମ କ୍ଷେତ୍ର, ଯମନୀକ ତୀର୍ଥ , ଉଡ୍ଡୀୟାନ ପୀଠ, ମର୍ତ୍ତ୍ୟ ବୈକୁଣ୍ଠ ଆଦି ନାମରେ ନାମିତ କରାଯାଇଛି । ଏ ସମ୍ବନ୍ଧରେ ବିଭିନ୍ନ ପୁରାଣରେ ମଧ୍ୟ କେତେକ ଉପାଖ୍ୟାନ ଦେଖିବାକୁ ମିଳେ ।

ପୁରୀ କାହିଁକି ଶଙ୍ଖକ୍ଷେତ୍ର ?

  1. ଶ୍ରୀକ୍ଷେତ୍ରକୁ ପୁରୀ କହିବାରେ କେତେକ କାରଣ ରହିଛି । ତନ୍ମଧ୍ୟରେ, ପ୍ରଥମ କାରଣ ହେଉଛି ଯେ ଏହି କ୍ଷେତ୍ରରେ ସମସ୍ତ ଦ୍ରବ୍ୟ ପରିପୂର୍ଣ୍ଣ ହୋଇ ରହିବା ସଙ୍ଗେ ସଙ୍ଗେ ଏହା ଚତୁର୍ବର୍ଗ ଫଳ ପ୍ରଦାନ କରେ ।
  2. ଏହାକୁ ପୁରୀ କହିବାର ଅନ୍ୟ ଏକ କାରଣ ହେଉଛି ଯେ ପ୍ରଭୁ ନୀଳାଦ୍ରିନାଥ ଜଗନ୍ନାଥଙ୍କ ନାମ ପୁରୁଷୋତ୍ତମରୁ ଭାଷାତାୟିକ ଦୃଷ୍ଟିରେ ଏହା ପୁରୀ ନାମରେ ପରିଚିତ ।
  3. ବ୍ରହ୍ମ ପୁରାଣ ଅନୁଯାୟୀ, ଏହି ପୁରୁଷୋତ୍ତମ କ୍ଷେତ୍ର ଭଳି ପବିତ୍ର କ୍ଷେତ୍ର ପୃଥିବୀରେ ଦୁର୍ଲଭ । ଏହା ଭୂସ୍ୱର୍ଗ ରୂପେ ଖ୍ୟାତ ଏବଂ ଦେବତାଙ୍କ ପାଇଁ ମଧ୍ୟ ଦୁର୍ଲଭ । ଏହି ବ୍ରହ୍ମପୁରାଣରେ ମଧ୍ୟ ଅନ୍ୟତ୍ର ଉଲ୍ଲେଖ ଅଛି ଯେ କଳ୍ପବଟ ଏବଂ ସମୁଦ୍ର ମଧ୍ୟବର୍ତ୍ତୀ ସ୍ଥାନରେ ମୋକ୍ଷ ପ୍ରାପ୍ତ ହୁଏ । 
  4. ମୋଟ ଉପରେ କହିବାକୁ ଗଲେ ଏହି ପୁରୁଷୋତ୍ତମ କ୍ଷେତ୍ର ବା ପୁରୀ ନିଜର ମାହାତ୍ମ୍ୟ ତଥା ପବିତ୍ରତା ଲାଗି ଯୁଗେ ଯୁଗେ ପ୍ରତିଷ୍ଠା ଲାଭ କରିବା ସଙ୍ଗେ ସଙ୍ଗେ ପ୍ରସିଦ୍ଧି ଲାଭ କରି ଶ୍ରେଷ୍ଠ ହୋଇ ପାରିଛି ।
  5. ଶଙ୍ଖକ୍ଷେତ୍ରର ମଧ୍ୟଭାଗରେ ଅବସ୍ଥିତ ପୁରୀର ଶ୍ରୀଜଗନ୍ନାଥ ମନ୍ଦିର |
  6. ଏହି ଶଙ୍ଖାକାରା କ୍ଷେତ୍ରର ମୂର୍ଦ୍ଧନୀ ହେଉଛି ପଶ୍ଚିମ ସୀମା। ନୀଳକଣ୍ଠ (ଇନ୍ଦ୍ରଦ୍ୟୁମ୍ନ ସରୋବର କୂଳରେ) ଏହି ଶଙ୍ଖର ଅଗ୍ରଭାଗରେ ଅବସ୍ଥାନ କରୁଛନ୍ତି ।
  7. ଶଙ୍ଖର ନାଭିଦେଶରେ ରୋହିଣୀ କୁଣ୍ଡ, ଅକ୍ଷୟ ବଟ ଓ ଜଗନ୍ନାଥଙ୍କ ଆସ୍ଥାନ। ଅର୍ଦ୍ଧାଶିନୀ ଶଙ୍ଖର ମଧ୍ୟଭାଗରେ ଅବସ୍ଥାନ କରୁଛନ୍ତି। ନୀଳଗିରି ଏହି କ୍ଷେତ୍ରରେ ଶୋଭାପାଉଛି । ଏହି ନୀଳାଗିରି ପୁରିଷୋତ୍ତମ ଜଗନ୍ନାଥଙ୍କ ନିବାସ ସ୍ଥଳ ।
  8. ପ୍ରାୟ ଦୁଇଶହ ବର୍ଷ ପୂର୍ବେ ବଡ଼ଦେଉଳ ଓ ଗୁଣ୍ଡିଚା ବାଡି ମଧ୍ୟରେ ବାଙ୍କୀ ମୁହାଣ ନଦୀ ପ୍ରବାହିତ ହେଉଥିଲା । ବର୍ତ୍ତମାନ ଯାହାକୁ ଶରଧା ବାଲି କୁହାଯାଉଛି ତାହା ପୂର୍ବେ ନଦୀର ଗର୍ଭ ଥିଲା । 
  9. ରଥ ଯାତ୍ରାରେ ଦୁଇସାରୀ ରଥ ତିଆରି ହେଉଥିଲା ଏବଂ ନଦୀର ପ୍ରତ୍ୟେକ ତୀରରେ ସାରିଏ ରଥ ରହୁଥିଲା । ଏହି ବାଙ୍କୀ ମୁହାଣ ନଦୀ ବର୍ତ୍ତମାନ ଚକ୍ରନାରାୟଣ ମନ୍ଦିର ପାଖରେ ସମୁଦ୍ରରେ ମିଶୁଛି ।
  10. ବାଙ୍କୀ ମୁହାଣ ନଦୀ, ମିଟିଆଣି ନଦୀ ଓ ମଙ୍ଗଳା ନଦୀ, ଏହି ତିନୋଟି ନଦୀ ପୁରୀ ନଗରୀକୁ ପୂର୍ବେ ତିନି ଆଡୁ ବେଢି ରହିଥିଲା ଏବଂ ଅନ୍ୟ ଦିଗରୁ ସାଗର ବେଢି ରହିଥିଲା। ତେଣୁ କ୍ଷେତ୍ରଟି ଦ୍ୱୀପପରି ଦେଖାଯାଉଥିଲା ।

Post a Comment

0 Comments