କାହିଁକି ଓ କିପରି ପାଳନ କରାଯାଏ ରଜପର୍ବ ?

କାହିଁକି ଓ କିପରି ପାଳନ କରାଯାଏ ରଜପର୍ବ ?


ରଜ ପର୍ବ ଜୁନ୍ ମାସର ମଧ୍ୟରେ ପଡିଥାଏ । ରଜ ପର୍ବ ତିନିଦିନର ଏକ ପର୍ବ । ରଜର ପ୍ରଥମ ଦିନକୁ ପହିଲି ରଜ, ଦ୍ଵିତୀୟ ଦିନକୁ ରଜ ସଂକ୍ରାନ୍ତି ଆଉ ତୃତୀୟ ଦିନକୁ ବାସି ରଜ କୁହାଯାଏ । ଏହି ତିନି ଦିନକୁ ମା'ର ମାସିକ ଧର୍ମ ପାଳନ କୁହାଯାଏ । ଏହାର ଦ୍ଵିତୀୟ ଦିନ ମିଥୁନ ସଂକ୍ରାନ୍ତି ଆଉ ଏହି ଦିନ ଠାରୁ ବର୍ଷା ଋତୁର ଆରମ୍ଭ ହୋଇଥାଏ । 

ଏହି ରଜ ଶବ୍ଦଟି ରଜ ସୂଳା ଶବ୍ଦରୁ ଆସୁଅଛି । ରଜ ଶବ୍ଦର ଅର୍ଥ ରଜବତୀ ହେବା ବା ଯାହାର ଅର୍ଥ ମାସିକ ଧର୍ମ ପାଳନ କରୁଥିବା ମହିଳା ।  ମାନଯାଏ କି ବସୁଧା ମାତା ଯିଏ କି ବିଷ୍ଣୁଙ୍କ ପତ୍ନୀ ଅଟନ୍ତି ଏହି ତିନିଦିନ ତାଙ୍କର ମାସିକ ଧର୍ମ ପାଳନ କରନ୍ତି । ଚତୁର୍ଥ ଦିନକୁ ବସୁମତୀ ସ୍ନାନ ବୋଲି କୁହାଯାଉଛି । ଯେଉଁଥିରେ ଭୁ ଦେବଙ୍କୁ ସ୍ନାନ କରାଯାଏ । ଯାହା ପୃଥିବୀକୁ ମାତା ବୋଲି ବିବେଚନା କରି ବର୍ଷାର ଆଗମନରେ ସେ ରଜସ୍ଵୀଳ ହେବାର ଓ ନୂଆ ଶସ୍ୟ ଜନ୍ମ ହେବାର ସାଙ୍କେତିକ ଭାବ ଅଟେ । 

  1. ଏହିଦିନ ଝିଅ ଆଉ ମହିଳାମାନେ ନୂଆ ପୋଷାକ ଆଉ ଶାଢ଼ୀ ପିନ୍ଧିଥାନ୍ତି ।
  2. ଆଉ ପାଦରେ ଅଳତା  ଓ କୁମକୁମ୍ ପିନ୍ଧି ସଜେଇ ହୋଇଥାନ୍ତି । 
  3. ଆଉ ଘରେ ବହୁତ ପିଠାପଣା ହୋଇଥାଏ । ପୋଡପିଠା ଓ ପାନ ଖିଆ ସହ ଝିଅମାନେ ପୁଚି ଓ ରଜଦୋଳି ଆଦି ଖେଳିବା ଖେଳିବା ସହ ରଜଗୀତ ଗାଇ ଏହି ପର୍ବ ପାଳନ କରନ୍ତି । 
  4. ଏହି ଦିନ ବରଗଛରେ ଦୋଳି ଖେଳିଥାନ୍ତି ।  ଝିଅମାନେ ଦୋଳି ଖେଳିଥାନ୍ତି ଆଉ  ପୁଅମାନେ ଲୁଡୁ, ତାସ  ଓ ବାଗୁଡି ଆଦି ଖେଳିଥାନ୍ତି । 
  5. ଆଉ ବିଭିନ୍ନ ପ୍ରକାରର ରଜଗୀତ ଗାଇ ରଜ ପର୍ବକୁ ଉପଭୋଗ କରିଥାନ୍ତି । 
  6. ଏହି ଦିନରେ କୃଷି କାର୍ଯ୍ୟ କରାଯାଏ ନାହିଁ । ଏହିଦିନରେ ଚାଷୀମାନେ ବସୁମତୀ ଓ ହଳ ଲଙ୍ଗଳ ପୂଜା କରିବା ସହ ଚାଷକାମରୁ ମଧ୍ୟ ବିରତି ନେଇଥାନ୍ତି । 

ରଜପର୍ବର ବିଶେଷତ୍ୱ

  1. ରଜପର୍ବର ବିଶେଷତ୍ଵ ହେଉଛି ଆଷାଢ ମାସର ଚତୁର୍ବତୀ ମାସର ପ୍ରଥମ ମାସ ଏହି ଚାରିଦିନ ମୁନିଋଷି  ଓ  ସାଧବମାନେ ପରିଭ୍ରମଣ ତ୍ୟାଗ କରି ଏକ ନିର୍ଦ୍ଧିଷ୍ଟ ସ୍ଥାନରେ ରହି ସାଧନ କରିଥାନ୍ତି । 
  2. ଗ୍ରୀଷ୍ମର ହୁତାସନ ଜ୍ୱାଳା  ଅତିଷ୍ଠ ହୋଇ ଚାତକ ପରି ଚାହିଁଥାଏ ପହିଲି ଆଷାଢ଼ର ବର୍ଷା ଟୋପକୁ | ଏହି ବର୍ଷା ବିନ୍ଦୁ ପୃଥିବୀ କୁ ରଜସ୍ୱଳା କରେ | ଆକାଶ ଓ ପୃଥିବୀ ର ମିଳନ ଏହି ମୁହୂର୍ତ୍ତଟିକୁ ମଧୁମୟ କରିଥାଏ | ଗ୍ରୀଷ୍ମ ଶେଷ, ଆଷାଢ଼ ମାସ ର ଆରମ୍ଭ ରେ ରଜ ଆସେ । ଧରା ରେ ବର୍ଷା ର ପ୍ରଥମ ସ୍ପର୍ଶ ର ସୁଗନ୍ଧ ମାଟିରୁ ଆକାଶ ଯାଏ ମହକାଇ ଦିଏ । ଜମି ରେ ସୁନା ଫସଲ ଫଳାଇ ଅମଳ ରେ ନିଜ ଅମାର ଭରିବା ସ୍ବପ୍ନ ରେ ବିଭୋର ହୁଏ ଚାଷୀ ।
  3. ଏହି ମାସକୁ ଦାମ୍ପତ୍ୟ ଜୀବନର ସର୍ବଶ୍ରେଷ୍ଠ ସମ୍ଭୋଗର ମାସ ବୋଲି ଗ୍ରହଣ କରାଯାଏ | ମା'ଟି ଏ ଯେମିତି ପ୍ରଜନନ ପୂର୍ବରୁ ବିଶ୍ରାମ ଆବଶ୍ୟକ କରେ, ସେମିତି ପ୍ରଜନନକ୍ଷମ ହେବାକୁ ଯାଉଥବା ମାଟି ମା'କୁ ରଜ ତିନିଦିନ ବିଶ୍ରାମ ଦିଆଯାଏ ବୋଲି ବିଶ୍ୱାସ ଅଛି |
  4. ଆଷାଢ଼ର ପହିଲି ବର୍ଷାରେ ମାଟି ମା'ର ପ୍ରଜନନ ଶକ୍ତି ଜାଗ୍ରତ ହୋଇଥାଏ, ଏହି କାରଣରୁ ଧରଣୀମାତାକୁ ରଜସ୍ଵାଳା ସ୍ତ୍ରୀ ସହିତ ତୁଳନା କରାଯାଏ । କାରଣ ଅବିବାହିତା ଝିଅଙ୍କ ପାଇଁ ଗର୍ଭଧାରଣ କ୍ଷମତା ପ୍ରାପ୍ତିର ଏକ ସାଙ୍କେତିକ ପର୍ବ ହେଉଛି ରଜ । ଜଣେ ନାରୀଭାବେ ଆଗାମୀ ଦିନରେ କୀର୍ତ୍ତି କର୍ତ୍ତବ୍ୟ ସମ୍ପାଦନ କରିବାକୁ ହେବ, ତାହା କୁମାରୀମାନଙ୍କୁ ଶିଖିବାକୁ ପଡ଼ିଥାଏ, ଏହି ରଜପର୍ବ ପାଳନ ଅବସରରେ ।
  5. ଠିକ ସେହିପରି ଝିଅବୋହୂମାନଙ୍କ ଭବିଷ୍ୟତ ସାଂସାରିକ ଜୀବନ ସୁଖମୟ କରିବାକୁ ରଜପର୍ବର କଳ୍ପନା କରାଯାଇଛି | ରଜପର୍ବର ବିଧିବିଧାନକୁ ସେମାନେ ନିଜେ ପାଳନ କରି ଜଣେ ମାତାର କର୍ତ୍ତବ୍ୟକୁ ସୁଚାରୁରୂପେ ତୁଲାଇପାରିବେ ଏବଂ ଭବିଷ୍ୟତରେ ନିଜ ଝିଅମାନଙ୍କୁ ସହାନୁଭୂତି ଓ ସଂସାର ନିୟମ ଶିଖାଇବେ ।
  6. ଏହି ପର୍ବ ପାଳନ ବେଳରେ ଘରର ଘରଣୀମାନେ ସାଧାରଣ କାମରୁ ଛୁଟି ନେଇ ନାନାଦି ଖେଳରେ ମାତନ୍ତି । ଅଭିଆଡ଼ି ଝିଅମାନେ ଶାଢ଼ୀ ଆଦି ପିନ୍ଧି ରଜ ଦୋଳି ଖେଳ, ପୁଚି ଖେଳ ଆଦିରେ ସମୟ ଅତିବାହିତ କରିଥାନ୍ତି । 

Post a Comment

0 Comments