ଜାଣନ୍ତୁ ମହାପ୍ରଭୁଙ୍କ ନୀଳଚକ୍ର ଓ ପତିତପାବନ ବାନାର ରହସ୍ୟ

ଜାଣନ୍ତୁ   ମହାପ୍ରଭୁଙ୍କ ନୀଳଚକ୍ର ଓ ପତିତପାବନ ବାନାର ରହସ୍ୟ

ବଡ଼ ଦେଉଳର ଚୂଳରେ ଶୋଭା ପାଉଥାଏ ନୀଳ ଚକ୍ର । ମନ୍ଦିରରେ ଥିବା ନୀଳ ଚକ୍ର ଅଷ୍ଟ ଧାତୁରେ ନିର୍ମିତ ଏହାକୁ ପ୍ରଭୁ ଶ୍ରୀ ବିଷ୍ଣୁଙ୍କ ସୁଦର୍ଶନ ଚକ୍ର ବୋଲି ମଧ୍ୟ କୁହାଯାଏ । ଏହା ଶ୍ରୀବିଷ୍ଣୁଙ୍କ ଆୟୂଧ ସୁଦର୍ଶନ ଚକ୍ରର ପ୍ରତିରୂପ ବୋଲି ବିଶ୍ୱାସ କରାଯାଏ । ସେହିଭଳି ଶୈବ ମନ୍ଦିରରେ ଶିବଙ୍କ ଆୟୁଧ ତ୍ରିଶୂଳ ରହିଥାଏ । ଶ୍ରୀମନ୍ଦିର ଶିଖରରେ ଥିବା ଚକ୍ରକୁ ନୀଳଚକ୍ର କୁହାଯାଏ । 

ନୀଳ ଚକ୍ରର ରହସ୍ୟ

  1. ଏହି ଚକ୍ରର ରହସ୍ୟ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ଆପଣ ପୁରୀ ସହରର ଯେ କୌଣସି ସ୍ଥାନରୁ ଏହି ଚକ୍ରକୁ ଦେଖିଲେ ଏହା ଆପଣଙ୍କ ଆଡକୁ ମୁହଁ କରିଲା ପରି ଜଣାଯାଏ ବା ଯେଉଁ ପାଶ୍ୱର୍ରୁ ଏହି ଚକ୍ରକୁ ଦେଖିଲେ ଆପଣଙ୍କ ଆଡକୁ ସାମ୍ନା କରିଥିବା ଭଳି ଦେଖାଯାଏ ।
  2. ନୀଳଚକ୍ରର ନକ୍‌ସା ଶିଳ୍ପ ଚାତୁରୀର ଏକ ଉତ୍କୃଷ୍ଟ ନିଦର୍ଶନ । ମୁଖ୍ୟତଃ ତମ୍ବା ସହିତ ଅନ୍ୟ ଧାତୁର ମିଶ୍ରଣରେ ଢଳେଇ ପ୍ରକ୍ରିୟାରେ ଏହି ଚକ୍ରର ଅଂଶଗୁଡ଼ିକ ନିର୍ମିତ ହେବାପରେ ୨୧୩ ଫୁଟ ଉଚ୍ଚ ମନ୍ଦିରର କଳସ ଉପରେ ଦୃଢ଼ ତଥା ସଳଖ ଭାବରେ ସ୍ଥାପନ କରିବାରେ ଶିଳ୍ପୀମାନଙ୍କ ଶୈଳ୍ପିକ ଦକ୍ଷତା ପ୍ରତିପାଦିତ ହୋଇଛି ।
  3. ତମ୍ବା ଧାତୁ ସହିତ ସାମୁଦ୍ରିକ ପବନର ରସାୟନିକ ପ୍ରକ୍ରିୟାର ଫଳ ସ୍ୱରୂପ ଏହି ଚକ୍ରର ରଙ୍ଗ ନୀଳ ଦେଖାଯାଏ ।
  4. ନୀଳଚକ୍ରର ଉଚ୍ଚତା ୧୧ ଫୁଟ ଆଠ ଇଞ୍ଚ । ପହି ବା ବଳୟର ବାହ୍ୟ ଗୋଲେଇ ଭିତର ବ୍ୟାସ ୭ ଫୁଟ ୬ ଇଞ୍ଚ । ବାହ୍ୟ ପରିଧି ୩୬ ଫୁଟ, ପହିର ଓସାର ପ୍ରାୟ ଦେଢ଼ ଫୁଟ । କେନ୍ଦ୍ର ବଳୟ ଓ ପହି ମଧ୍ୟରେ ଲାଗିଥିବା ଆଠଗୋଟି ଅରଗୁଡ଼ିକର ଲମ୍ବ ପ୍ରାୟ ଦୁଇ ଫୁଟ । ସମୁଦାୟ ଓଜନ ହାରାହାରି ୨୨୦୦ କେଜି । 
  5. ଚକ୍ର ମଝିରେ ମେରୁ ରୂପକ ଧାତବ ଦଣ୍ଡ ପୋତି ହେଇ ରହିଛି । 
  6. ସେହିପରି ପହିର ଦୁଇପାଶ୍ୱର୍ର ବାହାରେ ମଗର ମୁଣ୍ଡ ସଦୃଶ୍ୟ ଆଠଗୋଟି କଳାତ୍ମକ ଶିଖା ନୀଳଚକ୍ରର ଶୋଭାବର୍ଦ୍ଧନ କରିଥାଏ । 

ରତ୍ନସିଂହାସନରେ ଚତୁର୍ଦ୍ଧାମୂତ୍ତିଙ୍କୁ ଦର୍ଶନ କରିବା ପାଇଁ ସବୁବେଳେ ସମସ୍ତଙ୍କୁ ସୁଯୋଗ ମିଳେ ନାହିଁ । ଯେଉଁମାନେ ଦର୍ଶନରୁ ବଞ୍ଚିତ ହୁଅନ୍ତି ସେମାନେ ସିଂହଦ୍ୱାର ଗୁମୁଟରେ ପୂଜିତ ପତିତପାବନଙ୍କ ଚିତ୍ର ବିଗ୍ରହ ଓ ଶ୍ରୀମନ୍ଦିର ଶିଖରର ନୀଳଚକ୍ର ସହିତ ଦିବ୍ୟ ଧ୍ୱଜାର ଦର୍ଶନରେ ସନ୍ତୁଷ୍ଟ ହୁଅନ୍ତି । ପୁରୀକୁ ଆସୁଥିବା ଯାତ୍ରୀମାନେ ବହୁଦୂରରୁ ଶ୍ରୀମନ୍ଦିରର ଚୂଡ଼ା ଦର୍ଶନ କରି ଦଣ୍ଡବତ ହୁଅନ୍ତି, କୃତାର୍ଥ ଲଭନ୍ତି ।

ପତିତପାବନ ବାନା (ଧ୍ୱଜା)

  1. ବାସଗୃହର ଛାତ ଉପରୁ ଅବା ଘର ଭିତରୁ ଗବାକ୍ଷ ବାଟେ ଦର୍ଶନ କରିବା ପୁରୀଆଙ୍କ ଏକ ଅଭିଳଷିତ ଆଶା ।  
  2. ଶ୍ରୀମନ୍ଦିରର ଚତୁଃପାଶ୍ୱର୍ରେ ଥିବା ଅନେକ ମଠର ମହନ୍ତମାନଙ୍କର ଆସ୍ଥନମାନ ଯୋଜନାବଦ୍ଧ ଭାବରେ ନୀଳଚକ୍ର ଦର୍ଶନକୁ ଲକ୍ଷ୍ୟରଖି ନିର୍ମାଣ କରାଯାଇଥିବାର ଜଣାଯାଏ |
  3. ବିିଭିନ୍ନ ହୋଟେଲ ବା ଧର୍ମଶାଳାର ପ୍ରକୋଷ୍ଠରୁ ନୀଳଚକ୍ରର ଦର୍ଶନ ମିଳିଲେ ତାହା ଯାତ୍ରୀମାନଙ୍କ ପାଇଁ ଅତିରିକ୍ତ ସୁବିଧା ବୋଲି ବୁଝାଯାଏ ।
  4. ଦୂରରେ ଥାଇ ବ୍ରାହ୍ମଣ ଜଣେ ହାତରେ ନୈବେଦ୍ୟ ଧରି ନୀଳଚକ୍ରକୁ ଚାହିଁ ଉତ୍ସର୍ଗ କରିଦେଲେ ତାହା ଭୋଗ ହେଇଯାଏ । ଏହି ଭୋଗକୁ ଚକ୍ର ମଣୋହି କୁହାଯାଏ ।
  5. ନୀଳଚକ୍ର ମଝିରେ ଉର୍ଦ୍ଧ୍ୱମୁଖା ବାଉଁଶରେ ଏକ ମୁଖ୍ୟବାନା ସହିତ ମାଳ ଆକାରରେ ଯଜମାନଙ୍କର ଅନେକ ବାନା ଲାଗିପାରେ । 
  6. ଶ୍ରୀମନ୍ଦିର ଚୂଡ଼ାରେ ଲାଗୁଥିବା ବାନା ସାଧାରଣତଃ ନାଲି, ହଳଦିଆ ବା ଧଳା ରଙ୍ଗର ହୋଇଥାଏ । ମଝିରେ ଚନ୍ଦ୍ରବିନ୍ଦୁ ଚିହ୍ନ ରହି ଆଗରେ ଏକ ଫୁଲି ଲାଗିଥାଏ । 
  7. ୧୧୨ ହାତ ଲମ୍ବ ‘ପାଦୁକଶୋଷା’ ବାନା ସବୁଠାରୁ ଦୀର୍ଘ । ଏହା ନୀଳଚକ୍ର ଉପରୁ ପାଟ ଅଗଣାରେ ଥିବା ପାଦୁକ କୁଣ୍ଡଯାଏଁ ଲମ୍ବିଥାଏ । ଶେଷରେ ଥିବା ଫୁଲିଟିକୁ ପାଦୁକ କୁଣ୍ଡରେ ବୁଡ଼ାଇ ଯଜମାନ ସଂକଳ୍ପ କରିଥାନ୍ତି ।
  8. ଅଣ୍ଟାରେ ବାନାର ବୁଜୁଳା ବାନ୍ଧି ମନ୍ଦିର ବାଡ଼ରେ ପିଠି ଲଗାଇ ନୀଳଚକ୍ର ଉପରେ ଥିବା ଚଉଦ ହାତ ଲମ୍ବର ବାଉଁଶରେ ଅତ୍ୟନ୍ତ ସତର୍କତାର ସହିତ ମହାପ୍ରଭୁଙ୍କୁ ସ୍ମରଣ କରି ଏହି ସେବା କରାଯାଏ । 
  9. ଏଣୁ ଏହି ସେବାର ବିକଳ୍ପ ନାହିଁ । ମହାପ୍ରଭୁଙ୍କ ଅପାର କରୁଣାରୁ କେବେ କୌଣସି ତ୍ରୁଟି ବିଚ୍ୟୁତି ବା ଅଘଟଣ ଘଟିବା ନଜିର ନାହିଁ ।
  10. ବାନାର ଲମ୍ବ, ପର୍ଯ୍ୟାୟକ୍ରମେ କମିଯାଇ ଏବେ ସର୍ବାଧିକ ୧୪ ହାତ ଲମ୍ବ ବାନା ବନ୍ଧାଯାଉଛି । ଏହି ବାନା ବନ୍ଧା ସେବା ଏକ ସାହସିକ ଓ ସମର୍ପିତ ସେବା । 

ପତିତପାବନ ବାନାର ରହସ୍ୟ 

ଆମେ ସମସ୍ତେ ଜାଣିଛୁ ଯେ ଏକ କପଡା ହେଉ କିମ୍ବା କିଛି ହାଲକା ପଦାର୍ଥ ପବନର ଦିଗ ସହିତ ପ୍ରବାହିତ ହୋଇଥାଏ । କିନ୍ତୁ ପୁରୀ ମନ୍ଦିରର ପତାକା ବା ପତିତପାବନ ବାନା ସର୍ବଦା ପବନ ଯେଉଁ ଦିଗକୁ ବହେ, ତାର ବିପରୀତ ଦିଗରେ ଉଡିଥାଏହୋଇଥାଏ ।

ନୀତିକାନ୍ତି ବନ୍ଦ ରହେ

  1. ଶ୍ରୀମନ୍ଦିର ନୀତିକାନ୍ତି ସହିତ ନୀଳଚକ୍ର ତଥା ପତିତପାବନ ବାନାର ସମ୍ପର୍କ ଅଭେଦ୍ୟ ।
  2. ବାନା ପବନରେ ଚିରି ଉଡ଼ିଗଲେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଭୋଗ ପୂଜା ହେଇପାରେ ନାହିଁ । 
  3. ବାନା ବିନା ନୀଳଚକ୍ର ଓ ଶ୍ରୀମନ୍ଦିର ସାମୟିକ ଭାବରେ ଶ୍ରୀହୀନ ଦେଖାଯାଏ । 
  4. ସବୁ ନୀତିକାନ୍ତି ଅଟକି ରହେ ପୁଣି ନୂଆ ବାନା ଲାଗିବା ପର୍ଯ୍ୟନ୍ତ । 
  5. ସବୁଦିନ ଅପରାହ୍ନରେ ଏହି ବାନା ଚୂନରା ସେବକଙ୍କ ଦ୍ୱାରା ବଦଳାଯାଏ । 

Post a Comment

0 Comments