ଜାଣନ୍ତୁ, ମହାପ୍ରଭୁ ଜଗନ୍ନାଥଙ୍କ ସର୍ବବୃହତ ରୋଷେଇଘରର ଆଶ୍ଚର୍ଯ୍ୟଜନକ କଥା !

ଜାଣନ୍ତୁ, ମହାପ୍ରଭୁ ଜଗନ୍ନାଥଙ୍କ ସର୍ବବୃହତ ରୋଷେଇଘରର ଆଶ୍ଚର୍ଯ୍ୟଜନକ କଥା !

କଥାରେ ଅଛି ଶ୍ରୀକ୍ଷେତ୍ର ପୁରୀରେ ପାଦ ଥାପିଲେ ପାପ ଧୋଇ ହୋଇଯାଏ । ମହାପ୍ରଭୁ ଜଗତର ନାଥ ଜଗନ୍ନାଥଙ୍କର ଏ କ୍ଷେତ୍ର ହେଉଚି ଲୀଳାମୟ ଭୋଜନ କ୍ଷେତ୍ର । ସେହିପରି ଶ୍ରୀମନ୍ଦିରରେ ପାଦ ଦେଲେ କେହି ଭୋକିଲା ରୁହେ ନାହିଁ । ଜଣେ ପ୍ରକୃତ ଭକ୍ତ କେବେ ହେଲେ ପାସରେ ଏଠାରୁ ଯିବ ନାହିଁ । ଯେତେ ଦେଉଥିବୁ ସେତେ ଖାଉଥିବି ନ ସୁଖିବ ମୋର ହାତ, ଲୋକେ କହୁଥିବେ ଖାଇବା ଠାକୁର ନୀଳାଚଳେ ଶ୍ରୀଜଗନ୍ନାଥ ।   ଯେତେ ଲୋକ ହେଲେ ମଧ୍ୟ ଏଠାରେ ମହାପ୍ରସାଦ ନିଅଂଟ ହୁଏ ନାହିଁ । ଜଗନ୍ନାଥଙ୍କ ଦକ୍ଷିଣ ହାତ କେବେ ଶୁଖେ ନାହିଁ । ଏହାର କାରଣ ହେଲେ ଏହି ହାତ ନ ଶୁଖିବା ପାଇଁ ରୋଷଘରର ବ୍ୟବସ୍ଥା ହେଉଛି ।

ରୋଷେଇ ଘରର ଚୁଲି

  1. ରୋଷଘରର ଦୈର୍ଘ୍ୟ ୧୫୦ ଫୁଟ, ପ୍ରସ୍ତ ୧୦୦ ଓ ଉଚ୍ଚତା ୨୦ ଫୁଟ । 
  2. ରୋଷଘରେ ୭୪୨ ଚୁଲି ଅଛି ବୋଲି ଲେଖା ଯାଇଥିଲେ ମଧ୍ୟ ପ୍ରକୃତରେ ୨୪୩ ଚୁଲି ରହିଛି । 
  3. ଚୁଲିଗୁଡିକ ୩ ପ୍ରକାର ଭାଗ କରାଯାଇଛି । ସେଗୁଡିକ ହେଲା ଅନ୍ନ ଚୁଲି, ଅହିଆ ଚୁଲି ଓ ପିଠା ଚୁଲି । 
  4. ଏ ଚୁଲି ସମଗ୍ର ଭାରତ ବର୍ଷରେ କେଉଁଠାରେ ନାହିଁ । ଏହି ଚୁଲି ସମ୍ପୁର୍ଣ୍ଣ ବେଦ ବୈଦିକ ବିଧାନ ଅନୁସାରେ ରୋଷଶାଳାଟି ପ୍ରସ୍ତୁତ ।  ଅଗ୍ନିଙ୍କର ୭ଟି ଜିହ୍ୱା ଥିବାରୁ ଏଠାରେ ଚୁଲିର ୭ଟି ଜିହ୍ୱା ବା ମୁଖ ରହିଛି । 
  5. ପ୍ରତ୍ୟେକ ମୁଖାରେ ଗୋଟିଏ ଗୋଟିଏ କୁଡୁଆ ରଖାଯାଏ ଏବଂ ସେହି କୁଡୁଆ ଉପରେ ୭ଟି କୁଡୁଆ ରଖାଯାଇ ରୋଷେଇ କରାଯାଏ । 
  6. ସବୁଠାରୁ ବଡ କଥା ସମସ୍ତ ଖାଦ୍ୟ ବାମ୍ଫରେ ପ୍ରସ୍ତୁତ ହୋଇଥାଏ । ସବା ଉପରେ ଥିବା କୁଡୁଆ ଆଗ ପ୍ରସ୍ତୁତ ହୋଇଥାଏ ।
  7. ଅନ୍ନ ବ୍ୟଞ୍ଜନ ଯେଉଁ ଚୁଲିରେ ହୁଏ ସେହି ଚୁଲିରେ ଡାଲି ତରକାରୀ ପ୍ରସ୍ତୁତ କରାଯାଏ ନାହିଁ । 
  8. ଧର୍ମଶାସ୍ତ୍ର ଅନୁସାରେ ରୋଷଶାଳାର ରକ୍ଷକ ହେଉଛନ୍ତି ଦକ୍ଷିଣକାଳୀ ଓ ରୋଷ ଗଣେଶ ।
  9. ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ରୋଷଘର ଉତାପ ବାହ୍ୟ ତାପମାତ୍ରାଠାରୁ ୧୫ରୁ ୨୦ ଡିଗ୍ରୀ ଅଧିକ । ମା’ଦକ୍ଷିଣକାଳୀ ପ୍ରବଳ ଉତାପରୁ ସେବକମାନଙ୍କ ଅଙ୍ଗକୁ ରକ୍ଷା କରିଥାନ୍ତି ।
  10. ପ୍ରଥମ ଚୁଲିର ଅଧିକାରୀ ହେଉଚନ୍ତି ମା ଦକ୍ଷିଣ କାଳୀଙ୍କର । 
  11. ୨ୟ ଚୁଲା ହେଉଚି ରାଘବ ଦାସ ମଠର ।
  12.  ୩ୟ ଚୁଲା ହେଉଚି ବଡ ଓଡିଆ ମଠର ।
  13.  ୪ର୍ଥ ଚୁଲା ହେଉଛି ଭିତରଚ୍ଛ ମହାପାତ୍ରଙ୍କର ।
  14. ୫ମ ଏମାର ମଠର , ଏହିଭଳି ବିବିଧ ଚୁଲା ରହିଛି । କୋଠଭୋଗ ଚୁଲା ମଧ୍ୟ ରହିଛି । ଏ ଭଳି ଭାବେ ଅନ୍ୟ ଚୁଲାଗୁଡିକ ମଧ୍ୟ ବଂଟାଯାଇଛି । 
  15. ଏସବୁ ଚୁଲା ରହିଛି କାହାର କେଉଁମାନଙ୍କର, ଏସବୁ ଚୁଲା ଯେ ସୁଆର ମାନଙ୍କର ତାହା ନୁହେଁ | ସୁଆରମାନେ କେବଳ ରାନ୍ଧିବା ପାଇଁ ଏଠାକୁ ଯିବେ । 
  16. ରୋଷଘରେ ୧୦ଟି ଘର ରହିଛି । ଏହା ଦଶଦିଗପାଳ, ଦଶଅବତାର, ଦଶମହାବିଦ୍ୟାର ଆକ୍ଷା ପ୍ରଦାନ କରୁଛି । 

ରୋଷେଇ ଘରର ରନ୍ଧନ ନିୟମ

  1. ପ୍ରତ୍ୟେକ ଦିନ ପାଖାପାଖି ୬୦୦ ସୁଆର ଓ ୪୦୦ ସହଯୋଗୀ ରନ୍ଧା କାର୍ଯ୍ୟରେ ନିୟୋଜିତ ହୋଇଥାନ୍ତି । 
  2. ଏହା ଭିତରକୁ ପ୍ରବେଶ କରୁଥିବା ସେବକମାନେ କେବଳ ଦକ୍ଷିଣ କାଳୀଙ୍କ ସିନ୍ଦୁର ବ୍ୟତୀତ ଅନ୍ୟ କେଉଁ ଦେବା ଦେବୀଙ୍କର ସିନ୍ଦୁର, ଚନ୍ଦନ ଲଗାଇ ଯାଇପାରିବେ ନାହିଁ । 
  3. ପ୍ରତିଦିନ ୧୦ ହଜାରରୁ ଲକ୍ଷେ ପର୍ଯ୍ୟନ୍ତ ମହାପ୍ରସାଦ ପ୍ରସ୍ତୁତ ହୋଇଥାଏ । ବିଶ୍ୱାସ ରହିଛି ମହାଲକ୍ଷ୍ମୀ ନିଜେ ଏଠାକୁ ଚତୁର୍ଦ୍ଧାମୂର୍ତ୍ତି ଙ୍କ ପାଇଁ ରାନ୍ଧିବାକୁ ଆସିଥାନ୍ତି । 
  4. ସର୍ବସାଧାରଣଙ୍କୁ ମହାପ୍ରଭୁଙ୍କ ରୋଷଘର ଦେଖିବା ମନା । ଉକ୍ରଳୀୟ ସଂସ୍କୃତି ଅନୁସାରେ ଆମ ରୋଷେଇ ଘର ବାହାର ଲୋକ ଦେଖିଲେ ମାରା ।
  5. ସେହି ଦୃଷ୍ଟିରୁ ମହାପ୍ରଭୁଙ୍କ ରୋଷଘର ମଧ୍ୟ ନିର୍ଦ୍ଦିଷ୍ଟ ସେବକଙ୍କ ବ୍ୟତୀତ ଅନ୍ୟ କେହି ପ୍ରବେଶ କରିପାରିବେ ନାହିଁ । 
  6. ରଥଯାତ୍ରା ବେଳେ ଶ୍ରୀଜଗନ୍ନାଥ ଗୁଣ୍ଡିଚାଘର ଯାଇଥିବା ବେଳେ ଚୁଲି ସବୁ ଭଙ୍ଗା ହୋଇ ଯାଇଥାଏ । କାରଣ ସେହି ଚୁଲି ଯେପରି ଅନ୍ୟ କେଉଁମାନେ ଦେଖିପାରିବେ ନାହିଁ । 
  7. ମନ୍ଦିର ରୋଷେଇ ଶାଳ ରେ ହଜାର ହଜାର ଲୋକ ଙ୍କ ପାଇଁ ଖାଦ୍ୟ ତିଆରି ହେଉଥିଲେ ମଧ୍ୟ ଏଠାରେ ପ୍ରତିଦିନ ଲକ୍ଷ ଲକ୍ଷ ଭକ୍ତ ଭୋଜନ କରନ୍ତି |
  8. ଶ୍ରୀ ମନ୍ଦିର ର ରୋଷେଇ ଶାଳ ରେ ପ୍ରସାଦ ତିଆରି ହୁଏ | ତିଆରି ପାଇଁ ହାଣ୍ଡି କୁ ଗୋଟିଏ ଉପରେ ଗୋଟିଏ ଏପରି ସାତୋଟି ହାଣ୍ଡି ରଖାଯାଏ | କିନ୍ତୁ ଆଶ୍ଚର୍ଯ୍ୟ ର କଥା ଯେ ,ସବୁଠାରୁ ଶୀର୍ଷ ରେ ଥିବା ହାଣ୍ଡି ଟି ପ୍ରଥମେ ହୋଇଥାଏ |
  9. ଏଥି ସହିତ, ମନ୍ଦିର ଫାଟକ ବନ୍ଦ ହେବା ମାତ୍ରେ ଖାଦ୍ୟ ମଧ୍ୟ ଶେଷ ହୁଏ | ଏହି ଜିନିଷଗୁଡ଼ିକ ଏହି ମନ୍ଦିରକୁ ଚମତ୍କାର ଏବଂ ରହସ୍ୟମୟ କରିଥାଏ |

Post a Comment

0 Comments