ଜାଣନ୍ତୁ ବସୁମତୀ ସ୍ନାନ କ'ଣ ? ରଜ ପର୍ବରେ ଠାକୁର ପୂଜା କରିବେ କି ନାହିଁ ?

ଜାଣନ୍ତୁ   ବସୁମତୀ ସ୍ନାନ କ'ଣ ? ରଜ ପର୍ବରେ ଠାକୁର ପୂଜା କରିବେ କି ନାହିଁ ?

ସମଗ୍ର ପୃଥିବୀ ଆରମ୍ଭ ଯାହା ଥିଲା ଏବେ ଅଛି ଆଉ ଯାହା ଆଗକୁ ରହିବ ତାହା ହେଉଛି ସନାତନ ଧର୍ମ । ଯେଉଁ ଜାଗାରେ ନାରୀଙ୍କୁ ପୂଜା କରିଯାଏ ବା ସେମାନଙ୍କୁ ସମାନ ଦିଆଯାଏ ସେଠାରେ ଦେବତାଙ୍କ ବାସ ରହିଥାଏ । ରଜ ୩ ଦିନରେ ଧରିତ୍ରି ମା ରଜଶୀଳ ହୋଇଥାନ୍ତି ଯାହା ପାଇଁ ରଜ ସମୟରେ ନବ ବିବାହିତା ବୋହୁ ବା କୁଆଁରୀ ଝିଅ ମାନେ କୌଣସି କାମ କରିବା ବା ପୂଜା ପାଠ କରିବାକୁ ନିଷେଧ କରା ଯାଇଛି । କାରଣ ଶାସ୍ତ୍ର ଅନୁଯାୟୀ ରଜ ୩ ଦିନ ଝିଅ ମାନେ କୌଣସି କାମ କରିବା ମଧ୍ୟ ଉଚିତ ନୁହେଁ । 

  1. ଓଡିଆ ଘରର ଚାଲି ଚାଳନ ଅନୁଯାୟୀ ଯେଉଁ ମାନେ ନବ ବିବାହିତା ବୋହୁ ମାନେ ସେମାନେ ରଜ ପାଳନ କରିଥାନ୍ତି । ସେମାନେ ଗୋଟେ ଜାଗାରେ ବସି ରହିଥାନ୍ତି ସଜବାଜ ହୋଇ । 
  2. କୁଆଁରୀ ଝିଅ ମାନେ ଓ ନୂଆ ବୋହୁ ମାନେ ରଜ ପର୍ବ ରେ କୌଣସି କାମ କରିବେ ନାହି କି ପୂଜା ପାଠ କରିବେ ନାହି । କାରଣ ସନାତନ ଧର୍ମ ଅନୁଯାୟୀ ଝିଅ ବୋହୁ ମାନଙ୍କୁ ଦେବୀର ମାନ୍ୟତା ଦିଆ ଯାଇଛି । 
  3. ଯେଉଁ ମାନଙ୍କର ବିବାହ ଦୁଇ ବର୍ଷ ବା ଅଧିକ ହୋଇ ଗଲାଣି ଚାହିଁଲେ ସେମାନେ ରଜପର୍ବରେ ଠାକୁର ପୂଜା କରି ପାରିବେ । 
  4. କିନ୍ତୁ ଘରେ କୌଣସି ପ୍ରକାରର ହୋମ କରିବା ନିଷେଧ ଅଟେ । କିନ୍ତୁ  ମନ୍ଦିରରେ ଯଦି ଆପଣ ସଙ୍କ୍ରାନ୍ତି ଦିନ ହୋମ କରିବାକୁ ଚାହୁଁଛନ୍ତି ତେବେ କରି ପାରିବେ ।
  5. ଘରେ ପୂଜା ହୋଇ ପାରିବ କିନ୍ତୁ ଝିଅ ବା ମହିଳା ମାନେ କରିପାରିବେ ନାହିଁ  ।  ଯଦି ଚାହିଁବ ତେବେ ପୁରୁଷ ମାନେ ଘରର ପୂଜା ପାଠ କରି ପାରିବେ । 
  6. ଏହି ୩ ଦିନରେ ଶୀଳ ଘରେ ପକାଇବା ଉଚିତ ନୁହେଁ । ଆଧୁନିକ ଉପକରଣ ଘରେ ରୋଷେଇ କରିବାରେ ବ୍ୟବହାର କରି ପାରିବେ ।

ବସୁମତୀ ସ୍ନାନ

ରଜପର୍ବ ଆରମ୍ଭ ହେବାର ପୂର୍ବଦିନକୁ ସଜବାଜ ବୋଲି କୁହାଯାଏ । ଏଥିପାଇଁ ତିନିଦିନ ଆଗରୁ ମସଲା ବାଟି ରଖାଯାଏ ଓ ଶିଳକୁ ମଧ୍ୟ ବିଶ୍ରାମ ଦିଆଯାଏ । ପୃଥିବୀ ଯେପରି ନିଜ କ୍ଷୁଧା ମେଣ୍ଟାଇବା ପାଇଁ ବର୍ଷାକୁ ଅପେକ୍ଷା କରି ରହିଥାଏ ଘରର ଅବିବାହିତ ଝିଅମାନେ ଠିକ ସେମିତି ନିଜକୁ ସଜେଇ ଆଗାମୀ ବିବାହ ପ୍ରସ୍ତାବର କାମନା କରିଥାନ୍ତି ।

  1. ବସୁମତୀ ସ୍ନାନ ହେଉଛି ରଜ ପର୍ବର ଅନ୍ତିମ ଦିବସ । ଏହା ବସୁଧାମାତାଙ୍କ ଶୁଦ୍ଧ ସ୍ନାନ । ଏହା ଧରାସ୍ନାନ, ମହାଲକ୍ଷ୍ମୀ ସ୍ନାନ,ମହାଲକ୍ଷ୍ମୀ ଗାଧୁଆ ଓ ଶୁଦ୍ଧ ସ୍ନାନ ରୂପେ ପ୍ରଖ୍ୟାତ ।
  2. ରଜର ୪ର୍ଥ ଦିନ ବା ଶେଷ ଦିନରେ ବଡ଼ି ସକାଳୁ ଠାକୁରାଣୀ ଗାଧୁଆରେ କାଠ ପିଢା ଉପରେ ଶିଳପୁଆ, ଲଙ୍ଗଳ, ଲୁହା ଓ ବିଭିନ୍ନ ଉପକରଣ ରଖି ତା ଉପରେ ହଳଦୀପାଣି ଢାଳି ଶିଳପୁଆରେ ହଳଦୀ କନା ଗୁଡ଼ାଇ ସିନ୍ଦୂର, କଜଳ ଦେଇ ଧରଣୀ ମାତାଙ୍କ ସ୍ଵରୂପକୁ ସଜାଇ ପିଢ଼ା ଉପରେ ସ୍ଥାପନା କରି କଳସ, ଆମ୍ବଡ଼ାଳ ରଖି କ୍ଷୀର ଦେଇ ସ୍ନାନ କରାଯାଏ ।
  3. ମାଆଙ୍କୁ ବହୁତ ପ୍ରକାରର ପ୍ରସାଦ ମଧ୍ୟ ଚଢାଯାଏ । 
  4. ମାସିକ ଧର୍ମର ବିଧି ଅନୁଯାୟୀ ଧରଣୀ ମାତା ତିନିଦିନ ବିଶ୍ରାମ ପରେ ସ୍ନାନ କରି ଶୁଦ୍ଧ ପବିତ୍ର ହୋଇଥା'ନ୍ତି ।
  5. ମାର୍ଗଶୀର ଶେଷ ଗୁରୁବାରଦିନ ବନ୍ଦ ହୋଇଥିବା ମହାଲକ୍ଷ୍ମୀ ପେଡ଼ି ଏହି ଦିନ ଖୋଲାଯାଇଥାଏ ।
  6. ରଜସ୍ୱଳାନାରୀ ସଦୃଶ ତିନିଦିନ ଅସ୍ପୃଶ୍ୟ ହୋଇ ରହିବାପରେ ଚତୁର୍ଥ ଦିନ ପ୍ରାତଃ କାଳରେ ଏହି ଶୁଦ୍ଧ ସ୍ନାନ ପର୍ବ । ଏହି ଦିନ ରଜପର୍ବର ଆନନ୍ଦ ଉଲ୍ଲାସ ମଉଳି ଯାଇ ଆଧ୍ୟାତ୍ମିକତା ସ୍ଥାନ ନେଇଥାଏ । ଏହି ବସୁମତୀ ସ୍ନାନ ଦିବସରେ ଧରଣୀ ମାତା ପ୍ରତି ଭକ୍ତିଭାବ ଜାଗ୍ରତ ହୋଇଥାଏ । 
  7. ଭୋଗ ରାଗ ସହ ବାସୁମତି ସ୍ନାନ କରାନ୍ତି । ଏହା ପରେ ହିଁ ପବିତ୍ର ଓ ଉତ୍ପାଦନ କ୍ଷମ ହୁଏ ମାଟି ।

ସମାପ୍ତ ହୁଏ ମଉଜ, ବିଦାୟ ନିଏ ରଜ

  1. ଚାରି-ପାଞ୍ଚ ଦିନର ମଉଜ ପରେ ଆରବର୍ଷ ପାଇଁ ବିଦାୟ ନିଏ ରଜ । ବସୁମାତା ସ୍ନାନ ପରେ ରଜ ପାଳିବା ଶେଷ ହୁଏ । 
  2. କେତେକ ସ୍ଥାନରେ ରଜବତି କୁହାଯାଉଥିବା କୁଆଁରୀ ଝିଅମାନଙ୍କ ପାଇଁ ରଜରେ ରହିବା ଲାଗି ସ୍ଵତନ୍ତ୍ର ଘର ରଖାଯାଇଥାଏ । ଏହାକୁ ରଜକୋଠୀ ବୋଲି କୁହନ୍ତି | ଶେଷ ଦିନ ଘର ଲିପାପୋଛା ହୁଏ | ଆଉ କେତେକ ସ୍ଥାନରେ ଏହି ପର୍ବକୁ ବିଦାୟ ଦେବା ଲାଗି ଏହାକୁ ବଟେଇ ଆସିବାର ପରମ୍ପରା ରହିଛି ।
  3. ରଜ ଚାଷୀଘରେ ମଉଜ ମଜଲିସର ଉତ୍ସବ ହୋଇଥିବା ବେଳେ, ଆମର ଧର୍ମୀୟ ଭାବଧାରା ଭିଡ଼ରେ ଏହା ଯୋଡି ହୋଇଯାଇଛି କାହିଁ କେଉଁ କାଳରୁ ।
  4. ରଜପର୍ବର ଆନନ୍ଦ ଉଲ୍ଲାସ ମଉଳି ଯାଇ ଆଧ୍ୟାତ୍ମିକ ସ୍ଥାନ ନେଇଥାଏ । ଏହି ବସୁମତୀ ସ୍ନାନ ଦିବସରେ ଧରଣୀ ମାତା ପ୍ରତିଭକ୍ତିଭାବ ଜାଗ୍ରତ ହୋଇଥାଏ ।

Post a Comment

0 Comments