ସୂର୍ଯ୍ୟାସ୍ତ ପରେ ଭୁଲରେ ବି କରନ୍ତୁ ନାହିଁ ଏସବୁ ଜିନିଷର ଦାନ
ହିନ୍ଦୁ ଧର୍ମରେ ଦାନର ବିଶେଷ ମହତ୍ତ୍ୱ ରହିଛି । ଶାସ୍ତ୍ରରେ ଉଲ୍ଲେଖ ରହିଛି ଯେ ଯେଉଁ ବ୍ୟକ୍ତି ତା ଜୀବନରେ ଦାନ ଧର୍ମ କରିଥାଏ, ତା’ର ସମସ୍ତ ପାପ ଧୋଇ ହୋଇଯାଏ ଏବଂ ବହୁତ ପୁଣ୍ୟ ଅର୍ଜନ କରିଥାଏ ।
ଜୀବନରେ ଅସୁବିଧା ଓ ଟଙ୍କାପଇସାର ଅଯଥା କ୍ଷୟକୁ ରୋକିବା ପାଇଁ ଅନେକ ଉପାୟ ବର୍ଣ୍ଣନା କରାଯାଇଛି ।ସେହି ଉପାୟଗୁଡିକୁ ମାନିବା ଦ୍ଵାରା ଅସୁବିଧାରୁ ମୁକ୍ତି ପାଇପାରିବା । ଅନେକ ଲୋକ ପୁଣ୍ୟ ପ୍ରାପ୍ତି ପାଇଁ ଦାନ କରି ଥାଆନ୍ତି । କିନ୍ତୁ କେବଳ ଲାଭ ମିଳିବା ଆଶାରେ ଦାନ କରିବାର କୌଣସି ମହତ୍ତ୍ୱ ରହି ନଥାଏ । ଦାନ ସବୁବେଳେ ନିଃସ୍ୱାର୍ଥପର ଭାବେ କରିବା ଉଚିତ । ଶାସ୍ତ୍ର ଅନୁଯାୟୀ ସୂର୍ଯ୍ୟାସ୍ତ ପରେ କିଛି ବସ୍ତୁର ଦାନ କରିବା ଦ୍ୱାରା ଅନେକ କ୍ଷତି ହୋଇଥାଏ । ଏପରିକି ଆପଣ କାଙ୍ଗାଳ ମଧ୍ୟ ହୋଇପାରନ୍ତି । ଆସନ୍ତୁ ଜାଣିବା ସେବି ବସ୍ତୁ ଗୁଡ଼ିକ କ’ଣ ?
ଟଙ୍କା
ଟଙ୍କା ଏପରି ଏକ ଜିନିଷ ଯାହା ସବୁଠାରୁ ବେଶୀ ଉଧାର କରାଯାଇଥାଏ । କୌଣସି ଅ-ଭା-ବୀ ଲୋକଙ୍କୁ ସାହାଯ୍ୟ କରିବା ଖରାପ ନୁହେଁ । କିନ୍ତୁ ବାସ୍ତୁ ଶାସ୍ତ୍ର ଅନୁସାରେ ଆପଣଙ୍କୁ ସୂର୍ଯ୍ୟାସ୍ତ ପରେ କାହାକୁ ଟଙ୍କା ଉ-ଧା-ର ଦେବା ଅନୁଚିତ । ଏପରି କରିବା ଦ୍ୱାରା ଧନର ଦେବୀ ମହାଲକ୍ଷ୍ମୀ ଆପଣଙ୍କ ଉପରେ ଅସନ୍ତୁଷ୍ଟ ହୋଇ ପାରନ୍ତି ।
- ସନ୍ଧ୍ୟା ସମୟରେ ଘରକୁ ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ ।
- ତେଣୁ ଏହି ସମୟରେ ଆପଣ କାହାକୁ ଟଙ୍କା ଦେଲେ ଲକ୍ଷ୍ମୀ ଆପଣଙ୍କ ଘରୁ ଅନ୍ୟର ଘରକୁ ଚାଲିଯାଆନ୍ତି ।
- ତେଣୁ ସନ୍ଧ୍ୟା ସମୟରେ ଯଦି ଆପଣଙ୍କୁ କେହି ଟଙ୍କା ମାଗୁଛନ୍ତି ତା’ହେଲେ ତାଙ୍କୁ ସକାଳେ ଦେବାକୁ ଚେଷ୍ଟା କରନ୍ତୁ ।
- ସୂର୍ଯ୍ୟାସ୍ତ ପରେ ଦିଆଯାଇଥିବା ଟଙ୍କାପଇସା ଫେରି ପାଇବାର ବହୁତ ସମୟ ଲାଗିଥାଏ ।
କ୍ଷୀର
- ସୂର୍ଯ୍ୟାସ୍ତ ପରେ କେବେ ହେଲେ କ୍ଷୀର ଦାନ କରନ୍ତୁ ନାହିଁ। ଚନ୍ଦ୍ର ଓ ଶୁକ୍ର ଗ୍ରହ ଉପରେ ପ୍ରଭାବ ପଡ଼େ |
- ଶାସ୍ତ୍ର ଅନୁଯାୟୀ କ୍ଷୀର ଉଭୟ ସୂର୍ଯ୍ୟ ଓ ଚନ୍ଦ୍ର ସହ ଜଡ଼ିତ । କୁହାଯାଏ ଯେ ସନ୍ଧ୍ୟାବେଳେ କିମ୍ବା ରାତିରେ କ୍ଷୀର ଦାନ କରିବା ଦ୍ୱାରା ଲକ୍ଷ୍ମୀ ଓ ବିଷ୍ଣୁ ଦୁଇ ଜଣ ରାଗି ଯାଆନ୍ତି ।
- ତେଣୁ ଧନ ହାନି ହେବା ସହ ପରିବାରରେ ମାନସିକ ଅଶାନ୍ତି ଏବଂ ଜୀବନରେ ଅନେକ ସମସ୍ୟା ଦେଖା ଦେଇଥାଏ ।
ଦହି
- ଜ୍ୟୋତିଷଙ୍କ ଅନୁଯାୟୀ ଦହି ଶୁକ୍ର ଗ୍ରହ ସହ ଜଡ଼ିତ ।
- ଶୁକ୍ର ଗ୍ରହକୁ ମନୁଷ୍ୟର ଭୌତିକ ସୁଖ ଓ ସମୃଦ୍ଧିର କାରକ ବୋଲି କୁହାଯାଏ ।
- ସୂର୍ଯ୍ୟାସ୍ତ ପରେ ଦହି ଦାନ କରିବା ଦ୍ୱାରା ଆପଣଙ୍କ ଜୀବନରେ ସୁଖ, ସମୃଦ୍ଧି କମି ଯାଇପାରେ ।
- ତେଣୁ ସୂର୍ଯ୍ୟାସ୍ତ ପରେ ଦହି ଦାନ କରନ୍ତୁ ନାହିଁ। ଏପରି କରିବା ଦ୍ଵାରା ସୂର୍ଯ୍ୟଙ୍କ ଖରାପ ପ୍ରଭାବ ମଧ୍ୟ ଜାତକରେ ପଡିଥାଏ ।
- ରାତିରେ ଦହି ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ | ଏଣୁ ସନ୍ଧ୍ୟା ପରେ କୌଣସି ବ୍ୟକ୍ତିଙ୍କୁ ଦହି ଖାଇବାକୁ ଦେଲେ ଦୋଷ ଲାଗିଥାଏ |
ପିଆଜ ଓ ରସୁଣ
ବାସ୍ତୁ ଶାସ୍ତ୍ର ଅନୁସାରେ ଯଦି ଆପଣ କୌଣସି ବାହାରର ବ୍ୟକ୍ତିଙ୍କୁ ପିଆଜ ରସୁଣ ଉ-ଧା-ର ଦିଅନ୍ତି, ତେବେ ଏହା ବହୁତ ଅଶୁଭ ହୋଇଥାଏ । ଏହା କରିବା ଦ୍ଵାରା ଘରର ଶା-ନ୍ତି ନ-ଷ୍ଟ ହୋଇଥାଏ । ଏହାର ସିଧାସଳଖ ପ୍ରଭାବ ଆପଣଙ୍କର ଆ-ର୍ଥି-କ ଅବସ୍ଥା ଉପରେ ପଡ଼ିଥାଏ ।
- ସୂର୍ଯ୍ୟାସ୍ତ ପରେ ପିଆଜ ଓ ରସୁଣକୁ ବି ଦାନ କରିବା ଉଚିତ ନୁହେଁ । ଜ୍ୟୋତିଷଙ୍କ ଅନୁଯାୟୀ ପିଆଜ ଓ ରସୁଣ କେତୁ ଗ୍ରହ ସହ ଜଡ଼ିତ ।
- କେତୁ ଗ୍ରହକୁ ନକାରାତ୍ମକ ଶକ୍ତିର ସ୍ୱାମୀ ବୋଲି କୁହାଯାଏ ।
- ଏହା ବ୍ୟତୀତ ସୂର୍ଯ୍ୟାସ୍ତ ପରେ ହିଁ ଗୁଣି ଗାରେଡ଼ି କରାଯାଇଥାଏ ।
- ଏଥିପାଇଁ ଦିନରେ ପିଆଜ ରସୁଣ ଉ-ଧା-ର ଦିଅନ୍ତୁ | ତେଣୁ ସୂର୍ଯ୍ୟାସ୍ତ ପରେ ନା କାହାକୁ ପିଆଜ ରସୁଣ ଦାନ ଦେବା ଉଚିତ ନା କାହାଠୁ ନେବା ଉଚିତ ।
ସୁନାଗହଣା
- ବାସ୍ତୁ ଶାସ୍ତ୍ର ଅନୁସାରେ ସୁନାଗହଣା ଉ-ଧା-ର ନେଇ ପିନ୍ଧିବା ଦ୍ୱାରା ଆପଣଙ୍କୁ ଗ୍ରହର ଖରାପ ପ୍ର-ଭା-ବ ଭୋଗିବାକୁ ପଡ଼ିବ ।
- ବେଳେବେଳେ ମହିଳା ମାନେ ଅଧିକାଂଶ ସମୟରେ ପରସ୍ପର ଠାରୁ ଗହଣା ଉ-ଧା-ର ମାଗି ପିନ୍ଧିଥାନ୍ତି ।
- ଖାସ୍ କରି ତାଙ୍କ ଡ୍ରେସକୁ ମ୍ୟାଚିଙ୍ଗ କରି କିଛି ଗହଣା ଦରକାର ହେଉଥିବା ବେଳେ ସେମାନେ ଅନ୍ୟମାନଙ୍କ ଠାରୁ ଆଣି ପିନ୍ଧିଥାନ୍ତି ।
- କିନ୍ତୁ ଏପରି କରିବା ଦ୍ୱାରା ଆପଣଙ୍କ ପାଇଁ ହା-ନିକା-ରକ ସାବ୍ୟସ୍ତ ହୋଇପାରେ ।
ହଳଦୀ
- ହଳଦୀ ବୃହସ୍ପତିଙ୍କର ଅତିପ୍ରିୟ |
- ସୂର୍ଯ୍ୟାସ୍ତ ପରେ ବୃହସ୍ପତି ଦୁର୍ବଳ ହୋଇଯାଏ | ତେଣୁ ସନ୍ଧ୍ୟା ପରେ ହଳଦୀ ଦାନ କଲେ ଦୃର୍ଭାଗ୍ୟ ବୃଦ୍ଧି ପାଏ |
- ଜ୍ୟୋତିଷଶାସ୍ତ୍ର ଅନୁସାରେ, ଗୁରୁବାର ଦିନ ମଧ୍ୟ କାହାକୁ ହଳଦୀ ଦାନ କରନ୍ତୁ ନାହିଁ। ଏପରି କରିବା ଦ୍ଵାରା ଗୁରୁ ଗ୍ରହ ଜାତକରେ କମଜୋର ହୋଇଯାଆନ୍ତି ।
ଝାଡୁ
- ଝାଡୁ ମାତାଲକ୍ଷ୍ମୀଙ୍କ ପ୍ରତୀକ |
- ସୂର୍ଯ୍ୟାସ୍ତ ପରେ କାହାରିକୁ ଝାଡୁ ଦିଅନ୍ତୁ ନାହିଁ,ଏହା ଦ୍ୱାରା ଧନ ହାନି ହୋଇଥାଏ |
ଶୟନ
- ସୂର୍ଯ୍ୟ ଉଦୟ ପରେ ବା ସୂର୍ଯ୍ୟାସ୍ତ ପରେ ଭୁଲରେ ବି ଶୟନ କରନ୍ତୁ ନାହିଁ ।
- ଯଦି କୌଣସି ଜରୁରୀକାଳିନ ପରିସ୍ଥିତି ହୋଇଥାଏ ଯେମିତିକି କୌଣସି ବ୍ୟକ୍ତି ରୋଗାଗ୍ରସ୍ତ ହୋଇଥାନ୍ତି ବା ଗର୍ଭବତୀ ମହିଳା ହୋଇଥିବେ ତେବେ ସେମାନେ ଶୟନ କରିପାରିବେ ।
- ତେଣୁ ବିନା କାରଣରେ ସୁସ୍ଥ ବ୍ୟକ୍ତି ଦିନରେ ବା ସନ୍ଧ୍ୟା ସମୟରେ ସୟନ କରିବା ଅନୁଚିତ ଅଟେ ।
କାରଣ ଏଗୁଡ଼ିକୁ ସନ୍ଧ୍ୟା କିମ୍ବା ରାତିରେ କରିବା ଦ୍ୱାରା ବା ଦାନ କରିଲେ ଆପଣ କାଙ୍ଗାଳ ହେବା ସହ ଅନେକ ସମସ୍ୟା ଭୋଗି ପାରନ୍ତି ।

.jpg)
0 Comments
Do you have any doubts or suggestions? Ask them here in the comments!