ସୋମବାରେ ଏହି ଜିନିଷର ଦାନ କରିଲେ ମଙ୍ଗଳ ହୁଏ

ସୋମବାରେ ଏହି ଜିନିଷର ଦାନ କରିଲେ ମଙ୍ଗଳ ହୁଏ 

ଘରେ ହେଉଥିବା ଛୋଟ ଛୋଟ କଥାରେ ବହୁତ ସଂକେତ ଲୁଚି ରହିଥାଏ । ଯଦି ଏହି ସଂକେତକୁ ବୁଝିନେବେ ତେବେ ଆମେ ଜାଣିପାରିବା ଭବିଷ୍ୟତରେ ଆସିବାକୁ ଥିବା ସମୟ କେମିତି ହେବ ଏବଂ ସମସ୍ୟାରୁ ବଞ୍ଚି ପାରିବା । ଜ୍ୟୋତିଷ ଅନୁସାରେ ଯେବେ ଦାରିଦ୍ର୍ୟତା ଆସିଥାଏ ତ ଘରେ ଛୋଟ ଛୋଟ କଥା ସଂକେତ ଦେଇଥାଏ । ଘରର ବଡ଼ ଲୋକମାନେ ଆମକୁ କିଛି ନାଁ କିଛି ଶିଖାଇଥାଆନ୍ତି ଯାହା ଦ୍ୱାରା ଆମର କୌଣସି ସମସ୍ୟା ଆସିବ ନାହିଁ। 

ଏହିସବୁ କାର୍ଯ୍ୟ କେବଳ ଭଲ ପାଇଁ ହୋଇନଥାଏ ବରଂ ଆର୍ଥିକ ସ୍ଥିତିକୁ ପ୍ରଭାବିତ କରିଥାଏ ।  ଶାସ୍ତ୍ରରେ ବି କିଛି ଉପାୟ କୁହାଯାଇଛି ଯାହାକୁ ପାଳନ କଲେ ଦିନ ସୁନ୍ଦର ହୋଇଯିବ, ଯାହାକୁ କରିଲେ ମାନ ସମ୍ମାନର ବୃଦ୍ଧି ହେବ ଏବଂ ଧନ ଲାଭ ସହିତ ରୋଜଗାରର ନୂତନ ମାର୍ଗ ବି ଖୋଲିଯିବ । 

ଏହା ସହିତ ଜାଣିବା ଶିବ ପୁରାଣରେ ବର୍ଣ୍ଣିତ କିଛି ଏମିତି ଜିନିଷ ଅଛି ଯାହାର ଦାନ କରିଲେ ଯେକୌଣସି ଦୁର୍ଭାଗ୍ୟ ଯେକୌଣସି ସମସ୍ୟା ତାହା ନିଶ୍ଚୟ ଦୂର ହୋଇଯିବ ।

କେବେ କେବେ ଏମିତି ହୋଇଥାଏ ବ୍ୟକ୍ତିଙ୍କ ଜୀବନରେ ଏତେ ସମସ୍ୟା ଆସିଥାଏ ଯେ ସେ କାହାକୁ କହି ପାରିନଥାଏ ତ ଏମିତିରେ ଭଗବାନ ଶିବଙ୍କର ପୂଜା କରିବା ଉଚିତ । ଏମିତି କଲେ ସବୁ କଷ୍ଟ ସମସ୍ୟା ଦୂର ହୋଇଯାଇଥାଏ । 

ସୋମବାର ଦିନ ଠାରୁ ଆରମ୍ଭ କରନ୍ତୁ ଭଗବାନ ଶିବଲିଙ୍ଗ ସାମ୍ନାରେ ବସି ଆପଣ ନିଜର କଷ୍ଟକୁ ଜଣେଇବା ପାଇଁ । ଏମିତି କଲେ ଆପଣଙ୍କ ଯେଉଁ କଷ୍ଟ ଅଛି ତାହା ଦୂର ହୋଇଯିବ । କୌଣସି ବି ଦାନ ନିଜର ସାମର୍ଥ୍ୟ ଅନୁସାରେ କରିବେ । 

ଲୁଣ

  1. ଏହାର ଦାନ କରିଲେ ବ୍ୟକ୍ତି ଯଦି କୌଣସି ପ୍ରତ୍ୟକ୍ଷ ଅପ୍ରତ୍ୟକ୍ଷ ସମସ୍ୟାରେ ଥାଏ ଅପ୍ରତ୍ୟକ୍ଷର ଅର୍ଥ ହେଉଛି କିଛି ଏମିତି ସମସ୍ୟା ଅଛି ଯାହା ଆମେ ସ୍ୱୟଂ ଭୋଗିଥାଉ କାହାକୁ କହି ପାରିନଥାଉ ।
  2. ତ ଏପରି ସ୍ଥିତିରେ ସୋମବାର ଦିନ ଲୁଣର ଦାନ କରିବେ ତ ଆପଣଙ୍କର ଏହି ଦୁର୍ଭାଗ୍ୟ ଗରିବୀ ଅଛି ତାହା ଦୂର ହୋଇଯିବ । 
  3. ଲୁଣର ଦାନ କରିବା ସମୟରେ ଧ୍ୟାନ ରଖିବେ ଯେ ଲୁଣକୁ ସିଧା କାହାରି ହାତରେ ଦେବେ ନାହିଁ।  ଲୁଣର ପ୍ୟାକେଟ ତଳେ ରଖିଦିଅନ୍ତୁ   ।

ଗୁଡ଼

  1.  ଯଦି ଘରେ ପ୍ରତ୍ୟେକଦିନ କଳି ଝଗଡା ହେଉଥାଏ କିମ୍ବା ଅଭାବ ଅନଟନ ଦେଖାଦିଏ, ତାହେଲେ ଅସହାୟ ଲୋକଙ୍କୁ ଗୁଡ଼ ଦାନ କରନ୍ତୁ । ଏହାଦ୍ୱାରା ଘରର ସବୁ ସମସ୍ୟା ଦୂର ହୋଇ ଯାଇଥାଏ ।
  2. ଏହାର ଦାନ ଯଦି ଆପଣ କରିବେ ତ ଏହା ଦ୍ୱାରା ଆପଣଙ୍କର ସମ୍ପର୍କ ଭଲ ହୋଇଥାଏ ।
  3. ଏହି ସମ୍ପର୍କ କାହା ସହିତ ବି ହୋଇପାରେ । ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଯଦି ସମ୍ପର୍କ ମଧୁର ନଥାଏ ପ୍ରାୟ ଦିନ କ୍ଳେଶ ଥାଏ ଝଗଡା ଲଢେଇ ଏବଂ ସ୍ଥିତି ତଲାକ ପର୍ଯ୍ୟନ୍ତ ଚାଲିଗଲାଣି ତ ଆପଣ ଭଗବାନ ଶିବଙ୍କ ଶରଣକୁ ଯାଆନ୍ତୁ ମହାମୃତ୍ୟୁଞ୍ଜୟ ପାଠ କରନ୍ତୁ ଭଗବାନ ଶିବଙ୍କ ଅଭିଷେକ କରନ୍ତୁ ଏବଂ ସୋମବାର ଦିନ ଭଗବାନ ଶିବଙ୍କୁ ଗୁଡ଼ ଅର୍ପଣ କରନ୍ତୁ   । 
  4. ଏହାକୁ ଦାନ କଲେ ଯେକୌଣସି ବି ସମ୍ପର୍କ ହୋଇଥାଉ ତାହା ଠିକ ହୋଇଯିବ । ଭଗବାନ ଶିବ ସେ ଆପଣଙ୍କ ସମସ୍ତ ସଙ୍କଟକୁ ଦୂର କରିଥାନ୍ତି ।
  5. ଗୁଡ଼ ଏବଂ ରୋଟି ଗାଈକୁ ଖୁଆଇବା ଦ୍ୱାରା ବି ଆପଣଙ୍କ ସମ୍ପର୍କ ମଧୁର ହୋଇଥାଏ ଏବଂ ମା ଲକ୍ଷ୍ମୀଙ୍କୁ ବି ପ୍ରାପ୍ତ କରିପାରିବେ ।

ତିଳ(ରାଶି)

  1. ଏହାର ଦାନ କରିଲେ ବ୍ୟକ୍ତିର ଯଦି ଆତ୍ମବିଶ୍ୱାସ କମଜୋର ହେଉଥିବ ତାହା ଠିକ ହୋଇଯିବ |  
  2. ଏପରି ସ୍ଥିତିରେ ସୋମବାର ଦିନ ଧଳା ତିଳର ଦାନ କରନ୍ତୁ   ଏହାକୁ ଶୁଭ ମାନାଯାଏ ।
  3. ଯଦି କଳା ତିଳ ଦାନ କରିବେ ତ ଶନିବାର ଦିନ କରିବେ । 

ଘିଅ

  1. ଏହାର ଦାନ କରିଲେ ରୋଗ ଦୂର ହୋଇଥାଏ । 
  2. ଯଦି ଘରେ କୌଣସି ପିଲା ଥଣ୍ଡା କାଶ ଅନେକ ପ୍ରକାରର ସମସ୍ୟାରେ ଥାନ୍ତି ତେବେ ତାଙ୍କ ହାତରେ ଘିଅକୁ ସ୍ପର୍ଶ କରି ଦାନ କରିପାରିବେ । 
  3. ଭଗବାନ ଶିବଲିଙ୍ଗରେ ଘିଅ ଅର୍ପଣ କରିଲେ ଆପଣଙ୍କ ରୋଗ ସମସ୍ୟା ଦୂର ହୋଇଥାଏ । ମା ଲକ୍ଷ୍ମୀଙ୍କୁ ପ୍ରାପ୍ତ କରିପାରିଥାନ୍ତି । ଏହାକୁ ପ୍ରତ୍ୟକ ସୋମବାର ଦିନ ଦାନ କରନ୍ତୁ   ।

ଗହମ

  1. ଏହାକୁ ଦାନ କରିଲେ ମା ଅନ୍ନପୂର୍ଣ୍ଣା  ଆପଣଙ୍କର ଭଣ୍ଡାର କେବେବି ଖାଲି ରଖନ୍ତି ନାହିଁ।
  2. ସୋମବାର ଦିନ ଗହମ ଦାନ କରିବେ ତ ଆପଣଙ୍କର ସଙ୍କଟ ଦୂର ହୋଇଥାଏ । ଆପଣଙ୍କର ଦୁର୍ଭାଗ୍ୟ ଧୀରେ ଧୀରେ ଦୂର ହୋଇଯିବ
  3. ତେବେ ଅନ୍ନ ଦାନ ରୋଷେଇ ନକରି ଦେଲେ ଅଧିକ ଭଲ ହୋଇଥାଏ |

ବସ୍ତ୍ର ଦାନ

  1. ବସ୍ତ୍ର ଦାନ କଲେ ଆର୍ଥିକ ସ୍ଥିତି ସର୍ବଦା ଉତ୍ତମ ରହିଥାଏ ।
  2. ସେହି ସ୍ତରର ବସ୍ତ୍ର ଦାନ କରନ୍ତୁ | ଯେଉଁ ସ୍ତ୍ରରର ବସ୍ତ୍ର ଆପଣ ପରିଧାନ କରୁଛନ୍ତି । ଚିରା, ଫଟା ଏବଂ ପୁରୁଣା ବସ୍ତ୍ର କେବେ
  3. ଦାନ କରନ୍ତୁ ନାହିଁ ।
  4. ଯଦି ଶୀତ ଋତୁ ଚାଲିଥାଏ କମ୍ବଳ ଦାନ କରିବେ। ମକର ସଂକ୍ରାନ୍ତିରେ ବହୁତ ଲୋକ ବସ୍ତ୍ର ଦାନ କରିଥାନ୍ତି । 
  5. ବସ୍ତ୍ର ଦାନ କରିଲେ ବ୍ୟକ୍ତିର ଆୟୁଷ ବୃଦ୍ଧି ହୋଇଥାଏ ଏବଂ ବ୍ୟକ୍ତି ଦୀର୍ଘାୟୁ ହୋଇଥାଏ । ଯେକୌଣସି ସମସ୍ୟା ମଧ୍ୟ ଦୂର ହୋଇଥାଏ ।

ଧାତୁ ଦାନ

  1. ବିଶେଷ ଦଶାରେ ଧାତୁର ଦାନ କରନ୍ତୁ | 
  2. ଏହି ଦାନ ସେହି ବ୍ୟକ୍ତିକୁ କରନ୍ତୁ ଯିଏ ଦାନ କରାଯାଉଥିବା ବସ୍ତୁର ପ୍ରୟୋଗ କରିବ |
  3. ଧାତୁ ଦାନ କଲେ ଆସିଥିବା ବିପତ୍ତି ଟଳିଯିବ |

Post a Comment

0 Comments