ସାବିତ୍ରୀ ବ୍ରତର ନିୟମ କ'ଣ ଜାଣି ରଖନ୍ତୁ

ସାବିତ୍ରୀ ବ୍ରତର ନିୟମ କ'ଣ ଜାଣି ରଖନ୍ତୁ

ସାବିତ୍ରୀ ସ୍ୱାଧୀ ନାରୀଙ୍କର ଆଦର୍ଶ; ତେଣୁ ଏହା ନିଜ ସ୍ୱାମୀଙ୍କର ଦୀର୍ଘ ଆୟୁଷ ନିମନ୍ତେ ମଙ୍ଗଳ ମନାସି, ସଧବା ସ୍ତ୍ରୀମାନେ ସାବିତ୍ରୀଙ୍କ ପରି ଆଜୀବନ ସଧବା ହେବା ପାଇଁ, ଓଷା ପାଳନ କରିଥାନ୍ତି । ସେଥିପାଇଁ ଏହି ବ୍ରତକୁ ଖୁବ୍‌ ନିଷ୍ଠାର ସହ ପାଳନ କରିଥାନ୍ତି ସଧବା ନାରୀମାନେ ।

ଆମ୍ଭେ ୩ଟି ପଦ୍ଧତିରେ ପୂଜା କରିଥାଉ ଯଥା ତନ୍ତ୍ର, ମନ୍ତ୍ର ଏବଂ ଯନ୍ତ୍ର । ଏହି ୩ ଟି ପଦ୍ଧତିରେ ଯେଉଁମାନେ ପୂଜା କରି ପାରିନଥାନ୍ତି ସେମାନେ ଭକ୍ତି ମାର୍ଗରେ ଯାଇ ଭକ୍ତି ଦ୍ଵାରା ଭଗବାନଙ୍କୁ ସନ୍ତୁଷ୍ଟ କରନ୍ତି ଏବଂ ପୂଜା କରିଥାନ୍ତି । ଆପଣ ଭକ୍ତିରେ ପୂଜା କରନ୍ତୁ ସେଥିରେ ହିଁ ଭଗବାନ ସନ୍ତୁଷ୍ଟ ହେବେ । ମାତ୍ର ଯଦି ତନ୍ତ୍ର ମନ୍ତ୍ର ରେ କିଛି ମଧ୍ୟ ଭୁଲ ହୋଇଥାଏ ତେବେ ତାହାର ଫଳ ସଂପୂର୍ଣ୍ଣ ଭାବରେ ଓଲଟା ଫଳିଥାଏ । ମାତ୍ର ଭକ୍ତି ମାର୍ଗରେ ଯଦି କିଛି ଭୁଲ ରହିଥାଏ ତେବେ ଭଗବାନ କ୍ଷମା କରିଦେଇଥାନ୍ତି ।

ଆପଣମାନେ ଜାଣିଛନ୍ତି କି ଏହି ବ୍ରତର ପୂଜାରେ ନାରୀମାନେ କେଉଁ ସବୁ ଜିନିଷ ବ୍ୟବହାର କରିଥାନ୍ତି ।  ତେବେ ଆସନ୍ତୁ ଜାଣିବା ଏହି ଦିନ କେଉଁ ସବୁ ଜିନିଷ ବ୍ୟବହାର କରାଯାଏ ଏବଂ ଏହାର ମାହାତ୍ମ୍ୟ ।

ଓଷା ପାଳନ ନିୟମ

ସଧବା ମହିଳାମାନେ ଜ୍ୟେଷ୍ଠ କୃଷ୍ଣ ତ୍ରୋୟଦଶୀ ଠାରୁ ଅମାବାସ୍ୟା ପର୍ଯ୍ୟନ୍ତ ତିନି ଦିନ ଉପବାସ କରନ୍ତି।ସାବିତ୍ରୀ ବ୍ରତ ୩ ଦିନ ଧରି ପାଳନ କରାଯାଇଥାଏ । କିନ୍ତୁ କେବଳ ବ୍ରାହ୍ମଣ ଘରେ ୩ ଦିନ ଧରି ମା’ ଙ୍କର ପୂଜା କରାଯାଉଅଛି । ପଞ୍ଜିକା ରେ ଲେଖା ହୋଇଛି ଯେ ସାବିତ୍ରୀ ବ୍ରତ ୩ ଦିନ ଧରି ପୂଜା ହୋଇଥାଏ । ସବୁ ବ୍ରାହ୍ମଣ ସବୁ ନିୟମ ଜାଣିନଥାନ୍ତି । ଏଣୁ ମହିଳା ମାନେ ଏହି ପୂଜା ସମ୍ବନ୍ଧରେ ବିଶେଷ ନିୟମ ଜାଣିନଥାନ୍ତି ।


ଯଦି ଆପଣ ୩ ଦିନ ପୂଜା କରି ପାରିବେ ନାହିଁ ତେବେ ଆପଣ ୩ ଦିନ ପିଆଜ ରସୁଣ ନ ଖାଇ ମାତାଙ୍କୁ ସ୍ମରଣ କରନ୍ତୁ ତଥା ପୂଜାର୍ଚ୍ଚନା କରନ୍ତୁ । ସକାଳେ, ମଧ୍ୟାନ୍ନ ଏବଂ ସାୟଂକାଳ ଅର୍ଥାତ ସନ୍ଧ୍ୟା ସମୟରେ ମାତା ସାବିତ୍ରୀଙ୍କୁ ସ୍ମରଣ କରି ଗାୟତ୍ରୀ ମନ୍ତ୍ର ପାଠ କରାଯାଇଥାଏ । ମାତା ସାବିତ୍ରୀଙ୍କୁ ପ୍ରସନ୍ନ କରିବା ଏତେ ସହଜ ନୁହେଁ । ମା’ ତ୍ରିଦେବୀଙ୍କ ମଧ୍ୟରୁ ଅନ୍ୟତମ ଏଣୁ ମା’ଙ୍କୁ ସେହିଭଳି ଭାବରେ ପୂଜା କରାଯିବ, ବେଲପତ୍ର ତଥା ୧୪ ପ୍ରକାରର ଫୁଲ ଫଳ ରେ ମାତା ଙ୍କର ପୂଜା କରାଯାଇଥାଏ ।


ମା’ ଙ୍କୁ ଯେଉଁଦିନ ପୂଜା କରାଯାଏ ସେଦିନ ମାଳରେ ମା’ ଙ୍କର ଜପ କରାଯାଇଥାଏ । ସେହି ମାଳ ଧଳା ରଙ୍ଗର ପଦ୍ମ ମଞ୍ଜି ରେ ତିଆରି ହୋଇଥିବା ଦରକାର ନଚେତ ଆପଣ ସ୍ପଟିକ ମାଳା ମଧ୍ୟ ନେଇ ପାରିବେ । ସଂସ୍କାରୀତ ମାଳାରେ ଯଦି ଆପଣ ଗୋଟିଏ ଥର ମଧ୍ୟ ଜପ କରିବେ ତେବେ ସାବିତ୍ରୀ ବ୍ରତର ଆପଣଙ୍କୁ କିଞ୍ଚିତ ଫଳ ମିଳିପାରେ ।

ବୈଦିକ ନୀତିନିୟମ ଗୁଡିକୁ ଆମ୍ଭେ ନ କରି ପାରିଲେ ସାଧାରଣ ନୀତିନିୟମ ତ ନିଶ୍ଚିତ ଭାବରେ କରି ପାରିବା ଯାହା ଆମ୍ଭକୁ ଦେବତା ମାନଙ୍କ ନିକଟବର୍ତ୍ତୀ କରିପାରିବ । 

ଘଟପୂଜା

ଆଜିଭଳି ଦିନରେ ସମସ୍ତେ ଫଟୋ ଆଣି ପୂଜା କରୁଛନ୍ତି । ମାତ୍ର ଆମ୍ଭର ପୂଜା ହେଉଛି ଘଟପୂଜା । ମାତା ସାବିତ୍ରୀ ଙ୍କୁ ଘଟ ରେ ଆବାହାନ କରି ପୂଜା କରାଯାଇଥାଏ । ଗୋଟିଏ ମଣ୍ଡଳ କଟାଯିବ ସେଥିରେ ଘଟ ବସିବେ ସେଥିରେ ନାସିଲଗା ପଇଡ ରଖନ୍ତୁ କି ଅବା ଗୁଆ ରଖନ୍ତୁ ଘଟ ମଧ୍ୟରେ ହିଁ ଦେବାଦେବୀ ଙ୍କୁ ଆବାହନ କରାଯାଇଥାଏ ।

ପୂଜାରେ କେଉଁ ସବୁ ଜିନିଷ ବ୍ୟବହାର କରାଯାଏ 

ଏହି ସବୁ ପୂଜା ସାମଗ୍ରୀ ଜଣେ ବିବାହିତା ନାରୀର ପ୍ରତୀକ | ଯେତେବେଳେ ଝିଅଟି ବୋହୁ ହୋଇକି ଶାଶୁ ଘରକୁ ଯାଏ ସେତେବେଳେ ସେ ଲାଲ ରଙ୍ଗର ସମସ୍ତ ଜିନିଷ ପିନ୍ଧିଥାଏ । କାରଣ ଲାଲ ରଙ୍ଗ ହେଉଛି ବୈବାହିକ ଜୀବନରେ ଶୁଭତାର ପ୍ରତୀକ । ସେଥିପାଇଁ ସଧବା ନାରୀ ସର୍ବଦା ମଥାରେ ଲାଲ ସିନ୍ଦୁର, ହାତରେ ଶଙ୍ଖା ପିନ୍ଧି  ଏବଂ ପାଦରେ ନାଲି ଅଳତା ପିନ୍ଧି ସ୍ଵାମୀଙ୍କର ଶୁଭ ମନାସି ବିଭିନ୍ନ ବିପଦରୁ ରକ୍ଷା ପାଇବା ପାଇଁ ଢାଲ ହୋଇ ଛିଡା ହୋଇଥାନ୍ତି। 

  1. ଏହି ଦିନ ସଧବା ନାରୀମାନେ ସକାଳୁ ଉଠି ସ୍ନାନ ସଉଚ ସାରି, ନୂଆ ଶାଢୀ ପିନ୍ଧି, ପୂଜା ସାମଗ୍ରୀ ଏବଂ ଫଳ ମୂଳ ଧରି ମା ସାବିତ୍ରୀଙ୍କୁ ପୂଜିବା ଲାଗି ବାହାରିଥାନ୍ତି  । 
  2. ସେହି ପୂଜା ପାଇଁ ଯେଉଁ ସବୁ ସାମଗ୍ରୀ ବ୍ୟବହାର କରାଯାଏ ସେଗୁଡିକ ହେଲା:-ବ୍ରତ,ନାଲି ରଙ୍ଗର ଶାଢ଼ୀ,ନାଲି ଶଙ୍ଖା,ନାଲି ଚୁଡ଼ି, ନାଲି ଅଳତା, ନାଲି ସିନ୍ଦୁର,କଳା ମାଳି, ପାନିଆ,ଦର୍ପଣ,ଗୁଆ,ଦୀପ,ଧୂପ, ଝୁଣା, ଦୁବ, ବରକୋଳି ପତ୍ର ,ଫୁଲ,ଅରୁଆ ଚାଉଳ,ଅଳତା ପତ୍ର ଆଦି । 
  3. ଏହି ସବୁ ଜିନିଷ ଏକ ବିବାହିତ ନାରୀ ର ପ୍ରତୀକ ହୋଇଥାଏ । ଯେତେବେଳେ ଏକ ନାରୀ ବୋହୂ ହୋଇ ଯାଇଥାଏ ସେତେବେଳେ ସେ ନାଲି ରଙ୍ଗ ର ସମସ୍ତ ଜିନିଷ ପିନ୍ଧିବା ସହ ବ୍ୟବହାର କରିଥାଏ ।
  4. ଆପଣଙ୍କୁ କହି ଦେଉଛୁ କି ଏହି ବ୍ରତରେ ଭୁଲରେ ବି କଳା ରଙ୍ଗର ଚୁଡି କିମ୍ବା କଳା ରଙ୍ଗର ଶାଢୀ  ବ୍ୟବହାର କରିବେ ନାହିଁ, କାରଣ ଏହାକୁ ସଧବାମାନଙ୍କ ପାଇଁ ଏକ ଅଶୁଭ ରଙ୍ଗ ବୋଲି କୁହାଯାଏ ।
  5. ଏବଂ ଭୋଗ ପାଇଁ ବିଭିନ୍ନ  ପ୍ରକାରର ଫଳ ବ୍ୟବହାର କରାଯାଇଥାଏ । ଯେପରିକି ନଡ଼ିଆ,  କଦଳୀ,ଆମ୍ବ,ପଣସ,ତାଳସଜ,ସପୁରୀ,ସେଓ,କମଳା,  ଲିଚୁକୋଳି,କାକୁଡି,ଧୂଆମୁଗ ଆଦି | 
  6. ଏ ଦିନ ସଧବା ସ୍ତ୍ରୀଲୋକମାନେ ଉପବାସ କରନ୍ତି, ଅନ୍ନ ଗ୍ରହଣ କରନ୍ତି  ନାହିଁ ଓ ଅପରାହ୍ନରେ ପୂଜା ଶେଷ ହେଲେ ଧୂଆମୁଗ,ଫଳାହାର କରନ୍ତି ।
  7. ଚଉଁରା ମୂଳେ ବା ଠାକୁର ଘରେ ବ୍ରତୋତ୍ସବ ପାଳନ ବେଳେ ସାବିତ୍ରୀ ଉପାଖ୍ୟାନ ପାଠ କରାଯାଏ । 
  8. ସମସ୍ତ ମହିଳାମାନେ ଏକତ୍ରିତ ହୋଇ ବରଗଛ ମୂଳରେ ମଧ୍ୟ ଏହି ପୂଜା ଭଗବାନ ସତ୍ୟନାରାୟଣଙ୍କ ନାମରେ କରନ୍ତି । ଏହା ସହିତ ଏହି ଦିନ ବରଗଛକୁ ନାଲି ସୂତାରେ ୩ ଥର ବନ୍ଧା ଯାଏ ଓ ଏବଂ ଧୂପ ଓ ଦୀପ ଦେଇ ବରଗଛକୁ ପୂଜା ମଧ୍ୟ କରାଯାଏ । ଏହା ପରେ ସବୁ ପୂଜା ସାମଗ୍ରୀ ଭଗବାନଙ୍କ ନିକଟରେ ଅର୍ପଣ କରଯାଏ । 
  9. ଏହା ପରେ ନୂଆ ଶାଢୀକୁ ମହିଳାମାନେ ପିନ୍ଧନ୍ତି ଓ ନାଲି ଚୁଡି, ସିନ୍ଦୁର ଓ ଅଳତା ଲଗାନ୍ତି ଏବଂ ନିଜ ସ୍ଵାମୀଙ୍କ ଚରଣ ସ୍ପର୍ଶ କରି ତାଙ୍କର ପାଦୁକା ପାଣି ପିଅନ୍ତି । ଏହା ପରେ ପରିବାରର ଗୁରୁଜନମାନଙ୍କ ଆଶୀର୍ବାଦ ନିଅନ୍ତି ।
  10. ପୂଜା ପରେ, ସତ୍ୟବାନ-ସାବିତ୍ରୀଙ୍କ କାହାଣୀକୁ ଭକ୍ତିଭାବରେ ଶୁଣିବା ଏବଂ ପାଠ କରିବା ଉଚିତ୍ |

ବିଶେଷ ନିୟମ

  1. ପୁରୋହିତଙ୍କ କହିବା ଅନୁସାରେ ଯେଉଁମାନେ ଗୋଟିଏ ଦିନ ସାବିତ୍ରୀ ବ୍ରତ କରିବେ ଅମାବାସ୍ୟା ଦିନ ସେମାନେ ସେହିଦିନ ବ୍ରତ ପିନ୍ଧିବେ ଏବଂ ଶୋଇବା ପୂର୍ବରୁ ସେହି ବ୍ରତକୁ ଓହ୍ଲାଇ ରଖିବେ ଏବଂ ଏହା ପରଦିନ ବିସର୍ଜନ କରିବେ ।
  2. ଯେଉଁମାନେ ତ୍ରିଦିବସ ପୂଜା କରିବେ ସେମାନେ ଅମାବାସ୍ୟା ଦିନ ବ୍ରତ ଧାରଣ କରିବେ ପିନ୍ଧିକି ରଖିବେ ରାତିରେ ଶୋଇଲା ବେଳେ ଓହ୍ଲାଇବେ ଏବଂ ତାହା ପରଦିନ ବିସର୍ଜନ କରିବେ । ମାତ୍ର ଯେତିକି ଭଗବାନ ଆମ୍ଭକୁ ସକ୍ଷମ ଦେଇଛନ୍ତି ତଥା ଯେତିକି ଆମ୍ଭର ସକ୍ଷମ ଅଛି ଆମ୍ଭେ ସେହି ଅନୁସାରେ ପୂଜା କରିବା ।
  3. ସାବିତ୍ରୀ ପୂଜା ପୂର୍ବରୁ ପୁରୁଣା ଚୁଡି ଓହ୍ଲାଇ ନୂଆ ଚୁଡି ପିନ୍ଧିନେବେ । ଆପଣ ନିଜ ପାଇଁ ଯେଉଁ ଯେଉଁ ସାମଗ୍ରୀ କିଣିବେ ମା’ ଙ୍କ ପାଇଁ ସେହି ସେହି ସାମଗ୍ରୀ କିଣିବେ ।
  4. ଯଦି ଆପଣ ଭାବୁଛନ୍ତି ଯେ ଆପଣ ସଂପୂର୍ଣ୍ଣ ମନ୍ତ୍ର ଜାଣି ନାହାନ୍ତି ଅଳ୍ପ ଅଧା ଅଧା ଜାଣିଛନ୍ତି ତେବେ ଆପଣ ମନ୍ତ୍ରର ଉଚ୍ଚାରଣ କରନ୍ତୁ ନାହିଁ ।
  5. ଏହି ଦିନ ମଙ୍ଗଳସୁତ୍ର ପିନ୍ଧିବାକୁ ଭୁଲନ୍ତୁ ନାହିଁ ନଚେତ ଆପଣଙ୍କ ବ୍ରତ ପୁରା ମାନାଯାଏ ନାହିଁ।
  6. ଶାସ୍ତ୍ର ଅନୁସାରେ ବଟ ସାବିତ୍ରୀ ବ୍ରତ ଦିନ ତଥା କରବାଚୌଥ ଦିନ ଆପଣ ସ୍ୱାମୀଙ୍କ ପାଇଁ ଯେଉଁ ବ୍ରତ ରଖିଛନ୍ତି ତ ସେଥିପାଇଁ ନିଜ ମଥାରେ ସିନ୍ଦୁର ଅଳ୍ପ ଟିକେ ଲମ୍ବା ଲଗାନ୍ତୁ  । ଏମିତି କଲେ ସ୍ୱାମୀଙ୍କ ଆୟୁଷ ବଢିଥାଏ । ମଥାରେ କମ ସିନ୍ଦୁର ଲଗାଇଲେ ସ୍ୱାମୀଙ୍କ ଆୟୁଷ ବି କମ ହୋଇଥାଏ ତ ସେଥିପାଇଁ ଅଧିକ ସିନ୍ଦୁର ମଥାରେ ଲଗାନ୍ତୁ ।
  7. ବଟ ସାବିତ୍ରୀ ବ୍ରତ ଦିନ ଲାଲ ଫୁଲ ଅର୍ପଣ କରିବା ଉଚିତ। ଏମିତି କଲେ ସୁଖ ଶାନ୍ତି ବନି ରହିଥାଏ ।
  8. ଏହି ଦିନ ଯେଉଁବି ଜିନିଷ ଅର୍ପଣ କରିବେ ଦେଖିନେବେ ସେହି ଜିନିଷ ଖଣ୍ଡିତ ନହୋଇଥିବା ଉଚିତ । କୌଣସି ବି ଜିନିଷ ଭଙ୍ଗା ଫଟା ହୋଇନଥିବା ଦରକାର ।
  9. ଏହି ଦିନ ଘରେ ମିଠା ଜିନିଷ ଅବଶ୍ୟ ପ୍ରସ୍ତୁ  ତ କରିବା ଉଚିତ ଏବଂ ଭୋଗ ଲଗାଇବା ଉଚିତ ।
  10. ଏହି ଦିନ ଯଥା ସମ୍ଭବ ସିଙ୍ଗାର ଆଦିର ଦାନ କରନ୍ତୁ   । ଏମିତି କଲେ ସ୍ୱାମୀଙ୍କ ଉପରେ କେବେବି କଷ୍ଟ ଆସିବ ନାହିଁ। ମା ସାବିତ୍ରୀ ପ୍ରସନ୍ନ ହୋଇଥାନ୍ତି କିନ୍ତୁ   ମନେରଖନ୍ତୁ   ନିଜର ମେକପ ଜିନିଷ ଦାନ କରିବେ ନାହିଁ। କିଣି କରି ଦାନ କରିବେ । 

Post a Comment

0 Comments