ମୋହିନୀ ଏକାଦଶୀ: ଭଗବାନ ବିଷ୍ଣୁ କାହିଁକି ଧାରଣ କରିଥିଲେ ଏହି ଦିନ ମୋହିନୀ ରୂପ

ମୋହିନୀ ଏକାଦଶୀ: ଭଗବାନ ବିଷ୍ଣୁ କାହିଁକି ଧାରଣ କରିଥିଲେ ଏହି ଦିନ ମୋହିନୀ ରୂପ

ସନାତନ ଧର୍ମ ଅନୁଯାୟୀ ପ୍ରତିବର୍ଷ ବୈଶାଖ ମାସ ଶୁକ୍ଳ ପକ୍ଷରେ ମୋହିନୀ ଏକାଦଶୀ ପଡ଼ିଥାଏ। ବେଳେ ବେଳେ ଏହା କୃଷ୍ଣପକ୍ଷ ରେ ମଧ୍ୟ ପଡ଼ିଥାଏ। ଏହି ବ୍ରତ ପାଳନ କଲେ ମଣିଷ ଜୀବନର ସବୁ ପାପ କର୍ମ ଓ ନିନ୍ଦା ଅପମାନରୁ ମୁକ୍ତି ମିଳିଥାଏ ଏବଂ ମୋହ ବନ୍ଧନ ବା ପାପ ସମୂହ ନଷ୍ଟ ହୋଇଯାଏ ।

କିମ୍ବଦନ୍ତୀ

  1. ପୌରାଣିକ ମାନ୍ୟତା ଅନୁଯାୟୀ ସମୁଦ୍ର ମନ୍ଥନ ଯେତେବେଳେ ହୋଇଥିଲା ତେବେ ଅମୃତ କଳଶ ପାଇଁ ଦେବତା ଏବଂ ରାକ୍ଷାସ ମଧ୍ୟରେ ଯୁଦ୍ଧ ହୋଇଥିଲା, ବିବାଦ ସ୍ଥିତି ଉତ୍ପନ ହୋଇଥିଲା, ସେତେବେଳେ ଭଗବାନ ବିଷ୍ଣୁ ନିଜେ ଗୋଟେ ସୁନ୍ଦରୀ ରୂପ ଧାରଣ କଲେ, ଏହି ସୁନ୍ଦର ସ୍ତ୍ରୀକୁ ଦେଖି ଅସୁର ମୋହିତ ହୋଇଗଲେ ଏବଂ ଏହାର ଲାଭ ଉଠାଇ ଭଗବାନ ବିଷ୍ଣୁ ଅମୃତ କଳଶ ନେଇ ସବୁ ଅମୃତ ଦେବତାଙ୍କୁ ପିଆଇ ଦେଲେ । ଏହି ପ୍ରକାର ଦେବତା ଅମୃତ ପି ଅମର ହୋଇଗଲେ, ମାନ୍ୟତା ଅଟେ ଯେ ଯେଉଁ ଦିନ ଭଗବାନ ବିଷ୍ଣୁ ମୋହିନୀ ରୂପ ଧାରଣ କରିଥିଲେ ସେ ଦିନ ବୈଶାଖ ମାସ ଶୁକ୍ଳ ଏକାଦଶୀ ତିଥି ଥିଲା, ସେଥିପାଇଁ ଏହି ଦିନକୁ ମୋହିନୀ ଏକାଦଶୀ ରୂପରେ ପାଳନ କରା ଯାଇଥାଏ।
  2. ମାନ୍ୟତା ଅଛି କି ଦେବୀ ସୀତାଙ୍କୁ ଖୋଜିବା ପାଇଁ ଶ୍ରୀ ରାମଚନ୍ଦ୍ର ମଧ୍ୟ ଏହି ବ୍ରତ ପାଳନ କରିଥିଲେ । 
  3. ତାଙ୍କ ପରେ ମୁନି କୌଣ୍ଡିଲ୍ୟ ଓ ଭଗବାନ ଶ୍ରୀକୃଷ୍ଣ କହିବା ପରେ ଯୁଦ୍ଧିଷ୍ଠିର ମଧ୍ୟ ଏହି ବ୍ରତ ପାଳନ କରିଥିଲେ । ଏହି ଦିନ ବ୍ରତ ରଖି ଶୁଭ ମୂହୁର୍ତ୍ତରେ ପୂଜା କରିଲେ ବ୍ରତୀଙ୍କୁ ନିଜର ମନୋକାମନା ପ୍ରାପ୍ତି ହେବାର ଆଶୀର୍ବାଦ ମିଳିଥାଏ । 

ଥା

1. ଜଣେ ରାଜାଙ୍କର ଏକ ପୁତ୍ର ଥିଲା । ସେ ପୁତ୍ର ବହୁତ ଦୁ-ରା-ଚା-ରୀ ଥିଲେ । ତାହାର ଏହି ଦୁର୍ଗୁଣରେ ମନ ଦୁଃଖ କରି ତାଙ୍କ ପୁତ୍ରକୁ ଘରୁ ବାହାର କରିଦେଲେ । ସେ ବଣରେ ରହି ଯେଉଁମାନେ ଯାଉଥିଲେ ତାଙ୍କୁ ମାରପିଟ୍ କରି ଚୋରୀ କରୁଥିଲା ଓ ପଶୁଙ୍କୁ ମା-ରି ଖାଉଥିଲା । ଦିନେ ସେ ବଣରେ ଯାଉ ଯାଉ ସେଠାରେ ଏକ ଋଷିଙ୍କ ଆଶ୍ରମରେ ପହଞ୍ଚିଥିଲେ । ଆଶ୍ରମର ପବିତ୍ର ବାତାବରଣରେ ତାର ହୃଦୟ ପା-ପ କର୍ମ ନାଶ ହୋଇଗଲା ।
ଆଶ୍ରମର ଋଷି ତାଙ୍କୁ ଏହି ପା-ପ କର୍ମରୁ ରକ୍ଷା ପାଇବା ପାଇଁ ମୋହିନୀ ଏକାଦଶୀ ବ୍ରତ ବିଧିପୂର୍ବକ ପୂଜା କରିବାକୁ କହିଲେ । ସେ ଋଷିଙ୍କ ଆଦେଶରେ ଏହି ବ୍ରତ କରିଲେ । ବ୍ରତର ପ୍ରଭାବରେ ତାଙ୍କର ବୁଦ୍ଧି ନିର୍ମଳ ହୋଇଗଲା ଓ ସବୁ ପା-ପ ନଷ୍ଟ ହୋଇଗଲା ।

2. ମୋହିନୀ ଏକାଦଶୀ ବ୍ରତକଥାରେ ଜଣେ ଚଣ୍ଡାଳ ରାଜା ଓ ଆଉ ଜଣେ ମୋହିନୀ ରାଣୀଙ୍କ କାହାଣୀ ଅଛି। ସେ କାହାଣୀ ଅତ୍ୟନ୍ତ ରୋଚକ।

ବ୍ରତକଥା ଅନୁସାରେ, ଅବନ୍ତୀ ନଗରୀରେ ଥିଲେ ଜଣେ ଚଣ୍ଡାଳ ରାଜା। ସେ ନିଷ୍ଠାର ସହ ମୋହିନୀ ଏକାଦଶୀ ପାଳନ କରୁଥିଲେ। ଦଶମୀ ଦିନର ଅଧିବାସ, ଏକାଦଶୀ ଦିନର ନିରାହାର ଓ ଦ୍ୱାଦଶୀ ଦିନର ପାରଣ ତାହାର ଅନ୍ତର୍ଭୁକ୍ତ ଥିଲା। ଏହିପରି ଭାବରେ ବ୍ରତ ପାଳନ କରିବା ପରେ, ଦ୍ୱାଦଶୀ ଦିନ ତାଙ୍କର ମୃତ୍ୟୁ ଘଟିଲା।

ଦିନେ ରାଜା ଏକାଦଶୀ ବ୍ରତ ପାଳନ ପାଇଁ ପ୍ରସ୍ତୁତ ଥିବାବେଳେ, ଦଶମୀ ଦିନ ହିଁ ମୋହିନୀ ରାଜାଙ୍କର ଅଙ୍ଗସଙ୍ଗ ଚାହିଁଲେ। ରାଜା ଯେତେ ବୁଝାଇଲେ ମଧ୍ୟ ବୁଝିଲେ ନାହିଁ। ପ୍ରତିବଦଳରେ ତାଙ୍କ ପୁତ୍ରର ମସ୍ତକ ମାଗିଲେ। ରାଜା ଖଣ୍ଡାଧରି ପୁତ୍ରର ଶିରଚ୍ଛେଦ ପାଇଁ ଉଦ୍ୟତ ହେବାରୁ ବୈକୁଣ୍ଠ ପ୍ରକମ୍ପିତ ହେଲା। ବିଷ୍ଣୁଙ୍କ ନିର୍ଦ୍ଦେଶରେ ବିଷ୍ଣୁଦୂତମାନେ ଆସି ତାଙ୍କୁ ଓ ରାଜ୍ୟର ସବୁ ପ୍ରଜାଙ୍କୁ ବୈକୁଣ୍ଠଲୋକକୁ ନେଇଗଲେ। ରାଣୀ ମୋହିନୀ, ରାଜାଙ୍କର ପୁଣ୍ୟଶରୀର ସ୍ପର୍ଶ କରିଥିବାରୁ ସେ ମଧ୍ୟ ବୈକୁଣ୍ଠ ଲୋକ ପ୍ରାପ୍ତ ହେଲେ।

ଏହି ଏକାଦଶୀ ବ୍ରତ ପାଳନ ପୂର୍ବରୁ, ଚଣ୍ଡାଳ ରାଜା ଅନେକ ପାପକର୍ମ କରିଥିଲେ। ତେଣୁ ମୃତ୍ୟୁ ପରେ ଯମଦୂତମାନେ ତାଙ୍କୁ ନେଇଯିବାକୁ ଆସିଲେ। କିନ୍ତୁ ସେ ଏକାଦଶୀ ପାଳନର ପୁଣ୍ୟ କରିଥିବାରୁ, ବିଷ୍ଣୁଦୂତମାନେ ଆସି ଯମଦୂତଙ୍କୁ ଘଉଡ଼ାଇ ଦେଲେ ଏବଂ ତାଙ୍କୁ ବୈକୁଣ୍ଠ ଲୋକକୁ ନେଇଗଲେ।

ଏଥିରେ ଯମରାଜ ଅପମାନିତ ବୋଧକଲେ। ନାରଦ ତାହା ଜାଣି ତାଙ୍କୁ ବ୍ରହ୍ମାଙ୍କ ପାଖକୁ ନେଇଗଲେ। ଯମରାଜ ବ୍ରହ୍ମାଙ୍କ ପାଖରେ ଅଭିଯୋଗ କଲେ ଯେ, ଚଣ୍ଡାଳ ରାଜାଙ୍କ ଘଟଣା ଏଇ ପ୍ରଥମ ନୁହେଁ। ଏପରିକି, ରୁକ୍‌ଣାଗତ ରାଜ୍ୟରେ ଛୋଟ ଶିଶୁଟିଏ ମରିବା ପରେ, ତାକୁ ଆଣିବାକୁ ଯାଇ ଯମଦୂତମାନେ ବିଷ୍ଣୁଦୂତଙ୍କ ଦ୍ୱାରା ଏପରି ହଟହଟା ହୋଇଛନ୍ତି। ଯମଦୂତଙ୍କୁ ଘଉଡ଼ାଇ ବିଷ୍ଣୁଦୂତମାନେ ଶିଶୁଟିକୁ ବୈକୁଣ୍ଠ ଲୋକକୁ ଘେନିଯାଇଛନ୍ତି।

ବ୍ରହ୍ମା ଜାଣିଲେ ଯେ ତାହା ରାଜାଙ୍କ ଏକାଦଶୀ ପାଳନର ପୁଣ୍ୟ ଯୋଗୁଁ ହୋଇଛି। ନାରଦ କହିଲେ, ଯଦି ତାଙ୍କର ବ୍ରତ ଭଙ୍ଗ ନ କରାଯାଏ, ତେବେ ସେ ସ୍ୱଦେହରେ ବୈକୁଣ୍ଠ ଲୋକକୁ ଚାଲି ଆସିବେ। ଏହା ଜାଣି ବ୍ରହ୍ମା ଯଜ୍ଞରୁ ଏକ ଅପରୂପା ମୋହିନୀ କନ୍ୟା ସୃଷ୍ଟି କଲେ। ନାରଦ କୌଶଳ କରି ତାଙ୍କୁ ରାଜାଙ୍କ ସହ ବିବାହ କରାଇ ଦେଲେ। ସର୍ତ୍ତ ରହିଲା ଯେ ମୋହିନୀ ଯାହା ମାଗିବେ ରାଜା ତାହା ଦେବେ।

ମୋହିନୀ ଏକାଦଶୀ ବ୍ରତ

  1. ଏହି ଦିନ ଭଗବାନ ଶ୍ରୀ ରାମ ପୁରୁଷୋତ୍ତମ ରୂପରେ ପୂଜା ପାଇବାର ବିଧାନ ରହିଛି । 
  2. ଏହି ଦିନ ଭଗବାନଙ୍କ ମୂର୍ତ୍ତିକୁ ସ୍ନାନ କରାଇ ଶୁଦ୍ଧି କରି ଉତ୍ତମ ବସ୍ତ୍ର ପିନ୍ଧାଇବା ଉଚିତ୍ । 
  3. ଏହା ପରେ ଉଚ୍ଚାସନରେ ବସାଇ ଧୂପ ଦୀପ ଦେଇ ଆରତୀ କରି ପୂଜା କରିବେ ଓ ମିଠା ଫଳ ଭୋଗ ଲଗାଇବା ଉଚିତ୍ ।
  4. ଏହି ଉପବାସରେ ପ୍ରଭୁ ବିଷ୍ପଙ୍କ ପୂଜାରେ ଧୂପ, ଫଳ, ଫୁଲ, ଦୀପ, ପଞ୍ଚମୃତ ଇତ୍ୟାଦି ପ୍ରଦାନ କରନ୍ତୁ  | 

ପାପ ଠାରୁ ମୁକ୍ତି

ମୋହିନୀ ଏକାଦଶୀ ବ୍ରତ ବ୍ୟକ୍ତି ସବୁ ପାପ ଠାରୁ ମୁକ୍ତି ପ୍ରଦାନ କରିଥାଏ, ଅଜଣା ରେ ହୋଇଥିବା ପାପ ଠାରୁ ମୁକ୍ତି ମିଳିଥାଏ, ଏହି ବ୍ରତ ଦିନ ଦାନ ମହତ୍ଵ ମଧ୍ୟ ଅଟେ, ଭଗବାନ ବିଷ୍ଣୁଙ୍କ ପୂଜା କଲା ପରେ ଅସହାୟ ଲୋକଙ୍କୁ ଭୋଜନ କରେଇବା ଦ୍ଵାରା ଭଗବାନ ପ୍ରସନ୍ନ ହୁଅନ୍ତି ।

ମୋକ୍ଷ ପ୍ରାପ୍ତି

ମୋହିନୀ ଏକାଦଶୀ ବ୍ରତ ବ୍ୟକ୍ତିକୁ ମୋକ୍ଷ ପ୍ରଦାନ କରିଥାଏ, ଏହି ବ୍ରତ ଦ୍ଵାରା ବ୍ୟକ୍ତି ମନ ଏବଂ ଜୀବନରେ ଗୋଟେ ପ୍ରକାର ସକାରାତ୍ମକତା ଊର୍ଜା ଅନୁଭବ କରନ୍ତି ଯାହା ତାଙ୍କୁ ନିରୋଗ ରଖିବାରେ ସାହାଜ୍ଯ କରିଥାଏ ଏବଂ ମାନସିକ ଚିନ୍ତା ଦୂର କରିଥାଏ । ଏହି ଏକାଦଶୀ ବ୍ରତ ରଖି ବିଧାନ ଅନୁସାରେ ପୂଜା କରିଲେ ବ-ନ୍ଧ-ନରୁ ମୁକ୍ତି ମିଳିଥାଏ ।

ଏକାଦଶୀରେ କଣ ଖାଇବା ଉଚିତ୍‌ ନୁହେଁ

  1. ଏକାଦଶୀ ଉପବାସ ସମୟରେ ଦଶମୀ ରାତିରେ ମସୁର ଡାଲି ଖାଇବା ଉଚିତ୍‌ ନୁହେଁ । 
  2. ଏକାଦଶୀ ଦିନ ଚଣା କିମ୍ଵା ଚଣା ଅଟା ଖାଇବା ଉତିତ୍‌ ନୁହେଁ । 
  3. ମହୁ ଖାଇବା ଠାରୁ ମଧ୍ଯ ଦୂରେଇ ରହିବା ଉଚିତ |
  4. ବ୍ରହ୍ମାଚର୍ଯ୍ୟ ସମ୍ପୂର୍ଣ୍ଣ ଅନୁସରଣ କରାଯିବା ଉଚିତ । 
  5. ଏହି ଉପବାସ ସମୟରେ ଆପଣଙ୍କ ମନରେ ଶତୃତା କିମ୍ବା କ୍ରୋଧ ଆଣନ୍ତୁ ନାହିଁ । 
  6. ସୁଖରୁ ଦୂରେଇ ରୁହନ୍ତୁ । 
  7. ଏହି ଉପବାସରେ ଖାଦ୍ୟ ନିଷେଧ |

Post a Comment

0 Comments