କୁଣ୍ଡଳୀରେ ଶନିଙ୍କର ଖରାପ ସ୍ଥିତି ଥିଲେ ଜୈଷ୍ଠ ମାସରେ କରନ୍ତୁ ଏହି ଉପାୟ

କୁଣ୍ଡଳୀରେ ଶନିଙ୍କର ଖରାପ ସ୍ଥିତି ଥିଲେ ଜୈଷ୍ଠ ମାସରେ କରନ୍ତୁ ଏହି ଉପାୟ

କୁଣ୍ଡଳୀରେ ଶନିଙ୍କର ଖରାପ ସ୍ଥିତି ପାଇଁ ବ୍ୟକ୍ତିର ଖରାପ ସମୟ ଆରମ୍ଭ ହୋଇଯାଏ। ସବୁ ପ୍ରକାର କ୍ଷେତ୍ରରେ ଅସଫଳ ହେବା ସହ ଶୁଭ ଫଳ ମିଳିନଥାଏ। ଏମିତିରେ ଆର୍ଥିକ ସମସ୍ୟା ମଧ୍ୟ ଦେଖାଯାଏ। ଶୁଭ ଫଳ ପାଇବା ପାଇଁ ଶନିବାର ଦିନ କିଛି ବିଶେଷ ଉପାୟ କରନ୍ତୁ। ଯାହା କାରଣରୁୂ ଆପଣଙ୍କ ଉପରେ ଶନିଦେବ ପ୍ରସନ୍ନ ହେବେ।

ଏବେ ଜୈଷ୍ଠ ମାସ ଚାଲିଛି। ଏମିତିରେ ଆପଣ ଶନିଦେବଙ୍କ ପୂଜା କରି ତାଙ୍କ କୃପା ଲାଭ କରିପାରିବେ। ଯଦି ଆପଣ ଶନିଦେବଙ୍କୁ ପ୍ରସନ୍ନ କରିବାକୁ ଚାହୁଁଛନ୍ତି ତେବେ ଶନିବାର ଦିନ କିଛି ଖାସ ଉପାୟ ରହିଛି। ଏମିତିରେ ଶନିବାର ଦିନ ଏହି ଉପାୟ କଲେ ସମସ୍ତ କଷ୍ଟ ଦୂର ହେବ। ଏହାସହ ବ୍ୟକ୍ତିଙ୍କର ସବୁ ମନସ୍କାମନ ପୂର୍ଣ୍ଣ ହେବ।

ଏହି ମାସରେ ଆପଣ ହନୁମାନ ଓ ଶନିଦେବଙ୍କ ପୂଜା କରି ତାଙ୍କ ଆରଧାନା କରିପାରିବେ। ଏହି ମାସ ଦେବତାଙ୍କର ପ୍ରିୟ ମାସ । ଏହି ମାସରେ ପ୍ରତ୍ୟେକ ଶନିବାର ଆପଣ କିଛି ଉପାୟ କରିପାରିବେ। ପ୍ରତି ଶନିବାର ଆପଣ ଶନିଦେବଙ୍କ ପୂଜା କରିପାରିବେ। ଏହି ମାସର ଅମାବାସ୍ୟାରେ ଶନିଦେବଙ୍କ ଜନ୍ମ ହୋଇଥିଲା। 

  1. ପ୍ରତ୍ୟେକ ଶନିବାର କଳା ରାଶି, କଳା କପଡ଼ା, ବିରି ଡାଲି କୁ ଦାନ କରନ୍ତୁ। ଯେଉଁ ଲୋକଙ୍କର ଶନି ସାଢ଼େ ସତି , ଶନି ଦେଢ଼୍ୟା, କାଳ ସର୍ପ ଯୋଗ ରହିଛି ସେମାନେ ଏହି ଉପାୟ କରିପାରିବେ।
  2. ତିଥି ଅନୁଯାୟୀ ଷଷ୍ଠୀ ତିଥିରେ  ଚନ୍ଦ୍ର ଦେଖିବା ଖୁବ ଶୁଭ ମନାଯାଏ। ଏହାକୁ ଶୁକ୍ଳ ଯୋଗ କୁହାଯାଏ। ଏହି ଯୋଗରେ ଆପଣ ଯେକୌଣସି ଶୁଭ କାମ କରିପାରିବେ। ଏହି ଯୋଗରେ ଉଭୟ ଗୁରୁ ଓ ପ୍ରଭୁଙ୍କ କୃପା ବର୍ଷିଥାଏ। ମନ୍ତ୍ର ମଧ୍ୟ ସିଦ୍ଧ ହୋଇଥାଏ।
  3. ଏମିତିରେ ଆପଣ ନିଜ ଆତ୍ମ ବିଶ୍ୱାସ ବଢ଼ାଇବା ପାଇଁ ଧଳା ମୋତିର ଧାରଣ କରିପାରିବେ।
  4. ଜୀବନରେ ଉନ୍ନତି ହେବା ପାଇଁ ଧଳା ରଙ୍ଗର ଫୁଲ ଗଛରେ ପାଣି ଦିଅନ୍ତୁ। ଏହାସହ କର୍ପୂରକୁ ମନ୍ଦିରରେ ଦାନ କରନ୍ତୁ।
  5. ନିଜ ଜିବନ ସାଥି ପାଇଁ ଆଜି ଆପଣ ଚାନ୍ଦି ଜିନିଷ କିଣି ଦେଇପାରିବେ। ପ୍ରଥମେ ଏହାକୁ ମନ୍ଦିରରେ ପୂଜା କରିବା ପରେ ଏହାକୁ ବ୍ୟବହାର କରନ୍ତୁ।
  6. ସମାଜରେ ପ୍ରତିଷ୍ଠିତ ହେବା ପାଇଁ ଏହିଦିନ ଚାଉଳ ଓ ମିଶ୍ରିକୁ ଧଳା କପଡାରେ ବାନ୍ଧି କୌଣସି ମନ୍ଦିରରେ ଦାନ କରନ୍ତୁ ।
  7. ମନେରଖନ୍ତୁ ନିଜ ଆର୍ଥକ ସ୍ଥିତିକୁ ଦୃଢ଼ କରିବା ପାଇଁ ୧୦୮ ଥର ଚନ୍ଦ୍ରଦେବଙ୍କ ବୀଜ ମନ୍ତ୍ରକୁ ଜପ କରନ୍ତୁ ।

Post a Comment

0 Comments