ଜାଣନ୍ତୁ ଜ୍ୟୈଷ୍ଠ ମାସରେ କ'ଣ କରିବା ଉଚିତ ନୁହେଁ

ଜାଣନ୍ତୁ ଜ୍ୟୈଷ୍ଠ ମାସରେ କ'ଣ କରିବା ଉଚିତ ନୁହେଁ

ଜ୍ୟେଷ୍ଠା ନକ୍ଷତ୍ର ଯୁକ୍ତ ପୂର୍ଣ୍ଣିମା ପଡ଼ୁଥିବା ଚାନ୍ଦ୍ର ମାସକୁ ‘ଜ୍ୟୈଷ୍ଠ’ ବା ‘ଜ୍ୟେଷ୍ଠ’ ମାସ କୁହାଯାଏ। ଏହା ବୈଶାଖର ପରବର୍ତ୍ତୀ ଓ ଆଷାଢ଼ର ପୂର୍ବବର୍ତ୍ତୀ ମାସ। ଏହି ମାସ ଓ ଏହାର ପୂର୍ବବର୍ତ୍ତୀ ମାସ ବୈଶାଖ ହେଲା ଗ୍ରୀଷ୍ମ ଋତୁ। ଜ୍ୟେଷ୍ଠ ମାସ ଗ୍ରୀଷ୍ମ ଋତୁର ଶେଷ ମାସ। ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ ଜ୍ୟେଷ୍ଠ ମାସ ହେଉଛି ବର୍ଷର ତୃତୀୟ ମାସ। ଜ୍ୟେଷ୍ଠ ମାସରେ ସୂର୍ଯ୍ୟଦେବ ତାଙ୍କ ରୁଦ୍ର ରୂପରେ ରୁହନ୍ତି। ଏହି ସମୟ ମଧ୍ୟରେ ଗରମ ପବନ ପ୍ରବାହିତ ହୋଇଥାଏ ଏବଂ ଉତ୍ତାପ ବୃଦ୍ଧି ପାଇଥାଏ। ଏହି ମାସରେ ଜଳର ଗୁରୁତ୍ୱ ଅଧିକ। ଜଳ ଦ୍ରୁତ ଗତିରେ ବାଷ୍ପୀଭୂତ ହୋଇଥାଏ। ଯେଉଁଥିପାଇଁ ନଦୀ, ପୋଖରୀ ଏବଂ କୂଅ ଗୁଡ଼ିକ ଶୁଖିଯାଏ। 

ଆମ ଋଷି-ମୁନିମାନେ ଜ୍ୟୈଷ୍ଠ ମାସରେ ଜଳକୁ ଅଧିକ ମହତ୍ତ୍ୱ ଦେଇଥାନ୍ତି। ହିନ୍ଦୁ ସଭ୍ୟତାରେ ଏହି ମାସରେ ଜଳ ସଂରକ୍ଷଣ ପାଇଁ ବିଶେଷ ଗୁରୁତ୍ୱ ଦିଆଯାଇଛି। ଜ୍ୟେଷ୍ଠ ମାସରେ ଅଧିକ ମାତ୍ରାରେ ପାଣି ପିଇବା ଏବଂ ଜଳଦାନ କରିବାର ବିଶେଷ ମହତ୍ତ୍ୱ ରହିଛି। ଏହିକାରଣରୁ ଶୁକ୍ଳ ପକ୍ଷରେ ଜଳର ମହତ୍ତ୍ୱ ଦର୍ଶାଇବା ପାଇଁ ଦୁଇଟି ପ୍ରମୁଖ ପର୍ବ ଗଙ୍ଗା ଦଶହରା ଏବଂ ନିର୍ଜଳା ଏକାଦଶୀ ପଡିଥାଏ।

ଜାଣନ୍ତୁ ଏହି ମାସର ନାଁ କିପରି ରଖାଗଲା ଜ୍ୟୈଷ୍ଠ

ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ ଏହା ବର୍ଷର ତୃତୀୟ ମାସ ହୋଇଥାଏ, ଯାହା ଇଂରାଜୀ କ୍ୟାଲେଣ୍ଡର ଅନୁଯାୟୀ ମେ ଏବଂ ଜୁନ ମାସରେ ପଡିଥାଏ। ଜ୍ୟୈଷ୍ଠ ମାସର ନାଁ ଜ୍ୟୈଷ୍ଠା ନକ୍ଷତ୍ର ଉପରେ ଆଧାରିତ। ମାନ୍ୟତା ରହିଛି ଜ୍ୟୈଷ୍ଠ ପୂର୍ଣ୍ଣିମା ଦିନ ଚନ୍ଦ୍ରମା ଜ୍ୟୈଷ୍ଠା ନକ୍ଷତ୍ରରେ ହୋଇଥାଏ। ଏହି କାରଣରୁ ଏହି ମାସର ନାଁ ଜ୍ୟୈଷ୍ଠ ରଖାଯାଇଛି।

ଜ୍ୟୈଷ୍ଠ ମାସରେ କେଉଁ କେଉଁ ପର୍ବ ପଡିଥାଏ

ଏହି ମାସର ଆରମ୍ଭରେ ନାରଦ ଜୟନ୍ତୀ ପାଳନ କରାଯାଏ, ଯାହା ଚଳିତ ବର୍ଷ ଆସନ୍ତା କାଲି ରହିଛି। ଏହାବ୍ୟତୀତ ଅପରା ଏକାଦଶୀ, ଶନି ଜୟନ୍ତୀ, ବଟ ସାବିତ୍ରୀ ବ୍ରତ ଏବଂ ଜୈଷ୍ଠ ଅମାବାସ୍ୟା ଏହି ମାସର ପ୍ରମୁଖ ପର୍ବ। ସେହିଭଳି ଗଙ୍ଗା ଦଶହରା, ଗାୟତ୍ରୀ ଜୟନ୍ତୀ ଏବଂ ନିର୍ଜଳା ଏକାଦଶୀ ଏବଂ ପୂର୍ଣ୍ଣିମା ବ୍ରତ ପାଳନ କରାଯିବ।

ଜାଣନ୍ତୁ ଜ୍ୟୈଷ୍ଠ ମାସରେ କ'ଣ କରିବା ଉଚିତ ନୁହେଁ

  1. ଏହି ମାସରେ ଦିନରେ ଶୋଇବା ଶୁଭ ହୋଇନଥାଏ। ମାନ୍ୟତା ଅନୁଯାୟୀ ଜ୍ୟୈଷ୍ଠ ମାସରେ ଦିନରେ ଶୋଇବା ଦ୍ୱାରା ବ୍ୟକ୍ତି ରୋଗାଗ୍ରସ୍ତ ହୋଇଥାନ୍ତି। 
  2. ଏଥିସହ ଏହି ମାସରେ ଅପରାହ୍ନରେ ଚାଲିବା ମନା କାରଣ ଏହି ସମୟରେ ସୂର୍ଯ୍ୟଙ୍କ ପ୍ରକାଶ ଅଧିକ ତେଜ ହୋଇଥାଏ, ଯେଉଁ କାରଣରୁ ଏହି ସମୟରେ ବ୍ୟକ୍ତି ଚାଲିବା ଦ୍ୱାରା ବେମାର ହୋଇଥାନ୍ତି।
  3. ଏହି ମାସରେ ଘରର ସବୁଠାରୁ ବଡ ପୁଅ ଏବଂ ଝିଅର ବିବାହ କରିବା ଅନୁଚିତ। ଧାର୍ମିକ ମାନ୍ୟତା ଅନୁଯାୟୀ ଏହି ମାସରେ ବିବାହ କାର୍ଯ୍ୟ କରିବା ଦ୍ୱାରା ଜୀବନରେ ଅନେକ କଷ୍ଟ ଭୋଗିବାକୁ ପଡିଥାଏ।
  4. ଏହି ମାସରେ ରାଶି ଦାନ କରିବା ଖୁବ୍‌ ଫଳଦାୟୀ ହୋଇଥାଏ। କୁହାଯାଇଥାଏ ଏପରି କରିବା ଦ୍ୱାରା ସ୍ୱାସ୍ଥ୍ୟ ଭଲ ରହିଥାଏ।
  5. ଏହି ମାସରେ ହନୁମାନଙ୍କୁ ପୂଜା କରିବା ଶୁଭ ହୋଇଥାଏ। କୁହାଯାଇଥାଏ ଏହି ମାସରେ ହନୁମାନ ପ୍ରଭୁ ଶ୍ରୀରାମଙ୍କ ସହ ସାକ୍ଷାତ କରିଥିଲେ।

Post a Comment

0 Comments