ଗଳାରେ ଲକେଟ ପିନ୍ଧିବା ଆଗରୁ ଏହି ନିୟମ ମାନନ୍ତୁ !
ସମସ୍ତ ମନୁଷ୍ୟ ସମସ୍ତ ଦୁଃଖ କଷ୍ଟରୁ ବଞ୍ଚିବା ପାଇଁ ଆଶା ରଖିଥାନ୍ତି ଏବଂ ଏହି ସବୁରୁ ରକ୍ଷା ଭଗବାନ ସାହାର୍ଯ୍ୟ କରିଥାନ୍ତି । ଗରୁଡ଼ ପୁରାଣ ଅନୁସାରେ ଭଗବାନ ତାଙ୍କର ଚିହ୍ନ ଦ୍ୱାରା ଆଙ୍ଗୁଳି ତ୍ରିଶୂଳ ଶସ୍ତ୍ର ରୁଦ୍ରକ୍ଷ ମାଳା ମୋତି ଏମିତି ଅନେକ ପ୍ରକାରର ପଦାର୍ଥ ଦେଉଥିଲେ କିନ୍ତୁ ଆଜିର ସମାଜରେ ଆମେ ଏହାକୁ ଲକେଟ ଭାବରେ ବ୍ୟବହାର କରୁଛୁ ।
ଆସନ୍ତୁ ଜାଣିବା କେଉଁ ଲକେଟ ଠିକ କେଉଁ ସମୟରେ ପିନ୍ଧିବା ଉଚିତ ଏହାକୁ ସମସ୍ତ ଜାଗାରେ ପିନ୍ଧି ହେବ କି ନାହିଁ।
ଲକେଟ ପିନ୍ଧିବା ନିୟମ
- ଆମେ ଯେଉଁ ବି ଠାକୁରଙ୍କୁ ପୁଜି ଥାଉ ତାଙ୍କର ଲକେଟ ପିନ୍ଧିବା ବହୁତ ଶୁଭ ହୋଇଥାଏ କିନ୍ତୁ ଲକେଟ ପିନ୍ଧିବା ପୂର୍ବରୁ ଲକେଟକୁ ଶୁଦ୍ଧି କରିନେବା ଉଚିତ ।
- ଯେଉଁ ଠାକୁରଙ୍କ ଲକେଟ ପିନ୍ଧିବେ ଧରାଯାଉ ଆପଣ ଓଁର ଲକେଟ ପିନ୍ଧିବେ ସେହି ଲକେଟକୁ ପ୍ରାତଃ ସମୟରେ ଅଳ୍ପ କଞ୍ଚା କ୍ଷୀରରେ ପକେଇ ରଖିବେ |
- ଏବଂ ଏହାପରେ ସେହି କପଡାକୁ କୌଣସି ରେଶ୍ମି କପଡ଼ାରେ ବାନ୍ଧି ଭଗବାନ ଶିବଙ୍କର ମନ୍ଦିରରେ ଯାଇ ଲକେଟକୁ ଭଗବାନ ଶିବଙ୍କ ମନ୍ଦିରକୁ ଯାଇ ଭଗବାନ ଶିବଙ୍କ ଚରଣରେ ସ୍ପର୍ଶ କରନ୍ତୁ |
- ଏହା ଦ୍ୱାରା ସେହି ଲକେଟର ଉର୍ଜା ଶକ୍ତି ପ୍ରତିଫଳିତ ହୋଇଥାଏ । ଏହାର ଫଳ ଶୁଭ ଦାୟୀ ହୋଇଥାଏ ।
- ଧ୍ୟାନ ରଖିବେ ଯେଉଁ ଠାକୁରଙ୍କ ଲକେଟ ପିନ୍ଧିବେ ସେହି ଠାକୁରଙ୍କ ବାରରେ ପିନ୍ଧିବେ ।
କେଉଁ ଧାତୁରେ ଲକେଟ ପିନ୍ଧିବା ଉଚିତ
- ଯଦି କଳା ସୂତା ବାନ୍ଧିବେ ଶନିବାର ଦିନ ହିଁ ବାନ୍ଧିବେ ।
- ପଥରରେ ପିନ୍ଧିଲେ ରବିବାର ଦିନ ପିନ୍ଧିବେ ।
- ଘରେ କାହାର ମୃତ୍ୟୁ ହୋଇଯାଇଥିଲେ ସେହି ସମୟରେ ଲକେଟ ପିନ୍ଧିବେ ନାହିଁ। ଏହା ଅଶୁଭ ଫଳଦାୟୀ ହୋଇଥାଏ। ଲକେଟ ପିନ୍ଧି କୌଣସି ଭୁଲ କାମ କରନ୍ତୁ ନାହିଁ।
- ପିତ୍ତଳ,ତମ୍ବା,ଚାନ୍ଦିର ଧାତୁରେ ଲକେଟ ପିନ୍ଧିବାକୁ ସର୍ବତ୍ତମ ହୋଇଥାଏ ।
- ସୁନା ଲକେଟ ପିନ୍ଧିଲେ ଜ୍ୟୋତିଷଙ୍କ ପରାମର୍ଶ ନେବା ଉଚିତ |
- ପିଲାଙ୍କୁ ସବୁବେଳେ ରୁପାର ଲକେଟ ପିନ୍ଧାଇବା ଉଚିତ୍। ଏହା ଦ୍ୱାରା ତାଙ୍କର ସ୍ଵାସ୍ଥ୍ୟ ଉପରେ କୌଣସି କୁପ୍ରଭାବ ପଡିନଥାଏ ।
- ପିଲାଙ୍କୁ ସବୁବେଳେ ଅର୍ଦ୍ଧ ଚନ୍ଦ୍ରର ଲକେଟ ପିନ୍ଧାଇବା ଉଚିତ୍। ଏହା ଦ୍ୱାରା ତାଙ୍କ ଚଞ୍ଚଳତା କମ ହେବା ସହ ଖଣ୍ଡିଆଖାବରା ମଧ୍ୟ କମ ହୋଇଥାନ୍ତି ।
କେଉଁ ଲକେଟ ପିନ୍ଧିବେ
- ଯଦି ଆପଣଙ୍କୁ ଅଧିକ ଭୟ କିମ୍ବା ଡର ଲାଗୁଛି ତେବେ ଭଗବାନ ଶିବଙ୍କର ତ୍ରିଶୂଳର ଲକେଟ ପିନ୍ଧିବା ଏହା ଦ୍ୱାରା ମନରେ ବାରମ୍ବାର ବିଚଳିତ ଭାବନା ଡର ଭୟ ଆଦି ଦୂର ହୋଇଥାଏ ।
- ଯଦି ଆପଣଙ୍କୁ ସମସ୍ତ କାମରେ ଅସଫଳତା ମିଳୁଛି ଆପଣଙ୍କ କାମ ବିଗିଡି ଯାଉଛି ତେବେ ଭଗବାନ ଶ୍ରୀଗଣେଶଙ୍କ ଲକେଟ ଅବଶ୍ୟ ପିନ୍ଧିବା ଉଚିତ। ଏହା ଦ୍ୱାରା ସମସ୍ତ କାମ ହେବାକୁ ଲାଗିବ।
- ଯେଉଁ ଲୋକମାନଙ୍କୁ ପିତୃଦୋଷ, ନାରୀ ଦୋଷ ସର୍ପ ଦୋଷ ଆଦି ସମସ୍ୟା ଅଛି ତାଙ୍କୁ ଭଗବାନଙ୍କ ଶିବଙ୍କ ସର୍ପର ମୁଦି କିମ୍ବା ଲକେଟ ପିନ୍ଧିବା ଉଚିତ ।
- ଯଦି ଆପଣଙ୍କ ଘରେ ଅଧିକ ନକରାତ୍ମକ ଶକ୍ତିର ବାସ ଅଛି ପାରିବାରିକ ଜୀବନରେ କ୍ଳେଶ ଅଧିକ ଅଛି ମତଭେଦ ଅଧିକ ଅଛି ତେବେ ଭଗବାନ ଶିବଙ୍କର ଡ଼ମ୍ବରୁ ଅବଶ୍ୟ ପିନ୍ଧିବା ଉଚିତ ।
- ହନୁମାନ ଲକେଟ ପିନ୍ଧିଲେ ଆତ୍ମିକ ବାଳ ପ୍ରାପ୍ତ ହୁଏ | ଭୂତ,ପିଶାଚ ଏବଂ ତନ୍ତ୍ର,ମନ୍ତ୍ର ରୁ ରକ୍ଷା ମିଳେ |
- ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ଦେବୀ ଦେବତାଙ୍କ ଲକେଟ ଧାରଣ କରିବା ଅନୁଚିତ ।


0 Comments
Do you have any doubts or suggestions? Ask them here in the comments!