ଭୂଲ୍ରେ ମଧ ଏହି ପୁରୁଣା ଜିନିଷ ଅନ୍ୟକୁ ଦାନ କରନ୍ତୁ ନାହିଁ !
ହିନ୍ଦୁ ଧର୍ମରେ ଦାନର ବିଶେଷ ମହତ୍ତ୍ୱ ରହିଛି । ବ୍ରତ-ପର୍ବ,ପୂଜାପାଠ ଦାନ ବିନା ସମ୍ପୂର୍ଣ୍ଣ ହୁଏ ନାହିଁ। କିନ୍ତୁ କେତେକ ସମୟରେ ଦାନ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । କିନ୍ତୁ ଧର୍ମ ଶାସ୍ତ୍ର, ଜ୍ୟୋତିଷ ଶାସ୍ତ୍ରରେ କିଛି ଜିନିଷ ଦାନ କରିବା ନିଷେଧ ରହିଛି ।
କିନ୍ତୁ ଦାନ କରୁଥିବା ସମୟରେ ଆପଣଙ୍କୁ ଏହା ଧ୍ୟାନ ରଖିବାକୁ ହୋଇଥାଏ କି ଆପଣ କଣ ଦାନ କରୁଛନ୍ତି ଓ ଆପଣଙ୍କ ଉପରେ ଏହାର କେଉଁ ପ୍ରଭାବ ପଡ଼ୁ ଛି । ଆମେ ଅଜାଣତରେ କିଛି ଏଭଳି ଜିନିଷର ଦାନ କରି ଦେଉଛୁ, ଯାହାକୁ ଆମ ଜୀବନ ଉପରେ ଖରାପ ପ୍ରଭାବ ପକାଇଥାଏ । ଏହି ଜିନିଷଗୁଡିକ ଦାନ କରିବା ଦ୍ୱାରା ଜୀବନର ସୁଖ-ସମୃଦ୍ଧି ଦୂର ହୋଇଯାଏ ଏବଂ ଅନେକ ଅସୁବିଧାର କାରଣ ହୋଇଯାଏ । ତେବେ ଚାଲନ୍ତୁ ଜାଣିବା ସେହି ଜିନିଷଗୁଡିକ ବିଷୟରେ ।
ପରିଧାନ କରୁଥିବା ବସ୍ତ୍ର
- ବ୍ୟବହାର କରୁଥିବା ବସ୍ତ୍ର ଅନ୍ୟ କାହାରୀକୁ ଦାନ କରିବା ଅନୁଚିତ କାରଣ ଏହା ଦ୍ଵାରା ଆର୍ଥିକ ସମସ୍ୟା ହୋଇଥାଏ ।
- ହଁ ଆଜ୍ଞା, ପିନ୍ଧିଥିବା ବସ୍ତ୍ର କେବେ ହେଲେ ପଣ୍ଡିତଙ୍କୁ ଦାନ କରିବା ଉଚିତ ନୁହେଁ ।
- ଏହା ସତ୍ୟ ଅଟେ ଯେ, ପରିଧାନ କରୁଥିବା ବସ୍ତ୍ର ଯଦି ଆପଣ ଗରିବଙ୍କ ମଧ୍ୟରେ ବାଣ୍ଟି ଦିଅନ୍ତି , ତେବେ ଆପଣଙ୍କର ପୁଣ୍ୟ ହୋଇଥାଏ |
- ସାଧୁସନ୍ଥଙ୍କୁ ନିଜେ ବ୍ୟବହାର କରିଥିବା ପୋଷାକ ଦାନ ଦେବା ଉଚିତ ନୁହେଁ । ଏହା ଦ୍ୱାରା ମଧ୍ୟ ଅଶୁଭଫଳ ମିଳିଥାଏ ।
ଝାଡ଼ୁ
- କେବେ ବି ଭୁଲରେ କାହାକୁ ଝାଡୁ ଦାନ କରିବା ଅନୁଚିତ କାରଣ ଏହା ଦ୍ଵାରା ଘରର ଆର୍ଥିକ ସ୍ଥିତି ଖରାପ ହୋଇଥାଏ ।
- ଆଜ୍ଞା ନିଜ ଘର ଝାଡ଼ୁ କୌଣସି ବ୍ୟକ୍ତିକୁ ଦେବା ଉଚିତ ନୁହେଁ । ଏହା କରିବା ଦ୍ୱାରା ମାତା ଲକ୍ଷ୍ମୀଙ୍କର ଖରାପ ପ୍ରଭାବ ପଡ଼ିଥାଏ |
ପ୍ଲାଷ୍ଟିକ ଜିନିଷ
- କେବେ ବି ପ୍ଲାଷ୍ଟିକ ଜିନିଷର ଦାନ କରିବା ଅନୁଚିତ କାରଣ ଏହା ଦ୍ଵାରା ଘରେ ଓ ବ୍ୟବସାୟରେ ଅବନତି ହୋଇଥାଏ ।
- ପ୍ଲାଷ୍ଟିକ ଜିନିଷକୁ ଯଦି ଆପଣ ଘର ପାଇଁ ବ୍ୟବହାର କରୁଛନ୍ତି | ତେବେ ଆପଣଙ୍କର କୌଣସି ସମସ୍ୟା ହୋଇନଥାଏ |
ଷ୍ଟିଲର ପାତ୍ର
ଷ୍ଟିଲର ପାତ୍ରକୁ କାହାକୁ ଦାନ କରିବା ଉଚିତ ନୁହେଁ । ଏହା କରିବା ଦ୍ୱାରା ଘରର ସୁଖ ଶାନ୍ତି ଚାଲିଯାଇଥାଏ ଓ ପରିବାରରେ ବିନା କାରଣରେ ଝଗଡା ହୋଇଥାଏ |
ଖରାପ ଖାଦ୍ୟ
- ଭୁଲରେ କେବେ ବି ବାସୀ ଖାଦ୍ୟ ଦାନ କରିବା ଅନୁଚିତ ଏହା ଦ୍ଵାରା ପରିବାର ଲୋକଙ୍କର ସ୍ୱାସ୍ଥ୍ୟ ଖରାପ ହୋଇଥାଏ ।
- ମନେ ରଖନ୍ତୁ ଯଦି ସେହି ଖାଦ୍ୟକୁ ଆପଣ ଖାଇ ପାରୁନାହାଁନ୍ତି; ତେବେ ସେହି ଖାଦ୍ୟକୁ ଅନ୍ୟ କାହାରିକୁ ଦିଅନ୍ତୁ ନାହିଁ । ଏହା କରିବା ଦ୍ୱାରା ନିଜ ଉପରେ ଖରାପ ପ୍ରଭାବ ପଡିଥାଏ ।
- ଖାଦ୍ୟ କିମ୍ବା ଅନ୍ନ ଦାନ କରିବା ସବୁଠାରୁ ବଡ ପୂଣ୍ୟ। କିନ୍ତୁ ଅଇଁଠା ଖାଦ୍ୟ କାହାକୁ ଦେବା ଭୁଲ ହୋଇଥାଏ। ବଳକା ଖାଦ୍ୟ ଦାନ କରିବା ମା ଅନ୍ନପୂର୍ଣ୍ଣାଙ୍କ ପ୍ରତି ଅପମାନ ହୋଇଥାଏ,ଏଥିପାଇଁ ସେ କ୍ରୋଧିତ ହୁଅନ୍ତି ।
ଲୁହାର ଜିନିଷ
- କୌଣସି ଲୁହା ଜାତୀୟ ଜିନିଷ କାହାକୁ ଦାନ କରିବା ଅନୁଚିତ ।
- ଲୁହାର ଜିନିଷ ଯଦି ଆପଣ କାହାକୁ ଦାନ କରୁଛଅନ୍ତି; ତେବେ ଏହା ଆପଣଙ୍କ ପାଇଁ ବହୁତ ଖରାପ ସାବ୍ୟସ୍ତ ହେବା ସହ ପରିବାରରେ ସମସ୍ୟା ଲାଗି ରହିଥାଏ ।
- ଧାରୁଆ ଅସ୍ତ୍ର ଯେପରି ଛୁରୀ, ନେଲ କଟର,କଇଁଚି, ଖଣ୍ଡା ଆଦି ମଧ୍ୟ ଦାନ କରିବା ଉଚିତ ନୁହେଁ ।
ତେଲ ଦାନ
- ତେଲ ଦାନ କରିବା ଶୁଭ ହୋଇଥିଲେ ମଧ୍ୟ ବ୍ୟବହାର କରା ଯାଇଥିବା ତେଲ ଦାନ କରିବା ଅଶୁଭ ହୋଇଥାଏ ।
- ତେଲ ଦାନ କଲେ ଶନିଙ୍କ ଉତ୍ତମ କୃପା ପ୍ରାପ୍ତି ହୋଇଥାଏ, ମାତ୍ର ଖରାପ ବା ବ୍ୟବହାର ଉପଯୋଗୀ ହୋଇନଥିବା ତେଲ ଦାନ ଦିଅନ୍ତୁ ନାହିଁ।
ଖରାପ ବହି କିମ୍ଵା ଖାତା
- ଯିଏ ପୁସ୍ତକ ଦାନ କରିଥାନ୍ତି, ତାଙ୍କର ପାରିବାରିକ ଜୀବନ ସୁଖମୟ ହୋଇଥାଏ ।
- କିନ୍ତୁ ଖରାପ ତଥା ଚିରି ଯାଇଥିବା ଖାତା ବହି କାହାକୁ ଦାନ କରନ୍ତୁ ନାହିଁ, ଏହା ଆପଣଙ୍କ ପାଇଁ ଖରାପ ହୋଇଥାଏ |
- ଗ୍ରନ୍ଥ, ପୁରାଣକୁ ବହିକୁ ଦାନ କରିପାରିବେ । ମାତ୍ର ଫାଟିଥିବା ଅଥବା ଚିରିଥିବା ବହିକୁ ଦାନ କରିବେ ନାହିଁ।
- କେବେ ବି ଧାର୍ମିକ ପୁସ୍ତକ କିମ୍ବା ଗ୍ରନ୍ଥକୁ ସେହି ଲୋକଙ୍କୁ ଦାନ କରନ୍ତୁ ନାହିଁ , ଯେଉଁମାନଙ୍କର ତାହାକୁ ପଢିବାର ଆଗ୍ରହ ନାହିଁ।
- ଏହିପରି ଲୋକମାନେ ଏହି ପୁସ୍ତକଗୁଡ଼ିକୁ ସମ୍ମାନ କରନ୍ତି ନାହିଁ ଏବଂ ତାହାର ଅବମାନନା କରନ୍ତି । ଏହିପରି ଦାନ ପାପର କାରଣ ହୋଇଥାଏ ।

.jpg)
0 Comments
Do you have any doubts or suggestions? Ask them here in the comments!