ଏମିତି ମହିଳା ସାବିତ୍ରୀ ବ୍ରତ ଭୁଲରେ ବି ରଖିବା ଉଚିତ ନୁହେଁ ?

ଏମିତି ମହିଳା ସାବିତ୍ରୀ ବ୍ରତ ଭୁଲରେ ବି ରଖିବା ଉଚିତ ନୁହେଁ ?

ବଟ ସାବିତ୍ରୀ ବ୍ରତ ପ୍ରତ୍ୟକ ସୁହାଗିନୀ ମହିଳା ବହୁତ ଧୂମଧାମରେ ପାଳନ କରିଥାନ୍ତି । ଏହା ମାନ୍ୟତା ଅଛି ଯେ ଏହି ବ୍ରତକୁ ରଖିଲେ ସ୍ୱାମୀଙ୍କ ଆୟୁଷ ଲମ୍ବା ହୋଇଥାଏ ତଥା ଲମ୍ବା ଆୟୁଷର ପ୍ରାପ୍ତ ହୋଇଥାଏ । ଅଖଣ୍ଡ ସୌଭାଗ୍ୟବତୀ ଏବଂ ସନ୍ତାନ ସୁଖର କାମନା ସହିତ ମହିଳା ମାନେ ଏହି ବ୍ରତ କରିଥାନ୍ତି ।

ଶାସ୍ତ୍ର ଅନୁସାରେ ମନ୍ୟତା ଅଛି ଯେ ଯଦି କୌଣସି ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଅଧିକ ପ୍ରେମ ବଢ଼ାଇବା ପାଇଁ ଚାହୁଁଛନ୍ତି ତ ବଟ ସାବିତ୍ରୀ ବ୍ରତ ତଥା କରବାଚୌଥ ବ୍ରତ ଆଦି ସମ୍ପୂର୍ଣ୍ଣ ବିଧିର ସହିତ କରିବା ଉଚିତ | ଏହା ଦ୍ୱାରା ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଅଧିକ ପ୍ରେମ ବଢିଯାଏ । ଏହା ବ୍ରତ ନୁହେଁ ବରଂ ସ୍ୱାମୀଙ୍କ ପ୍ରତି ଭଲପାଇବା ଲୁଚି ରହିଥାଏ ।

ଆଜିର ଏହି ପୋଷ୍ଟରେ ଜଣେଇବୁ ବଟ ସାବିତ୍ରୀ ବ୍ରତରେ ଏମିତି କେଉଁ ଜିନିଷ ଅଛି ଯାହାକୁ ସାବିତ୍ରୀ ମାଙ୍କୁ ଅର୍ପଣ କରିବା ଉଚିତ ନୁହେଁ । ଏମିତି କଲେ ଆପଣଙ୍କ ବ୍ରତ ଭାଙ୍ଗିଯିବ ଆପଣଙ୍କୁ ପାପ ଲାଗିଥାଏ ।

ସାବିତ୍ରୀ ବ୍ରତରେ ମାଙ୍କୁ ଅର୍ପଣ କରନ୍ତୁ ନାହିଁ

  1. ବଟ ସାବିତ୍ରୀ ବ୍ରତରେ କଳା କପଡା କିମ୍ବା ଧଳା କପଡା କେବେବି ଅର୍ପଣ କରିବା ଉଚିତ ନୁହେଁ |
  2. ବଟ ସାବିତ୍ରୀ ବ୍ରତ ଦିନ ଲାଲ ଫୁଲ ଅର୍ପଣ କରିବା ଉଚିତ। ଏମିତି କଲେ ସୁଖ ଶାନ୍ତି ବନି ରହିଥାଏ।
  3. ଏହି ଦିନ ଯଥା ସମ୍ଭବ ସିଙ୍ଗାର ଆଦିର ଦାନ କରନ୍ତୁ। ଏମିତି କଲେ ସ୍ୱାମୀଙ୍କ ଉପରେ କେବେବି କଷ୍ଟ ଆସିବ ନାହିଁ। ମା ସାବିତ୍ରୀ ପ୍ରସନ୍ନ ହୋଇଥାନ୍ତି କିନ୍ତୁ ମନେରଖନ୍ତୁ ନିଜର ମେକପ ଜିନିଷ ଦାନ କରିବେ ନାହିଁ। କିଣି କରି ଦାନ କରିବେ ।
  4. ବଟ ସାବିତ୍ରୀ ବ୍ରତ ଦିନ ମଥାରେ କମ ସିନ୍ଦୁର ଲଗାଇଲେ ସ୍ୱାମୀଙ୍କ ଆୟୁଷ ବି କମ ହୋଇଥାଏ ତ ସେଥିପାଇଁ ଅଧିକ ସିନ୍ଦୁର ମଥାରେ ଲଗାନ୍ତୁ   ।
  5. ଏହି ଦିନ ଯେଉଁବି ଜିନିଷ ଅର୍ପଣ କରିବେ ଦେଖିନେବେ ସେହି ଜିନିଷ ଖଣ୍ଡିତ ନହୋଇଥିବା ଉଚିତ । କୌଣସି ବି ଜିନିଷ ଭଙ୍ଗା ଫଟା ହୋଇନଥିବା ଦରକାର ।
  6. ଧଳା କଳା ଏବଂ ନୀଳ ଚୁଡ଼ି ଏବଂ ଭାଙ୍ଗି ଯାଇଥିବା ଚୁଡ଼ି ଭୁଲରେ ବି ପିନ୍ଧିବା ଉଚିତ ନୁହେଁ । ଘୋର ପାପ ଲାଗିଥାଏ ଏବଂ ବ୍ରତ ଭାଙ୍ଗି ଯାଇଥାଏ ।
  7. ଏହି ଦିନ ମଙ୍ଗଳସୁତ୍ର ପିନ୍ଧିବାକୁ ଭୁଲନ୍ତୁ ନାହିଁ ନଚେତ ଆପଣଙ୍କ ବ୍ରତ ପୁରା ମାନାଯାଏ ନାହିଁ।

କେଉଁ  ମହିଳାଙ୍କୁ ସାବିତ୍ରୀ ବ୍ରତ ଭୁଲରେ ବି ରଖିବା ଉଚିତ ନୁହେଁ ।

ଆସନ୍ତୁ   ଜାଣିବା କେଉଁ  ମହିଳାଙ୍କୁ ଭୁଲରେ ବି ବଟ ସାବିତ୍ରୀ ବ୍ରତ  ରଖିବା ଉଚିତ ନୁହେଁ । ଘୋର ପାପ ଲାଗିଥାଏ ।

  1. ଯଦି ଆପଣଙ୍କ ମନରେ ନିଜ ସ୍ୱାମୀଙ୍କ ଭାବନା ନଆସି କୌଣସି ଅନ୍ୟ ପୁରୁଷଙ୍କ ଭାବନା ଆସେ ତେବେ ଏହା ଆପଣଙ୍କ ଚରିତ୍ର ପାଇଁ ଭଲ ମାନାଯାଏ ନାହିଁ। ଆଚାର୍ଯ୍ୟ ଚାଣକ୍ୟ କୁହନ୍ତି ଯାହାର ମନ ପବିତ୍ର ହୋଇଥାଏ ସେହିଁ ଭଲ ଜୀବନସାଥି ହୋଇଥାଏ ଏବଂ ନିଜର ସ୍ୱାମୀଙ୍କୁ ହିଁ ସର୍ବଦା ପ୍ରେମ କରିଥାଏ ।
  2. ଗର୍ଭବତୀ ମହିଳାମାନଙ୍କ ପାଇଁ ବହୁତ କଠିନ ଭରା ସମୟ ହୋଇଥାଏ । ଏହି ସମୟରେ ବ୍ରତ ରଖିଲେ ଗର୍ଭବତୀ ମହିଳାଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । ଶାସ୍ତ୍ରରେ ଏହା ଉଲ୍ଲେଖ ନାହିଁ ଯେ ଗର୍ଭବତୀ ମହିଳା ବଟ ସାବିତ୍ରୀ ବ୍ରତ ରଖିବା ଉଚିତ ନୁହେଁ କିନ୍ତୁ ଯଦି ଆପଣଙ୍କ ଶରୀରରେ କମଜୋରି ଆସିଥାଏ ତ ଏହି ବ୍ରତର ପାଳନ ଏମିତି ସମୟରେ କରନ୍ତୁ ନାହିଁ। ଯଦି ଆପଣ ଏହି ସମୟରେ ବ୍ରତ ରଖିବାକୁ ଚାହୁଁଛନ୍ତି ତେବେ ଡାକ୍ତର ପରାମର୍ଶ ନିଶ୍ଚୟ କରନ୍ତୁ   ।
  3. ଶାସ୍ତ୍ର ଅନୁସାରେ କିଛି ନିୟମ ଏମିତି ଅଛି ଯେଉଁଠି ସ୍ୱାମୀ ସ୍ତ୍ରୀଙ୍କୁ ଏକା ସହିତ ରହିବା ଉଚିତ । ଯେଉଁ ସ୍ୱାମୀ ସ୍ତ୍ରୀ ବିବାହ ନକରି ଏକା ସହିତ ରହୁଛନ୍ତି ତ ଏମିତି ମହିଳାଙ୍କୁ ଏହି ବ୍ରତ ରଖିବା ଉଚିତ ନୁହେଁ । ଏମିତି ବ୍ରତ ରଖିଲେ ଏହା ଅଶୁଭ ହେବା ସହିତ କଳଙ୍କିତ ମଧ୍ୟ ହୋଇଯାଇଥାଏ ।
  4. ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଯଦି ଅନେକ ଦିନରୁ ଝଗଡା ହେଉଅଛି ଆଉ କଥା ତଲାକ ପର୍ଯ୍ୟନ୍ତ ପହଁଚି ଯାଇଛି ତ ଏମିତି ସମୟରେ ଏହି ବ୍ରତ ରଖିବା ଉଚିତ ନୁହେଁ ।

Post a Comment

0 Comments