ଖରାଦିନେ ନିୟମିତ ଖାଆନ୍ତୁ ଭେଣ୍ଡି

 ଖରାଦିନେ ନିୟମିତ ଖାଆନ୍ତୁ ଭେଣ୍ଡି

ଭେଣ୍ଡିକୁ ଲୋକମାନେ ଗ୍ରୀଷ୍ମ ସମୟରେ ବହୁତ ଖାଇଥାନ୍ତି । ଭେଣ୍ଡି କେବଳ ଏକ ସୁସ୍ବାଦୁ ପନିପରିବା ନୁହେଁ ବରଂ ଏହା ସ୍ୱାସ୍ଥ୍ୟ ପାଇଁ ଅନେକ ଉପକାରୀ ଖାଦ୍ୟ ହୋଇଥାଏ।  ଏଥିରେ ଭିଟାମିନ୍ ଏ, ସି, ବି ୬, ଡି, କ୍ୟାଲସିୟମ୍, ପୋଟାସିୟମ୍, ମ୍ୟାଗ୍ନେସିୟମ୍, ଫସଫରସ୍, ବିଟା କାରୋଟିନ୍, ଆଇରନ୍ ଏବଂ ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ରହିଥାଏ ଏବଂ ଫାଇବର,  କାର୍ବୋହାଇଡ୍ରେଟ୍, ଫ୍ୟାଟି ଏସିଡ୍ ମିଳିଥାଏ ।  

ତେବେ ଆସନ୍ତୁ ଜାଣିବା ଭେଣ୍ଡି ଖାଇବାର ଅଦ୍ଭୁତ ଉପକାରିତା ବିଷୟରେ …

ମଧୁମେହକୁ ନିୟନ୍ତ୍ରଣ କରେ

  1. ଯେଉଁମାନଙ୍କର ରକ୍ତରେ ସୁଗାର ଲେବଲ୍‌ ଅଧିକ ରହିଥାଏ, ସେମାନେ ଭେଣ୍ଡି ଖାଇବା ଉଚିତ୍। ଭେଣ୍ଡିରେ ଆଣ୍ଟି-ହାଇପରଗ୍ଲାଇସେମିକ୍ ଏବଂ ଆଣ୍ଟି-ଡାଇବେଟିସ୍ ତତ୍ତ୍ବ ଥାଏ। 
  2. ଯାହା ରକ୍ତରେ ଗ୍ଲୁକୋଜର ସ୍ତରକୁ ହ୍ରାସ କରିଥାଏ। ଭେଣ୍ଡିରେ ଥିବା ଫାଇବର ରକ୍ତରେ ଗ୍ଲୁକୋଜକୁ ନିୟନ୍ତ୍ରଣ କରିବାରେ ଲାଭଦାୟକ ହୋଇଥାଏ।
  3. ଭେଣ୍ଡି ହଜମ ପ୍ରକ୍ରିୟାରେ ସୁଗାର ଅବଶୋଷଣ ହାରକୁ ନିୟନ୍ତ୍ରଣ କରି ମଧୁମେହକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ । 
  4. ଡାକ୍ତର ମତରେ ସପ୍ତାହକୁ ୩ ରୁ ୪ଥର ଭେଣ୍ଡି ଖାଇବା ମଧୁମେହ ରୋଗୀଙ୍କ ପାଇଁ ଲାଭଦାୟକ ହୋଇଥାଏ । 

ସୁଗାର ନିୟନ୍ତ୍ରଣ ପାଇଁ କଞ୍ଚା ଭେଣ୍ଡି କିପରି ଖାଇବେ

  1. ଭେଣ୍ଡି ମଧୁମେହ ରୋଗୀଙ୍କ ପାଇଁ ସଂଞ୍ଜିବନୀ ସଦୃଶ କାମ କରିଥାଏ । ଏହାର କୌଣସି ପାଶ୍ୱ ପ୍ରତିକ୍ରିୟା ନଥାଏ ।କାରଣ ଭେଣ୍ଡିରେ ଭରପୂର ମାତ୍ରାରେ ଫାଇବର ରହିଥାଏ। 
  2. ଦୁଇଟି ଭେଣ୍ଡି ଆଣି ପ୍ରଥମେ ଭଲଭାବରେ ଧୁଅନ୍ତୁ। ତାପରେ ଏହାର ମୁଣ୍ଡି କାଟି ଦେଇ ଭେଣ୍ଡିକୁ ଛୋଟ ଛୋଟ କରି କାଟି ଏହାକୁ ଗୋଟେ ଗ୍ଲାସ ପାଣିରେ ଭିଜେଇ ରଖିଦିଅନ୍ତୁ। ଏହାପରେ ସକାଳୁ ଏହି ଭେଣ୍ଡି କାଢି ସେହି ପାଣିକୁ ସେବନ କରନ୍ତୁ।ଯାହାକି ଔଷଧ ଭଳି କାମ କରିଥାଏ ।
  3. ଏଭଳି କରିବା ଦ୍ୱାରା ଆପଣଙ୍କ ଶରୀରରେ ସୁଗାର ନିୟନ୍ତ୍ରଣରେ ରହିଥାଏ ଏବଂ ଆପଣ ୧୫ ଦିନ ମଧ୍ୟରେ ଏହାର ସୁଫଳ ପାଇବେ।
  4.  ଯାହା ଦ୍ୱାରା ରୋଗୀଙ୍କ ଶରୀରରେ ଯେତିକି ପରିମାଣର ଶକରା ଥିବା ତାହାର ୨୦ ପ୍ରତିଶତ କମିଯିବାର ସମ୍ଭାବନା ରହିଛି । 
  5. ମଧୁମେହ ରୋଗୀ ଦରସିଝା ହୋଇଥିବା ଭେଣ୍ଡି ଖାଇବା ବେଶ୍ ଲାଭଦାୟକ ହୋଇଥାଏ। ଏହାକୁ ନିୟମିତ ଖାଇଲେ ଶରୀରରେ ଥିବା ଶର୍କରା ମାତ୍ରା କମି ଯାଇଥାଏ।

ହାର୍ଟକୁ ସୁସ୍ଥ ରଖେ

  1. ଶରୀରରେ ସାଧାରଣତଃ କୋଲେଷ୍ଟ୍ରଲର ମାତ୍ରା ବୃଦ୍ଧି ପାଇବା କାରଣରୁ ହୃଦୟଜନିତ ସମସ୍ୟା ଦେଖାଦେଇଥାଏ । 
  2. ହୃଦ୍ ରୋଗୀଙ୍କ ପାଇଁ ଭେଣ୍ଡି ମଧ୍ୟ ଅତ୍ୟନ୍ତ ଉପକାରୀ ପନିପରିବା। ଭେଣ୍ଡିରେ ପେକ୍ଟିନ୍ ନାମକ ଏକ ଉପାଦାନ ଥାଏ। ଯାହା ଖରାପ କୋଲେଷ୍ଟ୍ରଲ୍ ହ୍ରାସ କରେ ଏବଂ ହାର୍ଟକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। ଶରୀରରେ ଖରାପ୍‌ କୋଲେଷ୍ଟ୍ରଲକୁ ନିୟନ୍ତ୍ରଣରେ ରଖିଥାଏ ।
  3. ଭେଣ୍ଡିରେ ମ୍ୟୁସିଲେଜ ନାମକ ଏକ ଗାଢ଼ ଜେଲ ପରି ପଦାର୍ଥ ରହିଥାଏ, ଯାହାକି ପାଚନ ସମୟରେ କୋଲେଷ୍ଟରଲର ମାତ୍ରାକୁ କମ୍ କରିଦେଇଥାଏ ।
  4. ହୃତପିଣ୍ଡ  ସହିତ ଜଡିତ ରୋଗ ସଂକ୍ରମଣ ହେବାର ଆଶଙ୍କା କମ୍ ରହିଥାଏ ।

ପ୍ରତିରୋଧକ ଶକ୍ତିକୁ ଶକ୍ତିଶାଳୀ କରେ

  1. ଆପଣ ମାନେ ଜାଣି ରଖନ୍ତୁ କି, ଭେଣ୍ଡିରେ ଭିଟାମିନ ସି ରହିଥାଏ, ଯାହାଦ୍ଵାରା ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ । ଏହା ଶରୀରକୁ ଭାଇରାଲ୍ ସଂକ୍ରମଣ ସହିତ ଲଢିବାରେ ସାହାଯ୍ୟ କରିଥାଏ । ଏପରି ଥଣ୍ଡା, କାଶ ଏବଂ ମୌସୁମୀ ରୋଗ ବିରୁଦ୍ଧରେ ଲଢିବାରେ ଶକ୍ତି ମିଳିଥାଏ ।
  2. ଗରମ ଦିନେ ଭେଣ୍ଡି ଖାଇଲେ ଆମ ଶରୀରର ଇମ୍ୟୁନିଟି ସିଷ୍ଟମ ସୁଦୃଢ଼ ହେବା ସହ ବିଭିନ୍ନ ପ୍ରକାର ରୋଗର ସଂକ୍ରମଣରୁ ରକ୍ଷା ମିଳିଥାଏ 

ଓଜନ ହ୍ରାସ

  1. ଭେଣ୍ଡି ଖାଇବା ଦ୍ୱାରା ଓଜନ ନିୟନ୍ତ୍ରଣରେ ରହିଥାଏ । ଭେଣ୍ଡିରେ କାର୍ବୋହାଇଡ୍ରେଟ,ଫାଇବର ଏବଂ ଆଣ୍ଟି ଓବେସିଟି ଗୁଣ ରହିଥାଏ।  ଯାହା ଓଜନ ବୃଦ୍ଧିକୁ ରୋକିଥାଏ। ଯଦି ଆପଣ ପତଳା ହେବାକୁ ଚାହାଁନ୍ତି ବା ମେଦବହୁଳତାର ଶିକାର ହୋଇଥିବା ଲୋକମାନେ ନିଶ୍ଚିତ ଭାବରେ ଭେଣ୍ଡିକୁ ଡାଏଟରେ ସାମିଲ୍‌ କରନ୍ତୁ ।
  2. ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ପରିମାଣର ଥିବା ହେତୁ ଶରୀରକୁ ଶକ୍ତି ଯୋଗାଇବାରେ ମଧ୍ୟ ସାହାଯ୍ୟ କରେ ।
  3. ଏଥିରେ ଥିବା ଫାଇବର ଚର୍ବିକୁ କମ୍‌ କରିବା ସହ ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ। ଏଥିରେ କ୍ୟାଲୋରି ପରିମାଣ କମ୍‌ ଥାଏ। 
  4. ମେଦ ବୃଦ୍ଧିରେ ଆକ୍ରାନ୍ତ ଲୋକେ କଞ୍ଚା ଭେଣ୍ଡି ଖାଇବା ଦ୍ୱାରା ଓଜନ ହ୍ରାସ ପାଇଥାଏ।
  5. ଝିଅ ମାନେ ଓଜନ ନିୟନ୍ତ୍ରଣ କରିବାକୁ ଭେଣ୍ଡିରେ ପ୍ରସ୍ତୁତ ଖାଦ୍ୟ ଖାଇବା ଉଚିତ ।

ହଜମକ୍ରିୟା ମଜବୁତ୍‌ ରଖେ

  1. ଯେଉଁମାନଙ୍କର ହଜମକ୍ରିୟା ସହ ଜଡିତ ସମସ୍ୟା ଅଛି ସେମାନେ ଭେଣ୍ଡି ଖାଇବା ନିହାତି ଜରୁରୀ । ଭେଣ୍ଡିରେ ବହୁମାତ୍ରାରେ ଫାଇବର ରହିଥିବାରୁ ତାହା ପାଚନ ଶକ୍ତିକୁ ମଜବୁତ ବନାଇଥାଏ ।
  2. ଗରମ ଦିନେ ପେଟ ରୋଗ ସମସ୍ୟାରେ ରହିଥିବା ଲୋକଙ୍କ ପାଇଁ ଭେଣ୍ଡି ଏକ ଭଲ ଫୁଡ୍ । 
  3. ଯଦି ଆପଣଙ୍କର କବଜ ଭଳି ସମସ୍ୟା ରହିଛି, ତାହେଲେ ଆପଣଙ୍କୁ ପ୍ରତ୍ୟେକଦିନ ଖାଦ୍ୟରେ ଭେଣ୍ଡିକୁ ସାମିଲ କରିବା ଉଚିତ। 
  4. ଭେଣ୍ଡିକୁ ସିଝାଇ ଏହାର ପାଣିକୁ ଛାଣି ୨୪ ଘଣ୍ଟା ପର୍ଯ୍ୟନ୍ତ ରଖି ଦିଅନ୍ତୁ। ସକାଳୁ ଖାଲି ପେଟରେ ଏହାକୁ ପିଇ ଅଧଘଣ୍ଟାପରେ ଜଳଖିଆ ଖାଇଲେ ଲାଭ ମିଳିଥାଏ।
  5. ଭେଣ୍ଡିରେ ଭିଟାମିନ ସି ଭରପୂର ମାତ୍ରାରେ ରହିଥାଏ। ଏହା ଶରୀର ପାଇଁ ବେଶ୍‌ ଲାଭଦାୟକ। ବିଶେଷକରି ଏହା ପାଚନକ୍ରିୟାକୁ ତ୍ୱରାନ୍ଵିତ କରୁଥିବା ଯୋଗୁ ସଂକ୍ରମଣ ଜନିତ ରୋଗ କମ୍‌ ହୋଇଥାଏ

କ୍ୟାନସର ସେଲର ବୃଦ୍ଧିକୁ ରୋକିଥାଏ

  1. ଭେଣ୍ଡିରେ ଲାକ୍ଟିନ ନାମକ ଏକପ୍ରକାର ପ୍ରୋଟିନ ରହିଥାଏ, ଯାହାକି ମଣିଷର କ୍ୟାନସର ସେଲର ବୃଦ୍ଧିକୁ ରୋକିଥାଏ । 
  2. ଲାକ୍ଟିନ କ୍ୟାନ୍ସର କୋଷିକାର ବୃଦ୍ଧିକୁ ୬୩ ପ୍ରତିଶତ ରୋକିପାରିଥାଏ, ଫଳରେ ମହିଳାଙ୍କଠାରେ ବେଷ୍ଟ୍ର କ୍ୟାନ୍ସରର ଆଶଙ୍କା ହ୍ରାସ ପାଇଥାଏ ।
  3. ଗବେଷଣାରୁ ଜଣାପଡିଛି, ଭେଣ୍ଡିରେ ଥିବା କୋଲନ କ୍ୟାନ୍ସର ବିଷାକ୍ତ ତତ୍ତ୍ୱକୁ ନଷ୍ଟ କରିଦେଇଥାଏ ଭେଣ୍ଡି ଖାଇଲେ ମାରାତ୍ମକ କର୍କଟ ଭଳି ରୋଗ ହେବାର ସମ୍ଭାବନା କମ ରହିଥାଏ
  4. ଭେଣ୍ଡି ସିଝା ପାଣିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଶରୀରର ଭିତର ଅଂଶକୁ ସୁସ୍ଥ ରଖିବା ସହ କ୍ୟାନସର ସେଲକୁ ବଢିବାକୁ ଦେଇ ନ ଥାଏ। ପ୍ରତ୍ୟେକ ଦିନ ସକାଳୁ ଭେଣ୍ଡି ସିଝା ପାଣି ପିଇଲେ ସୁଗାର ଲେବଲ୍‌ ନିୟନ୍ତ୍ରଣରେ ରହିଥାଏ।

କିଡନୀ ଜନିତ ସମସ୍ୟା ଦୂର

  1. ଭେଣ୍ଡିକୁ ଜୁସ କରି ସେବନ କଲେ, କିଡନୀ ଜନିତ ସମସ୍ୟା ଦୂର ହୋଇଯାଇଥାଏ।ତେଣୁ ପ୍ରତ୍ୟେକଦିନ ଭେଣ୍ଡିର ରସ ସେବନ କରନ୍ତୁ।
  2. ଭେଣ୍ଡି ଖାଇବା ଦ୍ୱାରା ଆମକୁ ଅନେକ ଫାଇବର ତଥା ପ୍ରୋଟିନ ମିଳିବା ସହିତ ଆମର କିଡନୀ ଜନିତ ସମସ୍ୟା ମଧ୍ୟ ଦୁର ହୋଇ ଯାଇଥାଏ ।

ରକ୍ତରେ ହିମୋଗ୍ଲୋବିନ ତିଆରି କରିବାରେ ସାହାଯ୍ୟ

ଭେଣ୍ଡିରୁ ଆଇରନ ମିଳିଥାଏ ଏହା ଶରୀର ପାଇଁ ଲାଭଦାୟକ ଏହା ରକ୍ତରେ ହିମୋଗ୍ଲୋବିନ ତିଆରି କରିବାରେ ସାହାଯ୍ୟ କରିଥାଏ ଫଳରେ ଏନୋମିଆ ହେବାର ସମ୍ଭାବନା କମ ଥାଏ

ଦୃଷ୍ଟି ଶକ୍ତି ବଢାଇଥାଏ

  1. ଭେଣ୍ଡି ଦୃଷ୍ଟି ଶକ୍ତି ବଢାଇବା ପାଇଁ ଲାଭଦାୟକ ହୋଇଥାଏ । ଏଥିରେ ଥିବା ବିଟା କାରୋଟିନ୍ ଆଖିକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । 
  2. ବିଶେଷକରି କମ୍ପ୍ୟୁଟରରେ ଘଣ୍ଟା ଘଣ୍ଟା କାମ କରୁଥିବା ଲୋକମାନେ ନିଶ୍ଚିତ ଭାବରେ ଏହାକୁ ଖାଇବା ଉଚିତ୍ ।
  3. ଭେଣ୍ଡିରେ ଭିଟାମିନ-ଏ ଓ ସି , ବିଟା କାରୋଟିନ ଓ ଆଣ୍ଟି-ଅକ୍ସିଡେଣ୍ଟସ ଭରପୂର ମାତ୍ରାରେ ରହିଥାଏ । ଏହିସବୁ ଉପାଦାନ ଆମର ଆଖିକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ ।

ତ୍ୱଚା ପାଇଁ ଲାଭଦାୟକ

  1. ଭିଟାମିନ୍ ଏ, ସି ରେ ଭରପୂର ଭେଣ୍ଡି, ଚର୍ମ ପାଇଁ ଲାଭଦାୟକ ହୋଇଥାଏ । ଏହା ଡେଡ୍ ସ୍କିନ୍ ସେଲ୍ସକୁ ରିପେୟାର୍ କରି ଚର୍ମକୁ ଗଭୀର ଭାବରେ ପୋଷଣ କରିଥାଏ । 
  2. ଗ୍ରୀଷ୍ମରେ ଆପଣଙ୍କ ଚର୍ମକୁ ପରିଷ୍କାର ଓ ଶୁସ୍ଥ ରଖିବା ପାଇଁ ଭେଣ୍ଡି ସେବନ ବହୁତ ଜରୁରୀ । 

ଗର୍ଭବତୀ ମହିଳା

ଗର୍ଭବତୀ ମହିଳାଙ୍କ ପାଇଁ ଭେଣ୍ଡି ଅତ୍ୟନ୍ତ ଉପକାରୀ ଅଟେ। ଏଥିରେ ସାଧାରଣତଃ ଭିଟାମିନ୍-ବି୯ ର ପରିମାଣ ବେଶି ଥାଏ। ଯାହା କାରଣରୁ ଗର୍ଭରେ ବଢୁଥିବା ଶିଶୁକୁ ଏହା ବିଭିନ୍ନ ରୋଗରୁ ରକ୍ଷା କରିଥାଏ।

କେଶ ଝଡ଼ିବା ଦୂର କରେ,କେଶ ଲମ୍ବା ଓ ମୋଟା ରହିଥାଏ

  1. ଭେଣ୍ଡି ଖାଇଲେ କେଶ ଲମ୍ବା ଓ ମୋଟା ରହିଥାଏ ପ୍ରତିଦିନ ଭେଣ୍ଡି ଖାଇଲେ ମୁଣ୍ଡରୁ ଉପି ସମସ୍ୟା ଦୂର ହୋଇଥାଏ 
  2. ଭେଣ୍ଡିକୁ ଛୋଟ ଛୋଟ କାଟି ସେଥିରେ ଲେମ୍ବୁ ମିଶାଇ କେଶରେ ଲଗାନ୍ତୁ ଏହା କେଶ ପାଇଁ ଲାଭଦାୟକ
  3. ଭେଣ୍ଡିକୁ କାଟି ସେଥିରେ ଲେମ୍ବୁ ରସ ପକାଇ ଫୁଟାଇ ନିଅନ୍ତୁ। ଏହାକୁ ବ୍ୟବହାର କରି କେଶ ଧୋଇ ନିଅନ୍ତୁ। ଏହାଦ୍ୱାରା କେଶ ମଜଭୁତ ହେବା ସହ କେଶ ଝଡ଼ିବା ଓ ରୂପି ସମସ୍ୟାରୁ ମୁକ୍ତି ମିଳିପାରିବ।

ହାଡ଼ ଶକ୍ତ କରେ

ହାଡକୁ ଶକ୍ତ କରିବା ପାଇଁ ଭେଣ୍ଡି ଖାଇବା ଉଚିତ। ଏଥିରେ ଥିବା ଭିଟାମିନ ଇ ଶରୀରରେ ଥିବା ହାଡକୁ ଶକ୍ତ କରିଥାଏ 

Post a Comment

0 Comments