କଞ୍ଚା ବେଲ ନା ପାଚିଲା ବେଲ; କେଉଁ ବେଲର ଔଷଧୀୟ ଗୁଣ ଅଧିକା

କଞ୍ଚା ବେଲ ନା ପାଚିଲା ବେଲ; କେଉଁ ବେଲର ଔଷଧୀୟ ଗୁଣ ଅଧିକା

ଗରମ ଦିନରେ ପ୍ରତ୍ଯେକ ଦିନ ବେଲପଣା ପିଇବା ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ । ଏହାକୁ ପିଇଲେ ସର୍ବପ୍ରଥମେ ଆପଣଙ୍କୁ ଗରମ ଲାଗିବ ନାହିଁ । ଗରମରୁ ରକ୍ଷା ପାଇବା ପାଇଁ ଏହାକୁ ରାମବାଣ ଔଷଧ ବୋଲି କୁହାଯାଏ । ଏହି ଫଳର ବାହାର ଶକ୍ତ ଏବଂ ଭିତର କୋମଳ ହୋଇଥାଏ। ଏହା ଅଳ୍ପ ମିଠା ହୋଇଥିବାରୁ ଶରୀର ପାଇଁ ଲାଭକାରୀ ହୋଇଥାଏ, ଯାହା ପ୍ରାୟତଃ ଲୋକମାନେ ଜାଣି ନାହାନ୍ତି। କିନ୍ତୁ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଏହି ଫଳ ସେବନରେ କେଉଁ ଲାଭ ମିଳିଥାଏ।

ବେଲରେ ଶତକଡ଼ା ୬୪.୨ ଭାଗ ଜଳୀୟ ଅଂଶ, ୩୦.୬ ଭାଗ ଶ୍ୱେତସାର, ୧.୩ ଭାଗ ପୁଷ୍ଟିସାର, ୦.୨ ଭାଗ ସ୍ନେହସାର, ୧.୫ ଭାଗ ଖଣିଜଲବଣ ଓ ୨.୨ ଭାଗ ତନ୍ତୁ, ୬୧ .୫% ଆର୍ଦ୍ରତା , ୧.୮% ପ୍ରୋଟିନ୍‌, ୧ .୭% ଖଣିକ ଲବଣ,ଭସ୍ମ 1.04 ରୁ 0.39 ଗ୍ରାମ, ୩୧.୮% କାର୍ବୋହାଇଡ୍ରେଟ୍‌, 0 .୫୫ କେରୋଟିନ୍‌, 0.0 ୧୩% ଥାଇମିନ ଏବଂ1.19 ମିଲିଗ୍ରାମ ରାଇବୋଫ୍ଲେବିନ୍‌, 1.1 ମିଲିଗ୍ରାମ ନିଆସିନ୍‌ ,ଆମ୍ଳୋରବିକ୍ଏସିଡ୍ 8.60,ଟାରଟାରିକ୍ ଏସିଡ୍ 2.11 ମିଲିଗ୍ରାମ ଓ ଭିଟାମିନ୍‌ ସି ମହଜୁଦ ଥିବାର ଜଣାଯାଇଛି ।

ଶାସ୍ତ୍ରୋକ୍ତ ଗୁଣ

  1. କଞ୍ଚାବେଲ ମଧୁର ମିଶ୍ରିତ କଷାୟ ରସ, ଉଷ୍ଣବୀର୍ଯ୍ୟ, ପାଚକ, ମଳରୋଧକ ଓ କଫ, କୃମି, ଅଜୀର୍ଣ, ଜ୍ୱର, ଅଗ୍ନିମାନ୍ଦ୍ୟ, ଦୁର୍ବଳତା ନିବାରକ।
  2. ଗୋଟିଏ କଞ୍ଚା ବେଲକୁ ରାତିରେ ପୋଡ଼ିବ ଯେପରି ତା ଭିତର ପୋଡ଼ି ଯାଏ | ସକାଳେ ବେଲର ଉପର ଖୋଳ ଭାଙ୍କି ଦେଇ ଭିତରେ ଥିବା ରସ ଦୁଇ ତୋଳା ବାହାର କରିବ | ତାପରେ ଚାଉଳଧୁଆ ପାଣିରେ ଚନ୍ଦନ ଘୋରି ଦୁଇ ଚାମଚ ସେଥିରେ ମିଶାଇବ । ପୁଣି ଅଧରତି କର୍ପୂର ଏବଂ ଚିନି ଅଧତୋଳା ମିଶାଇ ଖାଇଲେ ଆମଶୂଳ ହଗା ଓ ଅରୁଚି ପ୍ରଭୃତି ଉପସର୍ଗ ନିଶ୍ଚୟ ଭଲ ହେବ ।

  • ପାଚିଲାବେଲ ମଧୁରରସ, ଶୀତଳ, ତୃପ୍ତିପ୍ରଦ, ଗୁରୁପାକ, ଶୁକ୍ରବର୍ଧକ ଓ ଅତିସାର, ଉନ୍ମାଦ, ଶୂଳ, ଶୁକ୍ରଦୋଷ ଓ ଅଜୀର୍ଣ ନିବାରକ ଅଟେ।
  • ଯେଉଁମାନଙ୍କର ଝାଡ଼ା ପରିଷ୍କାର ହୁଏ ନାହିଁ, ସେମାନେ ପାଚିଲା ବେଲ ଖାଇବା ଉଚିତ୍‌ ।

ବ୍ୟବହାର

ଏହାର ପତ୍ର ଫଳ ଓ ମୂଳକୁ ରୋଗରେ ବ୍ୟବହାର କରାଯାଏ। ବେଲ ବୈଶାଖ ମାସକୁ ପାଚେ। ଅନ୍ୟ ସମୟରେ ବ୍ୟବହାର କରିବାପାଇଁ ବେଲସଢ଼ା ଭାବରେ ଏହାକୁ ସଂରକ୍ଷଣ କରାଯାଏ। ଆୟୁର୍ବେଦର ଦଶମୂଳ ଭିତରୁ ଏହା ଗୋଟିଏ ।

1. ପେଟ ଥଣ୍ଡା ରଖେ

  1. ଗରମ ଦିନେ ବେଲ ସରବତ ପେଟ ଥଣ୍ଡା ରଖିଥାଏ ।
  2. ଏହାର ରସକୁ ମହୁ ସହ ମିଶାଇ ସେବନ କରିବା ଦ୍ବାରା ପେଟ ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ । 
  3. ପେଟକୁ ମଜବୁତ କରେ l

2. ଲିଭର ସୁସ୍ଥ ରହେ

ବେଲରେ ଥିୟାମାଇନ, ରିବୋଫ୍ଲାବିନ ଏବଂ ବିଟା-କ୍ଯାରୋଟିନ ପ୍ରଚୁର ମାତ୍ରାରେ ରହିଥାଏ। ଏହି ସବୁ ତତ୍ତ୍ବ ଲିଭର ସମ୍ବନ୍ଧୀତ ସମସ୍ଯା ଦୂର କରିବାରେ ସାହାଯ୍ଯ କରିଥାଏ। 

3. ଅପରିସ୍କାର ରକ୍ତ ଦୂର କରେ

  1. ଶରୀରରେ ରକ୍ତ ପରିଷ୍କାର କରିବା ପାଇଁ ବେଲପଣା ବହୁତ ଲାଭ ଦାୟକ ହୋଇଥାଏ। କିନ୍ତୁ ରକ୍ତ ପରିଷ୍କାର କରିବା ପାଇଁ ବଜାରରେ ଅନେକ ପ୍ରକାର ଔଷଧ ମିଳୁଛି, କିନ୍ତୁ ବେଲପଣା ପ୍ରାକୃତିକ ବିକଳ୍ପ। ଯାହାକୁ ଆପଣ ପିଇ ପାରିବେ। ଏହାର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ନଥାଏ।
  2. ରକ୍ତ ଦୂଷିତ ହୋଇଥିଲେ ହାଲୁକା ଉଷୁମ ପାଣି ସହ ବେଲ ରସରେ ମହୁ ମିଶାଇ ସେବନ କରିବା ଦ୍ବାରା ଶରୀରରୁ ଅପରିସ୍କାର ରକ୍ତ ଦୂର ହୋଇଥାଏ। ଏହାକୁ ନିୟମିତ କିଛି ଦିନ ସେବନ କରିବା ପରେ ରକ୍ତ ସଫା ହୋଇଯାଇଥାଏ।
  3. ପେଟ ସଫା କରେ କିନ୍ତୁ ବାତ – ପିତ୍ତ ରୋଗୀଙ୍କ ପାଇଁ କେବଳ କାମ ଦିଏ l କଫ ରୋଗୀଙ୍କ ପେଟ ସଫା କରାଇଦିଏନି l

4. କର୍କଟ ରୋଗରୁ ରକ୍ଷା କରିଥାଏ

  1. ବେଲ ପଣା ପିଇବା ମହିଳାମାନଙ୍କ ପାଇ ବହୁତ ଲାଭ ଦାୟକ ହୋଇଥାଏ।  ଏହା ସ୍ତନ କର୍କଟ ରୋଗରୁ ମୁକ୍ତି ଦେଇଥାଏ। 
  2. ଯେଉଁ ମହିଳାମାନେ ଛୋଟ ପିଲାଙ୍କୁ ସ୍ତନ୍ୟ ପାନ କରାଇଥାଆନ୍ତି ତାଙ୍କ ପାଇଁ ମଧ୍ୟ ଏହା ବହୁତ ଉପଯୋଗୀ। ଏହା ଦ୍ୱାରା ସ୍ତନ୍ୟ କରାଉଥିବା ମହିଳାଙ୍କର ସ୍ତନ୍ୟପାନ କ୍ଷମତା ବଢ଼ିଥାଏ।   

5. ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ

ଯଦି ଆପଣ ଗରମ ସମୟରେ ବେଲ ପଣା ପିଅନ୍ତି ତାହେଲେ ଆପଣଙ୍କର ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ। ରୋଗ ପ୍ରତିରୋଧକ ଶକ୍ତି ବଢ଼ିଲେ କୌଣସି ରୋଗ ଆପଣଙ୍କୁ ସହଜରେ ହୋଇନଥାଏ ଓ ରୋଗ ସହିତ ଲଢ଼ିବାକୁ ଆପଣଙ୍କ ଶରୀରକୁ ଶକ୍ତି ମିଳିଥାଏ। 

6. ହୃଦରୋଗ ସମସ୍ୟା ଦୂର

  1. ଏହାଛଡ଼ା ବେଲ ପଣାରେ ଅଳ୍ପ ଘିଅ ମିଶାଇ ପିଇଲେ ଶରୀରରେ ଏହାର ଭଲ ଲାଭ ଦେଖିବାକୁ ମିଳିଥାଏ। ଏହାଦ୍ୱାରା ହୃଦରୋଗ ସମସ୍ୟା ଦୂର ହୋଇଥାଏ ଓ ହୃଦଘାତ ହେବାର ବହୁତ କମ ସମ୍ଭାବନା ଥାଏ।  
  2. ଏଥିସହ ନିୟମିତ ବେଲ ସେବନ କରିବା ଦ୍ବାରା ଶରୀରରେ କୋଲେଷ୍ଟ୍ରଲ ସ୍ତର ସନ୍ତୁଳନ ରହିଥାଏ ।

7. ଜଳା, ପୋଡାରୁ ରକ୍ଷା ପାଇବା ପାଇଁ

  1. ଏଥିସହ ଗରମ ଦିନେ ହେଉଥିବା ଜଳା, ପୋଡାରୁ ରକ୍ଷା ପାଇବା ପାଇଁ ବେଲ ଲାଭକାରୀ ହୋଇଥାଏ। 
  2. ଖରାଦିନେ ସାଧାରଣତଃ ଦେହ ହାତ ପୋଡାଜଳା ହେବା ଆରମ୍ଭ ହୋଇଥାଏ । ଏଥିପାଇଁ କଞ୍ଚା ବେଲକୁ ଫଟାଇ ରାଶି ତେଲରେ ପକାଇ ୨ ରୁ ୩ ମିନିଟ୍ ଛାଡି ଦିଅନ୍ତୁ । ଏବେ ସେହି ତେଲକୁ ଶରୀରରେ ମାଲିସ କରନ୍ତୁ, ଏଭଳି କରିବା ଦ୍ୱାରା ଶରୀରକୁ ଥଣ୍ଡା ଅନୁଭବ ହେବ । 

8. କାମ ଶକ୍ତିକୁ ବଢାଏ

ଏହାର ଅଠାଳିଆ ମଞ୍ଜି କାମ ଶକ୍ତିକୁ ବଢାଏ ସେଥିପାଇଁ ବହୁତ ଲୋକେ ବେଲ ଫଳ ଖାଇବା ବେଳେ ଏହାକୁ ଅଲଗା କରି ଖାଆନ୍ତି l

9. ଅନ୍ୟାନ୍ୟ ସମସ୍ୟା

  1. ଯଦି ଆପଣଙ୍କ ପେଟ ରୋଗ ଅଛି ତେବେ ଆପଣ ବେଲ ସେବନ କରନ୍ତୁ । ଏହାଦ୍ୱାରା ପେଟ ରୋଗରୁ ମୁକ୍ତି ମିଳିବ । ଏହାସହିତ କୋଷ୍ଟକାଠିନ୍ୟ , ଅପଚ,ଅଲ୍ସର ଆଦି ପାଇଁ ନିହାତି ଭାବେ ବେଲ ସେବନ କରନ୍ତୁ । 
  2. ଏହାକୁ ପିଇବା ଦ୍ୱାରା କୋଷ୍ଠକାଠିନ୍ୟ ସମସ୍ୟା ଦୂର ହେବା ସହିତ ଶରୀରରେ ରକ୍ତ ମଧ୍ୟ ପରିଷ୍କାର ହୋଇଥାଏ। 
  3. କ୍ୟାଲସିୟମ ଅଭାବ ଦୂର କରେ l
  4. ରକ୍ତଗତ ଅର୍ଶ ପାଇଁ ବଡ଼ ଔଷଧ l ଯେତିକି ଖାଇପାରିବେ ସେତିକି ଭଲ l
  5. ଗରମ ବାତ ଯେପରିକି ଖଞ୍ଜା ଯନ୍ତ୍ରଣା ଓ ନାନା ପ୍ରକାର କ୍ଷୟ ରୋଗରେ ବହୁତ କାମ ଦିଏ l
  6. ଏହାର ଗୋଦା ଅଂଶ ଯୋଡିବା କାର୍ଯ୍ୟରେ ବ୍ୟବହାର ହୋଇଥାଏ l ସିମେଣ୍ଟ ବା ଚୂନ ସହିତ ମିଶି ବଢ଼ିଆ ୱାଟର ପ୍ରୁଫ ପଦାର୍ଥ ତିଆରି କରେ l
  7. ବେଲଶୁଣ୍ଠା - କସିବେଲକୁ ଖଣ୍ତ ଖଣ୍ତ କରି କାଟି ଶୁଖାଇ ରଖିଥିବ । ଏଥରୁ ଦୁଇ ତୋଳା, ପାଏ ପାଣିରେ ସିଝାଇ, ଏକ ଛଟାଙ୍କ ରହିଲେ ଛାଣି ସେଥିରେ ଏକ ଚାମଚ ମହୁ ମିଶାଇ ପିଇଲେ ଗ୍ରହଣୀ, ଅତିସାର ଓ ରକ୍ତହଗା ଭଲ ହୁଏ |
  8. ବେଲଶୁଣ୍ଠା ଚୂର୍ଣ୍ଣ, ଶୁଣ୍ଠୀ ଚୂର୍ଣ୍ଣ ଓ ପୁରୁଣା ଗୁଡ଼ ପ୍ରତ୍ୟେକ ସମଭାଗ ଏକତ୍ର ମିଶାଇ ଖାଇଲେ ଅତ୍ୟୁଗ୍ର ଗ୍ରହଣୀ ଭଲ ହୁଏ ।
  9. ବେଲ ଚେର - ବେଲ ଚେର ଦୁଇ ତୋଳାକୁ ଅଧସେର ପାଣିରେ ସିଝାଇ ଏକ ଛଟାଙ୍କ ରହିଲେ ସେଥିରେ ଲିଆ ଓ ଚିନି ମିଶାଇ ଖାଇଲେ ଛୋଟ ପିଲାମାନଙ୍କ ବାନ୍ତି ଓ ଅତିସାର ଝାଡ଼ା ବନ୍ଦ ହୁଏ ।

ଜାଣିବା କଥା 

ଆପଣ ବେଲ ପଣା ସକାଳେ ଖାଲି ପେଟରେ ବା ଦ୍ୱିପ୍ରହରେ ପିଇ ପାରିବେ। କିନ୍ତୁ ମନେରଖନ୍ତୁ ସଙ୍ଗେସଙ୍ଗେ ଖାଇବା ପରେ ବା ଚା,କଫି ପିଇ ସାରିବା ପରେ ଏହାକୁ ପିଅନ୍ତୁ ନାହିଁ। କାରଣ ଏପରି କଲେ  ଲାଭ ହେବା ବଦଳରେ ଶରୀରରେ କ୍ଷତି ହୋଇପାରେ।

Post a Comment

0 Comments