କଳି ଯୁଗରେ କାହିଁକି ପାଳନ କରାଯାଏ ରାମନବମୀ
ଚୈତ୍ର ନବରାତ୍ରିରେ ମାଆ ଦୁର୍ଗାଙ୍କ ପୁଜା ସହିତ ନବମ ଦିନ ଭଗବାନ ଶ୍ରୀରାମଙ୍କ ଜନ୍ମ ଦିନକୁ ଶ୍ରୀରାମ ନବମୀ ଭାବେ ପାଳନ କରାଯାଏ । ଚୈତ୍ର ନବରାତ୍ରିକୁ ରାମ ନବରାତ୍ରି ମଧ୍ୟ କୁହାଯାଏ । ଶାସ୍ତ୍ର ଅନୁଯାୟୀ ଯଦି ଚୈତ୍ୟ ଶୁକ୍ଳ ନବମୀ ପୁଷ୍ପ ନକ୍ଷତ୍ର ସହ ସଂଯୋଗ ଥାଏ ତେବେ ଏହା ସମସ୍ତ ଅର୍ଥରେ ପୁଣ୍ୟଦାୟୀ ହୋଇଥାଏ। ରାମ ନବମୀ ଦିନ ଅନେକ ଲୋକମାନେ ମଧ୍ୟ ଉପବାସ କରିଥାନ୍ତି।
ରାମ ନବମୀର ପୌରାଣିକ ମହତ୍ୱ
ପ୍ରଭୁ ଶ୍ରୀରାମଙ୍କ ଜନ୍ମ ସରାୟୁ ନଦୀ ତଟରେ ଅବସ୍ଥିତ ଅଯୋଦ୍ଧାରେ ହୋଇଥିଲା । ବହୁ ବର୍ଷ ପୁର୍ବେ ସେହି ପବିତ୍ର ନଦୀ ତଟ ନିକଟରେ ଦିନେ ରାଜା ଦଶରଥଙ୍କୁ ଜ୍ଞାତ ହୋଇଥିଲା ଯେ, ତାଙ୍କର କେହି ସନ୍ତାନ ନାହାନ୍ତି । ସନ୍ତାନ ନଥିବା ଗ୍ଲାନିରେ ରାଜା ନିଜ ଗୁରୁଦେବଙ୍କ ପାଖକୁ ଗଲେ । ଗୁରୁଙ୍କ ପାଖକୁ ଯାଇ କହିଥିଲେ, ‘ହେ ଗୁରୁଜୀ ମୋର ସନ୍ତାନ କଣ ପାଇଁ ନାହନ୍ତି ?’ ଗୁରୁଦେବ କହିଥିଲେ, ‘ରାଜନ ଆପଣ ଧର୍ଯ୍ୟ ଧାରଣ କରନ୍ତୁ । ଆପଣଙ୍କର ଗୋଟିଏ କି ୨ ଟି ନୁହଁ ୪ -୪ ଟି ଧର୍ମବୀର , ସୁତଚାରୀ, ତ୍ରିଭୁବନ ବିଦିତ ସୁଖକାରୀ ସନ୍ତାନ ଜନ୍ମ ହେବେ’ ।
ଏହାପରେ ସେହି ସୁନ୍ଦର ସମୟ ପ୍ରକଟିତ ହୋଇଥିଲା । ଏହି ଚୈତ୍ର ମାସରେ ଯେଉଁ ନବରାତ୍ରୀ ହୋଇଥାଏ , ଏହି ସମୟ ଠାରୁ ଆମର ନୂତନ ବର୍ଷର ଆରମ୍ଭ ହୋଇଥାଏ , ଋତୁର ପରିବର୍ତ୍ତନ ମଧ୍ୟ ହୋଇଥାଏ । ଏହି ଚୈତ୍ର ନବରାତ୍ରୀ ମଧ୍ୟରେ ଭଗବାନ ଶ୍ରୀ ରାମଙ୍କର ଧରାବତରଣ ହୋଇଥିଲା । ଯେଉଁଦିନ ମା’ ଭଗବତୀ ଦୁର୍ଗାଙ୍କର ନବମୀ ତିଥି ହୋଇଥିଲା । ଯାହାକି ଆମେ ଦୁର୍ଗା ନବମୀ ମଧ୍ୟ କହିଥାଉ , ସେହି ଦୁର୍ଗା ନବମୀ ଦିନ ଦ୍ୱିପହର ୧୨ ଟା ସମୟରେ ଚୈତ୍ର ଶୁକ୍ଲ ପକ୍ଷରେ ଭଗବାନ ସୁର୍ଯ୍ୟବଂଶରେ ପ୍ରକଟ ହୋଇଥିଲେ ।
ମାତା କୌଷଲ୍ୟାଙ୍କ ଠାରୁ ଭଗବାନ ଚର୍ତୁଭୁଜ ସହ ଶଙ୍ଖ,ଚକ୍ର,ଗଦା,ପଦ୍ମ ଧରି ପ୍ରକଟ ହୋଇଥିଲେ । ଏହାଦେଖି ମାତା କୌଷଲ୍ୟା ଡରି ଯାଇଥିଲେ । ଭଗବାନ କହିଥିଲେ ମା’ ଆପଣ କ’ଣ ପାଇଁ ଡରି ଗଲେ ? ଉତ୍ତରରେ ମାତା କହିଥିଲେ, ‘ପ୍ରଭୁ ଆପଣ ଏକ ଛୋଟ ବାଳକ ରେ ପରିଣତ ହୋଇଯାଆନ୍ତୁ’ ।
ଏହାପରେ ଭଗବାନ ଛୋଟ ବାଳକ ଋୁପରେ ମାତାଙ୍କ କୋଳ ମଣ୍ଡନ କରିଥିଲେ । ସେଥିପାଇଁ ଏହି ନବରାତ୍ରୀର ନବମୀ ଦିନକୁ ରାମ ନବମୀ ଭାବେ ପାଳନ କରାଯାଇଥାଏ ।
ରାମ ନବମୀର ମହତ୍ତ୍ବ
- ବିଷ୍ଣୁଙ୍କ ସପ୍ତମ ଅବତାର ରୂପେ ପ୍ରଭୁ ରାମଚନ୍ଦ୍ର ନିଜେ ସ୍ବଇଚ୍ଛାରେ ଅଧର୍ମର ବିଲୋପ ଓ ରାବଣ ଆଦି ରାକ୍ଷସମାନଙ୍କୁ ସଂହାର କରିବାକୁ ପୃଥିବୀ ପୃଷ୍ଠରେ ଅବତରଣ କରିଥିଲେ ।
- ରାମଙ୍କ ଜନ୍ମର ମୂଳ ଉଦେଶ୍ୟ ଥିଲା ରାବଣର ଦୃଷ୍ଟ ଆତ୍ମାକୁ ବିନାଶ କରିବା । ଏହି କାରଣରୁ ରାମ ନବମୀରେ ଶାସ୍ତ୍ରରେ ଶକ୍ତିର ମହିମା ଏବଂ ଭଲ ଓ ଖରାପ ମଧ୍ୟରେ ସଂଘର୍ଷ ଦର୍ଶାଇଥାଏ, ବା ଏହି ଦିନ ଅନ୍ୟାୟ ଉପରେ ନ୍ୟାୟର ବିଜୟ ହୋଇଥାଏ।
- ପ୍ରାଚୀନ ହିନ୍ଦୁ ମହାକାବ୍ୟ ରାମାୟଣରେ ଏକ କେନ୍ଦ୍ରୀୟ ବ୍ୟକ୍ତି ହେଉଛନ୍ତି ଭଗବାନ ଶ୍ରୀରାମ।
- ଧର୍ମ ପ୍ରତିଷ୍ଠା କରିବା ପାଇଁ ଭଗବାନ ଶ୍ରୀରାମ ତାଙ୍କ ଜୀବନସାରା ବହୁ କଷ୍ଟ ସହିଥିଲେ ଏବଂ ନିଜକୁ ଜଣେ ଆଦର୍ଶ ପୁରୁଷ ଭାବେ ପ୍ରତିଷ୍ଠିତ କରିଥିଲେ। ତାଙ୍କୁ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ କୁହାଯାଏ ।
ରାମ ନବମୀ ବ୍ରତ ଓ ବିଧି
- ଏହିଦିନ ସକାଳୁ ଜଲଦି ଉଠି ସ୍ନାନସାରି ସଫା କପଡା ଧାରଣକରି ପୂଜା ସାମଗ୍ରୀ ଧରି ପୂଜା ସ୍ଥାନରେ ବସିବାକୁ ପଡିଥାଏ । ପୂଜାରେ ତୁଳସୀପତ୍ର ଏବଂ ପଦ୍ମଫୁଲ ବ୍ଯବହାର କରିବା ଉପରେ ବିଶେଷ ଧ୍ଯାନ ରଖାଯାଏ ।
- ପୂଜାରେ କ୍ଷୀରି ଏବଂ ଫଳକୁ ପ୍ରସାଦ ରୂପେ ବ୍ଯବହାର କରାଯାଏ ।
- ରାମ ନବମୀ ଦିନ ମନ୍ଦିରରେ ଭଜନ-କୀର୍ତ୍ତନର ଆୟୋଜନ କରାଯାଇଥାଏ।
- ଅନେକ ସ୍ଥାନରେ ଏହି ଦିନ ଭଗବାନ ରାମଙ୍କ ପାଲିଙ୍କି ଯାତ୍ରା ମଧ୍ୟ ବାହାରି ଥାଏ। ଲୋକମାନେ ଏହି ଦିନ ଉପବାସ କରିବା ସହ ସୂର୍ଯ୍ୟାସ୍ତ ପରେ ପାରଣ କରି ଉପବାସ ସମାପ୍ତ କରିଥାନ୍ତି।
- ରାମ ନବମୀ ଦିନ ଭଗବାନଙ୍କୁ ପ୍ରସାଦ ରୂପେ ପଞ୍ଚାମୃତ, ଶ୍ରୀ ଖଣ୍ଡ, କ୍ଷୀର ବା ହାଲୁଆ ଆଦି ଭୋଗ ଲଗାଯାଇଥାଏ।
- ଭଗବାନ ରାମଙ୍କ ପୂଜାରେ ବିଶେଷ ରୂପେ କ୍ଷୀର ଏବଂ ଘିଅର ବ୍ୟବହାର କରାଯାଇଥାଏ। ଏହି କାରଣରୁ ରାମ ନବମୀ ଭଳି ଶୁଭ ଦିନରେ ଘିଅରେ ପ୍ରସ୍ତୁତ ହୋଇଥିବା ମିଠା ପ୍ରସାଦ ରୂପେ ସେବନ କରାଯାଇଥାଏ।
- ନାରଦ ପୂରାଣ ଅନୁସାରେ ରାମ ନବମୀ ଦିନ ଶ୍ରୀରାମଙ୍କ ପୂଜା ପରେ ରାମାୟଣ ଓ ରାମ ରକ୍ଷାସ୍ରୋତ ପାଠ କରିବା ଉଚିତ। ବ୍ରାହ୍ମଣଙ୍କୁ ଭୋଜନ କରାଇବା ସହ ଗୋ, ଭୂମି, ବସ୍ତ୍ର ଆଦି ଦାନ କରିବା ଶୁଭ ହୋଇଥାଏ।
ଯେଉଁମାନେ ଘରେ ପୂଜା କାରିବାକୁ ଚାହୁଁଛନ୍ତି ଏ ସୁଚନା ସେହିମାନଙ୍କ ପାଇଁ
ଆବଶ୍ୟକୀୟ ଜିନିଷ ଦିନ 11ଟା ମଧ୍ଯରେ ଯୋଗାଡ଼ କରନ୍ତୁ ।
ରାମ ଲକ୍ଷ୍ମଣ ସୀତା ହନୁମାନଙ୍କର ଫୋଟୋ ରଖିବେ, କିଛି ଫୁଲ କିମ୍ବା ଫୁଲମାଳ ଦେଇ ସଜାଇବେ
ପୂଜା ସାମଗ୍ରୀ
ଫୁଲ,ଚନ୍ଦନ,ଆଚମନ ପାତ୍ର ରେ ଜଳ, ଧୂପ,ଦୀପ, ନୈବେଦ୍ୟ (ଫଳ ଓ ଅନୁକଳ୍ପ ପ୍ରସାଦ ଯାହା ଏକାଦଶୀ ନିମନ୍ତେ ଯୋଗ୍ଯ) ପଞ୍ଚାମୃତ (ଦହି, କ୍ଷୀର, ମହୁ, ଗୁଡ ଏବଂ ଘିଅ ) ତୁଳସୀ ପତ୍ର ,ଚାମର ଓ ମୟୂର ପଙ୍ଖା (ଯଦି ଥାଏ), ଜଳ ଏକ ଗ୍ମାସ୍ ରେ, ପାନ ବିଡିଆ ନଚେତ ମିଶ୍ରି ବିନା ପୁଜାରି କିମ୍ବା ବ୍ରାହ୍ମଣଙ୍କ ଉପସ୍ଥିତିରେ ଆପଣମାନେ ରାମ ନବମୀ ବ୍ରତ ଘରେ ପାଳନ କରିପାରିବେ ।
କଳୀ ଯୁଗରେ ରାମ ନବମୀ ଗୁରୁତ୍ୱ
ହିନ୍ଦୁ ଶାସ୍ତ୍ରଗୁଡ଼ିକର ସମୟ ହିସାବ ଅନୁଯାୟୀ, ବର୍ତ୍ତମାନ ସମୟ କାଳୀ ଯୁଗ ଚାଲିଛି । ଅସୀମ ଅତ୍ୟାଚାରରେ ପରିପୂର୍ଣ୍ଣ ଏହି ସମୟରେ, ବିଶ୍ୱାସ କରାଯାଏ ଯେ ପ୍ରଭୁ ରାମଙ୍କ ନାମ ନେଲେ ସମସ୍ତ ବାଧାବିଘ୍ନ ମଣିଷଠାରୁ ଦୂର ହୋଇଯାଏ । କଳୀ ଯୁଗରେ ରାମ ନାମର ସ୍ମୃତି ଇଚ୍ଛାକୃତ ଫଳ ପ୍ରଦାନ କରେ । କୁହାଯାଏ ଯେ ରାମା ନାମ ନେଇଥିବା ବ୍ୟକ୍ତି ଶେଷ ମୁହୂର୍ତ୍ତରେ ପରିତ୍ରାଣ ପାଇଥାଏ ।

.jpg)
0 Comments
Do you have any doubts or suggestions? Ask them here in the comments!