ଜନ୍ମାଷ୍ଟମୀ ପୂଜା ଦିନ ଏହି ଭୁଲ କରନ୍ତୁ ନାହିଁ
ଜନ୍ମାଷ୍ଟମୀ ବ୍ରତକୁ ଉଭୟ ପୁରୁଷ ଓ ନାରୀ ନିଷ୍ଟାର ସହ କରିଥାନ୍ତି । ଏହି ପୂଜାକୁ ନିଷ୍ଟାର ସହ କରିବା ଦ୍ଵାରା ଭକ୍ତଙ୍କ ସମସ୍ତ ମନସ୍କାମନା ଭଗବାନ ଶ୍ରୀକୃଷ୍ଣ ପୂରଣ କରିଥାନ୍ତି । ଏହି ଜନ୍ମାଷ୍ଟମୀରେ କିଛି ଖାସ ଗୁପ୍ତ ଉପାୟ ରହିଛି । ଯାହାକୁ ପାଳନ କଲେ ଆପଣଙ୍କ ସମସ୍ତ ମନବାଞ୍ଛା ପୂରଣ ହୋଇଥାଏ ।
- କଥାରେ ଅଛି କୁଆଁରୀ ଝିଅମାନେ ଏହି ବ୍ରତ ରଖି ପ୍ରଭୁ କୃଷ୍ଣଙ୍କୁ ଦୋଳିରେ ଝୁଲାଇଲେ । ସେହି ଝିଅମାନକର ବିବାହ ରାଶି ଅତି ଶୀଘ୍ର ଫିଟିଯାଇଥାଏ ।
- ଯେଉଁମାନେ ଜନ୍ମାଷ୍ଟମୀ ବ୍ରତ ରଖିବା ପାଇଁ ଚାହୁଁଛନ୍ତି । ସେମାନେ ରାତିରେ କୃଷ୍ଣ ଜନ୍ମ ହେବା ପୂର୍ବରୁ ପାଣିରେ କିଛି କଳା ରାଶି ମିଶାଇ ସ୍ନାନ କରିନେବେ ।
- ଏହାପରେ ପ୍ରଭୁଙ୍କର ସମସ୍ତ ପୂଜା ସାମଗ୍ରୀରେ ଗଙ୍ଗା ପାଣି ଛିଞ୍ଚି ପୂଜା ପାଇଁ ପ୍ରସ୍ତୁତ ହୋଇବେ ।
- ଡାହାଣ ହାତରେ ଭଗବାନ ଶ୍ରୀକୃଷ୍ଣଙ୍କୁ ପୂଜାର ଜିନିଷ ଅର୍ପଣ କରିବେ ।
ପୂଜା ଦିନ ଏହି ଭୁଲ କରନ୍ତୁ ନାହିଁ
ଆଜି ଆମେ ଜାଣିବା ଭଗବାନ କୃଷ୍ଣଙ୍କର ପୂଜା ବିଦ୍ଧିରେ କେଉଁ ଭୁଲ କରିବା ଅନୁଚିତ ।
- ଜନ୍ମାଷ୍ଟମୀରେ ଲଡୁ ଗୋପାଳ ବା ରାଧାକୃଷ୍ଣଙ୍କର ମୃର୍ତ୍ତି ପୂଜା କରାଯାଇଥାଏ ।
- କିନ୍ତୁ ଶାସ୍ତ୍ର ଅନୁସାରେ ଘରେ ମୂର୍ତ୍ତି ପୂଜାକୁ ବର୍ଜନୀୟ କରାଯାଇଛି , ପ୍ରାୟତଃ ମନ୍ଦିରରେ ମୂର୍ତ୍ତି ପୂଜାକୁ ଶାସ୍ତ୍ର ସମ୍ମତି ପ୍ରଦାନ କରାଯାଇଛି ।
- କାରଣ ଯେତେବେଳେ ବି ମନ୍ଦିରରେ ମୂର୍ତ୍ତି ପ୍ରତିଷ୍ଠା କରାଯାଏ ସେତେବେଳେ ସେହି ମୂର୍ତ୍ତିରେ ପ୍ରାଣ ପ୍ରତିଷ୍ଠା କରାଯାଏ, ସେଥିପାଇଁ ମନ୍ଦିରରେ ହିଁ ମୂର୍ତ୍ତି ପୂଜା କରାଯାଏ ।
- ଘରେ ମୂର୍ତ୍ତି ପୂଜା ନ କରିବାର କାରଣ ହେଉଛି ମୂର୍ତ୍ତି ପୂଜା କରିବାର ଅନେକ ନୀତିନିୟମ ରହିଛି ସେଥିପାଇଁ ଯଦି ଆମେ ଉଚିତ ନିୟମ ମାନି ପୂଜା ନ କରିବା ତେବ ଆମ ପୂଜା ଅସଂମ୍ପୂର୍ଣ୍ଣ ରହିଯିବ । ପୂଜାର ଫଳ ମଧ୍ୟ ମିଳିବ ନାହିଁ ।
- ଯଦି ଆପଣ ଜନ୍ମାଷ୍ଟମୀ ବ୍ରତ ରଖୁଛନ୍ତି ତେବେ ରାତି ୧୨ଟା ପୂର୍ବରୁ ନିଜ ବ୍ରତ ଖୋଲନ୍ତୁ ନାହିଁ । କାରଣ ଏହା ପୂର୍ବରୁ ବ୍ରତ ଖୋଲିଲେ ଆପଣଙ୍କ ବ୍ରତ ଅଧୁରା ରହିଯିବ ।
- ପୂଜାଦିନ ଅର୍ଥାତ୍ ଜନ୍ମାଷ୍ଟମୀ ଦିନ ଗୋସେବା କରିବା ଭୁଲନ୍ତୁ ନାହିଁ । ଭଗବାନ କୃଷ୍ଣ ଗାଈଙ୍କୁ ବହୁତ ଭଲ ପାଉଥିଲେ। ଏପରିକି ପିଲାଦିନରୁ ହିଁ ସେ ଗୋସେବା କରୁଥିଲେ । ବିଶ୍ୱାସ ରହିଛି ଯେ ଯେଉଁମାନେ ଗାଈଙ୍କ ପୂଜା କରିଥାନ୍ତି ତାଙ୍କୁ ଶ୍ରୀକୃଷ୍ଣଙ୍କ ଆଶୀର୍ବାଦ ମିଳିବା ସହ ସମସ୍ତ ମନୋସ୍କାମନା ପୂର୍ଣ୍ଣ ହୋଇଥାଏ ।
- ଏହି ଦିନ କାହାରି ଅପମାନ କରନ୍ତୁ ନାହିଁ । ଭଗବାନ କୃଷ୍ଣଙ୍କ ଦୃଷ୍ଟିରେ ଧନୀ ,ଗରିବ ସମସ୍ତ ଭକ୍ତ ସମାନ। କୌଣସି ଗରିବଙ୍କ ଅପମାନ କରିବା ଅନୁଚିତ୍ ।
- ଘରେ ରସୁଣ,ପିଆଜ, ମାଂସ ଏବଂ ମଦ ଖାଇବା ଅନୁଚିତ୍ ।
- ଜନ୍ମାଷ୍ଟମୀ ଦିନ ଚାଉଳ ଜାତୀୟ ଖାଦ୍ୟ ଖାଇବା ଅନୁଚିତ୍। ଏକାଦଶୀ ଏବଂ ଜନ୍ମାଷ୍ଟମୀ ଦିନ ଚାଉଳ ଏବଂ ଯଅରେ ପ୍ରସ୍ତୁତ ଖାଦ୍ୟ ପଦାର୍ଥ ବର୍ଜିତ ବୋଲି କୁହାଯାଇଥାଏ ।
ସେଥିପାଇଁ ଆମେ କିଛି ନିୟମ ବିଷୟରେ ଜାଣିବା ଆସନ୍ତୁ ।


0 Comments
Do you have any doubts or suggestions? Ask them here in the comments!