ଚୈତ୍ର ପୂର୍ଣ୍ଣିମା, ଜାଣନ୍ତୁ ଏହାର ପୂଜାବିଧି ଏବଂ ମହତ୍ତ୍ୱ
ଚୈତ୍ର ପୂର୍ଣ୍ଣିମା (ଚଇତିପୁନେଇଁ ଓ ଚଇତ ପୁନେଇଁ ନାମରେ ମଧ୍ୟ ଜଣା) ଓଡ଼ିଶାର ଏକ ଗଣପର୍ବ । ଏହା କେଉଟ ଜାତିର ଲୋକଙ୍କଦ୍ୱାରା ଚୈତ୍ର ମାସ ପୂର୍ଣ୍ଣମୀ ତିଥିରେ ପାଳିତ ହୋଇଥାଏ । କେଉଟମାନେ ଘୋଡ଼ାର ଏକ ଖୋଳ କରି ସେଥିରେ ପଶି ଘୋଡ଼ା ଚଢ଼ିବାର ଅଭିନୟ କରିଥାନ୍ତି । ଏହା ଚଇତିଘୋଡ଼ା ନାଚ ନାମରେ ଜଣା । ପୂର୍ଣ୍ଣମୀର ପୂର୍ବ ଆଠ ଦିନ ଧରି "ଚଇତି ପର୍ବ" ପାଳନ କରାଯାଏ ।
ଆଦିବାସୀମାନେ ଏହି ପର୍ବରେ ଦିନ ରାତି ବ୍ୟାପୀ ଭୋଜିଭାତ, ନାଚ, ଶିକାର ଆଦି କରିଥାନ୍ତି । ଘରର ମୁଖ୍ୟ ଏହିଦିନ ପୂର୍ବପୁରୁଷମାନଙ୍କୁ ଶ୍ରାଦ୍ଧ ଦେଇଥାନ୍ତି । ଘରର ପ୍ରତ୍ୟେକ ସଦସ୍ୟ ନୂତନ ବସ୍ତ୍ର ପରିଧାନ ପୂର୍ବକ ଏଥିରେ ଅଂଶଗ୍ରହଣ କରିଥାନ୍ତି । ଏହି ଦିନ ପଶୁବଳି ଦେବା ବିଧି ମଧ୍ୟ କିଛି ସମ୍ପ୍ରଦାୟରେ ରହିଛି । ବର୍ଷର ପ୍ରଥମ ପାଚିଲା ଆମ୍ବ ଲୋକେ ଏଇ ଦିନ ଖାଇଥାନ୍ତି । ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳରେ ଦଣ୍ଡ ନାଚ ଓ "ଚଇତିଘୋଡ଼ା ନାଚ" ଅନୁଷ୍ଠିତ ହୋଇଥାଏ । ଏହା ଉଭୟ ଆଦିବାସୀ ଓ ଅଣଆଦିବାସୀମାନେ ପାଳିଥାନ୍ତି ।
ଚୈତ୍ର ପୂର୍ଣ୍ଣିମା, ଜାଣନ୍ତୁ ଏହାର ପୂଜାବିଧି ଏବଂ ମହତ୍ୱ
- ହିନ୍ଦୁ ପଞ୍ଚାଙ୍ଗ ଅନୁଯାୟୀ ଚୈତ୍ର ମାସରେ ପଡୁଥିବା ପୂର୍ଣ୍ଣିମାର ବିଶେଷ ମହତ୍ୱ ରହିଛି। ଏହିଦିନ ଭଗବାନ ବିଷ୍ଣୁଙ୍କ ଭକ୍ତ ସତ୍ୟନାରାୟଣଙ୍କ ପୂଜା କରି କୃପା ପାଇବା ପାଇଁ ମଧ୍ୟ ପୂର୍ଣ୍ଣିମା ଦିନ ଉପବାସ କରିଥାନ୍ତି।
- ପୌରାଣିକ ମାନ୍ୟତା ଅନୁଯାୟୀ ଚୈତ୍ର ପୂର୍ଣ୍ଣିମା ଦିନ ଭଗବାନ ଶ୍ରୀକୃଷ୍ଣ ବ୍ରଜ ନଗରୀରେ ରାସ ଉତ୍ସବ ପାଳନ କରିଥିଲେ। ଏହାକୁ ମହାରାସ ମଧ୍ୟ କୁହାଯାଇଥାଏ।
- ମାନ୍ୟତା ରହିଛି ଏହିଦିନ ପ୍ରଭୁ ଶ୍ରୀରାମଙ୍କ ଭକ୍ତ ହନୁମାନଙ୍କ ଜନ୍ମ ହୋଇଥିଲା। ଆଜି ଚୈତ୍ର ପୂର୍ଣ୍ଣିମା ସହ ବୈଶାଖ ମାସର ଆଗମନ ମଧ୍ୟ ହୋଇଥାଏ।
- ଧାର୍ମିକ ଗ୍ରନ୍ଥ ଅନୁସାରେ ଚୈତ୍ର ପୂର୍ଣ୍ଣିମା ଦିନ ଯେଉଁ ବ୍ୟକ୍ତି ଭଗବାନ ଏବଂ ମା ଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା କରନ୍ତି ତାଙ୍କର ସମସ୍ତ କାମ ସୁରୁଖୁରୁରେ ହୋଇଥାଏ ।
- କାର୍ଯ୍ୟରେ କୌଣସି ବାଧା ଉପୁଜେ ନାହିଁ । ଏହାସହିତ ଯଶ, ଐଶ୍ଚର୍ଯ୍ୟ ପ୍ରାପ୍ତି ହୋଇଥାଏ ।
- ଶାସ୍ତ୍ରରେ ଉଲ୍ଲେଖ ଅନୁଯାୟୀ ଏହିଦିନ ସତ୍ୟନାରାୟଣ ଭଗବାନଙ୍କ କଥା ଶୁଣିବା ଦ୍ୱାରା ଭଲ ଫଳ ପ୍ରାପ୍ତି ହୋଇଥାଏ ।
- ସେହିପରି ପୂର୍ଣ୍ଣିମାରେ ସ୍ନାନ, ଦାନ ଆଦି କରିବା ଦ୍ୱାରା ବିଶେଷ ଫଳ ପ୍ରାପ୍ତି ହୋଇଥାଏ ।
ଜାଣନ୍ତୁ କିପରି କରିବେ ପୂଜା
- ପୂର୍ଣ୍ଣିମା ଦିନ ସକାଳୁ ସ୍ନାନ ସାରି ଦାନ, ଯଜ୍ଞ, ଜପ-ତପ ଏବଂ ବ୍ରତର ଅନେକ ମହତ୍ୱ ରହିଛି।
- ଏହିଦିନ ହନୁମାନ ଜୟନ୍ତୀ ହୋଇଥିବା କାରଣରୁ ପୂର୍ଣ୍ଣିମା ଦିନ ପୂଜା କରିବା ଅତ୍ୟନ୍ତ ଫଳଦାୟୀ ହୋଇଥାଏ।
- ଏହାପରେ ସୂର୍ଯ୍ୟଦେବଙ୍କ ପୂଜା କରି ମନ୍ତ୍ର ଜପ କରନ୍ତୁ ଏବଂ ରାତି ସମୟରେ ମଧ୍ୟ ବିଧି ପୂର୍ବକ ଚନ୍ଦ୍ରଦେବଙ୍କ ପୂଜା କରିବାର ବିଧାନ ରହିଛି।
- ଏହିଦିନ ଘରେ ଘରେ ମା’ଭଉଣୀମାନେ ମଙ୍ଗଳା ମା’ଙ୍କୁ ସୁମରଣା କରି ଦାଣ୍ଡରେ ପଣା ଦେଇଥାନ୍ତି।
- ପଣା, ପାଣି, ଝୁଣା, ଧୁପରେ ମହକି ଉଠେ। ଲାଲିମନ୍ଦାର ମାଳ ସହ ପେନ୍ଥା ପେନ୍ଥା ବେଲପତ୍ର ହାରରେ ମା’ ମହାମାୟାଙ୍କ ବେଶ ଦିଶେ ଖୁବ୍ ସୁନ୍ଦର।
- ଉକ୍ତ ସ୍ଥାନକୁ ହଳଦୀ ପାଣିରେ ଧୋଇ ସେଠାରେ ମାଟିରେ ଏକ ଗାତ କରି ସିନ୍ଦୂର, ଫୁଲରେ ସଜାଇ ରମ୍ଭା, ଲିଆ, (ଉଖୁଡା) କ୍ଷୀର ରସଗୋଲା, ଛେନା, ନଡିଆ, ଆଦି ଫଳ ମୂଳ ପକାଇ ଏକ ପଣା ପ୍ରସ୍ତୁତ କରି ମଙ୍ଗଳା ମା’ଙ୍କ ନାମରେ ଧୂପ, ଦୀପ, ନୈବେଦ୍ୟ, ହୁଳହୁଳି ସହକାରେ ମିଳିତ ଆକାରରେ ଗୋଠପଣା ଦିଆଯାଏ।
ପ୍ରାଧାନ୍ୟତା
କୁହାଯାଏ ଏହି ମାସରେ ନାନା ମହାମାରୀର ଶାନ୍ତିକରଣ ନିମନ୍ତେ ଝୁଣାର ପ୍ରାଧାନ୍ୟ ଅଧିକ ହୋଇଥାଏ, ତେଣୁ ବାୟୁମଣ୍ଡଳ ପରିଷ୍କାର ପାଇଁ ବନଜ ପଦ୍ଧତିକୁ ଆପଣାଇଥାଏ ଓଡ଼ିଆ। ଶରୀରର ସୁସ୍ଥତା ପାଇଁ ପଣାପାନକୁ ଉପଯୁକ୍ତ ମଣିଥାଏ ଓଡ଼ିଆ।

.jpg)
0 Comments
Do you have any doubts or suggestions? Ask them here in the comments!