ଚୈତ୍ର ନବରାତ୍ରିରେ ସପ୍ତମ ରୂପ ମା’ କାଳରାତ୍ରିଙ୍କୁ ପୂଜା
ବର୍ତ୍ତମାନ ଚୈତ୍ର ମାସ ନବରାତ୍ରି ଚାଲିଛି। ଆଜି ନବରାତ୍ରୀରେ ସପ୍ତମ ଦିନ। ନବରାତ୍ରିରେ ମା’ ଦୁର୍ଗାଙ୍କ ୯ ସ୍ୱରୂପକୁ ପୂଜା କରାଯାଏ। ଆଜି ମା’ ଦୁର୍ଗାଙ୍କ ସପ୍ତମ ରୂପ ମା’ କାଳରାତ୍ରିଙ୍କୁ ପୂଜାର୍ଚ୍ଚନା କରାଯାଏ। ମା’ଙ୍କର ଏହି ସ୍ୱରୂପ ଅତ୍ୟନ୍ତ କ୍ରୋଧ ପ୍ରଦର୍ଶିତ କରିଥାଏ ବୋଲି କୁହାଯାଏ। ନବରାତ୍ରିର ସପ୍ତମ ଦିନରେ ମା’ କାଳରାତ୍ରିଙ୍କ ପୂଜା କଲେ ବିଶେଷ ଫଳ ପ୍ରାପ୍ତି ହୋଇଥାଏ। ଧାର୍ମିକ ବିଶ୍ୱାସ ଅନୁଯାୟୀ ମା’ଏ କାଳରାତ୍ରି ଶତ୍ରୁଙ୍କ ବିନାଶ କରିଥାନ୍ତି ଓ ସବୁ ସମସ୍ୟାରୁ ଭକ୍ତଙ୍କୁ ରକ୍ଷା କରିଥାନ୍ତି। ତନ୍ତ୍ର ସାଧକଙ୍କ ପାଇଁ ମା’ କାଳରାତ୍ରିଙ୍କ ପୂଜା ବିଶେଷ ଫଳଦାୟୀ। ସେଥିପାଇଁ ତାନ୍ତ୍ରିକ ମଧ୍ୟ ରାତ୍ରିରେ ମା’ କାଳରାତ୍ରିଙ୍କ ବିଶେଷ ପୂଜାର୍ଚ୍ଚନା କରିଥାନ୍ତି। ନବରାତ୍ରିର ସପ୍ତମୀ ତିଥିରେ କିଭଳି ମା’ କାଳରାତ୍ରିଙ୍କ ପୂଜା କରିବେ ଜାଣନ୍ତୁ।
ମା‘ କାଳରାତ୍ରିଙ୍କ ପୂଜା ବିଧି
ନବରାତ୍ରିର ସପ୍ତମୀ ତିଥିରେ ସୁକଲେ ନିତ୍ୟକର୍ମ ସାରି ପୂଜା ସ୍ଥାନକୁ ଭଲ ଭାବେ ସଫା କରିଦେବେ। ପିଢା ପକାଇ ଏକ କଲା କପଡା ପକାଇବେ। ଏହା ଉପରେ ମା’ଙ୍କ ପ୍ରତିମା ସ୍ଥାପିତ କରିବେ | ପୂଜା ଆରମ୍ଭ କରିବା ପୂର୍ବରୁ ମା’ଙ୍କୁ ନାଲି ଓଢଣୀ ଅର୍ପଣ କରିବେ। ଏହାପରେ ହାତ ଯୋଡି ମା’ଙ୍କୁ ବନ୍ଦନା କରନ୍ତୁ। ଏହାପରେ ମା’ଙ୍କ ଶୃଙ୍ଗାର କରିବେ। ଏହାପରେ ଧୂପ, ଦୀପ ଲଗାଇ ମା’ଙ୍କୁ ଫୁଲ ଚନ୍ଦନ ଅର୍ପଣ କରିବେ। ମା’ଙ୍କ ପାଖରେ ଭୋଗ ଲଗାଇବେ ଓ ନିଜ ମନୋସ୍କାମନା କହିବେ। ମା’ଙ୍କ ପୂଜା ପରେ ମା’ଙ୍କ ଆଳତି କରିବେ।
ଚୈତ୍ର ନବରାତ୍ରି ସହ ହିନ୍ଦୁ ନବବର୍ଷ ଆରମ୍ଭ ହୋଇଥାଏ। ନବରାତ୍ରିର ୯ ଦିନ ବହୁତ ପବିତ୍ର। ଏହି ୯ ଦିନରେ ମା’ ଦୁର୍ଗାଙ୍କ ୯ ରୂପକୁ ପୂଜା କରାଯାଇଥାଏ। ନବରାତ୍ରିରେ ମା’ ଦୁର୍ଗାଙ୍କ ମୂର୍ତ୍ତି, ଫଟୋ ଆଗରେ ଅଖଣ୍ଡ ଦୀପ ଲଗାଇବାର ବିଧାନ ରହିଛି। ଏହି ଜ୍ୟୋତି ଜ୍ଞାନ, ପ୍ରକାଶ, ଶ୍ରଦ୍ଧା ଓ ଭକ୍ତିର ପ୍ରତୀକ। ଯଦି ଆପଣ ବି ନବରାତ୍ରି ଅବସରରେ ଘରେ ଅଖଣ୍ଡ ଦୀପ ଲଗାଇବାକୁ ଚାହୁଁଛନ୍ତି ତାହେଲେ ଏହିସବୁ ନିୟମ ପାଳନ କରିବା ଉଚିତ।
ଏହିସବୁ ଅଖଣ୍ଡ ଦୀପ ଲଗାଇବାର ନିୟମ
- ଅଖଣ୍ଡ ଦୀପ ଲଗାଇବାକୁ ବଡ ଆକାରର ମାଟି ଦୀପ କିମ୍ବା ପିତ୍ତଳ ଦୀପ ନିଅନ୍ତୁ |
- ଅଖଣ୍ଡ ଦୀପ କେବେ ବି ଖାଲି ଭୂଇଁରେ ରଖିବା ଉଚିତ ନୁହେଁ |
- ଏଇ ଦୀପକୁ ଏକ କାଠ ପିଢା ଉପରେ ରଖିବା ଉଚିତ |
- ଦୀପ ରଖିବା ପୂର୍ବରୁ କିଛି ଚାଉଳ ରଖନ୍ତୁ |
- ଅଖଣ୍ଡ ଦୀପର ବଳିତା ସବୁବେଳେ ରକ୍ଷା ସୂତ୍ରରେ ତିଆରି କରାଯାଇଥାଏ |
- ଏହାପରେ ଦୀପରେ ଘିଅ ପକାନ୍ତୁ, ଘିଅ ନଥିଲେ ସୋରିଷ ତେଲ କିମ୍ବା ରାଶି ତେଲ ମଧ୍ୟ ବ୍ୟବହାର କରିପାରିବେ |
- ବିଶ୍ୱାସ ଅନୁଯାୟୀ, ଯଦି ଘିଅ ଦୀପ ଲଗାଉଛନ୍ତି ତାହେଲେ ମା’ଙ୍କ ଡାହାଣ ପଟେ ରଖନ୍ତୁ |
- ଦୀପ ଜାଳିବା ପୂର୍ବରୁ ଗଣେଶ ଭଗବାନ, ମା’ ଦୁର୍ଗା ଓ ଶିବଙ୍କୁ ଧ୍ୟାନ କରନ୍ତୁ |
- ଯଦି କୌଣସି ବିଶେଷେ ମନୋସ୍କାମନା ପାଇଁ ଅଖଣ୍ଡ ଜ୍ୟୋତି ଜଳାଉଛନ୍ତି ତାହେଲେ ପ୍ରଥମେ ହାତ ଯୋଡି ମନୋସ୍କାମନାକୁ ମନରେ ଦୋହରାନ୍ତୁ |
- ଦୀପଜାଳିବା ପରେ ଏହି ମନ୍ତ୍ର ପଢନ୍ତୁ | “ଓଁ ଜୟନ୍ତୀ ମଙ୍ଗଳା କାଳୀ ଭଦ୍ରକାଳୀ କପାଳିନୀ ଦୁର୍ଗା କ୍ଷମା ଶିବା ଧାତ୍ରୀ ସ୍ୱାହା ସ୍ୱାହା ନମୋସ୍ତୁତେ“
- ଦୀପ ପାଖରେ କିଛି ନାଲି ଫୁଲ ମଧ୍ୟ ଚଢାନ୍ତୁ |
- ଧ୍ୟାନ ରଖିବା ଉଚିତ ଯେ ଅଖଣ୍ଡ ଜ୍ୟୋତି ବ୍ରତ ସମାପ୍ତ ହେବା ଯାଏଁ ଲିଭିବା ଉଚିତ ନୁହେଁ, ସେଥିପାଇଁ ମଝି ମଝିରେ ଘିଅ କିମ୍ବା ତେଲ ଦେଉଥିବା ଉଚିତ |


0 Comments
Do you have any doubts or suggestions? Ask them here in the comments!