ଭେଣ୍ଡିର ସର୍ବାଙ୍ଗ ଔଷଧୀୟ କାମରେ ଲାଗିଥାଏ

ଭେଣ୍ଡିର ସର୍ବାଙ୍ଗ ଔଷଧୀୟ କାମରେ ଲାଗିଥାଏ

ଭେଣ୍ଡି ଏକ ଗୁଳ୍ମ ଜାତୀୟ ଉଦ୍ଭିଦ । ଏହା ଏକ ଭଲ ପରିବା ଭାବେ ଲୋକପ୍ରିୟ । ଏହି ଗଛ ସିଧା ବଢେ, ଏହାର କାଣ୍ଡ ଶକ୍ତ, ପତ୍ର ଗୁଡ଼ିକ ଟାଉଁସିଆ ଓ ବଡ଼, ଫୁଲ ହଳଦିଆ ରଙ୍ଗର ଓ ଏହା ମଝିରେ ନାଲି ଚିହ୍ନଥାଏ। ଏହାର ଫଳ ଲମ୍ବା ଓ ସବୁଜ ରଙ୍ଗର। ଏହା ଗ୍ରୀଷ୍ମମଣ୍ଡଳୀୟ ଜଳବାୟୁରେ ଭଲ ବଢ଼ିଥାଏ।

ଗୁଣ

ଖାଦ୍ୟନଳୀର ସୁରକ୍ଷା ଓ ଆରୋଗ୍ୟକାରୀ, ବ୍ୟଥା ପ୍ରଶମକ, ବାୟୁ ନାଶକ ଓ ପେଟବ୍ୟଥା ନିବାରକ, କୋଷ୍ଠ ପରିସ୍କାରକ, ନିମୋନିଆ, ବ୍ରୋଙ୍କାଇଟିସ୍, ମୂତ୍ରସମ୍ବନ୍ଧୀୟ ରୋଗ ଓ ହୃଦୟରୋଗ ନିବାରକ।

ଭେଣ୍ଡିର ସର୍ବାଙ୍ଗ ଔଷଧୀୟ କାମରେ ଲାଗିଥାଏ

ଯିଏ ନିଜର ସ୍ୱାସ୍ଥ୍ୟ ପାଇଁ ସମୟ ବାହାର କରେ ନାହିଁ ସେ ନିଜର ବେମାର ପାଇଁ ସମୟ ବାହାର କରିଥାଏ । ଏବଂ କିଛି ଲୋକ ଭାବନ୍ତି ନିଜ ସ୍ୱାସ୍ଥ୍ୟର ଯତ୍ନ ନେବା ପାଇଁ ବହୁତ ସମୟ ବାହାର କରିବାକୁ ପଡିବ । କାରଣ ନିଜର ସ୍ୱାସ୍ଥ୍ୟ କୁ ଯତ୍ନ ନେଲେ ହିଁ ଆପଣ ନିଜର ଜୀଵନ କୁ ବହୁତ ଭଲ ଭାବରେ ଭୋଗ କରିପାରିବେ । ନଚେତ କେବଳ ଔଷଧ ରେ ହିଁ ଆପଣ ଙ୍କୁ ନିଜର ପଇସା ଏବଂ ସମୟ ଖର୍ଚ୍ଚ କରିବାକୁ ପଡିବ ।

  1. ନିମୁନିଆ ଓ ବ୍ରୋଙ୍କାଇଟିସରେ ଏହାର ପତ୍ରକୁ ଗରମ ସେକ ଦେବାପାଇଁ ବ୍ୟବହାର କରାଯାଏ । 
  2. ଏହି ରୋଗପାଇଁ ଭେଣ୍ଡିର ଫୁଲ ଓ ଫଳକୁ ପାଣିରେ ସିଝାଇ ତା’ର କ୍ୱାଥକୁ ପାଣିକୁ ମହୁ ସହିତ ନେଲେ ଉପକାର ମିଳେ ।
  3. ମୂତ୍ରନଳୀ ଓ ଯୋନିର ସଂକ୍ରମଣରେ ଏହାର ଚେର ସିଝା ପାଣି(ଅର୍କ)କୁ ବ୍ୟବହାର କରାଯାଏ ।
  4. ଭେଣ୍ଡିର ମଞ୍ଜି ହୃଦୟ ରୋଗରେ ଉପଯୋଗ କରାଯାଏ। ଏହି ମଞ୍ଜିକୁ ଭାଜି ଗୁଣ୍ଡକରି ସେହି ଗୁଣ୍ଡକୁ ଚା’ ପରି ପାଣିରେ ସିଝାଇ ଦିନକୁ ଚାରି ପାଞ୍ଚ ଗିଲାସ ପିଇଲେ ଉପକାର ମିଳେ।
  5. କଞ୍ଚାଫଳ ଯକ୍ଷ୍ମାରୋଗର ଚିକିତ୍ସାରେ ମଧ୍ୟ ବ୍ୟବହାର କରାଯାଏ ।
  6. ଏହା ସହିତ କଞ୍ଚା ଭେଣ୍ଡି କହିବା ଦ୍ୱାରା ପୁରୁଷତ୍ୱ ବଢିଥାଏ । 

Post a Comment

0 Comments