ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ ପୂଜାରେ ବ୍ୟବହୃତ ଦ୍ରବ୍ୟର ମହତ୍ତ୍ୱ

ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ ପୂଜାରେ ବ୍ୟବହୃତ ଦ୍ରବ୍ୟର ମହତ୍ତ୍ୱ 

ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ ପୂଜାରେ ପ୍ରଭୁଙ୍କ ଶୃଙ୍ଗାର ପାଇଁ ସୁଗନ୍ଧିତ ଦ୍ରବ୍ୟ

ଶୃଙ୍ଗାର ପାଇଁ ଦ୍ରବ୍ୟ :-

    କୃଷ୍ଣଙ୍କ ନୂତନ ହଳଦିଆ ପୋଷାକ , ସୁନ୍ଦର ବଂଶୀ , ମୟୁର ପର , ବେକ ପାଇଁ ବୈଜନ୍ତି ମାଳା , ମୁଣ୍ତ ପାଇଁ ମୁକୁଟ , ହାତ ପାଇଁ ଚୁଡି ଏବଂ ପାଦ ପାଇଁ ପାଉଁଜି ସଂଗ୍ରହ କରି ପୂଜାପାଠ ସ୍ଥାନରେ ରଖି ଦିଅନ୍ତୁ    । 

    ପୂଜା ସାମଗ୍ରୀ :-

    ଏହା ସହିତ ପୂଜା ସାମଗ୍ରୀ ପାଇଁ କିଛି ଫଳ,, ହଳଦିଆ ପରିଷ୍କାର କପଡା, ବାଲ କୃଷ୍ଣଙ୍କ ପ୍ରତିମୂର୍ତ୍ତି, ସିଂହାସନ, ପଞ୍ଚାମୃତ, ଗଙ୍ଗା ଜଳ, ପ୍ରଦୀପ , ଦହି , ମହୁ, କ୍ଷୀର , ଦୀପ , ଗାଇର ଦେଶୀ ଘିଅ , ଧୂପକାଠି , ଗୋକୁଳା ଚନ୍ଦନ , ଅକ୍ଷତ , ତୁଳସୀ ପତ୍ର , ମିଶ୍ରି ଏବଂ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ରହିବା ମଧ୍ୟ ଆବଶ୍ୟକ ।

    ଆସନ :-

    କୃଷ୍ଣଙ୍କ ମୂର୍ଭ଼ିକୁ ସୁନ୍ଦର ଆସନରେ ସ୍ଥାପନ କରାଯିବା ଉଚିତ | ଆସନ ଲାଲ , ହଳଦିଆ କିମ୍ବା କେସରିଆ ରଙ୍ଗ ହେବା ଉଚିତ ଏବଂ ଵେଲୁନ ସହିତ ସଜାଯିବା ଉଚିତ |

    ପାଦ୍ଧ :-

    ଯେଉଁ ପାତ୍ରରେ ଭଗବାନଙ୍କ ପାଦ ଧୁଆଯାଏ , ତାହାକୁ ପାଦ୍ଧ କୁହାଯାଏ ସେଥିରେ ଶୁଦ୍ଧ ପାଣି ଭରିବା ପରେ ଫୁଲର ପାଖୁଡା ପକେଇବା ଉଚିତ ।

    ପଞ୍ଚାମୃତ :-

    ଏହା ମହୁ , ଘିଅ , କଦଳୀ , କ୍ଷୀର ଏବଂ ଚିନି-ଏହି ପାଞ୍ଚଟି ମିଶ୍ରଣ କରି ପ୍ରସ୍ତୁତ ହେବା ଉଚିତ। ତାପରେ ଏକ ଶୁଦ୍ଧ ପାତ୍ରରେ ଏହାର ଭୋଗ ଭଗବାନଙ୍କୁ ଦିଅନ୍ତୁ   ।

    ଅନୁଲେପନ :-

    ପୂଜାରେ ବ୍ୟବହୃତ ଦୁର୍ଭା , କୁକୁମ , ଚାଉଳ , ଅଭିର , ଅଗୁର , ସୁଗନ୍ଧିତ ଫୁଲ ଏବଂ ଶୁଦ୍ଧ ଜଳକୁ ଅନୁଲେପନ କୁହାଯାଏ ।

    ଆଚମନ :-

    ଶୁଦ୍ଧକରଣ ପାଇଁ ବ୍ୟବହୃତ ଜଳକୁ ଆଚମନୀୟ କୁହାଯାଏ । ଏଥିରେ ସୁଗନ୍ଧିତ କର୍ପୁର ଏବଂ ଫୁଲ ମିଶାଇବା ଉଚିତ |

    ସ୍ନାନୀୟ :-

    ଶ୍ରୀକୃଷ୍ଣଙ୍କ ସ୍ନାନ ପାଇଁ ବ୍ୟବହୃତ ହେଉଥିବା ତରଳ ପଦାର୍ଥ (ଜଳ, ଅତର ଏବଂ ଅନ୍ୟାନ୍ୟ ସୁଗନ୍ଧିତ ପଦାର୍ଥ) କୁ ସ୍ନାନୀୟ କୁହାଯାଏ ।

    ଫୁଲ :-

    ଭଗବାନ କୃଷ୍ଣଙ୍କ ପୂଜାରେ ସୁଗନ୍ଧିତ ଏବଂ ତାଜା ଫୁଲର ବିଶେଷ ମହତ୍ତ୍ୱ ରହିଛି । ତେଣୁ କେବଳ ଶୁଦ୍ଧ ଏବଂ ସତେଜ ଫୁଲ ବ୍ୟବହାର କରାଯିବା ଉଚିତ ।

    ଭୋଗ :-

    ଜନ୍ମାଷ୍ଟମୀ ପୂଜା ପାଇଁ ପ୍ରସ୍ତୁତ ଭୋଗରେ ମିଶ୍ରି , ତାଜା ମିଠା , ତାଜା ଫଳ , ଲଡୁ , କ୍ଷୀର , ତୁଳସୀ ପତ୍ର ଆଦିକୁ ଅନ୍ତର୍ଭୂକ୍ତ କରାଯିବା ଆବଶ୍ୟକ । 

    ଧୂପ :-

    ବିଭିନ୍ନ ଗଛର ସୁଗନ୍ଧିତ ପଦାର୍ଥରୁ ନିର୍ମିତ ଧୂପ ଏବଂ ଅନ୍ୟ ପଦାର୍ଥରେ ନିର୍ମିତ ଧୂପ ଭଗବାନ କୃଷ୍ଣଙ୍କ ଅତି ପ୍ରିୟ ବୋଲି ବିବେଚନା କରାଯାଏ ।

    ଦୀପ :-

    ପିତ୍ତଳ କିମ୍ବା ମାଟିରେ ନିର୍ମିତ ଦୀପରେ ଗାଇର ଶୁଦ୍ଧଘିଅ ଦେଇ ପ୍ରଭୁଙ୍କ ଆରତୀ ବିଧିବିଧାନ ଭାବରେ କରିବା ଉଚିତ | 

    Post a Comment

    0 Comments