ବେଲପତ୍ର ତୋଳିବାରେ କ'ଣ ରହିଛି ନିୟମ

ବେଲପତ୍ର ତୋଳିବାରେ କ'ଣ ରହିଛି ନିୟମ

ପ୍ରକୃତିର ଲୀଳା ବଡ଼ ବିଚିତ୍ର l କେଉଁ ଗଛ ଖରା ଦିନେ ସମ୍ପୂର୍ଣ ଲଣ୍ଡା ହେଇଯାଏ ତ କିଛି ଗଛ ପ୍ରବଳ ଖରା ସହି ଜୀବଜଗତକୁ ସବୁବେଳେ ନିଜର ଫଳ, ଫୁଲ, ପତ୍ର ଆଦି ବର୍ଷ ସାରା ଦେଇଥାନ୍ତି l ଆପଣ କେବେବି ଏମିତି ଗୋଟିଏ ଗଛ କହିପାରିବେ ନାହିଁ ଯେଉଁ ଗଛର ପତ୍ର, ଫୁଲ ଓ ଫଳକୁ ଭଗବାନ ଶିବଙ୍କୁ ଅର୍ପଣ କରାଯାଏ ତାହା ପତ୍ର ଝଡା ଦେଉଥିବ !!! ଧନ୍ୟ ସେଭଳି ବୃକ୍ଷ ଧନ୍ୟ ଏମାନଙ୍କ ମହିମା l ଆଜିର ସ୍ୱାସ୍ଥ୍ୟ କଥା ଏଭଳି ମହାନ ବୃକ୍ଷ ଉପରେ ପର୍ଯ୍ୟବେସିତ l ତାହା ହେଲା ଶିବ ଭଗବାନଙ୍କ ଅତି ପ୍ରିୟ – ବେଲ ଗଛ l

ସଂସ୍କୃତରେ ଗୋଟିଏ ଶ୍ଳୋକ ଅଛି –
” ଦର୍ଶନମ ବିଲବ ବୃକ୍ଷସ୍ୟ ସ୍ପର୍ଶନମ ପାପ ନାଶନମ “- କେବଳ ବେଲ ଗଛର ଦର୍ଶନ ଓ ସ୍ପର୍ଶ ଦ୍ୱାରା ଜୀବର ପାପ ନାଶ ହୋଇଥାଏ l

କେମିତି ବେଲପତ୍ର ତୋଳିବେ ଏବଂ କେମିତି ଏହାକୁ ଶିବଲିଙ୍ଗରେ ଚଢ଼େଇବେ । ତ ଆସନ୍ତୁ ଜାଣିବା କେମିତି ଭଗବାନ ଶିବଙ୍କୁ ବେଲପତ୍ର ଅର୍ପଣ କରିବେ ଏବଂ ତୋଳିବେ କେତେବେଳେ।

ତୋଳିବାରେ ନିୟମ

  1. ଯେଉଁଭଳି ଭାବରେ ଘରେ ତୁଳସୀ ଗଛ ଲଗେଇବା ପାଇଁ କିଛି ନିୟମ ଅଛି ସେହିଭଳି ଘରେ ବେଲ ଗଛ ଲାଗିବାର ମଧ୍ୟ କିଛି ନିୟମ ଅଛି। 
  2. ଯେବେ ବି ବେଲ ପତ୍ର ତୋଳିବେ ଗଛକୁ ନମସ୍କାର ନିଶ୍ଚିନ୍ତ କରିବେ, ଏହା ଛଡା ବେଲ ପତ୍ର ଏମିତି ତୋଳିବା ଉଚିତ ଯାହା ଦ୍ଵାରା ଗଛକୁ କଷ୍ଟ ହବ ନାହିଁ । ଏହା ଛଡା ପତ୍ର ତୋଳିଲା ବେଳେ ଭୁଲରେ ବି ଡାଳ ଭାଙ୍ଗିବେ ନାହିଁ | ବେଲ ପତ୍ର ତୋଳୁଥିବା ସମୟରେ ଗୋଟେ କଥା ର ଧ୍ୟାନ ଦିଅନ୍ତୁ କି ଯେମିତି ବେଲ ପତ୍ରର ଡେମ୍ଫ ନ ଛିଡିବ।
  3. ପୁରାଣ ଅନୁସାରେ କୌଣସି ପୂର୍ଣ୍ଣିମା, ଅମାବାସ୍ୟା,ଚତୁର୍ଥୀ ,ଅଷ୍ଟମୀ,ନବମୀ,ସଂକ୍ରାନ୍ତି, ଚତୁର୍ଦ୍ଦଶୀ ଏବଂ ସୋମବାର ଦିନ ବେଲପତ୍ର ତୋଳିବା ଉଚିତ୍ ନୁହେଁ। ଗୋଟେ ଦିନ ଆଗରୁ ତୋଳା ହୋଇଥିବା ବେଲ ପତ୍ର ଅର୍ପଣ କରିବା ଉଚିତ ।
  4. ଶାସ୍ତ୍ର ଅନୁଯାୟୀ ବେଲପତ୍ର ସୋମବାରରେ ଜମା ବି ତୋଳିବା ଉଚିତ ନୁହ ଏହା ଆପଣଙ୍କ ପୂଜା ସଫଳ କରିନଥାଏ ।
  5. ଆପଣ ଯେଉଁ ଦିନ ଶିବ ପୂଜା କରନ୍ତି କିମ୍ବା ମୁଖ୍ୟତଃ ସୋମବାର ଦିନ ପୂଜା କରିବା ଆଗରୁ ଏକ ଦିନ ପୂର୍ବରୁ ପତ୍ର ତୋଳି ରଖି ଦିଅନ୍ତୁ। 
  6. ଶାସ୍ତ୍ରରେ କୁହାଯାଇଛି ଯଦି କୌଣସି ସମୟରେ ବେଲପତ୍ର ମିଳୁନାହିଁ ତା ହେଲେ ଆଗରୁ ଚଢା ହୋଇଥିବା ବେଲ ପତ୍ର କୁ ଧୋଇ ଏହାକୁ ପୁନର୍ବାର ଚଢାଇ ପାରିବେ । ଆପଣ ବେଲ ପତ୍ରକୁ ଶିବ ପୂଜାରେ ବାରମ୍ବାର ବ୍ୟବହାର କରି ପାରିବେ। ଯେ ପର୍ଯ୍ୟନ୍ତ ବେଲ ପତ୍ର ଖରାପ ହୋଇ ଯାଇନାହିଁ।
  7. ଏବଂ ଯେଉଁ ମାସରେ ଦ୍ଵାଦଶୀ ରବିବାର ଦିନ ପଡେ। ସେହିଦିନ ସନ୍ଧ୍ୟା ସମୟରେ ଦିପ ଅବଶ୍ୟ ଜଳାନ୍ତୁ। ଏବଂ ଦିପ ଜଳେଇବା ସମୟରେ ମନରେ ନିଜର ମନସ୍କାମନା ଅବଶ୍ୟ କୁହନ୍ତୁ। ଏହାଦ୍ବାରା ମନସ୍କାମନା ବହୁତ ଜଲ୍ଦୀ ପୂରଣ ହୋଇଥାଏ।
  8. ବେଲପତ୍ର କେବେ ବି ଶିବଲିଙ୍ଗ ଉପରେ ଓଲଟା ରଖନ୍ତୁ ନାହିଁ ସବୁବେଳେ ପତ୍ର ଚିକଣ ଭାଗ ଶିବଲିଙ୍ଗ ଉପରେ ରଖି ପୂଜା କରନ୍ତୁ | ବେଲପତ୍ର ନିହାତି ଭାବେ ତିନି ଶାଖା ହେଇଥିବ ଦରକାର, ବେଲ ପତ୍ର ନଥିଲେ ଗଛ କୁ ମଧ୍ୟ ଦର୍ଶନ କରି ନିୟନ୍ତୁ ଏଥିରେ ମଧ୍ୟ ପୁଣ୍ୟ ମିଳିଥାଏ । 
  9. ବେଲପତ୍ର ଜଳରେ ଭଗବାନ ଶିବଙ୍କ ମସ୍ତିସ୍କ ଥଣ୍ଡା ରହିଥାଏ ପୂଜାରେ ଏହାକୁ ବ୍ୟବହାର କଲେ ଭଗବାନ ଶିବ ବହୁତ ଜଲଦି ପ୍ରସନ୍ନ ହୋଇଥାନ୍ତି ।

ବେଲ ଫୁଲର ମହିମା

  1. ବାନ୍ତି ପାଇଁ ବଡ଼ ଔଷଧ l ଚୋବେଇ ଖାଇବା ଦ୍ୱାରା ବା ଶିଝେଇ ପିଇବା ଦ୍ୱାରା ଠିକ ହେଇଥାଏ l
  2. ହଇଜା ବା ଝାଡା ରୋଗ ପାଇଁ ବହୁତ କାମ ଦିଏ l
  3. ବେଲ ଫୁଲ - ଦୁଇଅଣି ଓଜନ ବେଲଫୁଲକୁ ପାଣିରେ ବାଟି ଖାଇଲେ ବାନ୍ତି, ଅତିସାର ଓ ଶୋଷ ନିବାରିତ ହୁଏ |
  4. ମସ୍ତିଷ୍କ ସମ୍ବନ୍ଧୀୟ ସମସ୍ୟାଗୁଡିକରେ ବହୁତ କାମ ଦିଏ l ବୁଦ୍ଧିମାନ କରାଏ l

ମୂଳର ମହିମା

  1. ସ୍ୱୟଂ ଭଗବାନ ଶିବ ବେଲ ଗଛରେ ରହନ୍ତି ତେଣୁ ଗଛର ଅନ୍ୟ ଅଂଶ ଅପେକ୍ଷା ମୂଳ ଟି ବେଶୀ ଔଷଧ ଗୁଣରେ ପରିପୂର୍ଣ l
  2. ସମସ୍ତ ପ୍ରକାର ବାତ ଓ ପିତ୍ତ ପାଇଁ ପ୍ରକୃତିର ବଡ଼ ଔଷଧ l ବେଲ ପତ୍ର ଅପେକ୍ଷା ବେଲ ମୂଳରେ ଅଧିକ ଆବଶ୍ୟକ ଜିନିଷ ଥାଏ ତେଣୁ ଏହା କମ ପରିମାଣରେ ଖାଇଲେ ମଧ୍ୟ ଅଧିକ କାମ କରେ l
  3. ବାନ୍ତି, ପେଟ ସଫା, ହଇଜା, ଝାଡା ଆଦି ରୋଗ ପାଇଁ ବହୁତ କାରିଗରୀ l

କଣ୍ଟାର ମହତ୍ୱ

  1. ଦୁଇ ପ୍ରକାର କଣ୍ଟା ଥାଏ l ଗୋଟିଏ କୋମଳ ବା ସଫ୍ଟ କଣ୍ଟା ଆଉ ଗୋଟେ ହେଲା ହାର୍ଡ ବା ଶକ୍ତ କଣ୍ଟା l
  2. ସଫ୍ଟ କଣ୍ଟାକୁ ଘୁରି କ୍ଷତ ଜାଗାରେ ଲଗେଇଲେ ଜଲଦି ଘା ସୁସ୍ଥ ରୁହେ l କଠିନ କଣ୍ଟା ପୋଜ ବାହାର କରିବା ନାକ ଓ କାନ ଫୋଡିବା ପାଇଁ ବହୁ କାଳରୁ ବ୍ୟବହାର ହେଉଥିଲା l ଏଥିରେ କଲେ ସଂକ୍ରମଣ ବା ଇନଫେକ୍ସନ ହେବାର ସମ୍ଭାବନା ନଥାଏ l
  3. ବେଲ କାଠ ମଧ୍ୟ ବହୁତ ଉପଯୋଗୀ l ଏହା ଥଣ୍ଡା ପ୍ରକୃତିର ହୋଇଥିବାରୁ ଚନ୍ଦନ ପରି ବ୍ୟବହାର ହୋଇଥାଏ l
  4. ଏହାର ଛାଲି ମଧ୍ୟ ବହୁତ ଉପକାରୀ ପତ୍ର ତୁଳନାରେ l

ବେଲ ଗଛ ଔଷଧୀୟ ଗୁଣ ଉପରେ

  1. ସପ୍ନଦୋଷ ନିମନ୍ତେ ବେଲ ପତ୍ର ହେଉଛି ମହୌଷଧି ସ୍ୱରୂପ |
  2. ଏଣୁ ପ୍ରତ୍ୟହ ସୂର୍ଯୋଦୟ ସମୟରେ ୭ଟି ବେଲ ପତ୍ର ନିଶ୍ଚୟ ସେବନ କରନ୍ତୁ |
  3. ଏହାଦ୍ୱାରା ରୋଗୀ ସପ୍ନଦୋଷରୁ ମୁକ୍ତି ପାଇବା ସଙ୍ଗେ ସଙ୍ଗେ ଗ୍ୟାସ ରୋଗରୁ ମଧ୍ୟ ଆରୋଗ୍ୟ ଲାଭ କରିଥାଏ |

ବେଲ ପତ୍ର ତୋଳିବା ଏବଂ ଭଗବାନ ମହାଦେବ ଶଙ୍କରଙ୍କୁ ଅର୍ପଣ କରିବାର ନୀତି ନିୟମକୁ ମାନନ୍ତୁ

Post a Comment

0 Comments