ବେଲଗଛ ଘରର କେଉଁଠି ରହିଲେ ଭଲ ଏବଂ କେଉଁଠି ରହିଲେ ହୁଏ ସର୍ବନାଶ
ବେଲଗଛ ଗୋଟେ ଏପରି ଗଛ ଯାହା କି ସଂସାରରେ ସବୁଠୁ ଦୁର୍ଲଭ ଅଟେ । ତାର ଦିବ୍ୟତା, ଦୁର୍ଲଭତା, ଔଷଧୀୟ ଆଦି ଗୁଣ ପାଇଁ ସେ ସମସ୍ତ ଦେବା ଦେବୀ ଓ ସମସ୍ତ ମାନବ ଜାତିର ପ୍ରିୟ ଓ ଆଦରଣୀୟ ହୋଇଥାଏ। ପୁରାଣ ଶାସ୍ତ୍ର ଅନୁଯାୟୀ ବେଲଗଛର ସୃଷ୍ଟି ମାତା ଲକ୍ଷ୍ମୀଙ୍କ ଅଂଶରୁ ହୋଇଛି। ଏହି ଗଛରେ ନିୟମିତ ଭାବେ ପାଣି ଦିଅନ୍ତୁ। ଏବଂ ଏହାର ସେବା ମଧ୍ୟ କରନ୍ତୁ। ତେବେ ଚାଲନ୍ତୁ ଜାଣିବା ବେଲଗଛ ବିଷୟରେ କିଛି ମହାନ କଥା…
ଆସନ୍ତୁ ଜାଣିବା ବେଲ ଗଛକୁ ଗୃହର କେଉଁଠି ଏବଂ କିପରି ରହିଲେ ବାସ୍ତୁ ଦୋଷ ଦୂର ହୋଇଥାଏ ।
- ଯଦି ଆପଣଙ୍କ ଘରେ ବେଲଗଛ ନଥାଏ ତେବେ ଯେ କୌଣସି ଦିନ ଯେ କୌଣସି ତିଥିରେ ବେଲଗଛ ଆଣି ଘରେ ଲଗାଇପାରିବେ ଏବଂ ପୂଜା ମଧ୍ୟ କରି ପାରିବେ ।
- ବେଲଗଛ ଉତ୍ତର କିମ୍ବା ଉତ୍ତର-ପୂର୍ବ ଐଶାନ୍ୟ କୋଣରେ ରହିଲେ ଧନ ବା ଅର୍ଥର ଅଭାବ ରୁହେ ନାହିଁ ।
- ଘରର ପୂର୍ବ ଦିଗରେ ବେଲ ଗଛ ରହିଲେ ଗୃହରେ ଶାନ୍ତି ବଜାୟ ରହିଥାଏ ।
- ଘରର ପଶ୍ଚିମ ଦିଗରେ ବେଲ ଗଛ ରହିଲେ ସୁସନ୍ତାନ ପ୍ରାପ୍ତି ହୋଇଥାଏ |
- ଘରର ଦକ୍ଷିଣ ଦିଗରେ ବେଲ ଗଛ ରହିଲେ ଦୁର୍ଘଟଣା ଜନିତ ସମସ୍ଯା ଦୂର ହୋଇଥାଏ |
- ଘରର ଉତ୍ତର ଓ ପଶ୍ଚିମ ଦିଗରେ ବେଲ ଗଛ ଥିଲେ ତାହା ପରିବାରର ସମସ୍ତ ସଦସ୍ୟଙ୍କୁ ଯଶଶ୍ଵି ଏବଂ ତେଜବାନ କରିଥାଏ।
ବେଲଗଛର ବ୍ୟବହାରର କାରଣ
- ଯେଉଁ ଘରେ ଏହି ଗଛ ଲଗାଯାଇଛି ତାହା କାଶୀ ତୀର୍ଥ ସମାନ ପବିତ୍ର ସ୍ୱଚ୍ଛ ପୂଜନୀୟ ସ୍ଥଳ ହୋଇଯାଇଥାଏ। ଏଠାରେ ରହୁଥିବା ଲୋକଙ୍କ ଉପରେ କେବେ ହେଲେ ଚନ୍ଦ୍ରମାର ଖରାପ ଦଶା ଦୃଷ୍ଟି ପଡି ନଥାଏ।
- ବେଲ ଗଛରେ ସାକ୍ଷାତ ଶିବ ଏବଂ ଶକ୍ତିଙ୍କର ବାସ ହୋଇଥାଏ ବେଲ ପତ୍ରର ତ୍ରିଶାଖାରେ ତ୍ରିଦେବ ବାସ କରିଥାନ୍ତି ଏଣୁ ବେଲଗଛ ମୂଳରେ ସବୁଦିନ ଗାଧେଇ ସାରି ପାଣି ଦେଲେ କୋଟିପୁଣ୍ୟ ମିଳିଥାଏ ଏବଂ ଶିବଶଙ୍କର ସହିତ ମାତା ଲକ୍ଷ୍ମୀ ମଧ୍ୟ ପ୍ରସନ୍ନ ହୋଇଥାନ୍ତି ଯାହାଫଳରେ କି ସେହି ମନୁଷ୍ୟ ସମସ୍ତ ପ୍ରାଣୀକୁ ବାସ କରିବା ଶକ୍ତି ଲାଭ କରିଥାଏ ଏବଂ ଚାକିରୀ ତଥା ବ୍ୟବସାୟରେ ସଫଳତା ଲାଭ କରିଥାଏ ।
- ବେଲ ପତ୍ର ଶିବ ତଥା ସମସ୍ତ ଦେବୀ ମାନଙ୍କ ପ୍ରିୟ ପତ୍ର, ଯାହା ଶୁଖିଯାଏ ହେଲେ କେବେ ବାସି ହୁଏ ନାହିଁ । ଏହି ବେଲ ପତ୍ରରେ ଚନ୍ଦନ ର ଲେପ ଲଗାଇ ଶିବ ତଥା ଦେବୀଙ୍କୁ ଅର୍ପଣ କରିବା ଦ୍ୱାରା ମନୁଷ୍ୟ ର ସମସ୍ତ ମନସ୍କାମନା ପୁର୍ଣ୍ଣ ହୋଇଥାଏ ।
- ବେଲଗଛର କାଠିକୁ ଚନ୍ଦନ ପରି ଘୋରି ଶିବ ତଥା ଦେବୀଙ୍କୁ ଟୀକା ଲଗାଇଲେ କୋଟି ପୁଣ୍ୟ ପ୍ରାପ୍ତି ହୋଇଥାଏ ଏବଂ ମଣିଷ ନିଜ ମଥାରେ ଏହି ବେଲକାଠିର ଲେପକୁ ଚନ୍ଦନ ପରି ଟୀକା ଲଗାଇଲେ ସମସ୍ତ ପ୍ରାଣୀକୁ ବଶ କରିଥାଏ, ଏବଂ ନିଜ ଦିବ୍ୟ ଚେତନା ଜାଗ୍ରତ ହୋଇଥାଏ ଏହା ସହିତ ଅଲୌକିକ ଶକ୍ତିର ସ୍ଥିତି ଅନୁଭବ କରିପାରେ ଏବଂ ସମସ୍ତ ସଂସାରରେ ବିଜୟୀ ମଧ୍ୟ ହୋଇଥାଏ ।
- ସୋମବାର ଦିନ କିମ୍ବା ଚତୁର୍ଦ୍ଦଶୀ ଦିନ ବେଲଗଛ ମୂଳ ରେ ଦୀପ ,ଧୂପ, ଭୋଗ ଏବଂ ପଣାକୁ ସମର୍ପଣ କରି ସେହି ବେଲଗଛର ଚେରକୁ ଆଣି ଏକ ଲାଲ ସୂତାରେ ଗୁନ୍ଥି ଶରୀରରେ ଧାରଣ କଲେ ଏହା ବାହାରର ନକରାତ୍ମକ ଶକ୍ତି ତଥା ଦୁଷ୍ଟ ଶକ୍ତିକୁ ପ୍ରବେଶ କରିବାକୁ ଦେଇ ନଥାଏ ।
- ଯେଉଁ ବ୍ୟକ୍ତି ବିବାହ ହୋଇପାରୁ ନଥାଏ ଅବା ସନ୍ତାନ ହେଉନଥାଏ ଏହି ବେଲଗଛର ଚେର ଧାରଣ କରିବା ଦ୍ଵାରା ଏବଂ ସବୁଦିନ ବେଲ ଗଛକୁ ପୂଜା କରିବା ଦ୍ୱାରା ଖୁବ୍ ଶୀଘ୍ର ବିବାହ ହୋଇଥାଏ ଏବଂ ସନ୍ତାନ ହେଉନଥିବା ମନୁଷ୍ୟର ସନ୍ତାନ ପ୍ରାପ୍ତି ମଧ୍ୟ ହୋଇଥାଏ।
- ଯେଉଁ ବ୍ୟକ୍ତି ଶିବ ତଥା ଦେବୀଙ୍କର ଆରାଧନା କରୁଥାନ୍ତି ଏବଂ ସେମାନେ ଯଦି ବେଲଗଛ ମୂଳରେ ବସି ଶିବ ତଥା ଦେବୀଙ୍କର ମନ୍ତ୍ରଜାପ କରନ୍ତି ତେବେ ଖୁବ ଶୀଘ୍ର ତାଙ୍କର ସାଧନା ଓ ସମସ୍ତ ମନସ୍କାମନା ପୁର୍ଣ ହୋଇଥାଏ।
- ସାଧାରଣତଃ ଘରର ଚାରି ପାଖରେ ବଡ ବଡ ଗଛ ରହିବା ଅଶୁଭ ହୋଇଥାଏ ଏବଂ ସେହି ସବୁ ଗଛର ଛାଇ ଘରେ ପଡିବା ଦ୍ଵାରା ବାସ୍ତୁ ଦୋଷ ଉତ୍ପନ୍ନ ହୋଇଥାଏ । ମାତ୍ର ବେଲ ଗଛ ଏପରି ଏକ ଦିବ୍ୟ ଗଛ ଯାହା ଘରର ଚାରି ପାଖରେ ଯେ କୌଣସି ସ୍ଥାନରେ ରହିଲେ ଏହା ଶୁଭ ହୋଇଥାଏ । ଏହି ବେଲ ଗଛର ଛାଇ ଘର ଉପରେ ପଡିଲେ ଘରର ବାସ୍ତୁ ଦୋଷ ଦୂର ହୋଇଥାଏ |
ବନ୍ଧୁଗଣ ବେଲ ପତ୍ରରେ ଅନେକ ଭିଟାମିନ ଏବଂ ପୋଷକତତ୍ତ୍ଵ ଔଷଧୀୟ ଗୁଣ ମଧ୍ୟ ଥାଏ ଏହି ବେଲ ପତ୍ର ପ୍ରତ୍ୟେକ ଦିନ ସେବନ କଲେ ଶରୀରରେ ବଳ ଏବଂ ସୌ ନ୍ଦର୍ଯ୍ୟ ବୃଦ୍ଧି ପାଇଥାଏ ତଥା ଗ୍ୟାସ୍ ଝାଡ଼ା ଜ୍ଵର ଇତ୍ୟାଦି ସମସ୍ତ ରୋଗ ଦୂର ହୋଇଥାଏ।

.jpg)
0 Comments
Do you have any doubts or suggestions? Ask them here in the comments!