ବାଳଗୋପାଳଙ୍କ ସ୍ଥାପନା, ଅଭିଷେକ ଏବଂ ପୂଜା ବିଧି
ଜନ୍ମାଷ୍ଟମୀ ବ୍ରତକୁ ଉଭୟ ପୁରୁଷ ଓ ନାରୀ ନିଷ୍ଟାର ସହ କରିଥାନ୍ତି । ଏହି ପୂଜାକୁ ନିଷ୍ଟାର ସହ କରିବା ଦ୍ଵାରା ଭକ୍ତଙ୍କ ସମସ୍ତ ମନସ୍କାମନା ଭଗବାନ ଶ୍ରୀକୃଷ୍ଣ ପୂରଣ କରିଥାନ୍ତି । ଯେଉଁମାନେ ଜନ୍ମାଷ୍ଟମୀ ବ୍ରତ ରଖିବା ପାଇଁ ଚାହୁଁଛନ୍ତି...
ଏହି ଦିନ ଲୋକମାନେ ଦିନସାରା ଉପବାସ ରଖନ୍ତି ଓ ଭଗବାନ କୃଷ୍ଣଙ୍କ ଆଶୀର୍ବାଦ ପ୍ରାପ୍ତ କରିବା ପାଇଁ ତାଙ୍କର ବିଶେଷ ପୂଜାର୍ଚ୍ଚନା କରନ୍ତି । କେବଳ ବଡ଼ମାନେ ନୁହେଁ, ପିଲା ଓ ବୃଦ୍ଧମାନେ ମଧ୍ୟ ଶ୍ରଦ୍ଧାର ସହ ଏହିଦିନ ଉପବାସ ରଖିଥାନ୍ତି । ଆସନ୍ତୁ ଜାଣିବା କେମିତି ରଖିବେ ଉପବାସ ।
ଉପବାସ ରଖିବା ପୂର୍ବରୁ ଏହି ସବୁ କାମ କରନ୍ତୁ
- ଯେଉଁମାନେ ଜନ୍ମାଷ୍ଟମୀର ଉପବାସ କରିବାକୁ ଚାହୁଁଛନ୍ତି, ସେମାନେ ଜନ୍ମାଷ୍ଟମୀର ପୂର୍ବ ଦିନ କେବଳ ଗୋଟିଏ ବେଳ ଭୋଜନ କରିବା ଉଚିତ ।
- ଜ୍ୟୋତିଷଙ୍କ ଅନୁଯାୟୀ, ଭକ୍ତମାନେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉପବାସ ପୂର୍ବ ରାତିରୁ ହାଲୁକା ଭୋଜନ କରିବା ସହ ବ୍ରହ୍ମଚର୍ଯ୍ୟ ପାଳନ କରିବା ଉଚିତ୍ ।
- ପରଦିନ ଅର୍ଥାତ୍ ଜନ୍ମାଷ୍ଟମୀ ଦିନ ସକାଳୁ ଉଠି ସ୍ନାନ କରି ଭଗବାନଙ୍କୁ ଦର୍ଶନ କରନ୍ତୁ ଓ ଉପବାସର ସଂକଳ୍ପ ନିଅନ୍ତୁ । ଏହି ଉପବାସକୁ ଆପଣ ଅଷ୍ଟମୀ ତିଥି କିମ୍ବା ରୋହିଣୀ ନକ୍ଷତ୍ର ଶେଷ ହେବା ଯାଏ ପାଳନ କରିବେ ।
- ଏଥି ସହିତ ବିଶେଷ କରି ଏହି ପର୍ବରେ କେବଳ କୃଷ୍ଣଙ୍କୁ ନୁହେଁ, ଆପଣ ସୂର୍ଯ୍ୟ, ସୋମ, ଯମ, କାଳ, ସଂଧି, ଭୂତ, ପବନ, ଭୂମି, ଆକାଶ ଓ ବ୍ରହ୍ମା ଆଦିଙ୍କୁ ନମସ୍କାର କରନ୍ତୁ ଏବଂ ପୂର୍ବ କିମ୍ବା ଉତ୍ତର ଆଡକୁ ମୁହଁକରି ବସନ୍ତୁ । ଏହା ପରେ ଭଗବାନ କୃଷ୍ଣଙ୍କ ପୂଜା କରିବା ଆରମ୍ଭ କରନ୍ତୁ ।
ନିଜେ ଏମିତି କରନ୍ତୁ ସ୍ନାନ
- ଜନ୍ମାଷ୍ଟମୀ ଦିନ ସକାଳୁ ଗାଧୋଇବା ସମୟରେ ପାଣିରେ କିଛି କଳାରାଶି ପକାଇ ସ୍ନାନ କରନ୍ତୁ । ଏହି ପାଣିରେ ସ୍ନାନ କଲେ ପାପରୁ ମୁକ୍ତି ମିଳିଥାଏ ।
- ଯେଉଁମାନଙ୍କର ଜାତକରେ ଚନ୍ଦ୍ରମା ଦୁର୍ବଳ ହୋଇଥାଏ ସେମାନେ ଏହି ବ୍ରତ କରି ବିଶେଷ ଲାଭ ପାଇପାରିବେ ।
ରଙ୍ଗୋଲି
ଆପଣ ଘରର ପ୍ରବେଶ ଦ୍ୱାରରେ କିମ୍ବା ମନ୍ଦିର ଚାରିପାଖରେ ରଙ୍ଗୋଲି ତିଆରି କରିପାରିବେ । ରଙ୍ଗୋଲି ଶୁଭ ବୋଲି ବିବେଚନା କରାଯାଏ । ଯେ କୌଣସି ପର୍ବରେ, ରଙ୍ଗୋଲି ତିଆରି କରି ଘରକୁ ସଜାଇବା ସହିତ ଭଗବାନଙ୍କୁ ନିମନ୍ତ୍ରଣ କରାଯାଏ । ତେଣୁ, ଆପଣ ରଙ୍ଗୋଲିକୁ ସୁନ୍ଦର ରଙ୍ଗ ଏବଂ ଚିତ୍ରକଳା ଦ୍ୱାରା ଘରକୁ ସଜାଇ ପାରିବେ ।
ଘରର ମନ୍ଦିରକୁ ଏପରି ସଜାନ୍ତୁ
- ଭଗବାନ ବିଷ୍ଣୁଙ୍କ ଅବତାର ଶ୍ରୀକୃଷ୍ଣଙ୍କ ଜନ୍ମ ପୃଥିବୀ ପାଇଁ ଏକ କମ୍ ନୁହେଁ । ଏପରି ପରିସ୍ଥିତିରେ, ସେମାନଙ୍କୁ ସ୍ୱାଗତ କରିବା ପାଇଁ, ଆପଣ ମହମବତୀ, ଦୀପ କିମ୍ବା ବିଭିନ୍ନ ପ୍ରକାରର ଆଲୋକ ବ୍ୟବହାର କରିପାରିବେ ।
- ମନ୍ଦିର ଚାରିପାଖରେ ବେଲୁନ, ଫୁଲ ହାର ,ତୁଳସୀ ମାଳା ଆଦି ଲଗାଇ ପାରିବେ । ଯେଉଁଠାରେ ଅନ୍ଧକାର ଅଛି, ଆପଣ ଏକ ମହମବତୀ କିମ୍ବା ଦୀପ ଜାଳି ପାରିବେ ।
କିପରି କରିବେ ବାଳକୃଷ୍ଣଙ୍କୁ ସ୍ଥାପନା
- ଜନ୍ମାଷ୍ଟମୀ ଦିନ ଘରେ ବାଳକୃଷ୍ଣଙ୍କୁ ସ୍ଥାପନା କରନ୍ତୁ । ଜନ୍ମାଷ୍ଟମୀ ଦିନ ଭଗବାନ ଶ୍ରୀକୃଷ୍ଣଙ୍କ ବାଲ୍ୟ ରୂପ ଅର୍ଥାତ ଆଣ୍ଠୁଆ ଗୋପାଳଙ୍କୁ ପୂଜା କରାଯାଇଥାଏ ।
- ପ୍ରେମ ଓ ଦାମ୍ପତ୍ୟ ଜୀବନରେ ସୁଖ-ଶାନ୍ତି ପାଇଁ ରାଧାକୃଷ୍ଣଙ୍କ ଯୁଗଳ ମୂର୍ତ୍ତି ସ୍ଥାପନ କରିବା ଉତ୍ତମ ଅଟେ ।
- ସନ୍ତାନ ପ୍ରାପ୍ତି ଓ ସବୁ ମନସ୍କୋମନ ପୂରଣ ନିମନ୍ତେ ବାଳକୃଷ୍ଣଙ୍କ ମୂର୍ତ୍ତି ସ୍ଥାପନ କରନ୍ତୁ ।
- କୁହାଯାଏ କି ଯଦି ସ୍ଵାମୀ-ସ୍ତ୍ରୀ ଦୁଇଜଣ ମିଶି ଶ୍ରୀ କୃଷ୍ଣଙ୍କ ବାଳକ ରୂପକୁ ପୂଜା କରନ୍ତି ତେବେ ତାଙ୍କୁ ପୁତ୍ର ସନ୍ତାନ ପ୍ରାପ୍ତି ହୁଏ ।
- ତେଣୁ ଯେଉଁମାନଙ୍କର ସନ୍ତାନ ନାହିଁ ସେମାନେ ଏହି ଜନ୍ମାଷ୍ଟମୀ ଦିନ ବାଳ-ଗୋପାଳଙ୍କ ନିଶ୍ଚିତ ପୂଜା କରନ୍ତୁ ।
ବିଧାନ
- ସ୍ନାନ କରିବା ପରେ ହଳଦିଆ କିମ୍ବା ନାଲି ରଙ୍ଗର ନୂଆ ବସ୍ତ୍ର ଧାରଣ କରନ୍ତୁ ।
- ଧ୍ୟାନ ରଖିବେ ପୂଜା କରୁଥିବା ବ୍ୟକ୍ତି କଳା ବା ଧଳା ରଙ୍ଗର ବସ୍ତ୍ର ନ ପିନ୍ଧିବା ଉଚିତ୍ ।
- ଶାସ୍ତ୍ରରେ ୧୬ଟି ବିଧି ଦ୍ଵାରା ପୂଜା କରିବାକୁ କୁହାଯାଇଛି ଓ ଏହି ବିଧିରେ ପୂଜା ଅର୍ଚ୍ଚନା କରନ୍ତୁ ।
- ଦିନରେ ଜଳ ବା ଫଳ ଆହାର ଗ୍ରହଣ କରିପାରିବେ ।
ଜନ୍ମାଷ୍ଟମୀ ପୂଜା ବିଧି
ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବ ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି ରାତ୍ରି ୧୨ ଟା ପର୍ଯ୍ୟନ୍ତ ପାଳନ କରାଯାଏ । ଏହି ଦିନ ଭଗବାନ ଶ୍ରୀକୃଷ୍ଣଙ୍କ ପୂଜା ବିଧି ବିଧାନ ଅନୁସାରେ କରିବା ଆବଶ୍ୟକ ।
ଜନ୍ମାଷ୍ଟମୀ ଦିନ ଯଦି ଆପଣ ଘରେ ଭଗବାନ କୃଷ୍ଣଙ୍କର ପୂଜା କରିବାକୁ ଚାହୁଁଛନ୍ତି ତେବେ ଏହିଭଳି ଭାବେ ପୂଜା କରନ୍ତୁ ।ବାଳଗୋପାଳଙ୍କ ସ୍ନାନ ବା ଅଭିଷେକ
- ସକାଳୁ ସ୍ନାନ ସାରିବା ପରେ ଠାକୁର ଘର ସଫାସଫି କରନ୍ତୁ ।
- ସମସ୍ତ ଦେବାଦେବୀଙ୍କ ଜଳାଭିଷେକ କରନ୍ତୁ ।
- ଏହାପରେ ପ୍ରଭୁଙ୍କର ସମସ୍ତ ପୂଜା ସାମଗ୍ରୀରେ ଗଙ୍ଗା ପାଣି ଛିଞ୍ଚି ପୂଜା ପାଇଁ ପ୍ରସ୍ତୁତ ହୋଇବେ ।
- ନାନା ପ୍ରକାରର ସୁଗନ୍ଧିତ ପୁଷ୍ପରେ ଘରକୁ ସଜାନ୍ତୁ । କାହ୍ନାଙ୍କୁ ଝୁଲାଇବା ପାଇଁ ଆଣିଥିବା ଝୁଲାକୁ ଭଲଭାବେ ସଜାଇ ଦିଅନ୍ତୁ ।
- ଶ୍ରୀଗଣେଶଙ୍କୁ ପୂଜା କରିବା ପରେ ବାଲଗୋପାଳଙ୍କୁ ଦକ୍ଷିଣ ମୁହାଁ ହୋଇଥିବା ଶଙ୍ଖରେ ଅଭିଷେକ କରାଯିବା ଉଚିତ |
- ପ୍ରଥମେ ଏକ ବଡ଼ ପାତ୍ରରେ ଏହି ଜିନିଷ ସଂଗ୍ରହ କରି କ୍ଷୀର, ଦହି, ଘିଅ, ମହୁ ଓ ଗୁଡ଼କୁ ମିଶାଇ ପଞ୍ଚାମୃତ ପ୍ରସ୍ତୁତ କରନ୍ତୁ । ପ୍ରଭୁଙ୍କର ଆଣ୍ଠୁଆ ଗୋପାଳ ମୁର୍ତ୍ତିକୁ ପ୍ରଥମେ ପଞ୍ଚାମୃତରେ ମୂର୍ତ୍ତିକୁ ସ୍ନାନ କରାନ୍ତୁ ।
- ଏହାପରେ କ୍ଷୀରରେ କେଶର ମିଶାଇ ବାଲ ଗୋପାଳଙ୍କୁ ଅଭିଷେକ କରନ୍ତୁ |
- ଏହାପରେ ଭଗବାନଙ୍କୁ ଗଙ୍ଗାଜଳ ସହିତ ଶୁଦ୍ଧ ଜଳରେ ସ୍ନାନ କରାନ୍ତୁ ।
ବାଳଗୋପାଳଙ୍କ ସ୍ନାନ ବା ଅଭିଷେକ
- ସକାଳୁ ସ୍ନାନ ସାରିବା ପରେ ଠାକୁର ଘର ସଫାସଫି କରନ୍ତୁ ।
- ସମସ୍ତ ଦେବାଦେବୀଙ୍କ ଜଳାଭିଷେକ କରନ୍ତୁ ।
- ଏହାପରେ ପ୍ରଭୁଙ୍କର ସମସ୍ତ ପୂଜା ସାମଗ୍ରୀରେ ଗଙ୍ଗା ପାଣି ଛିଞ୍ଚି ପୂଜା ପାଇଁ ପ୍ରସ୍ତୁତ ହୋଇବେ ।
- ନାନା ପ୍ରକାରର ସୁଗନ୍ଧିତ ପୁଷ୍ପରେ ଘରକୁ ସଜାନ୍ତୁ । କାହ୍ନାଙ୍କୁ ଝୁଲାଇବା ପାଇଁ ଆଣିଥିବା ଝୁଲାକୁ ଭଲଭାବେ ସଜାଇ ଦିଅନ୍ତୁ ।
- ଶ୍ରୀଗଣେଶଙ୍କୁ ପୂଜା କରିବା ପରେ ବାଲଗୋପାଳଙ୍କୁ ଦକ୍ଷିଣ ମୁହାଁ ହୋଇଥିବା ଶଙ୍ଖରେ ଅଭିଷେକ କରାଯିବା ଉଚିତ |
- ପ୍ରଥମେ ଏକ ବଡ଼ ପାତ୍ରରେ ଏହି ଜିନିଷ ସଂଗ୍ରହ କରି କ୍ଷୀର, ଦହି, ଘିଅ, ମହୁ ଓ ଗୁଡ଼କୁ ମିଶାଇ ପଞ୍ଚାମୃତ ପ୍ରସ୍ତୁତ କରନ୍ତୁ । ପ୍ରଭୁଙ୍କର ଆଣ୍ଠୁଆ ଗୋପାଳ ମୁର୍ତ୍ତିକୁ ପ୍ରଥମେ ପଞ୍ଚାମୃତରେ ମୂର୍ତ୍ତିକୁ ସ୍ନାନ କରାନ୍ତୁ ।
- ଏହାପରେ କ୍ଷୀରରେ କେଶର ମିଶାଇ ବାଲ ଗୋପାଳଙ୍କୁ ଅଭିଷେକ କରନ୍ତୁ |
- ଏହାପରେ ଭଗବାନଙ୍କୁ ଗଙ୍ଗାଜଳ ସହିତ ଶୁଦ୍ଧ ଜଳରେ ସ୍ନାନ କରାନ୍ତୁ ।
ବାଳଗୋପାଳଙ୍କ ଶୃଙ୍ଗାର
ଏବେ କୃଷ୍ଣଙ୍କ ଶୃଙ୍ଗାର ପାଇଁ ନୂତନ ସୁନ୍ଦର ହଳଦିଆ ଉଜ୍ଜଳ ବସ୍ତ୍ର ସୁନ୍ଦର ବଂଶୀ , ମୟୁର ପର , ବେକ ପାଇଁ ବୈଜନ୍ତି ମାଳା , ମୁଣ୍ତ ପାଇଁ ମୁକୁଟ , ହାତ ପାଇଁ ଚୁଡି ଏବଂ ପାଦ ପାଇଁ ପାଉଁଜି ଆବଶ୍ୟକ |
- ପ୍ରଭୁଙ୍କୁ ସୁନ୍ଦର ବସ୍ତ୍ର ପିନ୍ଧାଇ ତାଙ୍କ ଶୃଙ୍ଗାର କରନ୍ତୁ ।
- ହଳଦିଆ ଉଜ୍ଜଳ ପୋଷାକ ପ୍ରଦାନ କରନ୍ତୁ ।
- ଅଳଙ୍କାର ପିନ୍ଧନ୍ତୁ ।
- ସମସ୍ତ ଆଭୁଷଣରେ ସୁଶୋଭିତ କରି କେଶର ଓ ଚନ୍ଦନର ଏବଂ ଅକ୍ଷତ ସହିତ ତିଳକ ଲଗାଇ ଗୋପାଳଙ୍କ ପାଇଁ ଦୋଳି ସଜାଇ ସେଥିରେ ତାଙ୍କୁ ବସାନ୍ତୁ ।
- ଘରେ ଧୂପ, ଦୀପ ଜଳାନ୍ତୁ ।
- ବୈଜୟନ୍ତି ଫୁଲ ଅର୍ପଣ କରିବା ସର୍ବୋତ୍ତମ ଅଟେ ।
- ଏବଂ ଭଗବାନଙ୍କୁ ମୁକୁଟ ପିନ୍ଧାଇ ସେଥିରେ ମୟୂର ଚୁଳ ଲଗାଇ ଦିଅନ୍ତୁ । କାରଣ ଭଗବାନଙ୍କ ମୟୁରଚୁଳ ବହୁତ ପସନ୍ଦ ହୋଇଥାଏ ।
ଭୋଗ
- ଭଗବାନ ଶ୍ରୀକୃଷ୍ଣ ପିଲାବେଳରୁ ହିଁ ଗାଈ-ବାଛୁରୀଙ୍କୁ ଖୁବ ସ୍ନେହ ଆଦର କରିଥାନ୍ତି । ଏଥିସହିତ ଗାଈ କ୍ଷୀରରୁ ପ୍ରସ୍ତୁତ ଲବଣୀ ଖାଇବାକୁ ମଧ୍ୟ ବହୁତ ଭଲପାଇଥାନ୍ତି । ଏଥିପାଇଁ ତାଙ୍କୁ ଲବଣୀ ଚୋର ମଧ୍ୟ କୁହାଯାଇଥାଏ । ତେଣୁ ଜନ୍ମାଷ୍ଟମୀ ଦିନ ଲବଣୀ କିଣି ଭଗବାନ କୃଷ୍ଣଙ୍କୁ ଅର୍ପଣ କରନ୍ତୁ ।
- ଶ୍ରୀ କୃଷ୍ଣଙ୍କ ଜଳ ଅଭିଷେକ କରିବା ପରେ ମାଖନ ଓ ଖିରୀ ଭୋଗ ଲଗାନ୍ତୁ ।
- ମେୱା ଓ ମାଖନ-ମିଶ୍ରୀ ଭୋଗ ଲଗାନ୍ତୁ । ଗୋପାଳଙ୍କୁ ନାନା ମିଠା ଭୋଗ ଦିଅନ୍ତୁ ।
- ବିଭିନ୍ନ ପ୍ରକାର ବ୍ୟଞ୍ଜନ ସହ ପୂର୍ଣ୍ଣ ସାତ୍ତ୍ଵିକ ଭୋଜନ ଏହି ଦିନ କୃଷ୍ଣ ଭଗବାନଙ୍କ ନିକଟରେ ଭୋଗ ଲଗାଯାଏ ।
- ଘରେ ବାଳ ଗୋପାଳଙ୍କୁ ପ୍ରସ୍ତୁତ ଭୋଗକୁ ଅର୍ପଣ କରନ୍ତୁ ।
- କ୍ଷୀର, ମିଠାଇ, ପଞ୍ଚାମୃତ ଇତ୍ୟାଦି ପ୍ରଦାନ କରନ୍ତୁ ।
- ଡାହାଣ ହାତରେ ଭଗବାନ ଶ୍ରୀକୃଷ୍ଣଙ୍କୁ ପୂଜାର ଜିନିଷ ଅର୍ପଣ କରିବେ ।
- ମନେରଖନ୍ତୁ ଯେ ଭୋଗରେ ନିଶ୍ଚିନ୍ତ ତୁଳସୀପତ୍ର ରଖନ୍ତୁ । 'ଶ୍ରୀ କୃଷ୍ଣାୟ ନମଃ' ମନ୍ତ୍ରର ଜପ କରନ୍ତୁ |
ମନ୍ତ୍ର
ଜଳ, ଫଳ, ପୁଷ୍ପ, ଓ କୁଶ ଆଦି ଦ୍ଵାରା ସଂକଲ୍ପ କରନ୍ତୁ -
“ମମଖିଲ ପାପପ୍ରଶମନପୂବକ ସର୍ବାଭୀଷ୍ଟ ସିଦ୍ଧୟେ
ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ବ୍ରତମହଂ କରିଷ୍ୟେ”
ଏହା ପରେ ନିମ୍ନ ଲିଖିତ ମନ୍ତ୍ରରେ ପୁଷ୍ପାଞ୍ଜଳି ଅର୍ପଣ କରନ୍ତୁ ।
“ପ୍ରଣମେ ଦେବ ଜନନୀ ତ୍ୱୟା ଜାତସ୍ତୁ ବାମନ
ସୁପୁତ୍ରାର୍ଘ୍ଯଂ ପ୍ରଦତ୍ତଂ ମେଂ ଗୃହାଣେମଂ ନମୋସ୍ତୁତେ”॥
ଏହା ପରେ ବିଧି ବିଧାନରେ ପୂଜା କରନ୍ତୁ |
- ପୂଜାରେ ଦେବକୀ, ବାସୁଦେବ, ବଳଦେବ, ନନ୍ଦ, ଯଶୋଦା ଏବଂ ଲକ୍ଷ୍ମୀ ଏମାନଙ୍କ ନାମ ନେବା ଉଚିତ |
- ଭଗବାନ କୃଷ୍ଣଙ୍କର ଭଜନ ଗାନ କରନ୍ତୁ ।
- ବର୍ତ୍ତମାନ ବାଳ ଗୋପାଳଙ୍କୁ ଝୁଲାରେ ଝୁଲାନ୍ତୁ ।
- ଭଜନ-କୀର୍ତ୍ତନ କରନ୍ତୁ ।
- ଲୋକମାନେ ମଧ୍ୟ ଜନ୍ମାଷ୍ଟମୀ ବ୍ରତ ବହି ପାଠ କରିଥାନ୍ତି |
ରାତ୍ରରେ ଶ୍ରୀ କୃଷ୍ଣଙ୍କ ପୂଜା
- ଶ୍ରୀକୃଷ୍ଣଙ୍କ ଜନ୍ମ ରାତ୍ର ୧୨ଟା ସମୟରେ ହୋଇଥିଲା । ସେଥିପାଇଁ ମନ୍ଦିରରେ ରାତ୍ର ୧୨ଟା ସମୟରେ ପୂଜା କରାଯାଏ ।
- ସେହି ଜନ୍ମ ସମୟରେ ଶଙ୍ଖ, ଘଣ୍ଟ ବଜାଇ ଭଗବାନଙ୍କ ଜନ୍ମୋତ୍ସବ ପାଳନ କରନ୍ତୁ ।
- ରାତ୍ରି ୧୨ଟା ପର୍ଯ୍ୟନ୍ତ ଭଗବାନଙ୍କର ଭଜନ, କୀର୍ତ୍ତନ ବା ଜପ କରନ୍ତୁ ।
- ରାତି ୧୨ଟା ସମୟରେ ପ୍ରଭୁଙ୍କ ନିକଟରେ ଭୋଗ ଲଗାଇ ଆଳତି କରନ୍ତୁ ।
- ଏହାସହିତ ଭଗବାନଙ୍କ ଭଜନ ଗାନ କରିବା ପରେ ପ୍ରସାଦ ବଣ୍ଟନ କରନ୍ତୁ ।
- ଏହିଦିନ ଲୋକେ ଉପବାସ ରଖିଥାନ୍ତି, ଓ ରାତ୍ରି ୧୨ ଘଟିକାକୁ କୃଷ୍ଣଜନ୍ମ ଉତ୍ସବ ପାଳନ କରିସାରି ଉପବାସ ଭାଙ୍ଗିଥାନ୍ତି ।
- ଏହି ଦିନ ସକାଳୁ ସ୍ନାନ ସାରି ବ୍ରତର ସଂକଳ୍ପ ନେବା ପରେ ଆଗାମୀ ଦିନ ରୋହିଣୀ ନକ୍ଷତ୍ର ଏବଂ ଅଷ୍ଟମୀ ତିଥି ସମାପ୍ତ ହେବା ପରେ ଆପଣ ବ୍ରତ ଖୋଲି ପାରିବେ । ସେହିପରି ଭଗବାନ ଶ୍ରୀକୃଷ୍ଣଙ୍କ ପୂଜା ବି ଅର୍ଦ୍ଧ ରାତ୍ରିରେ କରାଯାଇଥାଏ ।
- ଶେଷରେ ପ୍ରସାଦ ବାଣ୍ଟି ଭଜନ କୀର୍ତ୍ତ ନ କରି ରାତ୍ରି ଜାଗରଣ କରନ୍ତୁ |
ତାପରଦିନ ପୂଜା କରି ବ୍ରତ ଶେଷ କରନ୍ତୁ । ଏହା ବ୍ୟତୀତ ମନ୍ଦିରକୁ ଯାଇ ଦାନ କରିବା ପରେ ବ୍ରତ ସମାପ୍ତ କରାଯାଏ ।
ଜନ୍ମାଷ୍ଟମୀର ପରବର୍ତ୍ତୀ ଦିନ ନନ୍ଦୋତ୍ସବ ପାଳନ କରାଯାଏ । ନନ୍ଦରାଜ ଓ ଯଶୋଦାରାଣୀଙ୍କ ଆନନ୍ଦକୁ ମନେ ପକାଇବାପାଇଁ ଏହି ଦିନ ଲୋକେ ଗାୟନ କୀର୍ତ୍ତନ କରିଥାନ୍ତି ଓ ନିଜର ଉପବାସ ଭାଙ୍ଗି ବଡ଼ି ସକାଳୁ ମିଷ୍ଟାନ୍ନ ଆଦାନ ପ୍ରଦାନ କରିଥାନ୍ତି ଓ ସେବନ କରିଥାନ୍ତି ।


0 Comments
Do you have any doubts or suggestions? Ask them here in the comments!