ବୈଶାଖ ମାସରେ ସୋମବାରର ବିଶେଷ ମହତ୍ଵ ଏବଂ ପୂଜାବିଧି
ହିନ୍ଦୁ ଧର୍ମରେ ବୈଶାଖ ମାସ ଭଗବାନ ବିଷ୍ଣୁଙ୍କର ଅତି ପ୍ରିୟ ହେବା ସହିତ ଭଗବାନ ଶିବଙ୍କୁ ପୂଜା ପାଇଁ ମଧ୍ୟ ଏହି ମାସ ବିଶେଷ ବୋଲି କୁହା ଯାଇଛି । ଏହି ବୈଶାଖ ମାସର ସୋମବାର ଶ୍ରାବଣମାସ ଓ କାର୍ତ୍ତିକ ମାସର ସୋମବାର ଭଳି ବିଶେଷ ମହତ୍ଵ ବୋଲି କୁହାଯାଇଛି । ଏହି ଦିନ ଭଗବାନ ଶିବଙ୍କର ପୂଜା ଅତି ବିଶେଷ ମନାଯାଇଛି । ଏହା ସୋମବାରରେ ହେଉଥିବାରୁ ଏହାକୁ ସୋମ ପ୍ରଦୋଷ ବ୍ରତ କୁହାଯାଏ । ଏହି ଦିନ ପୂର୍ଣ୍ଣ ଶ୍ରଦ୍ଧା ଓ ବିଶ୍ଵାସର ସହିତ କରାଯାଉଥିବା ବ୍ରତ ଉପାସନା ଓ ପୂଜାରେ ଭଗବାନ ଆଶୁତୋଷ ପ୍ରସନ୍ନ ହୋଇ ସବୁ ଭକ୍ତମାନଙ୍କୁ ଆଶୀର୍ବାଦ ପ୍ରଦାନ କରନ୍ତି ।
ବୈଶାଖ ମାସ ସୋମବାରର କିଛି ଉପାୟ
- ଯଦି ଆପଣ ସଫଳତା ପାଇବାକୁ ଚାହୁଁଛନ୍ତି ତେବେ ବୈଶାଖ ମାସରେ ପ୍ରତିଦିନ ଘରେ ଥିବା ପୂଜା ସ୍ଥାନରେ ଛୋଟ ପାରଦ ଶିବଲିଙ୍ଗ ରଖି ପୂଜା କରନ୍ତୁ, ଏହି ପୂଜା ଯେ କୌଣସି ସୋମବାର ଦିନରୁ ହିଁ ଆରମ୍ଭ କରିବେ ।
- ଏହା ବ୍ୟତୀତ ମାନ୍ୟତା ଅନୁସାରେ ବୈଶାଖ ମାସ ସୋମବାର ଠାରୁ ଅରଖ ଫୁଲର ମାଳା ତିଆରି କରି ଶିବଲିଙ୍ଗ ଉପରେ ଚଢାଇଲେ ଆପଣଙ୍କର ସବୁ ମନୋକାମନା ପୂରଣ ହେବ ।
- ବୈଶାଖ ମାସ ସୋମବାରରେ ବେଲ ଗଛକୁ ପୂଜା କରି ଫୁଲ, କୁଙ୍କୁମ, ପ୍ରସାଦ ଆଦି ଚଢାନ୍ତୁ । କୁହାଯାଏ କି ଏହି ପୂଜାରେ ଶୀଘ୍ର ଶୁଭଫଳ ମିଳିଥାଏ । ସେହି ବେଲଗଛ ମୂଳରେ ଦୀପ ଜଳାଇବା ମଧ୍ୟ ମଙ୍ଗଳକାରୀ ହୋଇଥାଏ ।
- ବୈଶାଖ ମାସ ସୋମବାରରେ ଜଳରେ କେସର ମିଶାଇ ଶିବଲିଙ୍ଗ ଉପରେ ଚଢାଇଲେ ବିବାହ ଓ ବୈବାହିକ ଜୀବନର ସବୁ ସମସ୍ୟା ଦୂର ହୋଇଯାଏ ।
- ବୈଶାଖ ମାସ ସୋମବାରରେ ଜଳରେ କ୍ଷୀର ଓ କଳା ରାଶି ମିଶାଇ ଶିବଲିଙ୍ଗ ଉପରେ ଚଢାଇଲେ ଚମତ୍କାର ଉପାୟ ହୋଇଥାଏ ବୋଲି କୁହାଯାଏ ।
ସୋମ ପ୍ରଦୋଷ ପୂଜା ବିଧି
- ବୈଶାଖ ମାସର ସୋମ ପ୍ରଦୋଷ ବ୍ରତ ଦିନ ବ୍ରହ୍ମ ମୂହୁର୍ତ୍ତରେ ସ୍ନାନ ଆଦି ନିତ୍ୟ କର୍ମ ସାରିବା ପରେ ସଫା ବସ୍ତ୍ର ପିନ୍ଧିବେ ।
- ଏହାପରେ ମନ୍ଦିରରେ ବା ଘରେ ପୂଜା ସ୍ଥାନରେ ହାତରେ ଜଳ ଓ ଫୁଲ ନେଇ ସୋମ ପ୍ରଦୋଷ ବ୍ରତ ଓ ପୂଜା କରିବାର ସଂକଳ୍ପ କରନ୍ତୁ ।
- ସଂକଳ୍ପ ନେବା ପରେ ପ୍ରତିଦିନ ପୂଜା କରିବେ ଓ ଭଗବାନ ଶିବଙ୍କର ଆରାଧନା କରିବେ ।
- ଦିନଯାକ ମନ ଭିତରେ ଭଗବାନ ଶିବଙ୍କର ମନ୍ତ୍ର ଜପ କରିବେ ।
- ସନ୍ଧ୍ୟା ସମୟରେ ପ୍ରଦୋଷ ପୂଜା ମୂହୁର୍ତ୍ତରେ ସ୍ନାନ କରି ଶୁଭ ମୂହୁର୍ତ୍ତରେ ପୂଜା ସ୍ଥାନରେ ଭଗବାନ ଶିବଙ୍କର ମୂର୍ତ୍ତି ବା ଫଟୋ ସ୍ଥାପନା କରିବେ ।
- ଏହାପରେ ଭଗବାନ ଶିବଙ୍କର ମୂର୍ତ୍ତି ବା ଫଟୋକୁ ଗଙ୍ଗା ଜଳରେ ଅଭିଷେକ କରିବେ ।
- ଧୂପ, ଦୀପ, ଅକ୍ଷତ, ଫୁଲ, ଦୁଦୁରାଫୁଲ, ଫଳ, ଚନ୍ଦନ, ଗାଈ କ୍ଷୀର, ଭାଙ୍ଗ ଆଦି ଅର୍ପିତ କରିବେ ।
- ଏହା ସହିତ ମୌସୁମୀ ଫଳ ବା ଧଳା ମିଠା ଆଦି ଭୋଗ ଲଗାଇବେ ।
- ଯଦି ଏହି ଭୋଗ ଘରେ ନାହିଁ ତେବେ ରାବିଡି ଓ ମିଶ୍ରି ଭୋଗ ଲଗାଇ ପାରିବେ ।
- ଏହାପରେ ନମଃ ଶିବାୟଃ ଓଁ ନମଃ ଶିବାୟଃ ମନ୍ତ୍ର ଜପ କରିବେ । ପୁଣି ଶିବ ଚାଳିଶା ପାଠ କରିବେ ।
- ଏହାପରେ ଆରତୀ କରିବେ ।
- ଏହାପରେ ଏହି ପ୍ରସାଦ ବାଣ୍ଟି ଦିଅନ୍ତୁ । କିଛି ପ୍ରସାଦ ଓ ଦକ୍ଷିଣା ବ୍ରାହ୍ମଣଙ୍କୁ ଦିଅନ୍ତୁ ।
- ରାତ୍ରି ଜାଗରଣ ପରେ ଚତୁର୍ଦ୍ଦଶୀ ଦିନ ସକାଳୁ ସ୍ନାନ କରିବା ପରେ ଭଗବାନ ଶିବଙ୍କୁ ପୂଜା କରିବେ ।
- ପୁଣି ବ୍ରାହ୍ମଣଙ୍କୁ ଦକ୍ଷିଣା ଦାନ କରିବା ପରେ ପାରଣ କରି ବ୍ରତ ଶେଷ କରିବେ ।

.jpg)
0 Comments
Do you have any doubts or suggestions? Ask them here in the comments!