ଅକ୍ଷୟ ତୃତୀୟା ଦିନ ନିଜ ରାଶି ଅନୁସାରେ କିଣନ୍ତୁ ଜିନିଷ
ମନୁଷ୍ୟ ଜୀବନରେ ବହୁତ ଟେନସନ ଅଛି ସମସ୍ୟା ଅଛି। ମନୁଷ୍ୟଙ୍କୁ ବହୁତ ଗୁଡାଏ ପରିସ୍ଥିତି ଦେଇ ଗତି କରିବାକୁ ପଡିଥାଏ। ପ୍ରତ୍ୟକ ମନୁଷ୍ୟ ନିଜ ଜୀବନରେ ସଫଳତା ପାଇବା ପାଇଁ ବହୁତ ଟଙ୍କା ରୋଜଗାର କରିବା ପାଇଁ ବହୁତ ପରିଶ୍ରମ କରିଥାଏ। ଯାହା ଦ୍ୱାରା ସେ ନିଜର ଏବଂ ନିଜର ପରିବାରର ଆବଶ୍ୟକତାକୁ ପୂରଣ କରି ପାରିବ। ଯେତେବେଳେ ଅଧିକ ପରିଶ୍ରମ କରିବା ପରେ ମଧ୍ୟ ଧନ ଆସିନଥାଏ ତ ସମସ୍ୟା ଆସିଥାଏ ଏବଂ ମାନସିକ ଚିନ୍ତା ଆସିଥାଏ |
ପବିତ୍ର ଅକ୍ଷୟ ତୃତୀୟା। ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ, ପ୍ରତ୍ୟେକ ବର୍ଷ ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟା ତିଥିରେ ଅକ୍ଷୟ ତୃତୀୟା ପର୍ବ ପାଳନ କରାଯାଏ। ଏହା ଅତ୍ୟନ୍ତ ଶୁଭ ଦିନ ହୋଇଥାଏ। ଏହି ଦିନ ଆପଣ କୌଣସି ବି କାର୍ଯ୍ୟ ବିନା ପାଞ୍ଜି ଦେଖି କରିପାରିବେ। ଏହି ଦିନ ସ୍ୱୟଂ ସିଦ୍ଧ ଯୋଗ ସୃଷ୍ଟି ହୋଇଥାଏ। ଅକ୍ଷୟ ତୃତୀୟା ଦିନ ଏମିତି କିଛି ଜିନିଷ ଅଛି ଯାହାକୁ ନିଶ୍ଚୟ କିଣିବା ଉଚିତ। ବହୁତ ସହଜ ଅଟେ ଅଧିକ ଟଙ୍କା ବି ଖର୍ଚ୍ଚ କରିବାକୁ ପଡିବ ନାହିଁ।
ଏହି ପବିତ୍ର ଦିନରେ ଆପଣ ନିଜ ରାଶି ଅନୁସାରେ ଜିନିଷ କିଣାକିଣି କରି ସୁଖ, ସୌଭାଗ୍ୟ ମଧ୍ୟ ପ୍ରାପ୍ତ କରିପାରିବେ। ଆସନ୍ତୁ ଜାଣିବା…ଅକ୍ଷୟ ତୃତୀୟାରେ ରାଶି ଅନୁସାରେ କେଉଁ ଜିନିଷ କିଣିବା ଶୁଭ ହୋଇଥାଏ।
ମେଷ ରାଶି
ମେଷ ରାଶିର ଲୋକ ଏହି ଦିନ ମସୁର ଡାଲି କିଣିବା ଉଚିତ। ଏହା ଦ୍ବାରା ଆପଣଙ୍କ ସୂର୍ଯ୍ୟଙ୍କୁ ବଳ ମିଳିବ। ଜୀବନରେ ଚତୁର୍ପାର୍ଶ୍ଵରେ ଆପଣଙ୍କର ଜୟ ଜୟ କାର ହେବ। ଏହା ପୁଣ୍ୟଫଳ ପ୍ରଦାନ କରିବ।
ବୃଷ ରାଶି
ଏହି ରାଶିର ଇଷ୍ଟ ଦେବୀ ସ୍ୱୟଂ ମା ଲକ୍ଷ୍ମୀ ଅଟନ୍ତି। ଏହି ଦିନ ଆପଣଙ୍କୁ ବାଜରା କିମ୍ବା ଚାଉଳ କିଣିବା ଉଚିତ। ଏମିତି କରିଲେ ଧନର ଦେବୀ ମା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ ହୋଇଥାଏ। ଏହାଦ୍ୱାରା ଆପଣଙ୍କ ଜୀବନ ସୁଖ, ସମୃଦ୍ଧିରେ ପୂରି ଉଠିବ।
ମିଥୁନ ରାଶି
ଏହି ରାଶିର ସ୍ୱାମୀ ହେଉଛନ୍ତି ବୁଧ ଦେବ। ଆପଣଙ୍କୁ ସବୁଜ ମୁଗ କିଣିବା ଉଚିତ। ସେମିତିରେ ଆପଣ ଧନିଆ କିମ୍ବା କପଡା ବି କିଣି ପାରିବେ। ଏଥିପାଇଁ ଏହି ଦିନ ସବୁଜ ମୁଗ ନିଶ୍ଚୟ କିଣିବେ। ଯେଉଁ ଜିନିଷ ବି ଘରକୁ ଆଣିବେ ପର ଦିନ ନିଶ୍ଚୟ ଖାଇନେବେ। ଏହା ଶୁଭଫଳ ପ୍ରଦାନ କରିବ।
କର୍କଟ ରାଶି
ଆପଣଙ୍କ ରାଶିର ସ୍ୱାମୀ ଗ୍ରହ ହେଲେ ଚନ୍ଦ୍ରମା। ଏଥିପାଇଁ ଅକ୍ଷୟ ତୃତୀୟାରେ ଆପଣ ଚାଉଳ କିମ୍ବା କ୍ଷୀର କ୍ରୟ କରିବା ଉଚିତ। କ୍ଷୀର ଚାଉଳରେ ଖିରି ବନେଇ ଖାଇପାରିବେ। ଏହା ଆପଣଙ୍କ ଉନ୍ନତି ପାଇଁ ସର୍ବୋତ୍ତମ ହେବ।
ସିଂହ ରାଶି
ଏହି ରାଶିର ସ୍ୱାମୀ ସ୍ୱୟଂ ସୂର୍ଯ୍ୟଦେବ ଅଟନ୍ତି। ଏହି କାରଣରୁ ସିଂହ ରାଶିର ଲୋକଙ୍କୁ ତମ୍ବା ବାସନ କିମ୍ବା ନାଲି ବସ୍ତ୍ର କିଣିବା ଉଚିତ। ଏହା ବ୍ୟତୀତ ଲାଲ ରଙ୍ଗର ଫଳ କିଣି ପାରିବେ। ଏହା ଉନ୍ନତିରେ ସହାୟକ ହେବ। ଏହା ଦ୍ବାରା ଆପଣଙ୍କ ସୂର୍ଯ୍ୟଦେବଙ୍କୁ ବଳ ମିଳିବ ଏବଂ ଜୀବନରେ ଖୁସି।
କନ୍ୟା ରାଶି
ଅକ୍ଷୟ ତୃତୀୟା ଦିନ କନ୍ୟା ରାଶିର ଲୋକେ ମୁଗଡାଲି କିଣିବା ଅତ୍ୟନ୍ତ ଶୁଭ ହେବ। ଏହାଦ୍ୱାରା ଅକ୍ଷୟ ପୁଣ୍ୟ ପ୍ରାପ୍ତ ହେବ। ଏମିତି କରିବା ଦ୍ୱାରା ଜୀବନରେ ସୁଖ ଶାନ୍ତି ବନି ରହିଥାଏ।
ତୁଳା ରାଶି
ଏହି ରାଶିର ସ୍ୱାମୀ ସ୍ଵୟଂ ଶୁକ୍ର ଅଟନ୍ତି। ଆପଣ ଚିନି ଏବଂ ଚାଉଳ ଅକ୍ଷୟା ତୃତୀୟା ଦିନ ନିଶ୍ଚୟ କିଣନ୍ତୁ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ଜିନିଷକୁ କିଣିଲେ ଆପଣଙ୍କ ଜୀବନରେ ଖୁସି ଆସିବ ଧନର ବୃଦ୍ଧି ହେବ। ଏହା ଆପଣଙ୍କୁ ସୁଖମୟ ଜୀବନ ପ୍ରଦାନ କରିବ।
ବିଛା ରାଶି
ଏହି ରାଶିର ଜାତକଙ୍କୁ ଗୁଡ଼ କିମ୍ବା ପାଣି କିଣିବା ଉଚିତ। ଏହା ଆପଣଙ୍କ ପାଇଁ ବହୁତ ଶୁଭ ରହିଥାଏ। ଗୁଡିକୁ ଭୋଗ ଲଗାଇ ପ୍ରସାଦ ଭାବେ ସେବନ କରନ୍ତୁ। ଏହାଦ୍ୱାରା ପୁଣ୍ୟ ବଢ଼ିବ।
ଧନୁ ରାଶି
ଏହି ରାଶିର ସ୍ୱାମୀ ସ୍ଵୟଂ ଦେବଗୁରୁ ବୃହସ୍ପତି ଅଟନ୍ତି। ଆପଣଙ୍କୁ କଦଳୀ କିମ୍ବା ହଳଦିଆ ଚାଉଳ କିଣିବା ଉଚିତ। ଏହା ଦ୍ବାରା ପୁରା ବର୍ଷ ସାରା ଖୁସିର ବର୍ଷା ହେବ। ଜୀବନରେ କୌଣସି କଷ୍ଟ ଆସିବ ନାହିଁ। ସନ୍ତାନ ସୁଖ ମିଳିବ। ଏହାଦ୍ୱାରା ପୁଣ୍ୟଫଳ ବୃଦ୍ଧି ହେବ।
ମକର ରାଶି
ମକର ରାଶିର ସ୍ୱାମୀ ଗ୍ରହ ହେଲେ ଶନି। ଅକ୍ଷୟ ତୃତୀୟା ଦିନ ଏହି ରାଶିର ଲୋକେ କଳା ବିରି ଡାଲି କିଣିବା ଉଚିତ ନଚେତ ଚାହିଁଲେ ଦହି ମଧ୍ୟ କିଣି ପାରିବେ। ଏହା ଦ୍ବାରା ଆପଣଙ୍କୁ ଦୁଇ ଗୁଣା ଲାଭ ମିଳିବ।
କୁମ୍ଭ ରାଶି
ଏହି ରାଶିର ସ୍ୱାମୀ ମଧ୍ୟ ହେଉଛନ୍ତି ଶନିଦେବ। ଅକ୍ଷୟ ତୃତୀୟାରେ କୁମ୍ଭ ରାଶିର ଲୋକେ କଳା ରାଶି କିମ୍ବା ବସ୍ତ୍ର କ୍ରୟ କରିବା ଉଚିତ। କିନ୍ତୁ କଳା ତିଳ କିଣି ଆଣନ୍ତୁ ଏବଂ ପୂଜାରେ ବ୍ୟବହାର କରନ୍ତୁ। ଆପଣଙ୍କ ଜୀବନରେ ଖୁସି ଆସିବ।
ମୀନ ରାଶି
ମୀନ ରାଶିର ସ୍ୱାମୀ ହେଲେ ଦେବଗୁରୁ ବୃହସ୍ପତି। ଏମାନେ ଚଣା ଡାଲି କିମ୍ବା ହଳଦୀ କିଣିବା ଉଚିତ। ଏହାଦ୍ୱାରା ଭାଗ୍ୟ ଉଦୟ ହୋଇଥାଏ। ଏହି ଜିନିଷ କିଣିଲେ ଜୀବନରେ ଖୁସି ମିଳିଥାଏ ଏବଂ ପୁଣ୍ୟ ପ୍ରାପ୍ତି ହୋଇଥାଏ।

.jpg)
0 Comments
Do you have any doubts or suggestions? Ask them here in the comments!