କେମିତି ଦୂର ହେବ ବିଭିନ୍ନ ପ୍ରକାର ମାଙ୍ଗଳିକ ଦୋଷ

କେମିତି ଦୂର ହେବ ବିଭିନ୍ନ ପ୍ରକାର ମାଙ୍ଗଳିକ ଦୋଷ

କୁଣ୍ଡଳୀରେ ମଙ୍ଗଳ ଦୋଷ ଥିଲେ ଲୋକେ ଭୟଭୀତ ହୋଇଯାନ୍ତି। ମାଙ୍ଗଳିକ ଦୋଷ ସହ ଜଡିତ କିଛି ପୌରାଣିକ ତଥ୍ୟ ରହିଛି। 

ମାଙ୍ଗଳିକ ଦୋଷ ସହ ଜଡିତ କିଛି ପୌରାଣିକ ତଥ୍ୟ

  1. ସବୁଠାରୁ ପ୍ରଥମ ଓ ସାଧାରଣ ତଥ୍ୟ ହେଲା, ଯଦି ମାଙ୍ଗଳିକ ଓ ଅମାଙ୍ଗଳିକ ଜାତକ ଜାତିକାର ବିବାହ କରାଯାଏ ତାହେଲେ ସେମାନଙ୍କ ବିବାହ ନିଶ୍ଚୟ ଭାଙ୍ଗିଯାଏ। କିନ୍ତୁ ସବୁ କ୍ଷେତ୍ରରେ ଏହା ସତ୍ୟ ନୁହେଁ। ବୈବାହିକ ଜୀବନରେ ସମସ୍ୟା ଆସିପାରେ କିନ୍ତୁ କେବଳ ସେହି କାରଣରୁ ବିବାହ ଭାଙ୍ଗିଯିବା ସତ୍ୟ ନୁହେଁ।
  2. ଦ୍ୱିତୀୟ ବିଶ୍ୱାସ ହେଲା, ଯେଉଁମାନଙ୍କ କୁଣ୍ଡଳୀରେ ମାଙ୍ଗଳିକ ଦୋଷ ଥାଏ ପ୍ରଥମେ ତାଙ୍କ ବିବାହ ବରଗଛ ସହ କରିବା ଉଚିତ, କିନ୍ତୁ ଏହା ଠିକ ନୁହେଁ।
  3. ତୃତୀୟରେ, ମଙ୍ଗଳ ସହ ଗୁରୁ କିମ୍ବା ଶନି ଏକତ୍ରିତ ହେଲେ ମଙ୍ଗଳ ଦୋଷ କଟିଯାଇଥାଏ, କିନ୍ତୁ ଏମିତି ହୋଇନଥାଏ। ମଙ୍ଗଳ ଦୋଷକୁ କେବେ ଶେଷ କରିହେବ ନାହିଁ ବୋଲି ବିଶ୍ୱାସ ରହିଛି। କିନ୍ତୁ ଜ୍ୟୋତିଷ ଉପାୟରେ ଏହାର ପ୍ରଭାବ କିଛି ମାତ୍ରାରେ କମ କରାଯାଇ ପାରିବ।
  4. ଚତୁର୍ଥରେ, ବିଶ୍ୱାସ ରହିଛି ଯେ ୨୭ ବର୍ଷ ବୟସ ପରେ ମଙ୍ଗଳ ଦୋଷ ଆପେ ଆପେ ସମାପ୍ତ ହୋଇଯାଏ। କିନ୍ତୁ ଏହା ସମ୍ପୂର୍ଣ୍ଣ ମିଥ୍ୟା।

କେମିତି ଦୂର ହେବ ବିଭିନ୍ନ ପ୍ରକାର ମଙ୍ଗଳ ଦୋଷ

1. ସ୍ୱଭାବ ଖରାପ ହେଉଥିଲେ

ମଙ୍ଗଳ ଦୋଷରୁ ସ୍ୱଭାବ ଖରାପ ହେଉଥିଲେ ପ୍ରତିଦିନ ସକାଳେ ଜଳରେ ଲାଲ ଫୁଲ ଭରି ଶିବଙ୍କୁ ଅର୍ପଣ କରନ୍ତୁ। ଏହାସହ ଲାଲ ଆସନରେ ବସି ‘ଓଁ ନମଃ ଭଗବତେ ରୁଦ୍ରାୟ’ ମନ୍ତ୍ର ୧୫ ଦିନ ଜପ କରନ୍ତୁ।

2. ଆତ୍ମବିଶ୍ୱାସ ଓ ସାହସ କମି ଯାଇଥାଏ

ଏପରି ସ୍ଥିତିରେ ପ୍ରତିଦିନ ଲାଲ କପଡା ପିନ୍ଧି ଶିବଙ୍କ ଆଗରେ ବସି ‘ଶିବ ତାଣ୍ଡବ’ ପାଠ କରନ୍ତୁ। ଯଦି ନୃତ୍ୟ ସହ ଶିବ ତାଣ୍ଡବ ପାଠ କରି ପାରିବେ ଏହା ଅଧିକ ଫଳବ୍ରତ ହେବ।

3. ଜମିଜମା ଓ ସମ୍ପତ୍ତି ବିବାଦ ଦେଖା ଦେଇଥାଏ

ଏହାର ସମାଧାନ ପାଇଁ ପ୍ରତି ମଙ୍ଗଳବାର ମନ୍ଦିର ଯାଇ ଗୁଡ ମିଶା ଜଳ ଶିବଲିଙ୍ଗ ଉପରେ ଅର୍ପଣ କରନ୍ତୁ। ଏହାପରେ ସମ୍ପତ୍ତି ପ୍ରାପ୍ତି ପାଇଁ ବରଦାନ ମାଗନ୍ତୁ। ଏମିତି ୯ ମଙ୍ଗଳବାର କରିବା ପରେ ସମସ୍ୟା ଦୂର ହୋଇଯାଇଥାଏ।

4. ଜେଲ ଯିବା ଭଳି ପରିସ୍ଥିତିରେ ପଡିଯିବେ

ମଙ୍ଗଳକୁ ବିବାଦ ବଢାଇବାର ଗ୍ରହ କୁହାଯାଇଥାଏ। ଏହା ଏପରି ସ୍ଥିତି ଆଣେ ଯେ ଆପଣ ଜେଲ ଯିବା ଭଳି ପରିସ୍ଥିତିରେ ପଡିଯିବେ। ଯଦି କେବେ ଏପରି ସ୍ଥିତି ଉପୁଜେ ତେବେ ପ୍ରତିଦିନ ରାତିରେ ଗାଧୋଇ କି ଧଳା କପଡା ପନ୍ଧି ଜହ୍ନ ଆଲୁଅରେ ବସି ‘ରୁଦ୍ରାଷ୍ଟକ’ ପାଠ କରନ୍ତୁ। ଏହାସହ ଶିବ-ଶିବ ମଧ୍ୟ ଜପ କଲେ ସମସ୍ୟା ଦୂର ହୋଇଥାଏ।

5. ବୈବାହିକ ଜୀବନରେ ସମସ୍ୟା ଉପୁଜିଲେ 

  1. ବୈବାହିକ ଜୀବନରେ ସମସ୍ୟା ଉପୁଜିଲେଜାଣିବେ କୁଣ୍ଡଳୀରେ ମଙ୍ଗଳ ରହିଛି। ପ୍ରତିଦିନ ସକାଳେ ଶିବଙ୍କୁ ଧଳା ଓ ପାର୍ବତୀଙ୍କୁ ହଳଦିଆ ରଙ୍ଗର ଫୁଲ ଅର୍ପଣ କରନ୍ତୁ। ଶିବ-ପାର୍ବତୀଙ୍କ ଆଗରେ ଘିଅର ଦୀପ ଜାଳି ‘ଓଁ ଉମାମହେଶ୍ୱରାଭ୍ୟାମ୍‌ ନମ୍‌’ ଜପ କରନ୍ତୁ। ଏହାସହ ତିନିମୁଖି ରୁଦ୍ରାକ୍ଷ ଗଳାରେ ଧାରଣ କରନ୍ତୁ।
  2. ଏଥିସହିତ , ଯେଉଁ ବ୍ୟକ୍ତିଙ୍କ କୁଣ୍ଡଳୀରେ ମଙ୍ଗଳ ଦୋଷ ରହିଥାଏ , ତାଙ୍କୁ ବିଦ୍ୱାନ ମାନେ ମୁଣ୍ଡ ପାଖରେ ରୂପାର ବାସନରେ ପାଣି ରଖି ଶୋଇବାକୁ ପରାମର୍ଶ ଦେଇଥାନ୍ତି। ଏଭଳି କରିବା ଦ୍ୱାରା ସେମାନଙ୍କ ମଧ୍ୟରେ ମତଭେଦ ଦୂର ହୋଇଥାଏ ବୋଲି ବିଶ୍ୱାସ କରାଯାଏ।
  3. ଏହାବ୍ୟତୀତ ଅନେକଥର ମାଙ୍ଗଳିକ ବ୍ୟକ୍ତିଙ୍କ ବିବାହ ସ୍ଥିର ହେବା ଦ୍ୱାରା ପ୍ରଥମ ତାଙ୍କ ବିବାହ ମାଠିଆ , ଗଛ କିମ୍ବା ମୂର୍ତ୍ତି ସହ କରାଯାଏ। ଏଭଳି କରିବା ଦ୍ୱାରା ଦମ୍ପତ୍ତିଙ୍କ ଉପରେ ମାଙ୍ଗଳିକ ଦୋଷର କୌଣସି ପ୍ରଭାବ ପଡେ ନାହିଁ ବୋଲି ବିଶ୍ଵାସ କରାଯାଏ।

6. ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇଥାଏ

ମଙ୍ଗଳ ଦୋଷ ଯୋଗୁଁ ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇଥାଏ। ଏପରିସ୍ଥିତିରେ ପ୍ରତିଦିନ ଶିବଙ୍କୁ ତମ୍ବା ଲୋଟାରେ ଜଳ ଅର୍ପଣ କରନ୍ତୁ। ଜଳ ଅର୍ପଣ କରିବା ପରେ ‘ଓଁ ହୌଂ ଜୁଂ ସ’ ମନ୍ତ୍ର ଜପ କରନ୍ତୁ। କିଛି ଜଳ ଲୋଟାରେ ରଖି ଏହାକୁ ପ୍ରସାଦ ଭାବେ ଗ୍ରହଣ କରନ୍ତୁ।

7. ଧାରକରଜ କରି କରି ହତାସ ହୋଇଯାଉଥିଲେ

ଧାରକରଜ କରି କରି ହତାସ ହୋଇଯାଉଛନ୍ତି ଓ ଯଥା ସମ୍ଭବ ଚେଷ୍ଟା କରି ସୁଝି ପାରୁନାହାନ୍ତି। ତେବେ ପ୍ରତିଦିନ ସକାଳେ ଶିବଙ୍କ ପାଖରେ ଲାଲ ଫୁଲ ଅର୍ପଣ କରନ୍ତୁ। ଏହାସହ ‘ଓଁ ତ୍ରୁଣମୁକ୍ତେଶ୍ୱରାୟ ନମ୍‌’ ମନ୍ତ୍ର ୧୦୮ ଥର ଜପ କରନ୍ତୁ।

Post a Comment

0 Comments