ସ୍ତ୍ରୀମାନେ କାହିଁକି ସ୍ୱାମୀଙ୍କଠାରୁ ସାନ ହେବା ଦରକାର ?

ସ୍ତ୍ରୀମାନେ କାହିଁକି ସ୍ୱାମୀଙ୍କଠାରୁ ସାନ ହେବା ଦରକାର ?

ଆଜିକା ସମୟରେ ବହୁତ ଏମିତି ପୁରୁଣା ମାନ୍ୟତା ଥିଲା ଯାହା ବଦଳିଯାଇଛି ଓ ଭଗବାନ ବିଷ୍ଣୁ ମଧ୍ୟ ଗରୁଡ ପୁରାଣରେ କହିଛନ୍ତି ମଣିଷକୁ ସମୟ ସହ ଚାଲିବା ଉଚିତ ଆଗୁଆ ବା ପଛୁଆ ଚାଲିଲେ ମଣିଷକୁ କଷ୍ଟର ସାମ୍ନା କରିବାକୁ ପଡିଥାଏ । ତେବେ କିଛି ମାନ୍ୟତା ବଦଳି ଯାଇଛି କିନ୍ତୁ କିଛି ମାନ୍ୟତା ଏବେ ବି ଲୋକଙ୍କ ମଧ୍ୟରେ ଅଛି ଯାହା ଗୋଟେ ପ୍ରକାର ଭଲ ମଧ୍ୟ । 

ଆପଣ ମାନେ ଲକ୍ଷ୍ୟ କରିଥିବେ ଯେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ବୟସର ବ୍ୟବଧାନ ରହିଥାଏ । ବେଳେବେଳେ ସେମାନଙ୍କ ମଧ୍ୟରେ ଅନେକ ବର୍ଷର ପାର୍ଥକ୍ୟ ମଧ୍ୟ ରହିଥାଏ ଏବଂ ବୟଷ୍କ ବ୍ୟକ୍ତିମାନେ କୁହନ୍ତି ଯେ ସ୍ୱାମୀ ସର୍ବଦା ନିଜ ପତ୍ନୀଙ୍କ ଠାରୁ ବୟସରେ ବଡ ହେବା ଉଚିତ । ତେବେ ଯେବେ ବି ପୁଅ ପାଇଁ ଝିଅ ଖୋଜାଯାଏ ସବୁବେଳେ ପୁଅ ଠାରୁ ୫ରୁ ୬ ବର୍ଷ ସାନ ଝିଅ ଖୋଜା ହୋଇଥାଏ । କିନ୍ତୁ ଏହା ପଛରେ ଥିବା କାରଣ କେହି ଜାଣି ନାହାଁନ୍ତି । ତେବେ ଆଜି ଆମେ ଆପଣଙ୍କୁ ଜଣାଇବୁ ଯେ ସ୍ତ୍ରୀର ବୟସ ସ୍ବାମୀର ବୟସ ଠାରୁ କଣ କମ୍ ହେବା ଦରକାର ।

ସ୍ୱାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ବୟସର ପାର୍ଥକ୍ୟ ଗୁରୁତ୍ୱପୂର୍ଣ୍ଣ ଅଟେ

ହରମୋନର ପରିବର୍ତ୍ତନ ହେତୁ

ପ୍ରାୟତଃ ଝିଅମାନେ ପାଞ୍ଚ ରୁ ଛଅ ବର୍ଷ କମ୍ ବୟସରେ ପୁଅ ମାନଙ୍କ ଠାରୁ ସାନ ଦେଖାଯାଆନ୍ତି । ଯଦିଓ ଲୋକମାନେ ଏହାକୁ ବୁଝନ୍ତି ନାହଁ କିନ୍ତୁ ଏହା ପଛରେ କିଛି ମୁଖ୍ୟା କାରଣ ରହିଥାଏ । ସମୟ ସହିତ ମହିଳା ମାନଙ୍କ ଠାରେ ଘଟୁଥିବା ହରମୋନର ପରିବର୍ତ୍ତନ ହେତୁ ପୁରୁଷଙ୍କ ଅପେକ୍ଷା ଶିଘ୍ର ବାର୍ଦ୍ଧକ୍ୟ ହେବାକୁ ଲାଗିଥାଏ । ପରିବାରର ଲୋକମାନେ ନିଜ ସ୍ୱାମୀ ଠାରୁ ଅଧିକ ବୟଷ୍କ ନଲାଗିବା ପାଇଁ ପୁଅ ଠାରୁ ଝିଅର ବୟସ କମ୍ ରଖାଯାଇ ବାହାଘର କରାଯାଇଥାଏ ।

ଭୟଙ୍କ ବୟସ ସମାନ ହୁଏ

ବିଶ୍ୱାସ କରାଯାଏ ଯେ ଝିଅମାନେ ପୁଅ ମାନଙ୍କ ଅପେକ୍ଷା ସବୁ ପରିସ୍ଥିତିରେ ଅଧିକ ପରିପକ୍ବ ଅଟନ୍ତି । ଯଦି ଉଭୟଙ୍କ ବୟସ ସମାନ ହୁଏ, ତେବେ ସେମାନେ କେବେ ବି ସେମାନଙ୍କର ଚିନ୍ତାଧାରା ସମାନ ପାଇବେ ନାହିଁ ।  ଯଦି ଉଭୟଙ୍କ ବୟସ ସମାନ ତେବେ ଉଭୟଙ୍କର ସମାନ ଅଭିଜ୍ଞତା ରହିବ , ଯାହାକି ଉଭୟଙ୍କ ଜୀବନରେ ଅନେକ ଅସୁବିଧାର ସମ୍ମୁ  ଖୀନ ହେବାକୁ ପଡିବ । ସେଥିପାଇଁ ଆଜିର ବିବାହ ପରେ ସେମାନଙ୍କ ମଧ୍ୟରେ ଝଗଡା ହେବାର ସମ୍ଭାବନା ମଧ୍ୟ ବଢିଯାଏ ।ତେବେ ସମାନ ବୟସର ହୋଇଲେ କୌଣସି କଥା ବଢି ବଢି ବହୁତ ଆଗକୁ ବଢି ଯାଇଥାଏ ଓ ଦୁହିଙ୍କ ମଧ୍ୟରୁ କେହି ଏହାକୁ ସମାପ୍ତ କରିବା ରାଜି ହୁଅନ୍ତି ନାହିଁ ।

ଯଦି ଦୁହିଙ୍କ ସମାନ ବୟସ ରହିବ ତେବେ ଝିଅ ପୁଅ ଠାରୁ ଅଧିକ ଭଲ ବୋଲି ନିଜକୁ ମନେ କରିବ ଯାହା ପରେ ଅହଂକାର ଭାବନା ଓ ବହୁତ କିଛି ତାଙ୍କ ସମ୍ପର୍କ ନଷ୍ଟ କରି ପାରେ ।

ପୁଅ ଝିଅ ଠାରୁ ୫ରୁ ୬ ବର୍ଷ ବଡ ହେଲେ

ତେବେ ଆଗ କାଳ ଲୋକଙ୍କ କହିବା ଅନୁଯାଇ ପୁଅ ଝିଅ ଠାରୁ ୫ରୁ ୬ ବର୍ଷ ବଡ ହେଲେ ସମ୍ପର୍କ ବହୁତ ଭଲରେ ଚାଲିଥାଏ । ଆପଣଙ୍କୁ ଏହା ଜାଣି ଆଶ୍ଚର୍ଯ୍ୟ ଲାଗିବ ଯେ ଅଧ୍ୟୟନରେ ମଧ୍ୟ ଏହା ସ୍ପଷ୍ଟ ହୋଇଛି ଯେ ପୁଅ ବଡ ଓ ଝିଅ ସାନ ହେଲେ ତାଙ୍କ ସମ୍ପର୍କ ବହୁତ ଭଲ ହୋଇଥାଏ କୌଣସି ସମସ୍ୟା ଆସିଲେ ଦୁହେଁ ଏକାଠି ଏହାକୁ ସମାଧାନ କରିଥାନ୍ତି ।

ଏହା ଛଡା ଶାରୀରିକ ରୂପରେ ମଧ୍ୟ ଝିଅ ମାନେ ବହୁତ ଶୀଘ୍ର ବଡ ଦେଖା ଦିଅନ୍ତି ଯାହା ଫଳ ସ୍ୱରୂପ ଯଦି ସମାନ ବୟସ ପୁଅ ସହ ବିବାହ ହୁଏ ତେବେ ପୁଅ ଝିଅ ଠାରୁ ସାନ ଦେଖା ଜୀବ କିନ୍ତୁ ଯଦି ଝିଅ ବୟସ ପୁଅ ଠାରୁ ସାନ ହୁଏ ତେବେ ଦୁହିଙ୍କ ଯୋଡି ବହୁତ ସୁନ୍ଦର ଦେଖା ଜୀବ କେହି କାହା ଠାରୁ ବଡ ବା ସାନ ଦେଖା ଯିବେ ନାହିଁ ।

ତେବେ ଝିଅ ମାନେ ବହୁତ କମ ବୟସରୁ ବହୁତ ବୁଝିବାର ହୋଇଥାନ୍ତି ଯାହା ଦ୍ଵାରା ସେ ଅନ୍ୟ ଘରେ ବହୁତ ଭଲରେ ଚଳି ଯାଇଥାନ୍ତି ଓ ନିଜ ସମ୍ପର୍କ ଗୁଡିକ ସମ୍ଭାଳି ରଖିଥାନ୍ତି । 

ପୁଅ ମାନଙ୍କ ଅପେକ୍ଷା ଝିଅ ମାନେ ଅଧିକ ଭାବ ପ୍ରବଣ ସେଥିପାଇଁ ବାପ ମା ସର୍ବଦା ନିଜ ଝିଅର ଭାବ ପ୍ରବଣତାକୁ ଭଲ ଭାବରେ ବୁଝି ପାରୁଥିବା ପୁଅ ଖୋଜି ଥାଆନ୍ତି ।

Post a Comment

0 Comments