ସ୍ପିଡ୍ ୱାକ୍ ବା (ଦ୍ରୁତ ଗତିରେ ଚାଲିବା) ମହିଳାଙ୍କ ହାର୍ଟ ପାଇଁ ଭଲ
ସ୍ପିଡ୍ ୱାକ୍ ବା (ଦ୍ରୁତ ଗତିରେ ଚାଲିବା) ମହିଳାଙ୍କ ହାର୍ଟ ପାଇଁ ଭଲ
ଚାଲିବାରେ ଲାଭ
- ଚାଲିବା ଦ୍ବାରା ପାଦ ଓ ଅଣ୍ଟାର ଉତ୍ତମ ବ୍ୟାୟାମ ହୋଇଥାଏ। ଦୈନିକ ୩୦ ମିନିଟ୍ ଚାଲୁଥିବା ବ୍ୟକ୍ତିଙ୍କ ଶରୀରରୁ ୨୦୦ କ୍ୟାଲୋରୀ କମ୍ ହୁଏ |
- ପରୀକ୍ଷାରୁ ପ୍ରକାଶିତ ଯେ ଦୈନିକ ୧୦ ମିନିଟ୍ ଚାଲୁଥିବା ବ୍ୟକ୍ତିଙ୍କର ମଧୁମେହ ରୋଗ ନିୟନ୍ତ୍ରିତ ହୋଇଥାଏ। ଏହା ସହ ସାଧାରଣ ବ୍ୟକ୍ତିଙ୍କ ପାଇଁ ମଧ୍ଯ ଏ ପ୍ରକ୍ରିୟା ଉତ୍ତମ ।
- ଖାଦ୍ୟ ଖାଇବା ପରେ ୩୦ ମିନିଟ୍ ଚାଲିଲେ ଶରୀରରେ ରକ୍ତ ସଞ୍ଚାଳନ ଉତ୍ତମ ହୁଏ ବୋଲି ଗବେଷକଙ୍କ ମତ ।
- ଏପରିକି ଉଚ୍ଚରକ୍ତଚାପ ରୋଗୀଙ୍କ ପାଇଁ ଏହା ଏକ ଉତ୍ତମ ବ୍ୟାୟାମ |
- ନିୟମିତ ଚାଲୁଥିବା ବ୍ୟକ୍ତି ହୃଦ୍ ସଞ୍ଚାଳନ ଭଲ ହେଉଥିବାର ଏକ ଗବେଷଣାରୁ ପ୍ରକାଶିତ ।
- ବୟସ୍କ ଲୋକେ ଦୈନିକ ଭ୍ରମଣ କଲେ ସେମାନଙ୍କ ସ୍ମୃତି ଶକ୍ତି ଦୁର୍ବଳ ହୋଇନଥାଏ ।
- ଯୁବଗୋଷ୍ଠୀ ପ୍ରତ୍ୟହ ୩୦ ରୁ ୪୦ ମିନିଟ୍ ଚାଲିଲେ ହଜମ ପ୍ରକିୟା ଉତ୍ତମ ହେଉଥିବାର ପ୍ରକାଶିତ ।
- ଅବସାଦଗ୍ରସ୍ତ ରୋଗୀଙ୍କ ନିମନ୍ତେ ଚାଲିବା ଏକ ପ୍ରକାର ମହୌଷଧି ବୋଲି ଗବେଷଣାରୁ ଜଣାପଡ଼ିଛି |
- ବୟସ ବଢ଼ିବା ସହ ହାଡ଼ ଦୁର୍ବଳ ହୋଇଥାଏ | ତେଣୁ ନିୟମିତ ଭାବରେ ଚାଲିଲେ ହାଡ଼ଗଣ୍ଠି ସମସ୍ୟାରୁ ମୁକ୍ତି ମିଳେ |
ସ୍ପିଡ୍ ୱାକ୍ ମହିଳାଙ୍କ ହାର୍ଟ ପାଇଁ ଭଲ
ଚାଲିବା ସ୍ୱାସ୍ଥ୍ୟ ପାଇଁ ଭଲ ବୋଲି ସମସ୍ତେ ଜାଣିଥାନ୍ତି, ହେଲେ ଦ୍ରୁତଗତିରେ ଚାଲିବା ହୃଦୟ ପାଇଁ ଭଲ ଏକଥା କମ୍ ଲୋକ ଜାଣିଥିବେ । ଧୀରେ ଧୀରେ ଚାଲୁଥିବା ମହିଳାଙ୍କ ତୁଳନାରେ ଦ୍ରୁତଗତିରେ ଚାଲୁଥିବା ମହିଳାଙ୍କ ହୃଦଘାତର ଆଶଙ୍କା ୩୪ ପ୍ରତିଶତ କମ୍ ହୋଇଥାଏ । ରିସର୍ଚ୍ଚ ସମୟରେ ବୈଜ୍ଞାନିକମାନେ ୫୦ରୁ ୭୯ ବର୍ଷ ବୟସର ୨୫ ହଜାର ୧୮୩ଟି ମହିଳାଙ୍କ ସ୍ୱାସ୍ଥ୍ୟକୁ ନେଇ ବିଶ୍ଲେଷଣ କରିଥିଲେ । ଏଥିରେ ମହିଳାଙ୍କ ଚାଲିବା ଗତିକୁ ଗବେଷଣା କରାଯାଇଥିଲା । ଏହି ମହିଳାଙ୍କୁ ପ୍ରାୟ ୧୭ ବର୍ଷ ପର୍ଯ୍ୟନ୍ତ ଟ୍ରାକ୍ କରାଯାଇଥିଲା । ଏହି ସମୟରେ ୧୪୫୫ ଜଣ ମହିଳାଙ୍କୁ ହୃଦଘାତର ସାମ୍ନା କରିବାକୁ ପଡ଼ିଥିଲା ।
- ଏଥିସହ ଗବେଷଣାରୁ ଜଣାପଡ଼ିଥିଲା ଯେ ଯେଉଁ ମହିଳାମାନେ ପ୍ରତି ଘଣ୍ଟାକୁ ୪.୮ କିଲୋମିଟର ଚାଲୁଥିଲେ, ସେମାନଙ୍କଠାରେ ୩୪ ପ୍ରତିଶତ କମ୍ ବିପଦର ସାମ୍ନା କରିଥିଲେ ।
- ସେପଟେ ଯେଉଁମାନଙ୍କର ବେଗ୍ ହାରାହାରି ଭାବେ ୩.୨ କିମି ପ୍ରତି ଘଣ୍ଟା ରହିଥିଲା, ତାଙ୍କଠି ୨୭ପ୍ରତିଶତ କମ୍ ବିପଦ ରହିଥିଲା ।
- ରିସର୍ଚ୍ଚ ଅନୁଯାୟୀ, ଚାଲିବା ବେଗ ହୃତପିଣ୍ଡ ସ୍ୱାସ୍ଥ୍ୟର ଏକ ମାପ । ଯଦି ଆପଣ ଦ୍ରୁତ ଗତିରେ ଚାଲିବାରେ ସକ୍ଷମ ନୁହଁନ୍ତି, ତେବେ ଆପଣ ସତର୍କ ହେବା ଉଚିତ ।
- ଅନୁସନ୍ଧାନକାରୀମାନେ କହିଛନ୍ତିି ଯେ ଦ୍ରୁତ ଗତିରେ ଚାଲିବା ଦ୍ୱାରା ଶରୀରରେ ରକ୍ତ ସଞ୍ଚାଳନ ପ୍ରକ୍ରିୟା ସନ୍ତୁଳିତ ରହିଥାଏ । ଏହା ହୃତପିଣ୍ଡ ସମ୍ବନ୍ଧୀୟ ଅନ୍ୟ ସମସ୍ୟାର ବିପଦକୁ ମଧ୍ୟ ହ୍ରାସ କରିଥାଏ ।
- ଆମେରିକୀୟ ଜେରିଆଟ୍ରିକ୍ସ ସୋସାଇଟିର ଜର୍ନଲ୍ରେ ପ୍ରକାଶିତ ଏହି ଅଧ୍ୟୟନ ଅନୁଯାୟୀ, ଧୀର ଚାଲିବା ହେତୁ ହୃତପିଣ୍ଡ ମାଂସପେଶୀରେ କିଛି ପ୍ରକାରର କ୍ଷତି ମଧ୍ୟ ହୋଇପାରେ ।
- ଅଧ୍ୟୟନର ଫଳାଫଳଗୁଡିକ ସ୍ପଷ୍ଟ ଭାବରେ ଦର୍ଶାଉଛି ଯେ ଧୀର ଚାଳକମାନଙ୍କ ଅପେକ୍ଷା ଦ୍ରୁତ ଗତିରେ ଚାଲୁଥିବା ମହିଳାମାନେ ଅଧିକ ଲାଭ ପାଆନ୍ତି ।
- ଗବେଷକମାନେ କହିଛନ୍ତି ଯେ, କିଛି ସମୟ ପାଇଁ ଦ୍ରୁତ ଗତିରେ ଚାଲିବା ସେତିକି ଲାଭଦାୟକ ଯେତିକି ପୁରା ସପ୍ତାହରେ ୧୫୦ ମିନିଟ୍ ବ୍ୟାୟାମ କରିବା ।
0 Comments
Do you have any doubts or suggestions? Ask them here in the comments!