ଶୀତରେ କିପରି ନେବେ ପାଦର ଯତ୍ନ
ଶୀତରେ କିପରି ନେବେ ପାଦର ଯତ୍ନ
ଶୀତଋତୁରେ ପାଦ ଫାଟିବା ଏକ ସାଧାରଣ ସମସ୍ୟା । ଶୀତ ଦିନେ ଗୋଇଠି ଫାଟିବା ଦରଜ ହେବା ରକ୍ତ ବାହାରିବା ସମସ୍ୟା ସଭିଙ୍କ ଠାରେ ପ୍ରାୟ ଦେଖାଯାଏ । ଆମ ଦେଶ ଏକ ଗ୍ରୀଷ୍ମ ପ୍ରଧାନ ଦେଶ ହୋଇଥିବାରୁ ଆମେ ଅତ୍ୟଧିକ ଶୀତକୁ ସହ୍ୟ କରିପାରୁନାହିଁ । ଚର୍ମ ଶୁଷ୍କ ହୋଇ ଫାଟିବା ଏକ ବଡ଼ ସମସ୍ୟା ଶୀତ ଋତୁରେ ହୋଇଥାଏ । ଏଣୁ ଏଥିପ୍ରତି ଯତ୍ନବାନ୍ ହେବା ଆବଶ୍ୟକ। ଯଦି ଆପଣଙ୍କର ଗୋଇଠି ଥଣ୍ଡା ପାଗରେ ଫାଟିଥାଏ, ତେବେ ଏହି ସହଜ ଘରୋଇ ଉପଚାର ଆପଣାନ୍ତୁ ।
- ଶୀତଦିନେ ପାଦ ନିମନ୍ତେ ଉଷୁମ ପାଣି ଚିକିତ୍ସା ଖୁବ୍ ଉପକାରୀ। ବିଶେଷଜ୍ଞଙ୍କ ମତରେ ପାଦ ଫାଟି ରକ୍ତ ବାହାରୁଥିଲେ ମଧ୍ୟ ଏଇ ଉପାୟ ଅବଲମ୍ବନ କରିବା ଉଚିତ।
- ପ୍ରତିଦିନ ଶୋଇବା ବେଳେ ଉଷୁମ ପାଣିରେ ଅଳ୍ପ ଲୁଣ, କିଛି ସାମ୍ପୋ ଗୋଳାଇ ପାଦକୁ ୧୫ ମିନିଟ୍ ଯାଏଁ ବୁଡ଼ାଇ ରଖନ୍ତୁ। ସ୍କ୍ରବର୍ ସାହାଯ୍ୟରେ ଓ ପ୍ୟୁମିକ୍ ଷ୍ଟୋନ୍ ସାହାଯ୍ୟରେ ପାଦକୁ ଘଷି ମୃତକୋଷ ସବୁ ବାହାର କରି ଦିଅନ୍ତି ବା ଶୁଷ୍କ ବା ମୃତ ଚର୍ମ ଦୂର ହୋଇଥାଏ । । ଏହାପରେ ପାଦକୁ ଭଲଭାବରେ ପୋଛି ମଶ୍ଚରାଇଜର ଲଗାଇ ଦିଅନ୍ତୁ। ଏହାପରେ ପାଦରେ ସକ୍ସ ପିନ୍ଧି ନିଅନ୍ତୁ।
- ଘରେ ମୋଜା ପିନ୍ଧି ଚଳପ୍ରଚଳ କରନ୍ତୁ। ଏପରି କରିବା ଦ୍ବାରା ପାଦରେ ଧୂଳିମଳି ନ ଲାଗିବା ସହ ଫଟା ମଧ୍ୟ ହୁଏନାହିଁ।
- ଗୋଇଠିକୁ ନରମ ରଖିବା ପାଇଁ, ଆପଣ ଶୋଇବା ସମୟରେ ପେଟ୍ରୋଲିୟମ ଜେଲି, ବରୋଲିନ୍, ବୋରପ୍ଲସ କିମ୍ବା ଭେସଲିନ୍ ପ୍ରୟୋଗ କରିପାରିବେ । ଏହା ଆପଣଙ୍କ ପାଦ ଚିରି ଦେବ ନାହିଁ ।
- ଗୋଇଠି ନ ଫାଟିବା ପାଇଁ ଆପଣ ପ୍ରତିଦିନ ମହୁ କିମ୍ବା ଗରମ ସୋରିଷ ତେଲ ପ୍ରୟୋଗ କରି ପାଦକୁ ମଧ୍ୟ ମାଲିସ୍ କରିପାରିବେ ।
- ମହୁରେ ଆଣ୍ଟିଅକ୍ସିଡାଣ୍ଟ ଭରପୁର ହୋଇଥିବାରୁ ଏହା ମଧ୍ୟ ଏକ ଉତ୍ତମ ଉପଚାର । ଏକ ପ୍ଲାଷ୍ଟିକ ଟବ୍ରେ ଉଷୁମ ପାଣି ଭର୍ତ୍ତି କରି ସେଥିରୁ ୪-୫ ଚାମଚ ମହୁ ମିଶାନ୍ତୁ । ଏବେ ସେହି ପାତ୍ରରେ ୧୦ ମିନିଟ ପାଦ ବୁଡ଼ାଇ ରଖନ୍ତୁ । ସପ୍ତାହରେ ୨ ଥର ଏମିତି କଲେ ପାଦରୁ ସମସ୍ତ ମଇଳା ଦୂର ହେବା ସହ କୋମଳ ହୋଇଥାଏ ପାଦ ।
- ରାତିରେ ପାଦକୁ ଭଲ ଭାବେ ଧୋଇ ନଡ଼ିଆ ତେଲକୁ ମାଲିସ କରନ୍ତୁ । ନିୟମିତ ଏପରି କଲେ ପାଦ ଫଟା ସମସ୍ୟା ଦୂର ହୋଇଥାଏ ।
- ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ଉଷୁମ୍ ସୋରିଷ ତେଲ ପାଦରେ ମାଲିସ୍ କରି ମୋଜା ପିନ୍ଧି ଶୋଇବା ଉଚିତ୍ ।
- ଦେଶୀ ଗାଈର ଘିଅ କୁ ଉଷୁମ କରି ଲଗାଇବା ଦ୍ୱାରା କିଛି ଦିନ ମଧ୍ୟରେ ଫଟା ଗୋଇଠି ଭଲ ହୁଏ ଦରଜ ମଧ୍ୟ ଚାଲିଯାଏ।ପ୍ରତିଦିନ ଲଗାଇବା ଦ୍ୱାରା ଆପଣ ଫାଇଦା ପାଇପାରିବେ।
- ଟବରରେ ଦୁଇ ଲିଟର ଉଷୁମ ପାଣି ଭର୍ତ୍ତିକରନ୍ତୁ । ଏକ କପ ଖିର, ଦୁଇ ବଡ ଚାମଚ ଅଲିଭ କିଂବା ରାଶି ତେଲ, ଆଠ-ଦଶ ବୁନ୍ଦା ଲେମ୍ବୁ ରସ ଏବଂ ଚିମୁଟାଏ ଡାଳଚିନି ଗୁଣ୍ଡ ମିଶାନ୍ତୁ । ଏହି ମିଶ୍ରଣରେ ପାଦ ପନ୍ଦର ମିନିଟ ବୁଡାଇରଖନ୍ତୁ ।
- ପାଦର ଶୁଷ୍କ ଅଂଶରେ ପାଚିଲା କଦଳୀ ଚକଟି ଲେପ ଦିଅନ୍ତୁ । ଦଶ ମିନିଟ ପରେ ଧୁଅନ୍ତୁ । ଏହା ଦ୍ୱାରା ପାଦ-ଫଟାରୁ ମୁକ୍ତି ମିଳିବ ।
- ଫାଟିଯାଇଥିବା ଗୋଇଠି ପାଇଁ ଆମେ ହର୍ବାଲ୍ ନିମ୍ବ ଏବଂ କଦଳୀ ମଧ୍ୟ ବ୍ୟବହାର କରିପାରିବା। କଦଳୀ ସହିତ ଲିମ୍ବ ପତ୍ରର ଆଣ୍ଟି-ଫଙ୍ଗଲ୍ ଏବଂ ଆଣ୍ଟି-ବ୍ୟାକ୍ଟେରିଆ ଗୁଣ ଆପଣଙ୍କୁ ଏକ କୋମଳ ଗୋଇଠି ଦେବାରେ ସାହାଯ୍ୟ କରିଥାଏ। ଏଥିପାଇଁ ଅଳ୍ପ ହଳଦୀ ପାଉଡର ନିଅନ୍ତୁ, ଏହାକୁ ନିମ୍ବ ପେଷ୍ଟରେ ମିଶାନ୍ତୁ କିମ୍ବା ଆପଣ ନିମ୍ବ ତେଲ ମଧ୍ୟ ବ୍ୟବହାର କରିପାରିବେ।
- ବେସନ ଓ ମହୁ ମିଶାଇ ଏକ ପ୍ୟାକ୍ ପ୍ରସ୍ତୁତ କରି , ସେହି ପ୍ୟାକ୍କୁ ପାଦରେ ଲଗାନ୍ତୁ । ମାସ୍କ ଶୁଖିବା ପରେ ପାଦକୁ ଧୋଇ ସଫା କରନ୍ତୁ । ଏହା ପାଦ ପାଇଁ ଭଲ ମଶ୍ଚରାଇଜର ଭଳି କାମ କରେ । ସପ୍ତାହକୁ ଏପରି ୨ ରୁ ୩ ଥର କରିବା ଭଲ ।
- କ୍ଷୀର ଏବଂ ମହୁକୁ ମିଶ୍ରଣ କରିବା ଏକ ମଶ୍ଚରାଇଜର ଭାବରେ ବ୍ୟବହାର କରାଯିବା ଉଚିତ ଏବଂ ସେଗୁଡିକ ସମ୍ପୂର୍ଣ୍ଣ ସୁସ୍ଥ ନହେବା ପର୍ଯ୍ୟନ୍ତ ବ୍ୟବହାର କରିବା ଉଚିତ।
- ଲେମ୍ବୁ ରସ,ଦହି ଓ ବେସନ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହି ପେଷ୍ଟକୁ ସପ୍ତାହକୁ ଥରେ ପାଦରେ ଲଗାନ୍ତୁ । ୧୫ ମିନିଟ ପାଦରେ ଲଗାଇ ରଖିବା ପାରେ ପାଣିରେ ପାଦ ଧୋଇ ସଫା କରନ୍ତୁ ।
- ନିୟମିତ ଭାବେ ପାଦରେ ସକାଳ ଓ ସଞ୍ଜରେ ମଏଶ୍ଚରାଇଜର୍ ଲଗାନ୍ତୁ। ଏହା ପାଦକୁ କୋମଳ ରଖିବା ସହ ପାଦ ଫଟାକୁ କମ୍ କରିଥାଏ।
- ଫାଟିଯାଇଥିବା ଗୋଇଠିରେ ରାସାୟନିକ ଯୁକ୍ତ ସାବୁନ ବ୍ୟବହାର କରନ୍ତୁ ନାହିଁ । ଏହା ଗୋଇଠି ଫାଟିବାର ସମ୍ଭାବନାକୁ ବଢାଇଥାଏ ।
- ପାଣି ଅଭାବରେ ହିଁ ଓଠ, ପାପୁଲି ଓ ପାଦରୁ ଚର୍ମ ଛାଡ଼େ। ଅଧିକରୁ ଅଧିକ ଜଳ ପିଇବା ଉଚିତ୍ଏହା ଦ୍ୱାରା ଶରୀରରେ ଜଳର ଅଭାବ ରୁହେ ନାହିଁ ଏହାଦ୍ୱାରା ଚର୍ମ ଶୁଷ୍କ ହୁଏ ନାହିଁ । ଫଳରେ ଆପଣଙ୍କ ଶରୀରର ବିଭିନ୍ନ ଅଂଶରେ ଚର୍ମ ଫାଟେ ନାହିଁ ।
- ପାଦକୁ ସବୁବେଳେ ଶୁଖିଲା ରଖିବାକୁ ଚେଷ୍ଟା କରନ୍ତୁ । ପାଦ ଓଦା ରହିଲେ ଫଙ୍ଗଲ ଇନଫେକସନ୍ ହେବାର ଭୟ ରହିଛି ।
0 Comments
Do you have any doubts or suggestions? Ask them here in the comments!