ପେଡ଼ିକିୟୋର ପରେ ପାଦର ଯତ୍ନ

ପେଡ଼ିକିୟୋର ପରେ ପାଦର ଯତ୍ନ


ପାଦକୁ ଅଧିକ ସୁନ୍ଦର କରିବା ପାଇଁ ପେଡିକିଓର କରାଯାଏ । ତେବେ ପେଡିକିଡର କରିବା ପରେ ଯେ ଆପଣଙ୍କ କାମ ସରିଗଲା ସେପରି ଭାବନ୍ତୁ ନାହିଁ । ଏହାପରେ ମଧ୍ୟ ଆପଣଙ୍କୁ ପାଦର ଯତ୍ନ ନେବା ପାଇଁ ପଡିବ । ଜାଣନ୍ତୁ, ପେଡିକିଓର ପରେ କିପରି ନେବେ ପାଦର ଯତ୍ନ..

  1.  ଘରେ ସପ୍ତାହକୁ ଥରୁଟିଏ ପେଡ଼ିକିୟୋର କଲେ ପାଦର ସୌନ୍ଦର୍ଯ୍ୟ ବଢ଼େ।
  2. ପ୍ରତିଦିନ ଶୋଇବା ପୂର୍ବରୁ କିଛି ଲୋସନ କିମ୍ବା ତେଲ ବ୍ୟବହାର କରନ୍ତୁ। ଏହାଦ୍ୱାରା ଶୁଷ୍କତାର ସମସ୍ୟା ହୋଇନଥାଏ ଏବଂ ପେଡିକିଓରର ପ୍ରଭାବ ଦୀର୍ଘସ୍ଥାୟୀ ହୋଇଥାଏ।
  3. ପାଦ ଧୋଇବା ପରେ ଏହାକୁ ଭଲଭାବେ ପୋଛନ୍ତୁ। ବିଶେଷକରି ଆଙ୍ଗୁଳି ଭିତରେ ଥିବା ଅଂଶ ପୋଛି ସେଠାରେ ଟାଲକମ୍ ପାଉଡର ପକାନ୍ତୁ।
  4. ସନ୍-ଟ୍ୟାନ୍ ହୋଇଥିଲେ, ୨ ପାଦରେ ଆଳୁରସ କିଛି ସମୟ ଲଗାଇ ୧୦ ମିନିଟ୍ ପରେ ଧୋଇନେବେ ।
  5. ଏକ ଛୋଟ ଟବ୍‌ରେ ଉଷୁମ ପାଣି ଭର୍ତ୍ତି କରି ସେଥିରେ ଅଳ୍ପ ଫେଶ୍ ୱାଶ୍, ଫାଳେ ଲେମ୍ବୁ ଚିପୁଡ଼ିବା ପରେ ୨ଚାମଚ ଲୁଣ ମିଶାଇବେ । ଏବେ ସେଥିରେ ପାଦ ବୁଡ଼ାଇ ୨୦ ମିନିଟ୍ ପରେ ପାଦକୁ ବାହାର କରିବେ।
  6. ପେଡିକିଓର କରିବା ପରେ କିଛିଦିନ ପର୍ଯ୍ୟନ୍ତ ପାଦରେ ଉଷୁମ ପାଣି ବ୍ୟବହାର କରନ୍ତୁ ନାହିଁ।
  7. ପାଦ ପାଇଁ ମିଳୁଥିବା କ୍ରିମକୁ ଆଣି ପ୍ରତିଦିନ ରାତିରେ ଲଗାନ୍ତୁ । ପାଦ ଫଟାରୁ ମୁକ୍ତି ମିଳିବା ସହ ପାଦ ପାଇଁ ଏହା ମଏଶ୍ଚରାଇଜର୍ ଭଳି କାମ କରେ ।
  8. ପାଦକୁ ନିୟମିତ ସ୍କ୍ରବ୍ କଲେ ମଧ୍ୟ ମୃତକୋଷିକା ବାହାରିଯାଏ। ଚିନିରେ ଗୋଲାପଜଳ ଓ ବେସନ ମିଶାଇ ପ୍ୟାକ୍ କରି ଦୁଇ ପାଦରେ ଲଗାଇ ଶୁଖିବା ପରେ ଭଲଭାବେ ମାଲିସ୍ କରି ସଫା କରନ୍ତୁ ।
  9. ନେଲପଲିସକୁ ଦୁଇସପ୍ତାହରୁ ଅଧିକ ସମୟ ଲଗାଇ ରଖିଲେ ଏହା ନଖ ପ୍ରତି କ୍ଷତିକାରକ ହୋଇଥାଏ। ନଖ ହଳଦିଆ ପଡିଯାଏ। ଏହାକୁ ସଫା କରିବା ପରେ ଦୁଇ-ତିନିଦିନ ଛାଡି ଆଉଥରେ ଲଗାଇବେ।
  10. ନେଲପଲିସ ସଫା କରିବା ଲାଗି ଏସିଟୋନ୍ ନଥିବା ରିମୁଭର ବ୍ୟବହାର କରନ୍ତୁ।
  11. ଖାଲି ପାଦରେ ଚଟାଣରେ ଚାଲନ୍ତୁ ନାହିଁ କି ଏପରି ଚପଲ ପିନ୍ଧନ୍ତୁନି ଯେଉଁଥିରେ ଝାଳ ବାହାରୁଥିବ। ଏହା ଦ୍ୱାରା ଜୀବାଣୁ ଓ ମୃତକୋଷର ସମସ୍ୟା ବଢିବ ଏବଂ ପେଡିକିଓରର କିଛି ଲାଭ ମିଳିବ ନାହିଁ।
  12. ହାଇ ହିଲ୍ ଜୋତା ପିନ୍ଧନ୍ତୁ ନାହିଁ, ପାଦକୁ ଯନ୍ତ୍ରଣା ଏହା ଦିଏ, ଏପରିକି ପାଦ ଫଟା ସମସ୍ୟା ଏଥିପାଇଁ ବଢ଼େ ।
  13. ତ୍ୱଚାକୁ ରୁକ୍ଷ କରୁଥିବା ସାବୁନ୍ ବ୍ୟବହାର କରନ୍ତୁ ନାହିଁ । 

Post a Comment

0 Comments