ପଣସରେ ରହିଛି ଔଷଧୀୟ ଗୁଣ

ପଣସରେ ରହିଛି ଔଷଧୀୟ ଗୁଣ

ସମୟ ଅନୁସାରେ ପ୍ରକୃତି ଆମକୁ ନାନାଦି ଦରକାରୀ ଫଳ ସବୁ ପ୍ରଦାନ କରିଥାଏ l ଗ୍ରୀଷ୍ମର ପ୍ରଚଣ୍ଡ ଖରାରେ ଶରୀରର ଶକ୍ତି ଯେତେବେଳେ ହ୍ରାସ ପାଇଥାଏ ସେତେବେଳେ ପ୍ରକୃତିରୁ ଜାତ ହୋଇଥାଏ ଆମ୍ବ, ପଣସ ଭଳିଆ ଶକ୍ତିଶାଳୀ ଔଷଧୀୟ ଫଳ l  ଆମେ ସେହି ସବୁ ଫଳ ମୂଳ ପନିପରିବା ଖାଇବା ଉଚିତ ଯାହାକି ପ୍ରକୃତି ଆମକୁ ପ୍ରାକୃତିକ ଅବସ୍ଥାରେ ଦେଇଥାଏ l ପଣସକୁ ଏକ ସ୍ୱାଦିଷ୍ଟ ଫଳ ପାଚିବା ଅବସ୍ଥାରେ ଓ କଞ୍ଚା ଅବସ୍ଥାରେ ଗୋଟିଏ ପୋଷକତତ୍ତ୍ୱ ଯୁକ୍ତ ପରିବା ଭାବରେ ବ୍ୟବହାର କରାଯାଏ l ଏହି ପଣସ ଗଛର ମଧ୍ୟ ଅନେକ ଔଷଧୀୟ ଗୁଣ ରହିଛି l

  1. ବଳିରେଖା ରୁ ମୁକ୍ତି -ପଣସ ପେଷ୍ଟ ଓ ଗୋଟେ ଚାମଚ କ୍ଷୀର ମିଶାଇ ଚେହେରାରେ ଲଗାଇଲେ ବଳିରେଖା ଦୂର ହୋଇଥାଏ ଏହା ପରେ ଗୋଲାପ ଜଳ ବା ଥଣ୍ଡା ପାଣି ରେ ମୁହଁ ଧୋଇ ନିଅନ୍ତୁ ଏହା ଆପଣଙ୍କ ଚେହେରା ସଫା ଓ ସୁନ୍ଦର ରଖିବାରେ ସାହାଯ୍ୟ କରିଥାଏ | ନିୟମିତ ରୂପରେ ଏମିତି କଲେ ଚେହେରା ଉପରେ ବଳିରେଖା ରୁ ମୁକ୍ତି ମିଳିଥାଏ । 
  2. ରକ୍ତପିତ ରୋଗ -ରକ୍ତପିତ ରୋଗଟି ସାଧାରଣତଃ ଖରା ଦିନରେ ହୋଇଥାଏ l ଏହି ରୋଗ ହେଲେ ପଣସକୁ ନୀତିଦିନ ସିଝାଇ ତାର ପାଣିକୁ ପିଇବା ଦ୍ୱାରା ରକ୍ତପିତ ରୋଗରୁ ଆରମ୍ଭ ମିଳିଥାଏ l
  3. ଚର୍ମ ରୋଗ -ପାଚିଲା ପଣସର ଚୋପାକୁ ନିଆଁରେ ପୋଡି ସେହି ପାଉଁଶକୁ ତେଲରେ ଗୋଳାଇ ଶରୀରରେ ଲଗାଇଲେ ସମସ୍ତ ପ୍ରକାରର ଚର୍ମ ରୋଗ ଠିକ ହୋଇଥାଏ l

  • ଦାନ୍ତ ରୋଗ -ପାକଳ ପଣସ ପତ୍ରକୁ ପୋଡି ସେହି ପାଉଁଶରେ ସନ୍ଧବ ଲାବଣ ମିଶାଇ ଦାନ୍ତ ଘଷିବା ଦ୍ୱାରା ସମସ୍ତ ପ୍ରକାରର ଦାନ୍ତ ରୋଗ ଭଲ ହୋଇଥାଏ l
  • ବିଛା କାମୁଡ଼ିଲେ -ପାଚିଲା ପଣସର ଅନ୍ତକୁ ପୋଡି ସେଥିରେ ସାମାନ୍ୟ ଗାଈ ଘିଅ ମିଶାଇ ବିଛା କାମୁଡିଥିବା ସ୍ଥାନରେ ଲେପ ଦେବା ଦ୍ୱାରା ଯନ୍ତ୍ରଣା କମିବା ସହିତ ଫୁଲା ମଧ୍ୟ କମି ଯାଇଥାଏ l
  • ପଣସ ଗଛର ଛାଲି ବା ପତ୍ର ବା ମୂଳର କାଢା କରି 40-50ml ପିଇଲେ ଏହା ବିଷାକ୍ତ କୀଟର ବିଷ, ଡାଇରିଆ ଓ ଚର୍ମ ରୋଗରେ ଲାଭ କରେ l
  • ବଥ ଫଟାଇବା ପାଇଁ -ପାଚିଲା ପଣସର ଭଣ୍ଡକୁ ପୋଡି ସେହି ପାଉଁଶରେ କଲିଚୁନ ମିଶାଇ ବଥ ହୋଇଥିବା ସ୍ଥାନରେ ଲେପ ଦେବା ଦ୍ୱାରା ବଥ ଫାଟିଯାଇ ସୁଖୀ ଯାଇଥାଏ l

  1. ଯଦି ଆପଣଙ୍କର ଥଣ୍ଡା ଯୋଗୁଁ ପାଟି ଘା ହୋଇଥାଏ, ତେବେ ପଣସ ବହୁତ ଉପକାରୀ ହୋଇଥାଏ । ଏମିତି ସମସ୍ୟା ଥିଲେ ପଣସ ପତ୍ରକୁ ଚୋବାନ୍ତୁ ।
  2. ପତ୍ରରୁ ବାହାରୁଥିବା କ୍ଷୀରକୁ ତୁଣ୍ଡ ଘା ରେ ଲଗେଇଲେ ଶୀଘ୍ର ଭଲ ହୋଇଥାଏ l
  3. ଏପରି ଅନେକ୍ ଲୋକ ଅଛନ୍ତି , ଯେଉଁମାନଙ୍କର ମୁହଁ ଭିତର ପାଖ ବାରମ୍ବାର ଖଣ୍ଡିଆ ହୋଇଥାଏ । ଏପରି ସମସ୍ୟାର ସମ୍ମୁଖୀନ କରୁଥିଲେ, ପଣସ ପତ୍ର ଚୋବାଇ ଥୋକିବା ଦ୍ୱାରା, ଏହି ସମସ୍ୟା କମ୍ ହୋଇଥାଏ ।
  4.  ପଣସ ଗଛର କ୍ଷୀରକୁ ଘା ବା କ୍ଷତ ସ୍ଥାନରେ ଲଗାଇଲେ ଶୀଘ୍ର ଉପଶମ ହୁଏ ଏବଂ ଘା ପାଖରେ ଯଦି ଫୁଲି ଯାଇଛି ତାକୁ ମଧ୍ୟ ଠିକ କରେ l
  5. ଯେଉଁମାନେ ମୁହଁର ପାରାଲାଇସିସ ବା ମୁହଁର nerve ସମସ୍ୟା ଆଦିର ରୋଗରେ ପୀଡିତ ସେମାନେ ରାଶି ତେଲ ମୁହଁରେ ଲଗାଇ ପଣସ ପତ୍ରକୁ ଅଳ୍ପ ଗରମ କରି ସେକ ଦେଲେ ରୋଗୀକୁ ଆରାମ ମିଳେ l ଗାଲୁଆ ରୋଗରେ ମଧ୍ୟ ଏହା ବହୁତ ଉପକାରୀ l

  • ପାଚିଲା ପଣସ ଖାଇଲେ ରକ୍ତ ଜମାଟ ବାନ୍ଧିବାରେ ସାହାଯ୍ୟ କରେ ଯାହାଫଳରେ କ୍ଷତ ଜାଗାରୁ ବେଶୀ ରକ୍ତ ବାହାରିନଥାଏ l
  • ଏହାର ମଞ୍ଜି ତଥା ପାଚିଲା ଫଳ ଖାଇଲେ ଶୂକ୍ରାଣୁ ସଂଖ୍ୟା ବୃଦ୍ଧି ପାଏ l
  • ଏହାର ଫଳର ଛାଲି ସହିତ ଭୂଇଁନିମ୍ବ ସହିତ କାଢା କରି 40-50ml ପିଇଲେ ଏହା କଫ, ଆସ୍ଥମା, ଥଣ୍ଡା ରୋଗରେ ବହୁତ କାମ ଦିଏ l
  • ଆଜମା ରୋଗୀଙ୍କ ପାଇଁ ପଣସ ଖୁବ୍ ଉପକାରୀ। ପଣସକଠାକୁ ପାଣିରେ ସିଝାଇ ସେହି ପାଣିକୁ ଥଣ୍ଡା କରି ପ୍ରତିଦିନ ପିଇଲେ ଆଜମା ରୋଗରୁ ଉପଶମ ମିଳିଥାଏ।

Post a Comment

0 Comments