ପଣସ ମଞ୍ଜିର ଉପକାରିତା
ଅଧିକାଂଶ ଲୋକ ପଣସ ମଞ୍ଜିର ଉପକାରିତ ବିଷୟରେ ଜାଣି ନାହାନ୍ତି, ଯାହାଫଳରେ ସେମାନେ ପଣସ ମଞ୍ଜିକୁ ବାହାରେ ଫିଙ୍ଗି ଦିଅନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି ଏହାର ମଞ୍ଜି ମଧ୍ୟ ସ୍ୱାସ୍ଥ୍ୟ ପାଇଁ ବହୁତ ଉପକାରୀ ଅଟେ । ଏହି ମଞ୍ଜି ଗୁଡିକ ଥିଆମିନ ଏବଂ ରାଇବୋ ଫ୍ରୋବିଁନ୍ ଭଳି ଅନ୍ୟାନ୍ୟ ପୋଷାକ ତତ୍ତ୍ୱରେ ଭରପୁର ଥାଏ । ସେଗୁଡିକ ହେଲା ଜିଙ୍କ ,ଆଇରନ ,କ୍ୟାଲସିୟମ ,କପର ,ପୋଟାସିୟମ ଓ ମ୍ୟାଗନେସିୟମ ଇତ୍ୟାଦି l ଯାହା ଆପଣ ଖାଉଥିବା ଖାଦ୍ଯକୁ ଶକ୍ତିରେ ପରିଣତ କରିବାରେ ଏବଂ ଆଖି, ଚର୍ମ ଓ କେଶକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ ।
ଏହାର ଉପକାରିତା, ଜାଣିଲା ପରେ ଆପଣମାନେ କେବେ ବି ପଣସ ମଞ୍ଜିକୁ ବାହାରେ ଫିଙ୍ଗିବେ ନାହିଁ। ତେବେ ଆସନ୍ତୁ ଜାଣିବା ପଣସ ମଞ୍ଜିର ଏହି ଉପକାରିତା ବିଷୟରେ।
୧. ମୁହଁରେ କୁଞ୍ଚିତ ରେଖାକୁ ଦୂର କରେ
ଆପଣଙ୍କ ମୁହଁରେ କୁଞ୍ଚିତ ରେଖାକୁ ଦୂର କରିବା ପାଇଁ ପଣସ ମଞ୍ଜି ବହୁତ ଲାଭଦାୟକ ଅଟେ । ଏଥିପାଇଁ ଆପଣ ଗୋଟେ ଛୋଟ ବାଉଲରେ ଥଣ୍ଡା କ୍ଷୀର ନିଅନ୍ତୁ ଓ ଏଥିରେ କିଛି ସମୟ ପାଇଁ ପଣସ ମଞ୍ଜିକୁ ଭେଦାଇ ରଖନ୍ତୁ । ଏହା ପରେ ଆପଣ ଏହି ମିଶ୍ରଣକୁ ଭଲ ଭାବରେ ପେଷି ଦିଅନ୍ତୁ । ପେଷିବା ପରେ ଆପଣ ଏଥିରେ ଅଧା ଚାମଚ ମହୁ ମିଶାଇ ଦିଅନ୍ତୁ । ଆପଣଙ୍କ ମୁହଁରେ ଥିବା କୁଞ୍ଚିତ ରେଖାକୁ ଦୂର କରିବା ପାଇଁ ଆପଣ ଏହି ପେଷ୍ଟକୁ ନିୟମିତ ଭାବରେ ଲଗାନ୍ତୁ । ଏହାକୁ ନିୟମିତ ରୂପେ ମୁହଁରେ ଲଗାନ୍ତୁ ୧୫ ଦିନ ପରେ ଆପଣ ଏହାର ଫାଇଦା ନିଜେ ଅନୁଭବ କରିପାରିବେ ।
୨. ମାନସିକ ଚାପ ଓ ଚର୍ମ ରୋଗକୁ ଦୂର କରେ
- ପଣସ ମଞ୍ଜିରେ ଉଚ୍ଚ ମାତ୍ରାରେ ପ୍ରୋଟିନ ଓ ମାଇକ୍ରୋ ନିୟୁଟ୍ରେସନ ରହିଛି l ଯାହା ମାନସିକ ଉତେଜନାକୁ କମ କରିଥାଏ l
- ଏହା ଚର୍ମର ବିଭିନ୍ନ ରୋଗକୁ ଦୂର କରିଥାଏ l
- କେଶ ପାଇଁ ମଧ୍ୟ ପଣସ ମଞ୍ଜିର ଉପଯୋଗ ଆୟୁର୍ବେଦରେ କରାଯାଇଥାଏ l
୩. ରକ୍ତ ହୀନତା ବା ଏନିମିଆକୁ ଦୂର କରିଥାଏ
ପ୍ରତେକ ଦିନ ପଣସ ମଞ୍ଜି ଖାଇବା ଦ୍ୱାରା ଶରୀରରେ ଆଇରନର ମାତ୍ର ବଢିଥାଏ l ପଣସ ସହିତ ପଣସ ମଞ୍ଜିର ବ୍ୟବହାର ଆୟୁର୍ବେଦରେ ରକ୍ତହୀନତା ପାଇଁ କରାଯାଇଥାଏ l ଆଇରନ ଆପଣଙ୍କ ମସ୍ତିଷ୍କକୁ ଓ ହୃତପିଣ୍ଡ କୁ ସୁସ୍ଥ ଓ ମଜବୁତ ରଖିଥାଏ l ଏହା ବ୍ୟତୀତ ରକ୍ତ ହୀନତାକୁ ବା ଏନିମିଆ ଦୂର କରେ l
୪. ସୁସ୍ଥ କେସ ଏବଂ ଭଲ ଦ୍ରୁଷ୍ଟି ଶକ୍ତି ପାଇଁ
ପଣସ ମଞ୍ଜିରେ ଭିଟାମିନ-ଏ ରହିଛି ,ଯାହା ଆଖିର ଦୃଷ୍ଟିଶକ୍ତି ବଢାଇବା ପାଇଁ ସାହାଯ୍ୟ କରିଥାଏ l ଭିଟାମିନ-ଏ ଆଖି ପାଇଁ ଜରୁରୀ ପୋଷକତତ୍ୱ ଅଟେ l ଭିଟାମିନ-ଏ କାରଣରୁ ଆପଣଙ୍କ କେଶ ମଧ୍ୟ ସୁସ୍ଥ ରହିଥାଏ l
୫. କୋଷ୍ଟ କାଠିନ୍ଯ
- ପଣସ ମଞ୍ଜିର ପାଉଡର କୋଷ୍ଟ କାଠିନ୍ୟରୁ ତୁରନ୍ତ ଆରମ ଦେଇଥାଏ । ଏଥିପାଇଁ ଆପଣ ପଣସ ମଞ୍ଜିକୁ ଶୁଖାଇ ଏହାର ପାଉଡର କରି ଗରମ ପାଣିରେ ଏହାର ସେବନ କରିପାରିବେ ।
- ପ୍ରଥମେ ପଣସ ମଞ୍ଜି କୁ ଖରାରେ ସୁଖାନ୍ତୁ ଏବଂ ପରେ ଏହାକୁ ଶୁଖିଲାରେ ଗ୍ରାଇଡିଂ କରି ଏହାର ପାଉଡର ପ୍ରସ୍ତୁତ କରନ୍ତୁ । କୋଷ୍ଟ କଠିନ୍ୟର ଘରୋଇ ଉପଚାର ପାଇଁ ଏହି ପାଉଡରକୁ ଗଚ୍ଛିତ କରି ରଖନ୍ତୁ । କୋଷ୍ଟ କଠିନ୍ୟ ପାଇଁ ଆପଣ ସିଧା ସଳଖ ପଣସ ମଞ୍ଜି ଖାଇପାରିବେ । କାରଣ ଏହା ଡାଇଟେରୀ ଫାଇବର ର ଏକ ସମୃଦ୍ଧ ଊର୍ଷ ଅଟେ ।
୬. ମଶଲ ପାୱାରକୁ ବଢାଇ ଥାଏ
ପଣସ ମଞ୍ଜିରେ ଉଚ୍ଚ ମାନର ପ୍ରୋଟିନ ଥିବା ଯୋଗୁଁ ଏହା ଶରୀରରେ ମାଂସ ପେଶି ଗଠନରେ ସାହାଯ୍ୟ କରିଥାଏ ।
୭. ପାଚନ ତନ୍ତ୍ରର ସମସ୍ୟା ଦୂର କରିଥାଏ
- ପାଚନ ତନ୍ତ୍ରର ସମସ୍ୟା ସହିତ ଯୋଡି ହୋଇଥିବା ସବୁ ଅସୁବିଧାକୁ ପଣସ ମଞ୍ଜି ଦୂର କରିଥାଏ l ଆୟୁର୍ବେଦରେ ପେଟ ସହିତ ଯୋଡି ହୋଇଥିବା ସମସ୍ୟାକୁ ଦୂର କରିବା ପାଇଁ ପଣସ ମଞ୍ଜି ଗୁଣ୍ଡର ବ୍ୟବହାର କରାଯାଏ l
- ଏହାକୁ ନିୟମିତ ଖାଇବା ଦ୍ୱାରା ଲିଭର ସୁସ୍ଥ ରହିଥାଏ l ପଣସ ମଞ୍ଜିିରେ ଅଧିକ ପରିମାଣର କାର୍ବୋହାଇଡ୍ରେଟ୍, ଭିଟାମିନ୍ ଏ, ବି ଓ ସି ରହିଛି । ପଣସ ମଞ୍ଜି ଯକୃତକୁ ସୁସ୍ଥ ରଖିବାରେ ମଧ୍ୟ ସାହାଯ୍ୟ କରେ । ଏହା ମୁଣ୍ଡରେ ରକ୍ତ ସଞ୍ଚାଳନ ବଢ଼ାଇବା ସହିତ ବ୍ଲଡ୍ ସୁଗାର ଲେବଲକୁ ମଧ୍ୟ ନିୟନ୍ତ୍ରିତ କରେ ।

%20(1).jpg)
0 Comments
Do you have any doubts or suggestions? Ask them here in the comments!