ପଣସ ବଡ ରହସ୍ୟମୟ ପାରିବା ଯାହାକୁ ଏକ ସୁପରଫୁଡ୍ କୁହାଯାଏ
ପଣସ ବଡ ରହସ୍ୟମୟ ପାରିବା ଅଟେ, ଏହାର ପାରିବା ଓ ଫଳ ହବାରେ ବି କେତେ ପ୍ରକାର ମତଭେଦ ହୋଇଛି । କେଉଁ ଜାଗାରେ ଏହାର ସେବନ କରିବା ଅତି ଗୁଣକାରୀ ଅଟେ କିନ୍ତୁ କେତେକ ଲୋକ ଏହାକୁ ଖାଇବା ଦୂରର କଥା ଦେଖିବା ବି ପସନ୍ଦ କରନ୍ତି ନାହିଁ । କେଉଁ ଜାଗାରେ ଏହାକୁ ତନ୍ତ୍ର ମନ୍ତ୍ର ପାଇଁ ଉପଯୋଗ କରାଯାଏ ତ କେଉଁ ଜାଗା ରେ ଏହାର ସ୍ପର୍ଶ ବି ଅଶୁଭ ମାନନ୍ତି ।
କେତେକ ଲୋକ ଏହାର ତରକାରୀ କରି ଖାଇବା ପସନ୍ଦ କରନ୍ତି, ସେଇଠି କେତେକ ଲୋକ ଏହାର ପକୁଡି କରି ଖାଇବା ପସନ୍ଦ କରନ୍ତି ।ପଣସରେ ବହୁତ ପ୍ରକାର ପୋଷ୍ଟିକ ତତ୍ତ୍ୱ ଥାଏ, ଏଥିରେ ଭିଟାମିନ-A , ଭିଟାମିନ-C, ବି୬,ଥାଇମିନ, ପୋଟାସିୟମ,କ୍ୟାଲସିୟମ, ରାଇବୋଫ୍ଲେୱିନ, ମ୍ୟାଗ୍ନେସିୟମ୍,ଫଲିକ ଏସିଡ୍, ଥାୟାମିନ୍ ଏବଂ ନିୟାମିନ୍, ଆଇରନ ଓ ଜିଙ୍କ ପରି ପୋଷ୍ଟିକ ତତ୍ତ୍ୱରେ ଭରପୁର ହୋଇଥାଏ । ଏହା ବ୍ୟତୀତ, ପଣସ ଫାଇବରର ଏକ ଉତ୍ତମ ଉତ୍ସ ଯାହାଦ୍ୱାରା ରକ୍ତହୀନତାକୁ ରୋକାଯାଇ ପାରିବ। ଏଥିପାଇଁ ପଣସ କୁ ଏକ ସୁପରଫୁଡ୍ କୁହାଯାଏ ।
ଏକ କପ ପଣସ ରେ କ୍ୟାଲୋରୀ ୧୫୭, ଚର୍ବି ୨ ଗ୍ରାମ, କାର୍ବୋହାଇଡ୍ରେଟ୍ ୩୮ ଗ୍ରାମ, ପ୍ରୋଟିନ୍ ୩ ଗ୍ରାମ, କ୍ୟାଲସିୟମ୍ ୪୦ ମି.ଗ୍ରା ପୋଷକ ତତ୍ୱ ଥାଏ । ତେବେ ଆସନ୍ତୁ ଜାଣିବା ପଣସର ଉପକାରିତା ବିଷୟରେ ।
1. ଏନିମିଆ ରୋଗୀଙ୍କ ପାଇଁ ଉପଯୋଗୀ
- ଏଥିରେ ପ୍ରଚୁର ମାତ୍ରାରେ ଆଇରନ୍ ଥିବାରୁ ଶରୀରରେ ଲାଲ୍ ରକ୍ତ କଣିକା ସୃଷ୍ଟି କରିଥାଏ।
- ସପ୍ତାହରେ ତିନିଥର ପଣସକଠା ଖାଇବା ଦ୍ବାରା ଏଥିରେ ଥିବା ଫାଇବର ଦ୍ୱାରା ରକ୍ତର ଅଭାବ ଦୂର ହୁଏ।
- ଏନିମିଆ ରୋଗୀଙ୍କ ପାଇଁ ଏହା ବହୁତ ଫଳପ୍ରଦ ବା ଯାହା ଏନିମିୟା ଭଳି ରୋଗରୁ ଆମକୁ ବଞ୍ଚାଇ ଥାଏ ।
2. ପାଚନ କ୍ରିୟା ଭଳି ସମସ୍ୟା ଦୂର
- ଏଥିରେ ଥିବା ଫାଇବର୍ ପାଚନ ତନ୍ତ୍ରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ ଓ ଏହା ଜନିତ ସମସ୍ୟାକୁ ଦୂର କରିଥାଏ। ଏହା ଦ୍ୱାରା ପାଚନ କ୍ରିୟା, ପେଟ ଖରାପ ଓ ଏସିଡିଟି ଭଳି ସମସ୍ୟା ଦୂର ହୋଇଥାଏ ।
- ଏହା ଆପଣଙ୍କୁ କବ୍ଜ ଭଳି ସମସ୍ୟାରୁ ଆରାମ ଦେଇଥାଏ। ବଦହଜମି ସମସ୍ୟାର ସମ୍ମୁଖୀନ ହେଉଥିଲେ, ପଣସ ସେବନ କରିବା ଲାଭଦାୟକ ହୋଇଥାଏ ।
- ପଣସରେ ସର୍ବାଧିକ ଫାଇବର ଥାଏ । ଯାହା କୋଷ୍ଠକାଠିନ୍ୟ ଦୂର କରିଥାଏ ଏବଂ ପେଟର କାର୍ଯ୍ୟ ସଠିକ୍ ଭାବରେ ହୋଇଥାଏ ।
- ପଣସରେ ଥିବା ରାସାୟନିକ ପଦାର୍ଥ ପେଟ ଭିତରେ ଅଲସର ସୃଷ୍ଟି କରିବାକୁ ଦିଏ ନାହିଁ ।
3. ଆଣ୍ଠୁ ଗଣ୍ଠି ଜନିତ ସମସ୍ୟା
- ଆଣ୍ଠୁ ଗଣ୍ଠି ଜନିତ ସମସ୍ୟାରୁ ରକ୍ଷା କରିବାରେ ମଧ୍ୟ ସାହାଯ୍ୟ କରେ ପଣସ ।
- ଅସ୍ଥିକୁ ମଜଭୁତ କରିବା ପାଇଁ କ୍ୟାଲସିୟମ୍ ଆବଶ୍ୟକ, ଯାହାକି ପଣସରେ ପ୍ରଚୁର ପରିମାଣରେ ଅଛି। ତେଣୁ ପଣସ ଖାଇବା ଦ୍ବାରା ହାଡ଼ ମଜଭୁତ୍ ହୋଇଥାଏ।
- ଏଥିରେ ମ୍ୟାଗ୍ନେସିୟମ୍ ଓ କ୍ୟାଲସିୟମ୍ ପରି ଖଣିଜ ପଦାର୍ଥ ରହିଛି, ଯାହା ହାଡ଼ ଓ ମାଂସପେଶୀକୁ ଶକ୍ତ କରିଥାଏ।
4. ଓଜନ ହ୍ରାସ ପାଇଁ
- ଓଜନ କମ କରିବାକୁ ଚାଁହୁଥିବା ଲୋକେ ଖାଦ୍ୟ ତାଲିକା ରେ ପଣସକୁ ବି ସାମିଲ କରିପାରିବେ।
- ପ୍ରତିଦିନ ପଣସ ଖାଇବା ଦ୍ୱାରା, ଏହା ଓଜନ ହ୍ରାସ କରିବାରେ ସାହାଯ୍ୟ କରେ ।
- ଏଥିରେ ଫାଇବରରେ ଅଧିକ ଥିବାରୁ କମ୍ ଭୋକ ଅନୁଭବ ହୋଇଥାଏ । କମ୍ କ୍ୟାଲୋରୀ ଓ କାର୍ବ ଥିବା ଯୋଗୁଁ ଏହା ଓଜନ କମ୍ କରିବାରେ ସାହାଯ୍ୟ କରେ।
5. ବୟସ ଲକ୍ଷଣ ଜଣା ପଡେ ନାହିଁ
- ପଣସରେ ଫାଇବର ଥାଏ ଯାହା ବଢ଼ୁଥିବା ବୟସ ପରେ ବି ଶରୀରକୁ ଉର୍ଜା ଦେଇଥାଏ ଯାହା ଦ୍ୱାରା ଚେହେରା ଉପରେ ବୟସ ଲକ୍ଷଣ ଜଣା ପଡେ ନାହିଁ, ଯାହା ଦ୍ବାରା ଆପଣ ବହୁତ ସମୟ ଯାଏ କମ ବୟସ ଦେଖାଯିବେ ।
- ଜାପାନୀ ମହିଳାମାନେ ତ୍ୱଚା ଭାଙ୍ଗରୁ ବର୍ତ୍ତିବା ପାଇଁ ଏହି ଫଳକୁ ଋତୁ ଅନୁସାରେ ନିୟମିତ ଭାବେ ଖାଉଥିବାର ଜଣାପଡିଛି।
- ପଣସ ଖାଇବା ଦ୍ବାରା ତ୍ବଚାରେ କୁଞ୍ଚନ, ବ୍ରଣ ଦାଗ ଏବଂ ତ୍ବଚାରେ ବୟସର ଛାପ ଦୂର ହୋଇଥାଏ।
6. କର୍କଟ ପ୍ରତିରୋଧି ଶକ୍ତି ବୃଦ୍ଧି
- ଆଣ୍ଟିଅକ୍ସିଡାଣ୍ଟ ତତ୍ତ୍ବ ଭରପୁର ଥିବା ପଣସ ଖାଇଲେ ଶରୀରରେ କର୍କଟ ପ୍ରତିରୋଧି ଶକ୍ତି ବୃଦ୍ଧି ହୁଏ । ନେଦରଲ୍ୟାଣ୍ଡର ଏକ କର୍କଟ ଆରୋଗ୍ୟ ଚିକିତ୍ସାଳୟ ରେ ରୋଗୀ ଙ୍କୁ ସତେଜ ପଣସ ଖାଇବାକୁ ଦିଆଯାଏ। ଡାକ୍ତରଙ୍କ ମତରେ ରୋଗୀ ମାନେ ଏହି ଫଳଟି ଖାଇଲେ ଶରୀରକୁ ଶକ୍ତି ମିଳିବା ସହ ଖାଦ୍ୟ ମଧ୍ୟ ଭଲ ଭାବେ ହଜମ ହୁଏ ।
- ପଣସରେ ଆଣ୍ଟିକ୍ୟାନ୍ସର୍ ଗୁଣ ଥିବାରୁ , କ୍ୟାନସର୍ ହେବାର ଆଶଙ୍କାକୁ ମଧ୍ୟ ଏହା କମ୍ କରିଥାଏ।
7. ଯକୃତ,ରକ୍ତଚାପ,ହୃଦଘାତ,ଷ୍ଟ୍ରୋକ୍
- ଯକୃତ ପାଇଁ ପଣସ ପୋଷୋକତତ୍ୱ ଔଷଧ ଭାବେ କାମ କରେ। ଅନୁଧ୍ୟାନରୁ ଜଣାପଡିଛି ଯେ ମେଦବହୁଳ ରୋଗୀ ,କର୍କଟ ରୋଗୀ ,ହୃଦରୋଗୀ ମାନଙ୍କ ସ୍ୱାସ୍ଥ୍ୟବସ୍ଥା ସୁଧାରିବା ନିମନ୍ତେ ମଧ୍ୟ ପାଚିଲା ପଣସର ପ୍ରୋଟିନ ଭଲ ଭାବେ କାମ କରେ।
- ପଣସ ରେ ଥିବା ପୋଟାସିୟମ୍ ରକ୍ତଚାପର ସ୍ତରକୁ ହ୍ରାସ କରିବାରେ ସହାୟକ ହୋଇଥାଏ ଏବଂ ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ। ଏହା ହୃଦଘାତ, ଷ୍ଟ୍ରୋକ୍ ଏବଂ ହାଡ ନଷ୍ଟ ହେବାର ଆଶଙ୍କା ମଧ୍ୟ ହ୍ରାସ କରିଥାଏ ।
- ରକ୍ତଚାପ ରୋଗୀଙ୍କ ପାଇଁ ମଧ୍ୟ ଏହା ଲାଭକାରୀ ହୋଇଥାଏ। ଏଥିରେ ଭିଟାମିନ୍-ସି ଥିବାରୁ ଏହା ହାର୍ଟ ଜନିତ ରୋଗ ହେବାର ଆଶଙ୍କାକୁ କମ୍ କରିଥାଏ। ହୃଦୟ ସମ୍ବନ୍ଧୀୟ ରୋଗ ପାଇଁ ଉପକାରୀ ପଣସ । ହୃଦୟକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ ।
- ପଣସରେ କ୍ୟାରୋଟିନଏଡ ମିଳିଥାଏ, ଯାହା ଏକ ଆଣ୍ଟିଅକ୍ସିଡାଣ୍ଟ ଅଟେ ଯାହା କୋଷକୁ କ୍ଷତି କରିବାରେ ରୋକିଥାଏ ଏବଂ ଶରୀରକୁ ସଠିକ୍ ଭାବରେ କାମ କରିବାରେ ସାହାଯ୍ୟ କରେ ।
8. ମଧୁମେହ
- ବିଶେଷକରି ମଧୁମେହରେ ପୀତିତ ବ୍ୟକ୍ତି ଗ୍ରୀଷ୍ମ ଋତୁୂରେ କଞ୍ଚା ପଣସ ଖାଇବା ଉଚିତ, କାରଣ ଏହା ସେମାନଙ୍କ ପାଇଁ ଲାଭଦାୟକ ପ୍ରମାଣିତ ହୋଇପାରେ।
- ବାସ୍ତବରେ ଏଥିରେ ଥିବା ଫାଇବର ଶରୀରରେ ଗ୍ଲୁକୋଜ ଏବଂ ଇନସୁଲିନର ଉତ୍ପତ୍ତିକୁ ମଂଥର କରିଥାଏ ଏବଂ ଭୋକକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ।
- ଅଧିକ ଫାଇବର ହେତୁ ଏହାର ହଜମ ବହୁତ ବିଳମ୍ବରେ ହୋଇଥାଏ ।ଏହାର ଅର୍ଥ ହେଉଛି ରକ୍ତରେ ଚିନି ପରିମାଣ ଅନ୍ୟ ଫଳ ଖାଇବା ପରି ଦ୍ରୁତ ଗତିରେ ବୃଦ୍ଧି ପାଇବ ନାହିଁ ।
9. ମାନସିକ ଚାପ ,ଅବସାଦକୁ କମ୍ କରେ
ଅନ୍ୟ ଏକ ଗୁରୁତ୍ୱପୁର୍ଣ କଥା ହେଉଛି କଞ୍ଚା ବା ପାଚିଲା ପଣସର ତତ୍ତ୍ୱ ମାନସିକ ଚାପ,ଅବସାଦ କୁ ମଧ୍ୟ କମ୍ କରେ।
10. ଦୃଷ୍ଟି ଶକ୍ତି ଭଲ ରୁହେ
- ଏଥିରେ ପ୍ରଚୁର ମାତ୍ରାରେ ଭିଟାମିନ ‘ଏ ’ ଓ ‘ ସି ’ଥିବାରୁ ଏହା ଆଖିପାଇଁ ବହୁ ଉପକାରୀ। ଏହାକୁ ଖାଇବା ଦ୍ୱାରା ଦୃଷ୍ଟି ଶକ୍ତିରେ ସୁଧାର ହୁଏ।
- ବିଶେଷ ଭାବେ ମୋତିଆ ବିନ୍ଦୁ ରୋଗୀଙ୍କ ପାଇଁ ପଣସ ବେଶ୍ ଲାଭପ୍ରଦ। ଏହି ଫଳ ଖାଇବା ଦ୍ୱାରା ମୋତିଆ ବିନ୍ଦୁ ହେବାର ମଧ୍ୟ କମ୍ ସମ୍ଭାବନା ଥାଏ।
11. କେଶଜନିତ ସମସ୍ତ ସମସ୍ୟାରୁ ସମାଧାନ
ପଣସରେ ଥିବା ଆଣ୍ଟି ଅକ୍ସିଡାଣ୍ଟ, ଆଇରନ ଏବଂ ମ୍ୟାଗ୍ନେସିୟମ୍ କେଶ ପାଇଁ ବହୁ ଉପକାରୀ ହୋଇଥାଏ। କେଶଜନିତ ସମସ୍ତ ସମସ୍ୟାରୁ ସମାଧାନ ମିଳିଥାଏ। ପଣସରେ ଥିବା ମ୍ୟାଗ୍ନେସିୟମ୍ ଏବଂ ପୋଟାସିୟମ୍ ଦ୍ବାରା ଶରୀରରେ ଶକ୍ତି ବୃଦ୍ଧି ପାଇଥାଏ।
12. ଥାଇରଏଡ୍ ରୋଗୀଙ୍କ ପାଇଁ
ପଣସରେ ମ୍ୟାଗ୍ନେସିୟମ୍,ପୋଟାସିୟମ୍, ଆଇରନ୍,କ୍ୟାଲସିୟମ ଓ ଫଲିକ୍ ଏସିଡ୍ ପ୍ରଚୁର ମାତ୍ରାରେ ଥିବାରୁ, ଥାଇରଏଡ୍ ରୋଗୀଙ୍କ ପାଇଁ ଏହା ବହୁତ ହିତକାରୀ ହୋଇଥାଏ। ଏଥିରେ ଭିଟାମିନ୍-ବି ଥିବାରୁ ଥାଇରଏଡ୍ ରୋଗୀ ଏହାକୁ ଆବଶ୍ୟକ ପରିମାଣରେ ଖାଇବା ଆବଶ୍ୟକ।
13. ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ
- ପଣସରେ ମିଳୁଥିବା ପୋଷକତତ୍ତ୍ବ ରୋଗପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିଥାଏ ଏବଂ ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଋତୁଜନିତ ବିଭିନ୍ନ ପ୍ରକାର ରୋଗରୁ ରକ୍ଷା କରିବାରେ ସହାୟକ ହୋଇଥାଏ।
- ଇମ୍ୟୁନିଟି ପାୱାର ବଢାଇବାରେ ବେଶ ସହାୟକ ହୋଇଥାଏ ପଣସ । ଏଥିରେ ଭିଟାମିନ୍’ସି’ର ମାତ୍ରା ଭରପୁର ରହିଥାଏ । ପ୍ରତିଦିନ ଏହା ସେବନ କରିବା ଦ୍ୱାରା, ଏହା ଇମ୍ୟୁନିଟିକୁ ମଜବୁତ୍ କରିବାରେ ସାହାଯ୍ୟ କରିଥାଏ ।
- ପଣସରେ ଥିବା ମ୍ୟାଗ୍ନେସିୟମ୍ ଏବଂ ପୋଟାସିୟମ୍ ଦ୍ବାରା ଶରୀରରେ ଶକ୍ତି ବୃଦ୍ଧି ପାଇଥାଏ।
14. ନିଦ୍ରା ପାଇଁ ଅତ୍ୟନ୍ତ ଲାଭଦାୟକ
- ପଣସ ମଧ୍ଯ ନିଦ୍ରାହୀନତା ପରି ସମସ୍ୟାରେ ବହୁତ ଲାଭଦାୟକ ବୋଲି ପ୍ରମାଣ କରେ।
- ପଣସରେ ମ୍ୟାଗ୍ନେସିୟମ୍ ଥାଏ ଯାହା ଶରୀରରେ ନ୍ୟୁରୋଟ୍ରାନ୍ସମିଟରର ସ୍ତରକୁ ନିୟନ୍ତ୍ରଣ କରିବା ପାଇଁ କାର୍ଯ୍ୟ କରିଥାଏ।
- ଏହା ଆପଣଙ୍କ ସ୍ନାୟୁକୁ ଆରାମ ଦେଇଥାଏ ଏବଂ ଆପଣଙ୍କୁ ଭଲ ନିଦ୍ରା ଦେଇଥାଏ। ତେଣୁ ଆପଣଙ୍କର ନିଦ୍ରା ସମସ୍ୟାକୁ କଞ୍ଚା ପଣସ ଖାଇବା ଦ୍ୱାରା ସଂଶୋଧନ କରାଯାଇପାରିବ |
କୁହାଯାଏ କି ପାଚିଲା ପଣସ ଠାରୁ ଅଧିକ କଞ୍ଚା ପଣସ ଲାଭକାରୀ ଅଟେ, ଏହାକୁ ଆପଣ ନିଜ ପସନ୍ଦ ଅନୁଯାଇ ତରକାରୀ କରି ବା ଅଲଗା ପ୍ରକାର ରୋଷେଇ କରି ଖାଇ ପାରିବେ ।

.jpg)
0 Comments
Do you have any doubts or suggestions? Ask them here in the comments!