ମଙ୍ଗଳ ଦୋଷ ଥିଲେ ଦାମ୍ପତ୍ୟ ଜୀବନରେ କ'ଣ ପଡିଥାଏ ପ୍ରଭାବ

ମଙ୍ଗଳ ଦୋଷ ଥିଲେ ଦାମ୍ପତ୍ୟ ଜୀବନରେ କ'ଣ ପଡିଥାଏ ପ୍ରଭାବ

ମଙ୍ଗଳ ଗ୍ରହ ଏକ ପ୍ରଭାବଶାଳୀ ଗ୍ରହ ବୋଲି କୁହାଯାଏ। ମଙ୍ଗଳ ଗ୍ରହର ସ୍ୱଭାବ ଉଗ୍ର। ମଙ୍ଗଳ ଗ୍ରହ ଅଶୁଭ ସ୍ଥିତିରେ ଥିଲେ ଜୀବନରେ ଅମଙ୍ଗଳ ଘଟିଥାଏ। ମଙ୍ଗଳ ଗ୍ରହ ଅଶୁଭ ସ୍ଥିତିରେ ଥିଲେ ଦାମ୍ପତ୍ୟ ଜୀବନରେ କଳହ ଓ ନାନା ସମସ୍ୟା ଦେଖାଦେଇଥାଏ। ଏପରିକି ବେଳେବେଳେ ବିବାହ ବିଚ୍ଛେଦ ମଧ୍ୟ ଘଟିଥାଏ।

ମଙ୍ଗଳ ଗ୍ରହ ଯୋଗୁଁ ଜନ୍ମ କୁଣ୍ଡଳୀରେ ମାଙ୍ଗଳିକ ଦୋଷ ଥାଏ। ବିବାହ ପୂର୍ବରୁ ବର-ବଧୂଙ୍କ ଜନ୍ମ କୁଣ୍ଡଳୀ ମିଶାଇବା ସମୟରେ ସର୍ବ ପ୍ରଥମେ  ମଙ୍ଗଳ ସ୍ଥିତି ଦେଖାଯାଇଥାଏ। କୁଣ୍ଡଳୀର କେନ୍ଦ୍ରରେ ମଙ୍ଗଳ ଗ୍ରହ ବସିଥିଲେ ମାଙ୍ଗଳିକ ଦୋଷ ଉତ୍ପନ୍ନ ହୋଇଥାଏ। ଅପରପକ୍ଷରେ ମଙ୍ଗଳର ରାହୁ ଗ୍ରହ ସହ ସମ୍ବନ୍ଧ ହେଲେ ଅଙ୍ଗାରକ ଯୋଗ ସୃଷ୍ଟି ହୋଇଥାଏ। ଜ୍ୟୋତିଷଶାସ୍ତ୍ରରେ ଅଙ୍ଗାରକ ଯୋଗକୁ ଭୟଙ୍କର ଯୋଗ ମଧ୍ୟରୁ ଗୋଟିଏ ବୋଲି କୁହାଯାଏ।

ମାଙ୍ଗଳିକ ଦୋଷ ଥିବା ଜାତକକୁ ବିବାହରେ ବାଧା ସୃଷ୍ଟି ହୁଏ କାହିଁକି ?

  1. ମାଙ୍ଗଳିକ ଦୋଷ ଥିବା ଜାତକର ବିଳମ୍ବରେ ବିବାହ ହୁଏ, କାରଣ ମଙ୍ଗଳ ଗ୍ରହ ଏକୁଟିଆ ରହିବାକୁ ପସନ୍ଦ କରନ୍ତି । ଅନ୍ୟ ଗ୍ରହଙ୍କ ସହିତ ରହିଲେ ଝଗଡା କରନ୍ତି । ମଙ୍ଗଳଙ୍କ ଏହି ସ୍ଵଭାବ ହେତୁ ଜାତକର ଜୀବନ ସାଥିଙ୍କ ସହିତ ସମସ୍ୟା ସୃଷ୍ଟି ହୁଏ ।
  2. ବିବାହ ମଣିଷ ଜୀବନର ଏକ ଗୁରୁତ୍ୱପର୍ଣ୍ଣ ସମ୍ପର୍କ । ସମସ୍ତ ମଣିଷ ଜୀବନ ଭିନ୍ନଭିନ୍ନ ହୋଇଥାଏ । କେତେକଙ୍କ କ୍ଷେତ୍ରରେ ଏହା ଶୀଘ୍ର ହୋଇଥାଏ ଓ କେତେକଙ୍କ କ୍ଷେତ୍ରରେ ଏହା ଖୁବ ବିଳମ୍ବ ହୋଇଥାଏ । ଜ୍ୟୋତିଷ ଶାସ୍ତ୍ରରେ ନବଗ୍ରହ ଓ ୧୨ରାଶିଙ୍କ ବିଷୟରେ ଅଧ୍ୟୟନ କରାଯାଏ । ବ୍ୟକ୍ତିର ଜନ୍ମ ସମୟ ଆଧାରରେ ତାର ରାଶି ନିର୍ଦ୍ଧାରଣ କରାଯାଏ । ଏହି ଅନୁସାରେ ଯଦି କୌଣସି ବ୍ୟକ୍ତିଙ୍କ କୁଣ୍ଡଳୀରେ ମଙ୍ଗଳ ଦୋଷ ରହିଥାଏ, ସେମାନଙ୍କ ବିବାହରେ ନାନା ପ୍ରକାର ସମସ୍ୟା ଉପୁଜିଥାଏ ।
  3. ବିଶ୍ଵାସ କରାଯାଏ ଯେ ଯେଉଁ ବ୍ୟକ୍ତିର ଜାତକରେ ମାଙ୍ଗଳିକ ଦୋଷ ଥାଏ ସେହି ବ୍ୟକ୍ତି ମାଙ୍ଗଳିକ ଦୋଷ ଥିବା ଜାତକକୁ ହିଁ ବିବାହ କରିବା ଉଚିତ୍ । ଯାହା ବୈବାହିକ ଜୀବନ ସଫଳ ହୋଇଥାଏ ।
  4. ଉଭୟ ମାଙ୍ଗଳିକ ଥିଲେ ଉଭୟଙ୍କ ଏହି ଦୋଷ ଦୂର ହୋଇଥାଏ । କିନ୍ତୁ ଯଦି ଜଣଙ୍କର ଏହି ଦୋଷ ହୋଇଥାଏ, ତେବେ ଅନ୍ୟଜଣେ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହୋଇଥାଏ । 
  5. ମଙ୍ଗଳ ସ୍ଥିତି ଖରାପ ଥିଲେ ସ୍ୱାମୀ-ସ୍ତ୍ରୀ ସମ୍ପର୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥାଏ। ସ୍ୱାମୀ-ସ୍ତ୍ରୀ ମଧ୍ୟରେ ବିବାଦ ସ୍ଥିତି ଉପୁଜିଥାଏ। ମଙ୍ଗଳ ଗ୍ରହ ଦାମ୍ପତ୍ୟ ଜୀବନରେ ମାନସିକ ଅବସାଦ ସ୍ଥିତି ଉତ୍ପନ୍ନ କରିଥାଏ। ସେଥିପାଇଁ ମଙ୍ଗଳ ଗ୍ରହର ଅଶୁଭତା ଦୂର କରିବା ନିହାତି ଜରୁରୀ।
  6. ମଙ୍ଗଳ ଅଶୁଭ ସ୍ଥିତିରେ ଥିଲେ ବ୍ୟକ୍ତିଙ୍କ ବାଣୀ ମଧ୍ୟ ଖରାପ ହୋଇଥାଏ। ଏହିଭଳି ବ୍ୟକ୍ତି ସର୍ବଦା ଉଗ୍ର ହୋଇଥାନ୍ତି। ଏମାନଙ୍କୁ ବହୁତ ଶୀଘ୍ର କ୍ରୋଧ ଆସିଥାଏ। ସେଥିପାଇଁ ଯେକୌଣସି ସ୍ଥିତି ଏମାନେ ହିଂସ୍ର ମଧ୍ୟ ହୋଇଯାଇଥାନ୍ତି। ଏମାନଙ୍କ ମଧ୍ୟରେ ବିନମ୍ରତା ବହୁତ କମ ଦେଖାଦେଇଥାଏ। ଏମାନେ ସବୁବେଳେ ଝଗଡା କରିଥାନ୍ତି।

ଏଥିର ମୁକ୍ତି ପାଇବା ପାଇଁ କ'ଣ ସବୁ ବାସ୍ତୁ ଟିପ୍ସ୍‌ ରହିଛି

କୁହାଯାଏ, ବିବାହ ଭଗବାନଙ୍କ ଦ୍ବାରା ସ୍ଥିରୀକୃତ ହୋଇଥାଏ ଆଉ ନିର୍ଦ୍ଦିଷ୍ଟ ସମୟ ଆସିଲେ ତାହା ହୁଏ। ତଥାପି ଜଣ ଜଣଙ୍କ କ୍ଷେତ୍ରରେ ବିବାହକୁ ନେଇ ବହୁ ସମସ୍ୟା ଦେଖାଦିଏ ।ଏଥିର ମୁକ୍ତି ପାଇବା ପାଇଁ କ'ଣ ସବୁ ବାସ୍ତୁ ଟିପ୍ସ୍‌...

  1. କୁଣ୍ଡଳୀରେ ମଙ୍ଗଳ ଦୋଷ ଥିଲେ ବିବାହ ବିଳମ୍ବରେ ହୁଏ। ଏଥିରୁ ମୁକ୍ତି ପାଇଁ ଘରର କବାଟଗୁଡ଼ିକର ରଙ୍ଗ ନାଲି କିମ୍ଵା ଗୋଲାପୀ କରିଦେଲେ ଭଲ |
  2. ସେହିପରି କୁହାଯାଏ, ବିବାହ ଯୋଗ୍ୟ ଯୁବକ ବା ଯୁବତୀଙ୍କ ରୁମ୍‌ରେ କୌଣସି ଭାରୀ ଜିନିଷ କିମ୍ବା ବଡ଼ ସାଇଜ୍‌ର ବାସନକୁ ବନ୍ଦ କରି କି ରଖିଲେ ସେମାନଙ୍କ ବିବାହ ବିଳମ୍ବରେ ହୋଇଥାଏ।
  3. ତାଛଡ଼ା ବିବାହ ଯୋଗ୍ୟ ଯୁବତୀ ଓ ଯୁବକଙ୍କ ଖଟ ତଳେ ଅଳିଆ ଆବର୍ଜନା କିମ୍ବା ଲୁହାର କୌଣସି ଜିନିଷ ରଖିଲେ ସେମାନଙ୍କ ବିବାହରେ ସମସ୍ୟା ମଧ୍ଯ ଦେଖାଦେଇଥାଏ ।
  4. ବାସ୍ତୁଶାସ୍ତ ଅନୁଯାୟୀ, ବିବାହ ପ୍ରସ୍ଥାବ ଦେଖିବାକୁ ଯିବା ସମୟରେ ଯୁବତୀ ଓ ଯୁବକ ଦକ୍ଷିଣ ଦିଗକୁ ମୁହଁ କରି ବସିବା  ଠିକ୍‌ ନୁହେଁ। କାରଣ ଏହାଦ୍ବାରା ମଙ୍ଗଳ କାର୍ଯ୍ୟରେ ବିଘ୍ନ ସୃଷ୍ଟି ହୋଇଥାଏ ।
  5. ଅନ୍ୟପକ୍ଷେ ବିବାହ ଯୋଗ୍ୟ ଯୁବତୀ ଓ ଯୁବକ ଯେତେ ସମ୍ଭବ ଗୋଲାପୀ ରଙ୍ଗର ଜିନିଷ ବ୍ୟବହାର କରିବା ଦରକାର। କାରଣ ଏହି ରଙ୍ଗ ଗୃହସ୍ତି ଜୀବନ ପାଇଁ ଭଲ ଲକ୍ଷଣ ହୋଇଥାଏ ।

Post a Comment

0 Comments