କୁଣ୍ଡଳୀରେ ମଙ୍ଗଳ ଦୋଷ ଥିଲେ କ'ଣ ସମସ୍ୟା ଉପୁଜେ

କୁଣ୍ଡଳୀରେ ମଙ୍ଗଳ ଦୋଷ ଥିଲେ କ'ଣ ସମସ୍ୟା ଉପୁଜେ

ଅନେକ ଲୋକଙ୍କ କୁଣ୍ଡଳୀରେ ମଙ୍ଗଳ ଦୋଷ ଥାଏ ଓ ଏହି ଦୋଷ କାରଣରୁ ସେହି ବ୍ୟକ୍ତିଙ୍କୁ ସଫଳତା ହାସଲ ହୋଇନଥାଏ । କୁଣ୍ଡଳୀରେ ମଙ୍ଗଳ ଥିଲେ ମଣିଷର ଶାନ୍ତି ଦୂର ହୋଇଥାଏ । ଚାକିରି, ବ୍ୟବସାୟ ଓ ସମ୍ପର୍କ ଉପରେ ଖରାପ ପ୍ରଭାବ ପଡିଥାଏ । ଏହାସହ ଦୁର୍ଭାଗ୍ୟ ମାଡି ଆସେ ।

ମାଙ୍ଗଳିକ ଦୋଷ କଣ ?

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଜାତକରେ ମଙ୍ଗଳ ଦୋଷକୁ ମାଙ୍ଗଳିକ ଦୋଷ କୁହାଯାଏ । ମଙ୍ଗଳଙ୍କ ସ୍ଥିତିର ଆଧାରରେ ମାଙ୍ଗଳିକ ଦୋଷ ନିର୍ଭର କରିଥାଏ । ଜାତକରେ ମାଙ୍ଗଳିକ ଦୋଷ ଜାଣିଲା ପରେ ମନୁଷ୍ୟ ଡରିଯାଏ, କାରଣ ଏହା ବୈବାହିକ ଜୀବନ ଉପରେ ବହୁତ ଖରାପ ପ୍ରଭାବ ପକାଇଥାଏ । ବିଶ୍ଵାସ କରାଯାଏ ଯେ ଯେଉଁ ବ୍ୟକ୍ତିର ଜାତକରେ ମାଙ୍ଗଳିକ ଦୋଷ ଥାଏ ସେହି ବ୍ୟକ୍ତି ମାଙ୍ଗଳିକ ଦୋଷ ଥିବା ଜାତକକୁ ହିଁ ବିବାହ କରିବା ଉଚିତ୍ । ଯାହା ବୈବାହିକ ଜୀବନ ସଫଳ ହୋଇଥାଏ ।

କିପରି ସୃଷ୍ଟି ହୁଏ ମାଙ୍ଗଳିକ ଦୋଷ

  1. ମଙ୍ଗଳ ଦୋଷ ବହୁତ ପ୍ରଭାବଶାଳି ଅଟେ । ମଙ୍ଗଳ ଗ୍ରହଙ୍କ ଉଭୟ ସ୍ଥିତି ଓ ଦୃଷ୍ଟି ସଂଘାତିକ ପ୍ରଭାବ ପକାଇଥାଏ । ବୈବାହିକ ଜୀବନ ଉପରେ ମଙ୍ଗଳ ଦୋଷର ପ୍ରଭାବ ଅଧିକ ପଡେ । ତେଣୁ ବିବାହ ପୂର୍ବରୁ ଜାତକ ମେଳକ କରି ମଙ୍ଗଳ ଦୋଷକୁ ବିଚାର କରାଯିବା ଆବଶ୍ୟକ । 
  2. ମଙ୍ଗଳ ହେଉଛନ୍ତି ସେନାପତି। ସେ ଶକ୍ତି, ଊର୍ଜା ଓ ପରାକ୍ରମର ପ୍ରତିକ। ଏହାର ରଙ୍ଗ ଲାଲ। ମାଟି ଓ ଭୂମିତଳୁ ବାହାରୁ ଥିବା ସବୁ ଜିନଷ ଉପରେ ମଙ୍ଗଳଙ୍କ ହିଁ ପ୍ରଭାବ ରହିଥାଏ।
  3. ଜ୍ୟୋତିଷଶାସ୍ତ୍ରରେ ଜନ୍ମ କୁଣ୍ଡଳୀର ଲଗ୍ନ ଭାବ,ପ୍ରଥମ, ଚତୁର୍ଥ ଭାବ, ସପ୍ତମ ଭାବ, ଅଷ୍ଟମ ଭାବ, ଦ୍ୱାଦଶ ଭାବରେ ଯଦି ମଙ୍ଗଳ ଥାଏ ତାହେଲେ କୁଣ୍ଡଳୀରେ ମଙ୍ଗଳ ଦୋଷ ରହିଛି ବୋଲି କୁହାଯାଏ ଏବଂ ସେହି ଯୁବକ ବା ଯୁବତୀଙ୍କୁ ମାଙ୍ଗଳିକ ବୋଲି କୁହାଯାଏ। ବିଶେଷ କରି ବୈବାହିକ ଜୀବନ ଉପରେ ପ୍ରଭାବ ପକାଇଥାଏ ।
  4. ମକର ରାଶିରେ ମଙ୍ଗଳ ସବୁଠାରୁ ଶକ୍ତିଶାଳୀ ହୋଇଥିବା ବେଳେ କର୍କଟ ରାଶିରେ କମ ଶକ୍ତିଶାଳୀ ଥାଏ ।

1. ଆଂଶିକ ମାଙ୍ଗଳିକ ଦୋଷ

ଏହି ଦୋଷ ଜାତକର ୧୮ ବର୍ଷ ବୟସରେ ସମାପ୍ତ ହୋଇଯାଏ । ଏହାର ପ୍ରଭାବ କମ୍ ହୋଇଥାଏ ଏବଂ ଏହାର ନିବାରଣ ପାଇଁ ପୂଜା ଓ ଅନୁଷ୍ଠାନ ଦ୍ଵାରା ଦୂର କରାଯାଏ । ଶାନ୍ତି ପୂଜାରେ ମଧ୍ୟ ଏହି ଦୋଷ ସମାପ୍ତ କରାଯାଏ ।

2. ଏକାଧିକ ମାଙ୍ଗଳିକ ଦୋଷ

  1. ଯଦି ଆପଣଙ୍କ ଜାତକରେ ଡବଲ ବା ତ୍ରିପଲ ମାଙ୍ଗଳିକ ଦୋଷ ଥାଏ ତେବେ ଏହାକୁ  ଏକାଧିକ ମାଙ୍ଗଳିକ ଦୋଷ କୁହାଯାଏ ।
  2.  ଏହି ଦୋଷ ଖଣ୍ଡନ ପାଇଁ ବାରବର୍ଷ ବୟସରୁ ପ୍ରାଣ ପ୍ରତିଷ୍ଠିତ ସଂପୂର୍ଣ୍ଣ ବଗଳାମୁଖୀ ଯନ୍ତ୍ର ସାରାଜୀବନ ପୂଜା କରିଚାଲିଲେ ମଙ୍ଗଳଦୋଷ ଖଣ୍ଡନ ହୋଇ ଦାମ୍ପତ୍ୟ ଜୀବନ ସୁଖମୟ ହେବାସହ ଭବିଷ୍ୟତ ବଂଶଧର ମାନଙ୍କର ଉନ୍ନତି ହେବ । 
  3. ବିବାହ ସମୟରେ କୁମ୍ଭ ବା ଘଟବିବାହ କରେଇନବା ଉଚିତ୍ । ଯାହା କି ମାଙ୍ଗଳିକ ଜାତକର ଏକ ମାଟିର କଳସ ସହିତ ବିବାହ କରାଇ ବିବାହ ପରେ ଏହି ମାଟି ଘଟକୁ ଜଳରେ ପ୍ରବାହିତ କରାଯାଏ । ଏହି ଉପାୟରେ ଏକାଧିକ ମାଙ୍ଗଳିକ ଦୋଷ ସମାପ୍ତ ହୋଇଯାଏ ।

ମଙ୍ଗଳ ଦୋଷର ପ୍ରଭାବ


  1. ଯଦି ଜାତକର ଲଗ୍ନ ଭାବରେ ସୂର୍ଯ୍ୟ ଅଛନ୍ତି ତାହେଲେ ସେମାନଙ୍କ ସ୍ୱଭାବ ଅତ୍ୟଧିକ ତେଜ, କ୍ରୋଧୀ ଓ ଅହଙ୍କାରୀ ହୋଇଥାଏ ।
  2. ଚତୁର୍ଥ ଭାବରେ ମଙ୍ଗଳ ଥିଲେ କମ ସୁଖ ପ୍ରାପ୍ତ ହୁଏ ଓ ଅଧିକ କଷ୍ଟର ସମ୍ମୁଖୀନ ହେବାକୁ ପଡିଥାଏ । ସପ୍ତମ ଭାବରେ ମଙ୍ଗଳ ବିରାଜମାନ ଥିଲେ ବୈବାହିକ ଜୀବନରେ ସମସ୍ୟା ସାମ୍ନା କରିବାକୁ ପଡିଥାଏ ।
  3. ଅଷ୍ଟମ ଭାବରେ ମଙ୍ଗଳ ଥିଲେ ବୈବାହିକ ଜୀବନରେ ସୁଖ ଶାନ୍ତି ଅଭାବ ସହ ଶାଶୂଘରେ ମଧ୍ୟ ସୁଖର ଅଭାବ ଦେଖାଦିଏ । ଶାଶୂଘରେ ସମ୍ପର୍କ ମଧ୍ୟ ଭଲ ରହେନାହିଁ ।
  4. ଦ୍ୱାଦଶ ଭାବରେ ମଙ୍ଗଳ ବସିଥିଲେ ବୈବାହିକ ଜୀବନରେ ସମସ୍ୟା, ଶାରୀରିକ କ୍ଷମତାରେ ଅଭାବ, ରୋଗ, କଳହ ଆଦି ସମସ୍ୟା ସାମ୍ନା କରିବାକୁ ପଡିଥାଏ ।

ମଙ୍ଗଳ ଦୋଷ ଜାତକର ଗୁଣ

  1. ମଙ୍ଗଳ ଗ୍ରହଙ୍କୁ ଯୁଦ୍ଧର ଦେବତା କୁହାଯାଏ, କାରଣ ଅନ୍ୟଠାରୁ ଦୂରରେ ଏକୁଟିଆ ରହିବାକୁ ପସନ୍ଦ କରିଥାଏ । ଏମାନଙ୍କର ପ୍ରବୃତି କ୍ରୋଧଭାବ ଅଟେ । ଏହି ମଙ୍ଗଳ ଗ୍ରହଙ୍କ ପ୍ରଭାବରେ ଜାତକ  ଅହଂକାରୀ, କ୍ରୋଧୀ, ଲଢେଇ ଝଗଡା ବା ବିବାଦ ଯୁକ୍ତ ହୋଇଥାନ୍ତି । 
  2. ଜାତକ ନିଜର ଏହି ସ୍ଵାଭାବ ଠାରୁ ଯେତେ ଦୂରେଇ ରହିଲେ ମଧ୍ୟ ତାହା କିଛି ନା କିଛି ପରିସ୍ଥିତିର ସାମ୍ନା କରିବାକୁ ପଡିଥାଏ । ଯେଉଁ କାରଣରୁ ବ୍ୟକ୍ତି କ୍ରୋଧ ଜନିତ ସମାଧାନ କରିବାକୁ ପଡିଥାଏ । ଏହି ଜାତକ ଚିଡିଚିଡା ଓ ଝଗଡାଳୁ ହୋଇଥାନ୍ତି ।
  3. ବିବାହରେ ବିଳମ୍ବ ହେବା । ବିବାହ ସମ୍ବନ୍ଧ ଠିକ୍ ହେବା ପରେ ବିବାହ ଭାଙ୍ଗିଯିବା । ବିବାହ ସମୟରେ ବାଧା ବିଘ୍ନ ଦେଖାଦେବା । ବିବାହ ପରେ ଜୀବନ ସାଥିଙ୍କ ସହିତ ଝଗଡା ହେବା ଓ ସମ୍ବନ୍ଧରେ ତିକ୍ତତା ଆସିବା । ବୈବାହିକ ଜୀବନରେ ଦୁଃଖ ପାଇବା । ଅଯଥା କଥାରେ କ୍ରୋଧ କରିବା । 

ମଙ୍ଗଳ ଖରାପ ଥିଲେ କ’ଣ ହୁଏ

  1. ବିବାହ ସହ ସମ୍ବନ୍ଧ ଥିଲେ ବୈବାହିକ ଜୀବନ ଖରାପ ହୋଇଯାଇଥାଏ।
  2. ଏଭଳି କୁହାଯାଏ ଯେ ଏହି ଦୋଷରେ ଗ୍ରାସିତ ଦମ୍ପତ୍ତିଙ୍କ ମଧ୍ୟରେ ବୈଚାରିକ ପାର୍ଥକ୍ୟ ସୃଷ୍ଟି ହୋଇଥାଏ। 
  3. ଏହି କାରଣରୁ ଘର ଭାଙ୍ଗି ଯାଇପାରେ। 
  4. କେବଳ ଏତିକି ନୁହେଁ , ମାଙ୍ଗଳିକ ଲୋକ ଟିକିଏ ଟିକିଏ କଥାରେ ପାଗଳ ହୋଇଯାଆନ୍ତି। 
  5. କୁହାଯାଏ ଯେ , କୁଣ୍ଡଳୀରେ ମଙ୍ଗଳ ଦୋଷ ହେବା ଦ୍ୱାରା ବ୍ୟକ୍ତିଙ୍କର ସ୍ୱଭାବ ହିଂସକ ହୋଇଯାଏ ଏବଂ କଥା କଥାରେ ତାଙ୍କୁ କ୍ରୋଧ ଆସିଯାଏ |
  6. କୁଣ୍ଡଳୀରେ ମଙ୍ଗଳ ଥିଲେ ଜଣଙ୍କ ଜୀବନ ଛାରଖାର ହୋଇଯାଇଥାଏ। 
  7. ମଣିଷର ସ୍ୱଭାବ ରୁକ୍ଷ ହୋଇଯାଇଥାଏ। 
  8. ଆତ୍ମବିଶ୍ୱାସ ଓ ସାହାସ କମିଯାଇଥାଏ। 
  9. ସମ୍ପତ୍ତି ଓ ଜମିଜମା କ୍ଷେତ୍ରରେ କ୍ଷତି ସହିବାକୁ ପଡିଥାଏ। 
  10. ରକ୍ତ ସମ୍ପର୍କକୁ ନେଇ ସମସ୍ୟା ବଢିଥାଏ। 
  11. ଧାର, କରଜ ଓ ମକଦ୍ଦମା ଲାଗି ରହିଥାଏ।

Post a Comment

0 Comments