କୁଣ୍ଡଳୀରେ ସମସ୍ୟା ଥିଲେ କେଉଁ ଦେବାଦେବୀଙ୍କୁ ପୂଜା କରାଯାଏ

କୁଣ୍ଡଳୀରେ ସମସ୍ୟା ଥିଲେ କେଉଁ ଦେବାଦେବୀଙ୍କୁ ପୂଜା କରାଯାଏ

ବିଶ୍ୱାସ ରହିଛି ଯେ ସବୁ ବ୍ୟକ୍ତିଙ୍କର ଇଷ୍ଟ ଦେବୀ ଥାଆନ୍ତି | ନିଜ ଇଷ୍ଟଦେବ ଦେବୀଙ୍କୁ ଉପାସନା କଲେ ମଣିଷ ଜୀବନରେ ସଫଳତା ପ୍ରାପ୍ତି ସହ ଉନ୍ନତି ଲାଭ କରିଥାଏ | ତେବେ ଇଷ୍ଟଦେବୀଙ୍କ ନିର୍ଧାରଣ କୁଣ୍ଡଳୀ ଅନୁଯାୟୀ ହୋଇଥାଏ | ବାସ୍ତବରେ ଗ୍ରହ କିମ୍ବା ଜ୍ୟୋତିଷର ଇଷ୍ଟଦେବା ଦେବୀଙ୍କ ସହ କୌଣସ ସମ୍ବନ୍ଧ ନଥାଏ | ବରଂ ଈଷ୍ଟଦେବା ଦେବୀଙ୍କ ନିର୍ଧାରଣ ମଣିଷର ଜନ୍ମ ଜନ୍ମାନ୍ତର ସଂସ୍କାରରୁ ହୋଇଥାଏ | କୌଣସି କାରଣ ବିନା ଈଶ୍ୱରଙ୍କ ଯେଉଁ ସ୍ୱରୂପ ପ୍ରତି ମଣିଷ ଆକୃଷ୍ଟ ହୋଇଥାଏ ସେ ହିଁ ତାଙ୍କର ଈଷ୍ଟଦେବ  ବା ଦେବୀ ହୋଇଥାନ୍ତି | ଗ୍ରହ କେବେ ମଧ୍ୟ ଈଶ୍ୱରଙ୍କ ନିର୍ଧାରଣ କରିନଥାନ୍ତି | ଗ୍ରହରେ କିମ୍ବା କୁଣ୍ଡଳୀରେ କୌଣସି ସମସ୍ୟା ଥିଲେ ବିଶେଷ ଦେବାଦେବୀଙ୍କୁ ପୂଜା କରାଯାଇଥାଏ | 

କୁଣ୍ଡଳୀରେ ସମସ୍ୟା ପାଇଁ କେଉଁ ଦେବାଦେବୀଙ୍କୁ ପୂଜା କରିବେ

  1. କୁଣ୍ଡଳୀରେ ରବି ଦୋଷ ଥିଲେ ସୂର୍ଯ୍ୟଙ୍କୁ ଉପାସନା କରିବେ ନଚେତ ଗାୟତ୍ରୀ ମନ୍ତ୍ର ଜପ କରିବେ |
  2. ଚନ୍ଦ୍ର ଗ୍ରହରେ ଦୋଷ ଥିଲେ ଭଗବାନ ଶିବଙ୍କୁ ପୂଜା କରିବେ |
  3. ମଙ୍ଗଳ ପାଇଁ କୁମାର କାର୍ତ୍ତିକେୟ କିମ୍ବା ହନୁମାନଙ୍କ ପୂଜା କରିବେ |
  4. ବୁଧଙ୍କ ପାଇଁ ମା’ ଦୁର୍ଗାଙ୍କ ଉପାସନା କରିବେ |
  5. ବୃହଷ୍ପତ୍ତିଙ୍କ ପାଇଁ ଶ୍ରୀହରିଙ୍କୁ ପୂଜା କରିବେ |
  6. ଶୁକ୍ର ପାଇଁ ମା’ ଲକ୍ଷ୍ମୀ କିମ୍ବା ମା’ ଗୌରୀଙ୍କୁ ପୂଜା କରିବେ |
  7. ଶନିଙ୍କ ପାଇଁ ଭଗବାନ ଶ୍ରୀକୃଷ୍ଣ କିମ୍ବା ଭଗବାନ ଶିବଙ୍କୁ ପୂଜା କରିବେ |
  8. ରହୁ ପାଇଁ ଭୈରବଙ୍କୁ ଉପାସନା କରିବେ |
  9. କେତୁ ପାଇଁ ଭଗବାନ ଗଣେଶଙ୍କୁ ଉପାସନା କରିବେ |

ବିଶେଷ ସମସ୍ୟା ପାଇଁ କେଉଁ ଦେବାଦେବୀଙ୍କ ଉପାସନା କରିବେ

  1. ମାନସିକ ଅଶାନ୍ତି ପାଇଁ ଭଗବାନ ଶିବଙ୍କୁ ଉପାସନା କରିବେ |
  2. ଶାରୀରିକ ସମସ୍ୟା ବା କୌଣସି ପୀଡାରୁ ମୁକ୍ତି ପାଇଁ ହନୁମାନଙ୍କୁ ପୂଜା କରିବେ |
  3. ଯଦି ବିବାହରେ ବିଳମ୍ବ ହେଉଛି ତାହେଲେ ଯୁବକମାନେ ମା’ ଦୁର୍ଗାଙ୍କୁ ଉପାସନା କରିବା ଉଚିତ |
  4. ବିବାହରେ ବିଳମ୍ବ ହେଉଥିଲେ ଯୁବତୀମାନେ ଭଗବାନ ଶିବଙ୍କୁ ପୂଜା କରିବା ଉଚିତ |
  5. ବାଧା ବିଘ୍ନ ଦୂରୀକରଣ ପାଇଁ ବିଘ୍ନବିନାଶକ ଭଗବାନ ଗଣେଶଙ୍କୁ ପୂଜା କରିବେ |
  6. ଧନ ପ୍ରାପ୍ତି ପାଇଁ ମା ଲକ୍ଷ୍ମୀଙ୍କୁ ଉପାସନା କରିବେ |
  7. ମୁକ୍ତି ପାଇବା ପାଇଁ ହେଲେ କିମ୍ବା ମୋକ୍ଷ ପ୍ରାପ୍ତି ପାଇଁ ଅଥବା ଆଧ୍ୟାତ୍ମିକ ଉପଲବ୍ଧି ପାଇଁ ଭଗବାନ ଶ୍ରୀକୃଷ୍ଣ ବା ଭଗବାନ ଶିବଙ୍କ ଉପାସନା କରିବେ ।

Post a Comment

0 Comments